ବଞ୍ଚିବା ରାହା ଖୋଜୁଛନ୍ତି ୩୦ ଆଦିବାସୀ ପରିବାର

ଭବାନୀପାଟଣା,୧୫।୧୧(ସ୍ବ.ପ୍ର.): ସରକାର ବନବାସୀ, ଆଦିବାସୀଙ୍କ ପାଇଁ ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଯୋଜନା ସବୁ କାଗଜ କଲମରେ ହେଉଥିବା ବେଳେ ସରକାରୀ ଅଧିକାରୀଙ୍କ ଫାଇଲ ତଳେ ଚାପି ହେଇଯାଉଛି ଅଞ୍ଚଳର ବିକାଶ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବିଜୁଳି, ପାନୀୟଜଳ, ମୋବାଇଲ ନେଟୱାର୍କ ଏମାନଙ୍କ ପାଇଁ ଫେଲ ମାରିଛି। ଜଙ୍ଗଲୀ ମୂଳକରେ ବସାବାନ୍ଧିଥିବା ସରଳ ଆଦିବାସୀ ବିକାଶ କ’ଣ ଜାଣି ନ ଥିବା ବେଳେ ବର୍ଷ ବର୍ଷ ଧରି ଗମନାଗମନ ପାଇଁ ବଣପାହାଡ଼ ଭିତରେ ଥିବା ପାଦଚଲା ରାସ୍ତା ଉପରେ ନିର୍ଭର କରୁଛନ୍ତି। ଜୀବନକୁ ବାଜି ଲଗେଇ ନଈ ନାଳ ପାଣି ପିଇ ବଞ୍ଚତ୍ବା ପାଇଁ ଏବେବି ସଂଘର୍ଷ କରୁଛନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦେଦର ପଞ୍ଚାୟତର ମାଓବାଦୀ ଅଧ୍ୟୁଷିତ ସୂର୍ଲି ଗାଁରେ। ସୂର୍ଲି ଗାଁରେ ପୂର୍ବ ପୁରୁଷ ଧରି ଜନବସତି ରହିଥିବା ବେଳେ ଏହା ସରକାରଙ୍କ ରାଜସ୍ବ ଗ୍ରାମ। ଏଠାରେ ୩୦ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର ବାସ କରନ୍ତି। ଚାରିଆଡେ ବଣପାହାଡ଼ ଥିବା ବେଳେ ଗାଁକୁ ଘେରି ରହିଛି ଶଗଡା ନଦୀ। ଗ୍ରାମକୁ ଯିବାକୁ ହେଲେ ପ୍ରଥମେ ମାଇଲ ମାଇଲ ପାଦଚଲା ଜଙ୍ଗଲୀ ରାସ୍ତା ଦେଇ ଯିବା ପରେ ଶଗଡା ନଦୀ ଓ ନାଳ ପାର ହେବାକୁ ପଡିଥାଏ। ବର୍ତ୍ତମାନ ଗାଁରେ ୪୦୦ରୁ ଊର୍ଦ୍ଧ୍ୱ ଲୋକ ବାସ କରୁଥିବା ବେଳେ ଗୋଟିଏ ନଳକୂପ ଅଛି। ଫଳରେ ପାଣି ପାଇଁ ଲୋକେ ଏବେ ବି ଶଗଡା ନଦୀର ପାଣି ପାଇଁ ଜୀବନ ବଞ୍ଚାଉଛନ୍ତି। ପଞ୍ଚାୟତ ମୁଖ୍ୟାଳୟ ଦେଦରକୁ ଯିବାକୁ ହେଲେ ୮ କି.ମି. ଯାଉଥିବା ବେଳେ ବ୍ଲକ ମହକୁମା ଜୁନାଗଡ଼କୁ ଆସିବାକୁ ହେଲେ ୨୦ କି.ମି. ଆସିବାକୁ ପଡିଥାଏ। ଦୁର୍ଗମ ଅଞ୍ଚଳ ହୋଇଥିବା ଯୋଗୁ ଏହି ଗାଁରେ କୌଣସି ରାଜନେତା କିମ୍ବା ସରକାରୀ ଅଧିକାରୀଙ୍କ କେବେ ମଧ୍ୟ ପାଦ ପଡେ ନାହିଁ। ରାସ୍ତା ନ ଥିବା ଯୋଗୁ ଗର୍ଭବତୀ କିମ୍ବା ଅନ୍ୟ କୌଣସି ରୋଗୀଙ୍କୁ ଖଟିଆରେ ବୋହି ଆଣି ଡାକ୍ତରଖାନାକୁ ନେଇଥାନ୍ତି। ନେଟୱାର୍କ ନ ଥିବାରୁ ଯୋଗାଯୋଗ ମଧ୍ୟ ହୋଇପାରେ ନାହିଁ। ଗ୍ରୀଷ୍ମ ଓ ଶୀତ ଋତୁରେ ଜେନତେନ ପ୍ରକାରେଣ ଚଳିଯିବା ବେଳେ ବର୍ଷା ଋତୁରେ ଜଳବନ୍ଦୀ ହୋଇଥାନ୍ତି। ସରଳି ଆଦିବାସୀମାନେ ଏମ୍‌ଜିଏନ୍‌ଆରଇଜିଏସ୍‌ ଜାଣି ନାହାନ୍ତି। ଫଳରେ ପରିବାର ପ୍ରତିପୋଷଣ ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟି ଯାଉଛନ୍ତି। ଅନେକ ପରିବାର ଆଜି ମଧ୍ୟ ଆବାସ ଯୋଜନାରୁ ବଞ୍ଚତ୍ତ ହୋଇଛନ୍ତି। ପ୍ରଥମ ଶିକ୍ଷା ପରେ ଉଚ୍ଚ ଶିକ୍ଷା ଛାତ୍ରୀଛାତ୍ରଙ୍କ ପାଇଁ ଦିବାସ୍ବପ୍ନ ପାଲଟିଛି। ସଚେତନତା ଅଭାବରୁ ଅତି କମ ବୟସରେ ବିବାହ ହେବା ପରେ ପରିବାର ପ୍ରତିପୋଷଣ ମୁଣ୍ଡ ଉପରେ ପଡି ଯାଉଛି। ଏଠାରେ ରାସ୍ତା, ପାନୀୟଜଳ ଓ ମୋବାଇଲ ନେଟୱାର୍କ ସ୍ବପ୍ନ। ଆଉ କେତେବର୍ଷ ଜଙ୍ଗଲୀ ମୂଳକରେ ବନ୍ୟପ୍ରାଣୀ ସହ ଜୀବନ ଅତିବାହିତ କଲେ ଏହି ଆଦିବାସୀ ବିକାଶର ବାଟ ଦେଖି ପାରିବେ। ସରକାର କେବେ ଏମାନଙ୍କ ସମସ୍ୟା ସମାଧାନ କରିବେ ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri