Advertisement

ଚକଡ଼ା ରୋଗ ପୋକ ଯୋଗୁ ସର୍ବସ୍ବାନ୍ତ ହେଲେଣି ଚାଷୀ: କ୍ଷତିପୂରଣ ପାଇଁ ତହସିଲଦାର-କୃଷି ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

କୋକସରା,୨୯।୧୦(ଡି.ଏନ୍‌.ଏ.): ଆଉ କିଛି ଦିନ ପରେ ଧାନ ଅମଳ କ୍ଷମ ହୋଇଥାନ୍ତା । ହେଲେ ଚାଷୀଙ୍କ ପିଛା ଛାଡୁନାହିଁ ଦୁର୍ଦ୍ଦଶା। ଧାନ ଅମଳ କ୍ଷମ ବେଳକୁ ଚାଷୀଙ୍କୁ ସର୍ବସ୍ବାନ୍ତ କରିଛି ଚକଡ଼ା ରୋଗ ପୋକ। ରାତିକ ମଧ୍ୟରେ ଆଖି ପିଛୁଳାକେ ଚରି ଯାଉଛନ୍ତି ହେକ୍ଟର ହେକ୍ଟର ଚାଷଜମି । ଚାଷୀର ବର୍ଷକର ଶସ୍ୟ କିଛି ଘଣ୍ଟା ମଧ୍ୟରେ ନଷ୍ଟ କରି ଦେଉଛି ଚକଡ଼ା ପୋକ । ଚାଷୀମାନେ ଧାର କରଜ କରି କୃଷି କର୍ମଚାରୀଙ୍କ ପରାମର୍ଶରେ କୀଟନାଶକ ପ୍ରୟୋଗ କଲେ ମଧ୍ୟ କୌଣସି ଫଳପ୍ରଦ ହେଉନାହିଁ। ଶେଷରେ ଚାଷୀ ମାନେ ନିରାଶ ହୋଇ କ୍ଷତିପୂରଣ ଦାବି କରି ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଏମିତି ଘଟଣା ଦେଖିବାକୁ ମିଳିଛି କୋକସରା ବ୍ଲକରେ । ବ୍ଲକର ବିଭିନ୍ନ ପଞ୍ଚାୟତରେ ଏବେ ଚକଡ଼ା ରୋଗ ପୋକ ବ୍ୟାପକ ମାତ୍ରାରେ ପ୍ରାଦୁର୍ଭାବ ବିସ୍ତାର କରିଥିବା ବେଳେ ବରାଡଙ୍ଗା ପଞ୍ଚାୟତ ଶିଉନି, କେନ୍ଦୁଡଙ୍ଗରି, ବରାଡଙ୍ଗା ଗ୍ରାମର କ୍ଷତିଗ୍ରସ୍ତ ଚାଷୀ ଶନିବାର କୋକସରା ତହସିଲ କାର୍ଯ୍ୟାଳୟକୁ ଆସି କ୍ଷତିପୂରଣ ପାଇଁ ଦାବିପତ୍ର କୋକସରା ତହସିଲଦାର ଦେବବ୍ରତ କରାଟି ଓ କୃଷି ବିଭାଗ ଅଧିକାରୀ ହେମାନନ୍ଦ ମାଝୀଙ୍କୁ ପ୍ରଦାନ କରିଛନ୍ତି। ବରାଡଙ୍ଗା ପଞ୍ଚାୟତ ସମିତି ସଭ୍ୟ ଗୁପ୍ତେଶର ବାଗଙ୍କ ସହ ଚାଷୀ ସୁରେଶ ଚନ୍ଦ୍ର ପଣ୍ଡା, ଗୋବିନ୍ଦ ମାଝୀ, ଶଙ୍କର ଧଙ୍ଗଡା ମାଝୀ, ପୃଥିରାଜ ବେହେରା, ପରମେଶ୍ବର ଧଙ୍ଗଡା ମାଝୀ, ଶରତ ଧଙ୍ଗଡା ମାଝୀ, ହିମାଞ୍ଚଳ ପୁଝାରିଙ୍କ ଚାଷଜମି ସମ୍ପୂର୍ଣ୍ଣ ଭାବେ ଚକଡ଼ାରେ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ କରିଛନ୍ତି। ଏନେଇ କୋକସରା ତହସିଲଦାରଙ୍କ ପ୍ରତିକ୍ରିୟା ନେବାରୁ ଚାଷୀମାନେ ଚାଷ କ୍ଷତି ନେଇ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ ତଦନ୍ତ କରି ରିପୋର୍ଟ ଦେବା ପାଇଁ କୃଷିବିଭାଗକୁ ଆମେ ଚିଠି କରିଛୁ । ତଦନ୍ତ ରିପୋର୍ଟ ଆସିଲେ ସେ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ତେବେ କୋକସରା ବ୍ଲକର ବିଭିନ୍ନ ପଞ୍ଚାୟତରେ ଚକଡ଼ା ରୋଗ ବ୍ୟାପୁଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି। ଜିଲା କୃଷିବିଭାଗ ଏ ଦିଗରେ ସତର୍କ ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା: ସାନି ରିପୋର୍ଟ ଦାଖଲ ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ, ୮।୧: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାର ଶୁଣାଣି ଗୁରୁବାର ହାଇକୋର୍ଟରେ ହୋଇଥିଲା। ଏହି ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ ପକ୍ଷରୁ ହାଇକୋର୍ଟରେ ପୂର୍ଣ୍ଣାଙ୍ଗ ରିପୋର୍ଟ...

ହ୍ରାସ ପାଉଛି ସବୁଜ ହୀରା ସଂଗ୍ରହ

ଆଠମଲ୍ଲିକ,୪ା୬(ଡି.ଏନ.ଏ.) ସବୁଜ ହୀରା ବା କେନ୍ଦୁପତ୍ର ତୋଳାଳିଙ୍କ ଠାରୁ ପ୍ରତିବର୍ଷ ସରକାର କେନ୍ଦୁପତ୍ର ସଂଗ୍ରହ କରୁଛନ୍ତି। ଏଥିପାଇଁ ସେମାନଙ୍କୁ କେରି ହିସାବରେ ଅର୍ଥ ପ୍ରଦାନ ସହ...

ଛୁରି ଭୁସିି ଯୁବକଙ୍କୁ ହତ୍ୟା

କଟକ ଅଫିସ,୧୯ା୯: ଲାଲବାଗ ଥାନା ଅନ୍ତର୍ଗତ ଚୁନଭାଟି ଗଳି ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ସେ ହେଲେ କାର୍ତ୍ତିକ...

ଦୁଇ ଦିନିଆ ଗ୍ରାହକ ସେବା ମେଳା ଉଦ୍‌ଯାପିତ: ୩୧ କୋଟି ୯୧ ଲକ୍ଷ ଋଣ ପ୍ରଦାନ

ଅନୁଗୋଳ ଅଫିସ, ୬।୧୦ – ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟରେ ଚାଲିଥିବା ଦୁଇ ଦିନିଆ ଗ୍ରାହକ ସେବା ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏହି ଦୁଇ ଦିନରେ...

ବିନା କାଗଜପତ୍ରରେ ଚାଲିଛି ସଫାରି ବସ୍‌

ବାରଙ୍ଗ,୨୪।୫(ଡି.ଏନ୍‌.ଏ.):ନନ୍ଦନକାନନ କର୍ତ୍ତୃପକ୍ଷ ଅଧିକ ରାଜସ୍ବ ଆଶାରେ ପାର୍କିଂ, ସଫାରି, ବ୍ୟାଟେରିଚାଳିତ ଅଟୋ ଓ ବୋଟିଂକୁ ଘରୋଇକରଣ କରିଛନ୍ତି। ହେଲେ ଘରୋଇକରଣ ପରେ ସେଗୁଡ଼ିକ ଉପରେ କର୍ତ୍ତୃପକ୍ଷ...

ଦମ୍ପତିଙ୍କୁ ଯବାନଙ୍କ ମାଡ଼ ଅଭିଯୋଗ

ଫୁଲବାଣୀ ଅଫିସ, ୨୮ା୧୦-କୌଣସି କାରଣ ନ ଜଣାଇ ସିଆର୍‌ପିଏଫର ଯବାନ କୋଟଗଡ ବ୍ଲକ ସୁବର୍ଣ୍ଣଗିରି ପଞ୍ଚାୟତ ବଣ୍ଡିଗୁଡା ଗ୍ରାମର ଏକ ଦମ୍ପତିଙ୍କୁ ମାଡ ମାରିଥିବା ଅଭିଯୋଗ...

କାଳବୈଶାଖୀ: ଗଛ, ବିଦ୍ୟୁତ୍‌ ଖୁଣ୍ଟ ଉପୁଡିଲା

ଦାରିଙ୍ଗବାଡ଼ି,୨୧।୪(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ କାଳବୈଶାଖୀ ଜାରି ରହିଛି। ମଙ୍ଗଳବାର ଅପରାହ୍ନ ୩ଟାରୁ ପ୍ରବଳ ବର୍ଷାପବନ ସହ ବଜ୍ରପାତ ହୋଇଥିଲା। ପବନ ଯୋଗୁ ବହୁ ଘରର...

ବଡ଼ଦିନ ଉପଲକ୍ଷେ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼

ଭୋଗରାଇ, ୨୫।୧୨(ଡି.ଏନ.ଏ.)-ବଡ଼ଦିନ ଉପଲକ୍ଷେ ବାଲେଶ୍ୱର ଜିଲା ଭୋଗରାଇର ଉଦୟପୁର, ତାଳସାରୀ, ବିଚିତ୍ରପୁର ସହ ବାଲିଆପାଳର ଚୌମୁଖ, ଡଗରା ଓ ଚାନ୍ଦିପୁର ସମୁଦ୍ର ବେଳାଭୂମି ଉତ୍ସବମୁଖର ହୋଇଉଠିଛି।...

Advertisement
Archives

Model This Week