ଖଳା ନିର୍ମାଣ ପ୍ରାପ୍ୟ ଦାବିରେ ଆମରଣ ଅନଶନ

କର୍ଲାମୁଣ୍ଡା,୧୮ା୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ୧୯-୨୦ ଆର୍ଥିକ ବର୍ଷରେ ବିଭିନ୍ନ ପଞ୍ଚାୟତରେ ଧାନଖଳା ନିର୍ମାଣର ୨ ବର୍ଷ ପରେ ମଧ୍ୟ ଟଙ୍କା ମିଳି ନ ଥିବାରୁ ବୁଧବାର କାମରେ ନିୟୋଜିତ ମେଟ୍‌ ଓ ଶ୍ରମିକମାନେ ବ୍ଲକ ସମ୍ମୁଖରେ ଆମରଣ ଅନଶନରେ ବସିଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, କର୍ଲାମୁଣ୍ଡା ବ୍ଲକର ୧୨ଟି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଧାନଖଳା ନିର୍ମାଣ ପାଇଁ ପ୍ରତି ଖଳାକୁ ୭ ଲକ୍ଷ ୩୨ ହଜାର ଟଙ୍କା ଲେଖାଏ ମୋଟ୍‌ ୮୭ ଲକ୍ଷ ୮୪ ହଜାର ଟଙ୍କା ଅନୁଦାନ ଆସିଥିଲା। ଏଥିରେ ବ୍ଲକର ତେରେସିଂହା କଲୋନୀପଡ଼ା, କର୍ଲାମୁଣ୍ଡା ପଞ୍ଚାୟତର କର୍ଲାମୁଣ୍ଡା ବସ୍ତି ପାଣି ପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ, ଗଜବାହଲ ପଞ୍ଚାୟତର ଅବୁଜବାହାଲ ଡୁଙ୍ଗୁରୀ, ରିଞ୍ଜା ପଞ୍ଚାୟତର ରେଙ୍ଗାଲି, ରେଗଡ଼ା ପଞ୍ଚାୟତର ରେଗଡ଼ା, ଯୋରାଡବ୍ରା ପଞ୍ଚାୟତର ଯୋରାଡବ୍ରାଠାରେ ନିର୍ମାଣ ହୋଇଥିଲା। କାର୍ଯ୍ୟ ଶେଷ ହେବାର ୨ ବର୍ଷରୁ ଊର୍ଦ୍ଧ୍ୱ ଦିନ ବିତିଯାଇଥିଲେ ମଧ୍ୟ କାମ କରିଥିବା ଶ୍ରମିକ, ମେଟ୍‌ ଓ ବିଭିନ୍ନ ସାମଗ୍ରୀ ଓ ତଥା ଭଡ଼ା ବାବଦକୁ ଟଙ୍କା ପାଉ ନ ଥିବାରୁ ମେଟ୍‌ମାନେ ଆମରଣ ଅନଶନରେ ବସିଥିବା କପିନ୍ଦ୍ର ରଣା, ବିରଞ୍ଚତ୍ ରଣା, ଶଶିଭୂଷଣ ସାହୁ, ଉତ୍ତମ ରଣା, ଅର୍ଜୁନ ସାହୁ ପ୍ରମୁଖ କହିଛନ୍ତି। ତେବେ ଖବର ଲେଖାହେବା ସୁଦ୍ଧା ଆମରଣ ଅନଶନ ସ୍ଥଳରେ କୌଣସି ବ୍ଲକ ଅଧିକାରୀ ଆସି ନ ଥିବା ଦୁର୍ଭାଗ୍ୟର ବିଷୟ ବୋଲି ଅନଶନକାରୀମାନେ କହିଛନ୍ତି। ଅନ୍ୟପକ୍ଷରେ ଗତ ସେପ୍ଟେମ୍ବରରେ ଉକ୍ତ ବ୍ୟକ୍ତିମାନେ ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ ଓ ତତ୍‌କାଳୀନ ବିଡିଓ ପ୍ରିୟଦର୍ଶନୀ ମିର୍ଦ୍ଧା ୧ ମାସ ମଧ୍ୟରେ ପଦକ୍ଷେପ ନିଆଯିବ ବୋଲି କହିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏନେଇ ସ୍ଥାନୀୟ ବିଡିଓ ସୁଚରିତା ମୁଗ୍ରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ ଗ୍ରହଣ କରୁ ନ ଥିବାରୁ ତାଙ୍କ ପ୍ରତିକ୍ରିୟା ନିଆଯାଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ନାମାଙ୍କନପତ୍ର ଦାଖଲ: ଶକ୍ତି ପ୍ରଦର୍ଶନ କରି ଛାତ୍ରୀଛାତ୍ର…

ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନାମାଙ୍କନରେ ଦେଖିବାକୁ ମିଳିଛି ଶକ୍ତି ପ୍ରଦର୍ଶନ। ବିଶାଳ ପଟୁଆରରେ ବିଶ୍ୱବିଦ୍ୟାଳୟକୁ…

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

ଭୋଟ୍‌ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ ନାରାରେ କମ୍ପିଲା ଲାଞ୍ଜିଗଡ଼

ଲାଞ୍ଜିଗଡ଼,୮ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ପ୍ରଭାବ ଦେଖିବାକୁ ମିଳିଛି। ବନ୍ଦକୁ…

ବୋରିଆ ସ୍କୁଲରେ ଶିକ୍ଷକ ଅଭାବ: ପାଠପଢ଼ାରେ ବ୍ୟାଘାତ

କେସିଙ୍ଗା, ୮।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ଗ୍ରାମରେ ଜାତୀୟ ରାଜପଥ-୨୬ କଡ଼ରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅସନ୍ତୋଷ…

କଳାହାଣ୍ଡିରେ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଜାତୀୟ ରାଜପଥ ଅବରୋଧ କରି ବିକ୍ଷୋଭକାରୀ…

ଭବାନୀପାଟଣା,୮ା୧୦(ଉତ୍ତମ କୁମାର ଦାଶ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ପ୍ରଭାବ କଳାହାଣ୍ଡି ଜିଲାରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ…

ଦୋକାନବଜାର ବନ୍ଦ, ଗାଡ଼ି ଚଳାଚଳ ଠପ୍‌: କର୍ଲାମୁଣ୍ଡାରେ ଓଡ଼ିଶା ବନ୍ଦର ପ୍ରଭାବ

କର୍ଲାମୁଣ୍ଡା, ୮।୧୦(ପ୍ରଦୀପ କୁମାର ସାହୁ): ଗୁରୁବାର ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାକୁ କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି। ବନ୍ଦ ଯୋଗୁ ସକାଳୁ ବ୍ଲକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?