ଘୃଣା ଛାଡ଼, ରୋଜଗାର ଦିଅ

ବଲାଙ୍ଗୀର ଅଫିସ, ୧୫ା୧୧: ପ୍ରସିଦ୍ଧ ପର୍ଯ୍ୟଟନ ଏବଂ ଧର୍ମପୀଠ ହରିଶଙ୍କରଠାରୁ ବିଭିନ୍ନ ଜନ ଆନ୍ଦୋଳନମାନଙ୍କ ରାଷ୍ଟ୍ରୀୟ ସମନ୍ବୟ ପକ୍ଷରୁ ଗତ ୧୧ ତାରିଖରୁ ବାହାରିଥିବା ସମ୍ବିଧାନ ବଞ୍ଚାଅ ପଦଯାତ୍ରା ସୋମବାର ବଲାଙ୍ଗୀର ପହଞ୍ଚତ୍ଥିଲା। ଏହି ପଦଯାତ୍ରା ଧୁମାମରାଠାରେ ସହରକୁ ପ୍ରବେଶ କରିବା ପରେ ସେଠାରୁ ଭୀମ ଭୋଇ ମେଡିକାଲ କଲେଜ ଛକ, ଲାଲଟିକ୍ରା, ଶାନ୍ତିିପଡା, କଲେଜ ଛକ, ସିଭିଲ କୋର୍ଟ ଦେଇ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ଥିଲା। ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ ବି.ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା।
ଜନ ଆନ୍ଦୋଳନମାନଙ୍କ ରାଷ୍ଟ୍ରୀୟ ସମନ୍ବୟ ରାଜ୍ୟ ଆବାହକ ତ୍ରିଲୋଚନ ପୁଞ୍ଜିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପଦଯାତ୍ରାରେ ଜନ ଆନ୍ଦୋଳନମାନଙ୍କ ରାଷ୍ଟ୍ରୀୟ ସମନ୍ବୟର ଆଗଧାଡି ସାମାଜିକକର୍ମୀ ତଥା ଗ୍ରୀନ୍‌ ନୋବେଲ ବିଜେତା ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରା, ସାହାରା ପାୱାର ପ୍ଳାଣ୍ଟ ବିରୋଧୀ ମଞ୍ଚ ଆବାହକ ବାଳକଷ୍ଣ ଷାଣ୍ଢ, ଆଦିବାସୀ ନେତା ଦ୍ୱିଜ ଦଳପତି, ଯଥା ବିଶ୍ୱାଳ, ଓବିସି ମଞ୍ଚର ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ଲୋୟର ସୁକ୍‌ତେଲ ବୁଡିଅଞ୍ଚଳ ସଂଗ୍ରାମ ପରିଷଦ ସମ୍ପାଦକ ସତ୍ୟ ବନ୍‌ଛୋର, ବହୁଜନ ପରିବାର ନେତା ଦୌଣ କୁମ୍ଭାର, ଭିଆଇପି ପାର୍ଟି ସଭାପତି ଡ ବିପିନ କୁଶଲିଆ, ନେତାଜୀ ସଂଗ୍ରାମୀ ପରିଷଦ ସଭାପତି ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଆରଟିଆଇ କର୍ମୀ ନୀଳମଣି ଯୋଷୀ ଓ ଅ୍ଯଯମାନେ ସାମିଲ ହୋଇଥିଲେ।
ସାମାଜିକ କର୍ମୀ ସାମନ୍ତରା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଦେଶରେ ଧର୍ମ, ଜାତି ନଁାରେ ଲୋକଙ୍କୁ ଭାଗ ଭାଗ କରାଯାଉଛି। ପରସ୍ପର ପ୍ରତି ଘୃଣାଭାବ ସୃଷ୍ଟି କରାଯାଉଛି। ଏଥିରେ ଖୋଦ୍‌ ସରକାର ସାମିଲ ହେବା ଦ୍ୱାରା ଦେଶର ଏକତା ଏବେ ବିପଦରେ ରହିଛି। ସମ୍ବିଧାନ ଅସୁରକ୍ଷିତ ହୋଇପଡିଛି। ସମ୍ବିଧାନର ଶାସନ ନକରି ସରକାର ଭୋଟ ସର୍ବସ୍ବ ରାଜନୀତି କରୁଛନ୍ତି। ପରସ୍ପର ଭିତରେ ଜାତି, ଧର୍ମକୁ ନେଇ ବିଦ୍ୱେଷ ଭରୁଛନ୍ତି। ଚାଷୀକୁ ପାଣି ଏବଂ ଉପତ୍ାଦନର ଉଚିତ୍‌ ମୂୂଲ୍ୟ ଦେବା, ବେକାର ଯୁବତୀ ଯୁବକଙ୍କୁ ଚାକିରୀ ଦେବା ଛାଡି ସେମାନଙ୍କ ଭିତରେ ବିଦ୍ୱେଷ ଓ ଘୃଣା ଭର୍ତ୍ତି କରି ପରସ୍ପରକୁ ଲଢ଼ିବାକୁ ଉସୁକାଉଛନ୍ତି। ଏଭଳି ସମୟରେ ଦେଶର ବୁଦ୍ଧିଜୀବୀ ଏବଂ ଜନସାଧାରଣ ସଚେତନ ହୋଇ ପରସ୍ପର ଘୃଣା ଛାଡି ସମ୍ବିଧାନ ସୁରକ୍ଷା ଦିଗରେ କାଯର୍‌ୟ କରିବା ଉଚିତ୍‌ ବୋଲି ସେ କହିଥିଲେ। ସଭାରେ ଜଙ୍ଗଲ, ଜମି, ଜଳ ସୁରକ୍ଷା ଦିଗରେ ଲୋକେ ସଚେନତ ହେବା ଉଚିତ୍‌ ବୋଲି କହିଥିଲେ। ସରକାର କର୍ପୋରେଟ କମ୍ପାନୀ ହାତକୁ କିଭଳି ଜମି, ଜଙ୍ଗଲ ଓ ଜଳ ଟେକି ଦେଇ ସମଗ୍ର ମାନବସତ୍ତାକୁ ବିପଦଜନକ ସ୍ଥିତିରେ ପହଞ୍ଚାଇଛି ତାହା ସେ କହିଥିଲେ। ସଭାରେ ସଭାପତି ପୁଞ୍ଜି, ସତ୍ୟ ବନଛୋର, ଲକ୍ଷ୍ମୀ ପଟ୍ଟନାୟକ ବକ୍ତବ୍ୟ ଦେଇ ସମ୍ବିଧାନ ସୁରକ୍ଷା, ଜଳ ଜଙ୍ଗଲ ଜମି ତଥା ପରିବେଶ, ଜୀବନଜୀବିକା, ପ୍ରକୃତି, ମାନବ ଧର୍ମ, ୍ଯଯାୟ ଓ ସମତା ପ୍ରତିଷ୍ଠା ଏବଂ ସୁରକ୍ଷା ଦିଗରେ କାମ କରିବା ଦିଗରେ କହିଥିଲେ। ଏହି ପଦଯାତ୍ରାରେ ଜିଲାର ୨୪ଟି ଜନ ଆନ୍ଦୋଳନର କର୍ମକର୍ତ୍ତା ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri