ହାତୀ ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

କେନ୍ଦୁଝର,୭ା୧(ସ୍ବ.ପ୍ର.): କେନ୍ଦୁଝର ଡିଏଫ୍‌ଓଙ୍କ କାର୍ଯ୍ୟାଳୟରେ ଆର୍‌ସିସିଏଫ୍‌ ରାଉରକେଲାର ଅରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ହାତୀମାନଙ୍କ ସୁରକ୍ଷାକୁ ନେଇ ଆଞ୍ଚଳିକସ୍ତରରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ହାତୀମାନଙ୍କର ବିଭିନ୍ନ ସମସ୍ୟା ଏବଂ ସେସବୁର ସମାଧାନ ଉପରେ ଆଲୋଚନା ହୋଇଥିଲା। ବିଶେଷକରି ହାତୀମାନଙ୍କ ସଂଖ୍ୟାର ନୀରିକ୍ଷଣ,ହାତୀ ଶିକାର ରୋକିବା ପାଇଁ ସ୍ବତନ୍ତ୍ର ପ୍ରଣାଳୀ ପ୍ରସ୍ତୁତ,ରେଳ ରାସ୍ତା ଦୁର୍ଘଟଣା ରୋକିବା,ବିଦ୍ୟୁତ ଆଘାତରୁ ସୁରକ୍ଷା, ହାତୀମାନଙ୍କ ସୁରକ୍ଷା ଲୋକଙ୍କ ସହଭାଗିତାରେ କିପରି କରାଯାଇପାରିବ ତାହା ନିର୍ଦ୍ଧାରଣ କରାଯାଇଥିଲା। ଏହାବ୍ୟତୀତ ହାତୀ ଉପଦ୍ରବ ଜନିତ କ୍ଷୟକ୍ଷତି କ୍ଷତିଗସ୍ତ ଲୋକଙ୍କୁ ଠିକ୍‌ ସମୟରେ ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଗଜସାଥୀ ଜନସୁରକ୍ଷା-ଗଜରକ୍ଷା ଆଦି ଯୋଜନା ବିଷୟରେ ଆଲୋଚନା ହୋଇଥିଲା। ଗତ ୧୦ବର୍ଷରେ ହୋଇଥିବା ହାତୀ ମୃତ୍ୟୁ ବିଭିନ୍ନ ଡିଭିଜନରେ ହାତୀମାନଙ୍କ ବିପଦ ସୃଷ୍ଟି କରୁଥିବା ବ୍ୟବସ୍ଥା,ହାତୀମାନଙ୍କ କରିଡର,ଚଲାପଥ ଆଦି ବିଷୟରେ ଆଲୋଚନା ହୋଇଥିଲା । ଏହି ବୈଠକରେ କେନ୍ଦୁଝର ଡିଏଫ୍‌ ନଟରାଜ ଏଚ୍‌ଡିଙ୍କ ସମେତ ବଣେଇ, ଦେବଗଡ଼, ରାଉଲକେଲା, ସୁନ୍ଦରଗଡ଼ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସମେତ ବନ ବିଭାଗର ବହ ବରିିଷ୍ଠ ଅଧିକାରୀ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନନ୍ଦପୁର ଷ୍ଟାଡିୟମରେ ଖୋଲିଲା ପରିବା ବଜାର

ଆନନ୍ଦପୁର,୩୦।୩(ସ୍ବ.ପ୍ର.)-କରୋନା ଭାଇରସର ସଫଳ ମୁକାବିଲା ପାଇଁ ପ୍ରଶାସନିକସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ପୌରପରିଷଦ ପକ୍ଷରୁ ଆନନ୍ଦପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ବୃଦ୍ଧି ପାଇଥିବା ପରିବା...

ବ୍ରିଜ୍‌ ବାଡ଼ରେ ପିଟିହେଲା ବୁଲେଟ୍‌, ୨ ଗୁରୁତର

କେନ୍ଦୁଝର,୨୩ା୭(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅଞ୍ଚଳ ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥର ବାଲିଆଗୋଡ଼ା ଓଭରବ୍ରିଜ୍‌ରେ ଶନିବାର ସନ୍ଧ୍ୟାରେ ଏକ ବୁଲେଟ ଦୁର୍ଘଟଣାଗ୍ରସ୍ତ ହୋଇଛି।...

ସୀତାବିଞ୍ଜିରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଢେଙ୍କିକୋଟ,୧୬।୬(ଡି.ଏନ.ଏ) – କେନ୍ଦୁଝର ଜିଲା ଢେଙ୍କିକୋଟ ପୋଲିସ ବିଟ ହାଉସ ଅନ୍ତର୍ଗତ ସାନ୍ତରାପୁର ପଞ୍ଚାୟତ ସୀତାବିଞ୍ଜିଠାରେ ପ୍ରତିବର୍ଷ ପରି ଚଳିତ ବର୍ଷ ରଜ ମେଳା ଆରମ୍ଭ...

ଛେଳିର ଅନ୍ତ୍ୟେଷ୍ଟିକ୍ରିୟା

ପାଟଣା,୧୭ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀକାପୁଡ଼ି ପଞ୍ଚାୟତ ଅଧୀନ ତେନ୍ତେଳା ଗ୍ରାମରେ ବୁଧବାର ପ୍ରାଣୀ ଓ ମଣିଷ ଭିତରେ ଥିବା ଅନାବିଳ ସମ୍ପର୍କ ଦେଖିବାକୁ...

ଘରେ ଶୋଇଥିବା ବେଳେ କଚାଡ଼ି ମାରିଲା ହାତୀ

କେନ୍ଦୁଝର,୧।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ଅନ୍ତର୍ଗତ ଦୁବୁଲାବେଡ଼ା ଗ୍ରାମରେ ଶୁକ୍ରବାର ରାତିରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ କ୍ଷେତ୍ରବାସୀ ମହାନ୍ତ।...

୧୩ବର୍ଷର ବାଳକଙ୍କ ହୃଦ୍‌ ପ୍ରତିରୋପଣ ସଫଳ

କେନ୍ଦୁଝର, ୧୭ା୩ (ସ୍ବ.ପ୍ର.)-କେନ୍ଦୁଝର ଜିଲାର ଘଟଗାଁ ବ୍ଲକ କୁଣ୍ଡାପିଠା ଗ୍ରାମର ବାଦଲ ପଇଦା (୧୩) ଙ୍କ ହୃଦ୍‌ପ୍ରତିରୋପଣ ସଫଳ ହୋଇଛି । ସେ ଓଡିଶାର ପ୍ରଥମ...

ଘରୁ ଆସି ଆଉ ଫେରିଲେନି କୁଳମଣି

ପାଟଣା ୪।୪(ସ୍ବ.ପ୍ର.):କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ଦାଶରଥିପୁର -ବଳିଆପଶିବାଙ୍କ ରାସ୍ତାରେ ରବିବାର ବିଳମ୍ବିତ ରାତିରେ ଏକ ବାଇକ୍‌ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ଘଟିଛି।...

ମନ୍ଦିର କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଜବତ

କେନ୍ଦୁଝର,୨୪ା୧୨(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ବଡ଼ଶାସନଠାରେ ଥିବା ବାଲୁଙ୍କେଶ ମହେଶ ମନ୍ଦିରରେ କାମ କରୁଥିବା ଜଣେ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ପୋଲିସ ଶନିବାର ଜବତ...

Advertisement
Archives

Model This Week