ଆମ ଜିଲା ଖବର

ବାରିପଦା ସହରରେ ବଢୁଛି ବେଆଇନ ବାଣ ବିକ୍ରି, ଅଘଟଣ ଘଟିବା ପୂର୍ବରୁ କାର୍ଯ୍ୟାନୁଷ୍ଠାନ ଦାବି

ବାରିପଦା ଅଫିସ,୨୦।୧୦: ମୟୂରଭଞ୍ଜ ଜିଲା ବାରିପଦା ସହରରେ ବେଆଇନ ବାଣ ମହୁଜୁଦ ଓ ବିକ୍ରି ଚାଲିଛି। ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉ ନ ଥିବା ବେଳେ ବିପଦସଙ୍କୁଳ ସ୍ଥାନରେ ବାଣ ମହଜୁଦ୍‌ ରଖାଯାଉଛି। ପ୍ରଶାସନିକ ଅବହେଳାରୁ କୋଟି କୋଟି ଟଙ୍କାର…

ଅଭିନବ ଉପାୟରେ ନିଶା କାରବାର: କୋଲ୍ଡ ଡ୍ରିଙ୍କ୍‌ସରେ ମିଶାଉଥିଲେ ନିଶା

ବଲାଙ୍ଗୀର ଅଫିସ, ୨୦ା୧୦: ଅଭିନବ ଉପାୟରେ ନିଶା କାରବାର ଚଳାଇଥିବା ଜଣେ ବ୍ୟକ୍ତି ଓ ତାଙ୍କ ନାବାଳକ ପୁଅକୁ ବଲାଙ୍ଗୀର ଟାଉନ୍‌ ଥାନା ପୋଲିସ ମଙ୍ଗଳବାର ରାତିରେ ଧରିଛି। କୋଲ୍ଡ ଡ୍ରିଙ୍କ୍‌ସରେ ନିଶା ମିଶାଇ ଏହାକୁ ସେମାନେ ସହରରେ ବିକ୍ରି କରୁଥିଲେ।…

କୋଟିଆ ଲୋଭ ଛାଡୁନାହିଁ ଆନ୍ଧ୍ର

ପଟ୍ଟାଙ୍ଗୀ, ୨୦ା୧୦(ଡି.ଏନ୍‌.ଏ.): ଆନ୍ଧ୍ର ଆଖିରେ ଲାଖିଯାଇଛି କୋଟିଆ ଲୋଭ। ସେଇଥିପାଇଁ କଳେବଳେ, କୌଶଳେ ଓଡ଼ିଶାର ପ୍ରାଚୁର୍ଯ୍ୟଭରା ଭୂଖଣ୍ଡକୁ ହାତେଇବା ପାଇଁ ଗୋଟିଏ ପରେ ଗୋଟିଏ ଚକ୍ରାନ୍ତ ଚଳାଇଛି। ସୀମାନ୍ତ ଗ୍ରାମକୁ କବ୍‌ଜା କରିବା ଲାଗି ପ୍ରଥମେ ପ୍ରଶାସନିକ ଅଧିକାରୀ ବାରମ୍ବାର ଅନୁପ୍ରବେଶ…

ଓଟିଇଟି ଲାଗି ଆବେଦନ ତାରିଖ ବଢ଼ିଲା

କଟକ ଅଫିସ,୧୯ା୧୦- ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)-୨୦୨୨ ଦ୍ୱିତୀୟ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆବେଦନ ତାରିଖ ବୃଦ୍ଧି କରାଯାଇଛି। ଆସନ୍ତା ୨୬ ତାରିଖ ୧୧ଟା ୪୪ ମିନିଟ୍‌ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ଆବେଦନ କରିପାରିବେ। ଏ ନେଇ ବୋର୍ଡ ପକ୍ଷରୁ…

ନିଯୁକ୍ତି ପାଇ ତାମିଲନାଡୁ ଗଲେ କଳାହାଣ୍ଡିର ୨୦୦ ଯୁବତୀ

ଭବାନୀପାଟଣା,୧୯ା୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନଠାରେ ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ ଲିମିଟେଡ ଦ୍ୱାରା ଗତ ୨୪.୯.୨୦୨୨ରେ ନିଯୁକ୍ତି ପାଇଥିବା ଜିଲାର ୨୨୦ ଜଣ ଯୁବତୀ ବୁଧବାର ତାମିଲନାଡୁ ଜିଲାର ହୋସୁର ସହରକୁ ଗସ୍ତ କରିଛନ୍ତି। କଳାହାଣ୍ଡି ଜିଲାପାଳ…

ବାଇକ୍‌ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ, ଘଟଣାସ୍ଥଳରେ ଉତ୍ତେଜନା

ଦିଗପହଣ୍ଡି,୧୯ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସିଦ୍ଧେଶ୍ୱର ନୂଆ ସାହିରେ ଥିବା ପ୍ରାଥମିକ ସେବା ସମବାୟ ସମିତି ନିକଟରେ ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି। ମୃତ ବୃଦ୍ଧ ଜଣକ ହେଲେ ସିଦ୍ଧେଶ୍ୱର ନୂଆ…

୩ କାଠ ମାଫିଆ ଗିରଫ

ଆନନ୍ଦପୁର,୧୯ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ପୋଲିସ ଦ୍ୱାରା ପଦନପୁର ଗ୍ରାମର ୩ କାଠ ମାଫିଆଙ୍କୁ ବୁଧବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସ୍ବର୍ଗତ ନରହରି ଜେନାଙ୍କ ପୁଅ ରଞ୍ଜନ, ସ୍ବର୍ଗତ ବିନୋଦ ଜେନାଙ୍କ ପୁଅ ଅଙ୍କୁର, ସ୍ବର୍ଗତ ମାଧିଆ ଜେନାଙ୍କ…

ସମ୍ପର୍କୀୟ ଖୁଡ଼ୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ପୁତୁରା ଗିରଫ

ଆନନ୍ଦପୁର,୧୯ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ଗୟଳମୁଣ୍ଡା ପଞ୍ଚାୟତ ଭାଲୁଘେରା ଗ୍ରାମରେ ଏକ ଅଭାବନୀୟ ଘଟଣାକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛି। ଭାଲୁଘେରା ଗ୍ରାମର ଶ୍ରୀଧର ମହାନ୍ତଙ୍କ ପୁଅ ବିଜୟ ମହାନ୍ତ ନିଜ ସମ୍ପର୍କୀୟ ଖୁଡ଼ୀଙ୍କର ମୋବାଇଲରେ ଥିବା ଫେସ୍‌ବୁକ୍‌…

ମାଟିରେ ମିଶିଲା ମାଫିଆଙ୍କ ଘର

ଖୋର୍ଦ୍ଧା ଅଫିସ,୧୯ା୧୦: ଖୋର୍ଦ୍ଧାରେ ଡ୍ରଗ୍ସ କାରବାର ମୂଳପୋଛ କରିବାକୁ ପ୍ରଶାସନ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ସହରର ତିନୋଟି ସ୍ଥାନରେ ୩ ଡ୍ରଗ୍ସ ମାଫିଆଙ୍କ ଘର ଭାଙ୍ଗିଛି ପ୍ରଶାସନ। ସହରର ଡମ ସାହି, ଭାଲିଆବାଡି, ଗୁରୁଜଙ୍ଗ ତିନୋଟି ସ୍ଥାନରେ ଜେସିବି ସାହାଯ୍ୟରେ…

ସ୍ତ୍ରୀଙ୍କୁ ଗୁଳି ମାରିଲେ ସ୍ବାମୀ

ଧରାକୋଟ,୧୯ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବଡ଼ଗଡ଼ ଥାନା ଅନ୍ତର୍ଗତ ରୁଗୁମୁ ପଞ୍ଚାୟତର ରାଶିବାଡ଼ି ଗ୍ରାମରେ ରହୁଥିବା ସ୍ବାମୀ ମହାଦେବ ପାତ୍ର ଓ ସ୍ତ୍ରୀ ଶୈଳେନ୍ଦ୍ରୀଙ୍କ ମଧ୍ୟରେ ବୁଧବାର କୌଣସି କାରଣରୁ ନେଇ ବଚସା ହୋଇଥିଲା। ଉଭୟ ଜୀବିକା ଅନ୍ବେଷଣରେ ଜଙ୍ଗଲ…

ଏସ୍‌ପି ଅଫିସ ସମ୍ମୁଖ ଗହଣା ଦୋକାନରୁ ଚୋରି

କେନ୍ଦୁଝର,୨୨।୧୦(ସ୍ବ.ପ୍ର.): କେନ୍ଦୁଝର ଏସ୍‌ପି ଅଫିସ ସମ୍ମୁଖ ସାଇରାମ ଜୁଏଲାରୀ ଦୋକାନରୁ ମଙ୍ଗଳବାର ଚୋରି ହୋଇଛି। ଦୁର୍ବୃତ୍ତ ପଛପଟେ ଥିବା ପାଚେରି ଭାଙ୍ଗି ଗହଣା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଥିବା ଜଣାପଡ଼ିଛି। ଲକ୍ଷାଧିକ ଟଙ୍କାର ଗହଣା ଚୋରି ହୋଇଥିବା କୁହାଯାଉଥିବା…

ପାରମ୍ପରିକ ଖାଦ୍ୟ ଆପଣାଇବାକୁ ଆହ୍ବାନ

ବରଗଡ଼ ଅଫିସ୍‌/ପାଇକମାଳ, ୧୯।୧୦(ଡି.ଏନ୍‌.ଏ.): ଖାଦ୍ୟଥାଳିରେ ପୁଷ୍ଟିକର ଖାଦ୍ୟର ଅଭାବ ଦେଖାଯାଇଛି। ଫସଲରେ ରାସାୟନିକ ସାର ଏବଂ କୀଟନାଶକର ବହୁଳ ବ୍ୟବହାର ଯୋଗୁ ଖାଦ୍ୟ ପୁଷ୍ଟଯୁକ୍ତ ବଦଳରେ ବିଷଯୁକ୍ତ ହେଉଛି। ଏଥିପାଇଁ ମଣିଷ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛି। ଏହାକୁ ପ୍ରତିହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?