ପାଭେଲଙ୍କ ମୃତ୍ୟୁ ତଦନ୍ତ ପାଇଁ ରାୟଗଡ଼ାରେ କେନ୍ଦ୍ରୀୟ ଗୁଇନ୍ଦା ବିଭାଗର ତନାଘନା
ରାୟଗଡ଼ା ଅଫିସ,୨୯ା୧୨: ପାଭେଲ ଏବଂ ବିଦାନୋଭଙ୍କ ମୃତ୍ୟୁ ରହସ୍ୟର ଗୁମର ଖୋଲିବାକୁ ରାୟଗଡ଼ାରେ ପହଞ୍ଚିଛି କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା। ସୂଚନା ଅନୁସାରେ, ଗୁରୁବାର ସକାଳେ ହୋଟେଲ ସାଇ ଇଣ୍ଟରନ୍ୟାଶନାଲଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ବିଭିନ୍ନ ସ୍ଥାନକୁ ଯାଇ ତଦନ୍ତ…
ହାତୀ ଶିକାର ଘଟଣାର ସିବିଆଇ ତଦନ୍ତ ଦାବି
ବାରିପଦା ଅଫିସ,୨୯ା୧୨: ମୟୂରଭଞ୍ଜ ଜିଲାର ଶୋଭା ବର୍ଦ୍ଧନ କରୁଥିବା ଜାତୀୟ ଅଭୟାରଣ୍ୟ ‘ଶିମିଳିପାଳ ବଞ୍ଚାଅ’ ଅଭିଯାନକୁ ନେଇ ଅଗ୍ରଣୀ ଅଣ ରାଜନୈତିକ ସଙ୍ଗଠନ ଭଞ୍ଜସେନା ପକ୍ଷରୁ ଗୁରୁବାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ…
କେନ୍ଦୁଝରରେ ରେଡ୍ ହେଡେଡ୍ ଡକ୍ସ
କେନ୍ଦୁଝର,୨୯ା୧୨(ସ୍ବ.ପ୍ର.): ଶୀତ ଋତୁ ଆସିଲେ କେନ୍ଦୁଝର ଜିଲାର ବିଭିନ୍ନ ଜଳାଶୟରେ ଦେଶ ଓ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ। ଚଳିତ ବର୍ଷ ଜିଲାକୁ ସୁଦୂର ଆମେରିକା ଓ କାନାଡ଼ାର ରେଡ୍ ହେଡେଡ ଡକ୍ସ ଆସିଥିବା ଦେଖିବାକୁ ମିଳିଛି। ବିଶେଷ କରି ଶାନ୍ତ…
ପାରାଦୀପରେ ପର୍ଯ୍ୟଟକଙ୍କ ଭିଡ଼
ପାରାଦୀପ,୨୯ା୧୨(ସ୍ବ.ପ୍ର.): ୨୦୨୨ ବର୍ଷର ଶେଷ ବୁଧବାର ପାରାଦୀପ ଦୁଇଟି ଘଟଣା ପାଇଁ ଚର୍ଚ୍ଚାର ପରିସରକୁ ଆସିଛି। ପାରାଦୀପରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି। ବିଶେଷକରି ନେହେରୁ ବଙ୍ଗଳା ମହାନଦୀ ମୁହାଣ ଅଞ୍ଚଳରେ ହଜାରରୁ ଅଧିକ ପର୍ଯ୍ୟଟକ ଭୋଜି କରିଛନ୍ତି।…
ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା, ଅଖାରେ ଭର୍ତ୍ତି କରି ନାଳରେ ଫୋପାଡି ଥିଲେ
ଦିଗପହଣ୍ଡି,୨୯ା୧୨(ଡି.ଏନ୍.ଏ.): ଦିଗପହଣ୍ଡି ବ୍ଲକ ବୋମକେଇ ଗ୍ରାମରେ ଗତ ୧୯ ତାରିଖରୁ ନିଖୋଜ ଥିବା କୃଷ୍ଣଚନ୍ଦ୍ର ବେହେରାଙ୍କ ଗଳିତ ମୃତଦେହ ପୋଲିସ ଗଜପତି ଜିଲା ଆର.ଉଦୟଗିରି ଥାନା ଲାଞ୍ଜିଆ ଗ୍ରାମ ନିକଟ ମାଙ୍କଡଡିଆଁ ନାଳରୁ ବୁଧବାର ଜବତ କରିଛି। ଅଖାରେ ବନ୍ଧାଯାଇଥିବା ମୃତଦେହକୁ…
ଗୁଳିମାଡ଼ରୁ ବର୍ତ୍ତିଲେ ବିଜେଡି ନେତା
ଢେଙ୍କାନାଳ ଅଫିସ, ୨୯।୧୨: ଢେଙ୍କାନାଳ ସହର ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ସନ୍ଧ୍ୟା ପ୍ରାୟ ୬ଟାରେ ଯୁବ ବିଜେଡି ନେତା ତଥା କାମାକ୍ଷାନଗର ଅଞ୍ଚଳର କାହ୍ନୁଚରଣ ସାହୁ (୪୦)ଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଏଥିରୁ ସେ ଅଳ୍ପକେ ବର୍ତ୍ତିଯାଇଥିବାବେଳେ ଦୁର୍ବୃତ୍ତମାନେ…
ଅଜଣା ଗାଡ଼ି ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ
କୁଆଁରମୁଣ୍ଡା,୨୯ା୧୨(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖସ୍ଥ ୧୪୩ ନମ୍ବର ଜାତୀୟ ରାଜପଥରେ ବୁଧବାର ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ କାରଖାନା ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ରାଜଗାଙ୍ଗପୁର ଥାନା ଗରିଆମାଳ ଅଞ୍ଚଳର…
ନିର୍ବାଚନର ୧୦ ମାସ ପରେ ବି ବ୍ଲକ ପରିସରରେ ଗଦା ହୋଇଛି ଭୋଟ୍ ବାକ୍ସ
କଟକ ସଦର,୨୯ା୧୨(ଡି.ଏନ୍.ଏ.): କଟକ ସଦର ବ୍ଲକ ପରିସରରେ ଥିବା ସାଇକେଲ ଷ୍ଟାଣ୍ଡରେ ଗଦା ହୋଇଛି ଭୋଟ୍ ବାକ୍ସ। ପଞ୍ଚାୟତ ନିର୍ବାଚନ ସରିବାର ୧୦ ମାସ ବିତି ଯାଇଥିଲେ ମଧ୍ୟ ବିଡିଓ କିମ୍ବା ଜିଲା ପ୍ରଶାସନର ଏଥି ପ୍ରତି ନଜର ନାହିଁ। କାରଣ…
ପାଭେଲ: ଆତ୍ମହତ୍ୟା ନା ହତ୍ୟା
ରାୟଗଡ଼ାରୁ ସୁନୀତ୍ ମିଶ୍ର, ୨୯ା୧୨: ଓଡ଼ିଶା ଭ୍ରମଣରେ ଆସିଥିବା ରୁଷିଆ ନାଗରିକ ଆଣ୍ଟୋଭ ପାଭେଲ ଏବଂ ତାଙ୍କ ବନ୍ଧୁ ଭ୍ଲାଡିମିର ବିଦାନୋଭଙ୍କ ରାୟଗଡ଼ାଠାରେ ରହସ୍ୟଜନକ ମୃତ୍ୟୁ ସମ୍ପର୍କରେ ଏବେ ଚର୍ଚ୍ଚା ବଢ଼ିବାରେ ଲାଗିଛି । ପ୍ରଥମରୁ ଯଦିଓ ଏହି ଘଟଣା ବାହାରକୁ…
ପୌର କାର୍ଯ୍ୟାଳୟର ତାଗିଦକୁ ନେଇ ଆବାସ ହିତାଧିକାରୀଙ୍କ ବଢୁଛି ଅସନ୍ତୋଷ
ଆନନ୍ଦପୁର,୨୮ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦର ଆବାସ ହିତାଧିକାରୀଙ୍କ ଚିନ୍ତା ବଢ଼ିଛି। ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀମାନେ ଯଥାଶୀଘ୍ର ଗୃହକାର୍ଯ୍ୟ ଶେଷ କରିବାକୁ କିଛି ଦିନ ଧରି ପୌରପରିଷଦ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ତାଗିଦ୍ କରାଯାଇଛି। ଏଭଳି ପରିସ୍ଥିତିକୁ…
ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଗାଁକୁ ଫେରିପାରିଲାନି ମୃତଦେହ
କୋକସରା,୨୮ା୧୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ବାଞ୍ଜିବାହାଲ ଗ୍ରାମର ଚମାର କୋଚିଆ (୫୨) ଆନ୍ଧ୍ରପ୍ରଦେଶ ରାଜ୍ୟ ବିଜୟଓ୍ବାଡା ନିକଟରେ ଥିବା ଏକ ଇଟାଭାଟିରେ କାମ କରୁଥିବା ବେଳେ ଅକସ୍ମାତ ଚେତାଶୂନ୍ୟ ହୋଇ ପଡ଼ିବାରୁ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆ…
ବୁଲେଟ୍ରୁ ଖସି ପଡ଼ି ଯୁବକଙ୍କ ମୃତ୍ୟୁ
ରାଇରଙ୍ଗପୁର,୨୮ା୧୨(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ବହଳଦା ଥାନା ଅନ୍ତର୍ଗତ ଗମ୍ଭାରିଆ ଗ୍ରାମାଞ୍ଚଳ ୨୨୦ ନଂ ଜାତୀୟ ରାଜପଥରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ପ୍ରକାଶ ଯେ, ଆଜି ଅପରାହ୍ନରେ…

