ହାତୀ ମୃତ୍ୟୁ ରୋକିବାକୁ ୧୦ ସୂତ୍ରୀ ଯୋଜନା: ଶ୍ରୀଲଙ୍କା ଢାଞ୍ଚାରେ ହେବ ସୌରବାଡ଼

କଟକ ଅଫିସ, ୧୯ା୧: ଓଡ଼ିଶାରେ ହାତୀ ମୃତ୍ୟୁ ରୋକିବାକୁ ୧୦ ସୂତ୍ରୀ ଯୋଜନା କରାଯାଇଥିବା ନେଇ ବୁଧବାର ହାଇକୋର୍ଟଙ୍କୁ ସତ୍ୟପାଠ ମାଧ୍ୟମରେ ଅବଗତ କରିଛନ୍ତି ମୁଖ୍ୟ ବନ ସଂରକ୍ଷକ। ସେହିପରି ଜନସୁରକ୍ଷା ଗଜରକ୍ଷା ଯୋଜନାରେ ଶ୍ରୀଲଙ୍କା ଢାଞ୍ଚାରେ ସୌରବାଡ଼ ଘେରାଇବା ସମ୍ପର୍କରେ ମୁଖ୍ୟ ବନ ସଂରକ୍ଷକ ମଧ୍ୟ ଦର୍ଶାଇଛନ୍ତି। ତେବେ ରାଜ୍ୟ ମୁଖ୍ୟ ଶାସନ ସଚିବ ଯୋଜନାକୁ ୨ ସପ୍ତାହ ମଧ୍ୟରେ ଅନୁମୋଦନ କରିବା ସହ ମାସକ ମଧ୍ୟରେ ଯୋଜନା କାର୍ଯ୍ୟକାରୀ କରାଯିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ବିଚାରପତି ମୁରାହରି ଶ୍ରୀ ରମଣଙ୍କ ମିଳିତ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। ଆସନ୍ତା ମାର୍ଚ୍ଚ ୧୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ହାତୀ ସୁରକ୍ଷା ପାଇଁ ହୋଇଥିବା ନୂତନ ଯୋଜନାରେ ପ୍ରତି ଜିଲାସ୍ତରରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ହ୍ୟୁମାନ ଲାଇଫ କନଫ୍ଲିକ୍ଟ ଲିଟିଗେଶନ କମିଟି ଗଠନ କରାଯିବ। ଏଥିରେ ଡିଏଫଓ ମେମ୍ବର ସେକ୍ରେଟାରି ରହିବା ସହ ଏସ୍‌ପି ଓ ବିଦ୍ୟୁତ ବିଭାଗର ଜଣେ ଲେଖାଏ ପ୍ରତିନିଧି ଭାବେ ସାମିଲ ହେବେ। ସେହିପରି ରାଜ୍ୟ ସ୍ତରରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହେବ। ହାତୀ ସୁରକ୍ଷା ପାଇଁ ୧୦ ସୂତ୍ରୀ ଯୋଜନାକୁ ଉଚ୍ଚସ୍ତରୀୟ କମିଟି ଅନୁମୋଦନ କରିବ। ଏଥିସହ ଓଡ଼ିଶାକୁ ୪ଟି ଜୋନରେ ଭାଗ କରାଯାଇଛି। ପ୍ରଥମ ଜୋନ୍‌ରେ ହାତୀ ସୁରକ୍ଷା, ଦ୍ୱିତୀୟ ଜୋନ୍‌ରେ ହାତୀ-ମଣିଷ ସହାବସ୍ଥାନ, ତୃତୀୟ ଜୋନ୍‌ରେ ହାତୀ-ମଣିଷ ଲଢ଼େଇର ସମାଧାନ, ଚତୁର୍ଥ ଜୋନ୍‌ରେ ହାତୀ ଅପସାରଣକୁ ଗୁରୁତ୍ୱ ଦିଆଯାଇଛି। ଜଏଣ୍ଟ ଟାସ୍କଫୋର୍ସ ସଦସ୍ୟ ଡ. ରମଣ ସୁକୁମାର ଦର୍ଶାଇଥିଲେ, ସ୍ଥାନୀୟ ଲୋକମାନେ ଖୋଲା ବିଦ୍ୟୁତ ତାରରୁ ବେଆଇନ ଭାବେ ହୁକ ପକାଇ ବିଜୁଳି ବ୍ୟବହାର କରୁଛନ୍ତି, ଯାହାକି ହାତୀ ମୃତ୍ୟୁର ଅନ୍ୟତମ କାରଣ ହୋଇଛି। ବିଦ୍ୟୁତ ବଣ୍ଟନ କମ୍ପାନୀ ଟାଟା ପାଓ୍ବାର ଏନେଇ ପଦକ୍ଷେପ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫସଲକୁ ହାତୀଙ୍କ କବଳରୁ ରକ୍ଷା କରିବା ପାଇଁ ଶ୍ରୀଲଙ୍କା ଢାଞ୍ଚାରେ ସୌରବାଡ଼ କରାଯିବ, ଯାହାକି ହାତୀଙ୍କ ଶୁଣ୍ଢରେ ବାଜିଲେ ସାମାନ୍ୟ ଆଘାତ ଦେବ ଓ ହାତୀ ପଛକୁ ହଟିବେ। ଏହାକୁ ପାଇଲଟ ପ୍ରକଳ୍ପ ଭିତ୍ତିରେ କେତେକ ଅଞ୍ଚଳରେ ଆରମ୍ଭ କରିବାକୁ ହାଇକୋର୍ଟ କହିଛନ୍ତି। ଏହାବାଦ ବିଭିନ୍ନ ରାଜ୍ୟ ତଥା ଦେଶରେ ହାତୀଙ୍କ ପାଇଁ କରାଯାଇଥିବା ପ୍ରକଳ୍ପଗୁଡ଼ିକ ଅନୁଧ୍ୟାନ କରାଯାଉଛି। କର୍ନାଟକ ଏଲିଫ୍ୟାଣ୍ଟ ଟାସ୍କଫୋର୍ସ ଭଳି ଓଡ଼ିଶାରେ ମଧ୍ୟ ଟାସ୍କଫୋର୍ସ ଗଠନ କରାଯିବ। ସବୁଠାରୁ ବଡ଼ କଥା ହେଉଛି ଲୋକଙ୍କ ସହଯୋଗରେ ହାତୀ ସୁରକ୍ଷା କାର୍ଯ୍ୟକ୍ରମ ଆଗକୁ ନିଆଯିବ। ଜନସୁରକ୍ଷା ଗଜରକ୍ଷା ଯୋଜନାରେ ଲୋକଙ୍କୁ ସାମିଲ କରାଯିବ। ଲୋକଙ୍କୁ ହାତୀ ସୁରକ୍ଷା ସମ୍ପର୍କରେ ଅବଗତ କରାଯିବ। ଏହାବାଦ୍‌ ଜଙ୍ଗଲ ମଧ୍ୟରେ ହାତୀଙ୍କ ବାସସ୍ଥଳୀର ଉନ୍ନତୀକରଣ ସହ ପ୍ରଚୁର ଖାଦ୍ୟ ବ୍ୟବସ୍ଥା କରାଯିବ। ଏଥିପାଇଁ ବାଉଁଶ ଚାରା ଓ ବୁଦାଳିଆ ଗଛ ରୋପଣ ସହ ପାଣି ବ୍ୟବସ୍ଥା ମଧ୍ୟ ହେବାର ଯୋଜନା ରହିଛି। ଶିମିଳିପାଳ ହାତୀ ମୃତ୍ୟୁ ମାମଲାରେ ଏଯାଏ ଚାର୍ଜଶିଟ୍‌ ଦାଖଲ କରାଯାଇ ନ ଥିବାରୁ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରି ଆଗାମୀ ଶୁଣାଣି ପୂର୍ବରୁ ଚାର୍ଜଶିଟ୍‌ କୋର୍ଟ ଦାଖଲ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ମାମଲାରେ ଜାମିନ ପାଇଥିବା ୩ ଅଧିକାରୀ ଏବେ ତଦନ୍ତରେ ସହଯୋଗ କରୁ ନ ଥିବାରୁ ସେମାନଙ୍କ ନାମରେ କୋର୍ଟ ପକ୍ଷରୁ ଜାମିନବିହୀନ ଗିରଫ ପରଓ୍ବାନା ଜାରି କରାଯାଇଛି ବୋଲି ସ୍ଥାନୀୟ ପୋଲିସ ପକ୍ଷରୁ ଅଦାଲତଙ୍କୁ ଅବଗତ କରାଯାଇଥିଲା। ଏହି ମାମଲାରେ ଜେଟିଏଫ ପକ୍ଷରୁ ସାନି ସତ୍ୟପାଠ ଆଗାମୀ ତାରିଖରେ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri