ଆମ ଜିଲା ଖବର

ଓଟିଇଟି ପାଇଁ ୧୦ରୁ ଆବେଦନ

କଟକ ଅଫିସ, ୮ା୧୦: ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)-୨୦୨୨ ଦ୍ୱିତୀୟ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆବେଦନ ତାରିଖ ଘୋଷଣା କରାଯାଇଛି। ଆସନ୍ତା ୧୦ରୁ ୧୯ ତାରିଖ ମଧ୍ୟରେ ପରିକ୍ଷାର୍ଥୀମାନେ ଆବେଦନ କରିପାରିବେ। ଏଥିପାଇଁ ବୋର୍ଡ ୱେବ୍‌ସାଇଟ୍‌ www.bseodisha.ac.inରେ ସମସ୍ତ…

ଚନ୍ଦ୍ର ଆଞ୍ଜୁଳି ପାଇଁ ବଡ଼ଦାଣ୍ଡରେ ଖୋଲିଛି ପସରା

ପୁରୀ ଅଫିସ,୮।୧୦- ଦଶହରା ସରିବା ପରେ ରବିବାର କୁମାର ପୂର୍ଣ୍ଣିମା। ଏହି ଉତ୍ସବ ପାଳନ କରିବା ପାଇଁ ସହରର କୁଆଁରି ଝିଅଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ଗତ ଦୁଇବର୍ଷ କରୋନା କଟକଣା ପରେ ଚଳିତବର୍ଷ ଆନନ୍ଦ ଉଲ୍ଲାସରେ କୁମାର ଉତ୍ସବ…

ଭୂସ୍ଖଳନ ଅଞ୍ଚଳ ବୁଲି ଦେଖିଲେ ଅତିରିକ୍ତ ଜିଲାପାଳ

ଦାରିଙ୍ଗବାଡ଼ି,୮ା୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ହାତୀମୁଣ୍ଡା ପଞ୍ଚାୟତର କୁମ୍ଭାରିପଦର ଗ୍ରାମ ନିକଟରେ ହୋଇଥିବା ଭୂସ୍ଖଳନ ଅଞ୍ଚଳ ବୁଲି ଦେଖିଛନ୍ତି କନ୍ଧମାଳ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ। ତାଙ୍କ ସହ ସ୍ଥାନୀୟ ବିଡିଓ ଗଦାଧର ପାତ୍ର, ତହସିଲଦାର ଅଶୋକ…

ଜୁଆଆଡ୍ଡାରେ ଚଢ଼ାଉ: ୩୮ ହଜାର ଟଙ୍କା, ୩ ବାଇକ୍‌ ସହ କାର୍‌ ଜବତ

କୁଆଁରମୁଣ୍ଡା,୮ା୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅଞ୍ଚଳ ଏବେ ଅସାମାଜିକ ଓ ଅପରାଧିକ ଗୋଷ୍ଠୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଚାରିଆଡ଼େ କୁକୁଡ଼ା ଲଢ଼େଇ ଓ ଜୁଆଖେଳ ଖୁଲମ୍‌ଖୁଲା ଚାଲୁଥିଲେ ମଧ୍ୟ ପୋଲିସ ସାଜିଛି। ନୀରବଦ୍ରଷ୍ଟା କାଁଭାଁ କେତେବେଳେ ଲୋକଦେଖାଣିଆ ଭାବେ ପୋଲିସ ଚଢ଼ାଉ…

ହାତୀ ସୁରକ୍ଷା ଲାଗି ଝୁଲନ୍ତା ସୋଲାର ବାଡ଼

କେନ୍ଦୁଝର,୮ା୧୦(ସ୍ବ.ପ୍ର.): ରେଳ ଦୁର୍ଘଟଣାରୁ ହାତୀପଲଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବନ୍ୟପ୍ରାଣୀ ସପ୍ତାହ ପାଳନର ଶେଷ ଦିନରେ ଯୋଡ଼ା ବେହେରା ହାଟିଂ ନିକଟରେ ଝୁଲନ୍ତା ସୋଲାର ବାଡ଼ ପ୍ରତିଷ୍ଠା କରାଯାଇଛି। ଡିଏଫ୍‌ଓ ଏଚ୍‌.ଡି. ଧନରାଜ ଏହାର ଉଦଘାଟନ କରିଥିଲେ। ଏହି…

ଏନ୍‌ଏଚ୍‌ ୪୯ରେ ଅଣ୍ଡର ପାସ୍‌ ନିର୍ମାଣ ଦାବି

କେନ୍ଦୁଝର,୮ା୧୦(ସ୍ବ.ପ୍ର.): କୋଲକାତା-ମୁମ୍ବାଇ ଏନ୍‌ଏଚ୍‌ ୪୯ର ତୁରୁମୁଙ୍ଗା, ଖିରେଇଟାଙ୍ଗିରି ଓ ଚିଲିଦା ନିକଟରେ ଅଣ୍ଡର ପାସ ନିର୍ମାଣ ପାଇଁ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଧାକାନ୍ତ ମହାନ୍ତଙ୍କ ନେତୃତ୍ୱରେ ଏକଦଳ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ କେନ୍ଦୁଝର ଗସ୍ତରେ ଆସିଥିବା ବେଳେ ଭେଟି ଦାବିପତ୍ର…

ଓସିଏସ୍‌ ପରୀକ୍ଷାରେ ସତ୍ୟଜିତ୍‌ଙ୍କ ସଫଳତା

କେନ୍ଦୁଝର,୮ା୧୦(ସ୍ବ.ପ୍ର.): କେନ୍ଦୁଝର ସହରର ମାଇନିଂ ରୋଡ୍‌ସ୍ଥିତ ସତ୍ୟଜିତ୍‌ ପଟ୍ଟନାୟକ ୧୩୦ ର଼୍ୟାଙ୍କ ରଖି ଚଳିତ ବର୍ଷ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେ ସ୍ଥାନୀୟ ସରସ୍ବତୀ ଶିଶୁମନ୍ଦିରରୁ ମାଟ୍ରିକ ପାସ୍‌ ପରେ…

ପିକ୍‌ଅପ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

ବରୀ,୮ା୧୦(ଡି.ଏନ୍‌.ଏ.): ବରୁହଁ-କଳାମାଟିଆ ପୂର୍ତ୍ତ ବିଭାଗ ରାସ୍ତାର ଗୋବିନ୍ଦବାଟି ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ମାଳଦା ଗ୍ରାମର କିଶୋର ଦାସଙ୍କ ପୁଅ ସୁନାକର (୨୫) ଏକ ସ୍କୁଟି ଯୋଗେ…

ବସ୍ତାରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ: ୪ ଅଟକ

ଟିକିରି,୮ା୧୦(ଡି.ଏନ୍‌.ଏ): ରାୟଗଡ଼ା ଜିଲା କାଶିପୁର ବ୍ଲକ ପୋଡ଼ାପାଡି ପଞ୍ଚାୟତ ବନ୍ଧପଦର ଗ୍ରାମରୁ ଏକ ବସ୍ତାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ମୃତଦେହ ଉକ୍ତ ଗାଁର ପହିଲି ମାଝି ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ପହିଲି ମାଝି ୪ ଦିନ…

ସମ୍ପର୍କୀୟ ମାମୁଝିଅକୁ ଅପହରଣ କରି ବନ୍ଧା ହେଲେ ଯୁବକ

କୋକସରା,୮।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ପୋଲିସ ସମ୍ପର୍କୀୟ ମାମୁଝିଅକୁ ଅପହରଣ ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ହେଲେ ଧର୍ମଗଡ଼ ବ୍ଲକ ଚିଲିଚିଲା ଗ୍ରାମର ଗୋକୁଳାନନ୍ଦ ନାଏକ (୩୭)। କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ…

ବାପାଙ୍କ ସ୍ବପ୍ନ ପୂରଣ କଲେ ପାପଡ଼ାହାଣ୍ଡିର ଚନ୍ଦନ

ପାପଡ଼ାହାଣ୍ଡି,୮।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ସଦର ମହକୁମା ନୂଆସାହିର ଚନ୍ଦନ କୁମାର ନାୟକ ଚଳିତ ବର୍ଷ ଓସିଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନବରଙ୍ଗପୁର ଜିଲା ଓ ପାପଡ଼ାହାଣ୍ଡି ବ୍ଲକ ପାଇଁ ଗୌରବ ଆଣିଛନ୍ତି। ସେ ୧୪୯ ର଼୍ୟାଙ୍କ୍‌ରେ ରହିଛନ୍ତି। ୨…

୫ମ ସ୍ଥାନରେ ମାଲକାନଗିରିର ଦେବବ୍ରତ

ମାଲକାନଗିରି, ୮।୧୦ (ଡି.ଏନ.ଏ.): ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ମାଲକାନଗିରିର ଦେବବ୍ରତ ମହାରଣା ପଞ୍ଚମ ସ୍ଥାନ ଅଧିକାର କରି ଜିଲାପାଇଁ ଗୌରବ ଆଣିଛନ୍ତି। ସେ ସଦର ମହକୁମା କୁମୁଟିଗୁଡାର ଅବସରପ୍ରାପ୍ତ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ରବିନ୍ଦ୍ର ମହାରଣାଙ୍କ ଜ୍ୟେଷ୍ଠପୁତ୍ର। କଠିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?