ଶିମିଳିପାଳରେ ତୁଷାରପାତ

ବାରିପଦା ଅଫିସ, ୮।୧: ଦିନକୁ ଦିନ ଶୀତ ଲହରୀ ବୃଦ୍ଧି ପାଉଥିବାବେଳେ ମୟୂରଭଞ୍ଜ ଜିଲାରେ ଏହାର ପ୍ରକୋପ ଅଧିକ ଅନୁଭୂତ ହେଉଛି। ଜୈବମଣ୍ଡଳ ଶିମିଳିପାଳରେ ପାରଦ ଖସୁଛି। ଜିଲାରେ ସର୍ବନିମ୍ନ ୮ଡିଗ୍ରୀ ତାପମାତ୍ରା ଥିବାବେଳେ ଶିମିଳିପାଳରେ ୫ ଡିଗ୍ରୀ ସେଲସିୟସ ରହିଛି। ଅଭୟାରଣ୍ୟର ଉପର ବାରହାକାମୁଡା, ଦେବସ୍ଥଳୀ, ଜେନାବିଲ, ତାରାଣୀବିଲା ଓ କୁମ୍ଭାରୀଠାରେ ସ୍ଥାନେ ସ୍ଥାନେ ତୁଷାରପାତ ଜାରି ରହିଛି, ଯାହାକି ଚଳିତବର୍ଷର ଅଦ୍ୟାବଧି ସର୍ବନିମ୍ନ ତାପମାତ୍ରା। ତାପମାତ୍ରା ହ୍ରାସ ପାଇ ତୁହିନର ଆସ୍ତରଣ ପଡ଼ିଥିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନ ପକ୍ଷରୁ ସୂଚନା ଦିଆଯାଇଛି।
ଶିମିଳିପାଳ ଅଭୟାରଣ୍ୟର ପର୍ବତମାଳା ଘେରା ଜିଲାରେ ଥିବା ୨୬ ବ୍ଲକ ମଧ୍ୟରୁ ଅଧିକାଂଶ ସ୍ଥାନରେ ୪ ଦିନ ଧରି ଜିଲାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି। ଗତ ୨୪ଘଣ୍ଟା ମଧ୍ୟରେ ସର୍ବନିମ୍ନ ୮.୨ଡିଗ୍ରୀ ତଳକୁ ଖସି ୮.୫ ଡିଗ୍ରୀ ସେଲିସିୟସ ଥିବା ରେକର୍ଡ ହୋଇଛି। ବିଗତ ବର୍ଷଗୁଡ଼ିକରେ ଏହି ଅଭୟାରଣ୍ୟରେ ଶୂନ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ଚଳିତବର୍ଷ ତାପମାତ୍ରା ଆହୁରି ଖସିବ ବୋଲି ଆକଳନ କରାଯାଇଛି। ଶିମିଳିପାଳ ଭିତରେ ରହୁଥିବା ପର୍ଯ୍ୟଟକଙ୍କ ଗାଡ଼ି, ନେଚର କ୍ୟାମ୍ପ ଓ ଘାସ ଗାଲିଚା ଉପରେ ତୁଷାରପାତ ଦେଖି ପର୍ଯ୍ୟଟକମାନେ ଖୁସି ହେବା ସହ ମଜା ଉଠାଇଛନ୍ତି। ରାତି ହେଲେ ଗଁା ଗଣ୍ଡା ଲୋକେ ଚୁଲି ମୂଳେ କିମ୍ବା ଖୋଲା ସ୍ଥାନରେ ନିଆଁ ଜାଳି ବସିରହୁଛନ୍ତି। ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ପ୍ରବାହିତ ହେଉଥିବାରୁ ଶୀତ ବଢ଼ିବାରେ ଲାଗିଛି। ସପ୍ତାହେ ପର୍ଯ୍ୟନ୍ତ ଏହି ଶୀତ ଜାରି ରହିବ ବୋଲି ଜରୁରୀକାଳୀନ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri