ବଞ୍ଚିବା ରାହା ଖୋଜୁଛନ୍ତି ୩୦ ଆଦିବାସୀ ପରିବାର

ଭବାନୀପାଟଣା,୧୫।୧୧(ସ୍ବ.ପ୍ର.): ସରକାର ବନବାସୀ, ଆଦିବାସୀଙ୍କ ପାଇଁ ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଯୋଜନା ସବୁ କାଗଜ କଲମରେ ହେଉଥିବା ବେଳେ ସରକାରୀ ଅଧିକାରୀଙ୍କ ଫାଇଲ ତଳେ ଚାପି ହେଇଯାଉଛି ଅଞ୍ଚଳର ବିକାଶ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବିଜୁଳି, ପାନୀୟଜଳ, ମୋବାଇଲ ନେଟୱାର୍କ ଏମାନଙ୍କ ପାଇଁ ଫେଲ ମାରିଛି। ଜଙ୍ଗଲୀ ମୂଳକରେ ବସାବାନ୍ଧିଥିବା ସରଳ ଆଦିବାସୀ ବିକାଶ କ’ଣ ଜାଣି ନ ଥିବା ବେଳେ ବର୍ଷ ବର୍ଷ ଧରି ଗମନାଗମନ ପାଇଁ ବଣପାହାଡ଼ ଭିତରେ ଥିବା ପାଦଚଲା ରାସ୍ତା ଉପରେ ନିର୍ଭର କରୁଛନ୍ତି। ଜୀବନକୁ ବାଜି ଲଗେଇ ନଈ ନାଳ ପାଣି ପିଇ ବଞ୍ଚତ୍ବା ପାଇଁ ଏବେବି ସଂଘର୍ଷ କରୁଛନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦେଦର ପଞ୍ଚାୟତର ମାଓବାଦୀ ଅଧ୍ୟୁଷିତ ସୂର୍ଲି ଗାଁରେ। ସୂର୍ଲି ଗାଁରେ ପୂର୍ବ ପୁରୁଷ ଧରି ଜନବସତି ରହିଥିବା ବେଳେ ଏହା ସରକାରଙ୍କ ରାଜସ୍ବ ଗ୍ରାମ। ଏଠାରେ ୩୦ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର ବାସ କରନ୍ତି। ଚାରିଆଡେ ବଣପାହାଡ଼ ଥିବା ବେଳେ ଗାଁକୁ ଘେରି ରହିଛି ଶଗଡା ନଦୀ। ଗ୍ରାମକୁ ଯିବାକୁ ହେଲେ ପ୍ରଥମେ ମାଇଲ ମାଇଲ ପାଦଚଲା ଜଙ୍ଗଲୀ ରାସ୍ତା ଦେଇ ଯିବା ପରେ ଶଗଡା ନଦୀ ଓ ନାଳ ପାର ହେବାକୁ ପଡିଥାଏ। ବର୍ତ୍ତମାନ ଗାଁରେ ୪୦୦ରୁ ଊର୍ଦ୍ଧ୍ୱ ଲୋକ ବାସ କରୁଥିବା ବେଳେ ଗୋଟିଏ ନଳକୂପ ଅଛି। ଫଳରେ ପାଣି ପାଇଁ ଲୋକେ ଏବେ ବି ଶଗଡା ନଦୀର ପାଣି ପାଇଁ ଜୀବନ ବଞ୍ଚାଉଛନ୍ତି। ପଞ୍ଚାୟତ ମୁଖ୍ୟାଳୟ ଦେଦରକୁ ଯିବାକୁ ହେଲେ ୮ କି.ମି. ଯାଉଥିବା ବେଳେ ବ୍ଲକ ମହକୁମା ଜୁନାଗଡ଼କୁ ଆସିବାକୁ ହେଲେ ୨୦ କି.ମି. ଆସିବାକୁ ପଡିଥାଏ। ଦୁର୍ଗମ ଅଞ୍ଚଳ ହୋଇଥିବା ଯୋଗୁ ଏହି ଗାଁରେ କୌଣସି ରାଜନେତା କିମ୍ବା ସରକାରୀ ଅଧିକାରୀଙ୍କ କେବେ ମଧ୍ୟ ପାଦ ପଡେ ନାହିଁ। ରାସ୍ତା ନ ଥିବା ଯୋଗୁ ଗର୍ଭବତୀ କିମ୍ବା ଅନ୍ୟ କୌଣସି ରୋଗୀଙ୍କୁ ଖଟିଆରେ ବୋହି ଆଣି ଡାକ୍ତରଖାନାକୁ ନେଇଥାନ୍ତି। ନେଟୱାର୍କ ନ ଥିବାରୁ ଯୋଗାଯୋଗ ମଧ୍ୟ ହୋଇପାରେ ନାହିଁ। ଗ୍ରୀଷ୍ମ ଓ ଶୀତ ଋତୁରେ ଜେନତେନ ପ୍ରକାରେଣ ଚଳିଯିବା ବେଳେ ବର୍ଷା ଋତୁରେ ଜଳବନ୍ଦୀ ହୋଇଥାନ୍ତି। ସରଳି ଆଦିବାସୀମାନେ ଏମ୍‌ଜିଏନ୍‌ଆରଇଜିଏସ୍‌ ଜାଣି ନାହାନ୍ତି। ଫଳରେ ପରିବାର ପ୍ରତିପୋଷଣ ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟି ଯାଉଛନ୍ତି। ଅନେକ ପରିବାର ଆଜି ମଧ୍ୟ ଆବାସ ଯୋଜନାରୁ ବଞ୍ଚତ୍ତ ହୋଇଛନ୍ତି। ପ୍ରଥମ ଶିକ୍ଷା ପରେ ଉଚ୍ଚ ଶିକ୍ଷା ଛାତ୍ରୀଛାତ୍ରଙ୍କ ପାଇଁ ଦିବାସ୍ବପ୍ନ ପାଲଟିଛି। ସଚେତନତା ଅଭାବରୁ ଅତି କମ ବୟସରେ ବିବାହ ହେବା ପରେ ପରିବାର ପ୍ରତିପୋଷଣ ମୁଣ୍ଡ ଉପରେ ପଡି ଯାଉଛି। ଏଠାରେ ରାସ୍ତା, ପାନୀୟଜଳ ଓ ମୋବାଇଲ ନେଟୱାର୍କ ସ୍ବପ୍ନ। ଆଉ କେତେବର୍ଷ ଜଙ୍ଗଲୀ ମୂଳକରେ ବନ୍ୟପ୍ରାଣୀ ସହ ଜୀବନ ଅତିବାହିତ କଲେ ଏହି ଆଦିବାସୀ ବିକାଶର ବାଟ ଦେଖି ପାରିବେ। ସରକାର କେବେ ଏମାନଙ୍କ ସମସ୍ୟା ସମାଧାନ କରିବେ ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri