ତାତିଲେ ଚାଷୀ: ଏଫସିଆଇ କାର୍ଯ୍ୟାଳୟ ଘେରାଉ

କେସିଙ୍ଗା,୨୫।୧୧(ଡି.ଏନ୍‌.ଏ.): ୩ ଦଫା ଦାବି ନେଇ କଳାହାଣ୍ଡି ଜିଲା କେସିଙ୍ଗା ଏଫ୍‌ସିଆଇ କାର୍ଯ୍ୟାଳୟ ଠାରେ ଶୁକ୍ରବାର ଆନ୍ଦୋଳନ କରାଯାଇଛି। ପଛୁଆ ଅଞ୍ଚଳ ବିକାଶ ପରିଷଦ ସଭାପତି ସାମନ୍ତ ଖମାରୀଙ୍କ ନେତୃତ୍ୱରେ ଜିଲାର ଶତାଧିକ ଚାଷୀ ଯୋଗଦେଇ ଏଫସିଆଇ କାର୍ଯ୍ୟାଳୟ ଘେରାଉ କରିଛନ୍ତି। କେସିଙ୍ଗା ଆମ୍ବାଜି ମନ୍ଦିରରୁ ଚାଷୀମାନେ ଏକ ଶୋଭାଯାତ୍ରାରେ ବାହାରି ଏଫ୍‌ସିଆଇ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ୩ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏଫ୍‌ସିଆଇର ମ୍ୟାନେଜରଙ୍କୁ ପ୍ରଦାନ କରିଥିଲେ। ଦାବିଗୁଡିକ ମଧ୍ୟରେ ଧାନର ସର୍ବନିମ୍ନ କୁଇଣ୍ଟାଲ ପ୍ରତି ମୂଲ୍ୟ ୩୦୦୦ ଟଙ୍କାକୁ ବୃଦ୍ଧି, କପାର ସର୍ବନିମ୍ନ କୁଇଣ୍ଟାଲ ପ୍ରତି ମୂଲ୍ୟ ୧୨୦୦୦ ଟଙ୍କା କରାଯାଇ ସମସ୍ତ ଚାଷୀଙ୍କୁ ବିମା ଅନ୍ତର୍ଭୁକ୍ତ କରି ଠିକ୍‌ ସମୟରେ ପ୍ରାପ୍ୟପ୍ରଦାନ ଆଦି ଦାବି କରାଯାଇଛି। ଏହି ଆନ୍ଦୋଳନରେ ଭବାନୀପାଟଣା ମ୍ୟୁନିସିପାଲିଟିର ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା, କେସିଙ୍ଗା ନଗରପାଳ ନୃପରାଜ ଯାଦବ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତ ପ୍ରମୁଖ ଉପସ୍ଥିତ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲଙ୍କାଗୁଣ୍ଡ ପକାଇ ୧. ୬୬ ଲକ୍ଷ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ମହିଳା କର୍ମଚାରୀ ଓ ତାଙ୍କ ପ୍ରେମିକ ଗିରଫ

ଚାନ୍ଦବାଲି, ୨୦ା୭ (ଡି.ଏନ.ଏ.) – ଭଦ୍ରକ ଜିଲା ମତୋ-ମାଧପୁର ରାସ୍ତାରେ ଏକ ଫାଇନାନ୍ସ କମ୍ପାନୀରେ କାମ କରୁଥିବା ଜଣେ ମହିଳା କର୍ମଚାରୀଙ୍କଠାରୁ ୧ ଲକ୍ଷ ୬୬...

‘ଓଡ଼ିଆ ଭାଷା ଉପରେ ସଙ୍କଟ ଘନେଇଛି’

ଢେଙ୍କାନାଳ ଅଫିସ, ୨୨।୨ ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୋମବାର ମାତୃଭାଷା ଦିବସ ପାଳିତ ହୋଇଯାଇଛି। ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ...

ଜାତୀୟ ରାଜପଥ ତୁରୁମୁଙ୍ଗା ବୈତରଣୀ ନଦୀ ପୋଲ ଉପରେ ପ୍ରବାହିତ ହେଲା ପ୍ରଥମ ବନ୍ୟାଜଳ: ସ୍ବାମ ପୋଲ ପାର ବେଳେ ଭାସିଗଲା ଗାଡ଼ି

ପାଟଣା,୨୬।୮(ସ୍ବ. ପ୍ର.): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ନଂ. ଜାତୀୟ ରାଜପଥରେ ଥିବା ବୈତରଣୀ...

ଆପ୍‌ନେ ଆର ବଡ଼ପୁଓ ଆରପାରେ: ଦୁରଦିନ୍‌ରେ ନିସାହା ବିଧବା ଅମ୍ବିକା

ଲୋଇସିଂହା,୩୦।୫(ଡି.ଏନ.ଏ)-  ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଁଚେତ୍‌ ସଦର ଗାଁର ଅମ୍ବିକା ବାଗ(୭୦)। ଆପ୍‌ନେ ଅନେକ ଦିନୁ ଅରପାରକେ ଚାଲିଯାଇଥିଲାବେଲେ ବଛର କେତେଟା ଉତାରୁ...

ରେଳ ଲାଇନ୍‌ରେ କଟି ବୃଦ୍ଧା ମୃତ

ଭଦ୍ରକ ଅଫିସ,୨୨।୧୦: ଭଦ୍ରକ- ଧାମରା ରେଳ ଲାଇନ୍‌ ତିହିଡ଼ିଠାରେ ମାଲବାହୀ ଟ୍ରେନରେ କଟି ମଙ୍ଗଳବାର ସକାଳେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ତିହିଡ଼ି ଥାନା...

ଏସ୍‌ଏଚଜିରୁ ୫ ଲକ୍ଷ ଟଙ୍କା ଠକେଇ

ବାଲେଶ୍ୱର ଅଫିସ,୧୬।୭-ବାଲେଶ୍ୱର ରୂପ୍‌ସା ଥାନା ବାଖରାବାଦ ଅଞ୍ଚଳର ଶିବବାବା ଏସ୍‌ଏଚ୍‌ଜି(ସ୍ବୟଂ ସହାୟକ ଗୋଷ୍ଠୀ) ଏବଂ ଲକ୍ଷ୍ମୀନାରାୟଣ ଏସ୍‌ଏଚଜିର ସଦସ୍ୟା ଥିବା ଜଣେ ମହିଳା ୫ ଲକ୍ଷରୁ...

ଭିଣୋଇଙ୍କୁ ହତ୍ୟା କରି ସିମେଣ୍ଟ ଟାଙ୍କି ତଳେ ପୋତି ଦେଇଥିଲେ

ପଦ୍ମପୁର,୧୫।୩(ଡି.ଏନ.ଏ): ବରଗଡ଼ ଜିଲା ପାଇକମାଳ ଯମୁନା ନଗରପଡ଼ାରେ ୨୦୧୫ରେ ସଂଘଟିତ ଏକ ହତ୍ୟା ମାମଲାରେ ମୃତକଙ୍କ ଶାଳୀଙ୍କୁ ଆଜୀବନ କାରାଦଣ୍ଡ ଏବଂ ୫ ହଜାର ଅର୍ଥଦଣ୍ଡ(ଜରିମାନା)ରେ...

ଦଶହରାରେ ଦହିପଖାଳ, ଶାଗଭଜା

ଭଦ୍ରକ ଅଫିସ,୩।୧୦: ଶାରଦୀୟ ଦୁର୍ଗାପୂଜା ପାଇଁ ସବୁଠି ଉତ୍ସବମୁଖର। କୋଭିଡ୍‌ ପାଇଁ ଦୁଇବର୍ଷ ଧରି ବନ୍ଦ ରହିବା ପରେ ଏଥର ପୂଜା ଧୁମ୍‌ଧାମ୍‌ରେ ପାଳନକୁ ନେଇ...

Advertisement
Archives

Model This Week