ଲାଲ୍‌ କଙ୍କଡ଼ାଙ୍କ ପ୍ରତି ଘନାଉଛି ବିପଦ

ମହାକାଳପଡ଼ା,୬ା୨(ଡି.ଏନ.ଏ.):ବିସ୍ତୀର୍ଣ୍ଣ ବେଳାଭୂମି ଆଉ ତାରି ଭିତରେ ମେକ୍ରୋ ସେରା ବା ଲାଲ୍‌ ରଙ୍ଗର କଙ୍କଡ଼ାଙ୍କ ମେଳି ସମୁଦ୍ର ବେଳାଭୂମିର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ କରେ। ଏହି କଙ୍କଡା ଓଡ଼ିଶା ଉପକୂଳର ବିଶେଷ ଭାବେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ଦେଖାଦେଉଛନ୍ତି। ମୁଖ୍ୟତଃ ଏମାନେ ସ୍ଥାନୀୟ ହୁକିଟୋଲା, ମାଦଳୀ, ଲଞ୍ଚଘୋଲା, ତଣ୍ଡା, ଅଗରନାସୀ ଆଦି ବାଲୁକା ଶଯ୍ୟାର ଗଭୀର ଗାତ ଏମାନଙ୍କ ବାସସ୍ଥାନ ପାଲଟିଛି। ବାଲୁକା ଶଯ୍ୟା ଉପରେ ଲାଲ କଙ୍କଡାମାନଙ୍କ ମେଳି ସୁନେଲୀ ବାଲି ଉପରେ ଲୁଚକାଳି ଖେଳ ପରିବେଶ ଓ ପ୍ରକୃତି ପ୍ରେମୀଙ୍କୁ ଅଭିଭୂତ କରୁଛି। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ କୂଳେ କୂଳେ ବିସ୍ତୀର୍ଣ୍ଣ ହେନ୍ତାଳ ଲୁଣା ଜଙ୍ଗଲ, ଜୈବବିବିଧତା ସାମୁଦ୍ରିକ ପରିବେଶ ସନ୍ତୁଳନ ରକ୍ଷା କରିବାରେ ଲାଲ୍‌ କଙ୍କଡା ମୁଖ୍ୟ ଭୂମିକା ନିର୍ବାହ କରିଥାନ୍ତି। ଏହି ପ୍ରଜାତିର କଙ୍କଡାଗୁଡିକ ୨ରୁ ୨ଫୁଟ୍‌ ପର୍ଯ୍ୟନ୍ତ ବାଲିରେ ଗାତ ଖୋଳି ବାସସ୍ଥାନ ବନେଇ ଥାନ୍ତି। ମୃତ ଶୈବାଳ, ମଲା ମାଛ ଓ ଛୋଟ ସାମୁଦ୍ରିକ ଜୀବଙ୍କୁ ଆହାର ରୂପେ ଗ୍ରହଣ କରିଥାନ୍ତି। ଲାଲ୍‌ କଙ୍କଡା ବିଶେଷକରି ଶୀତଋତୁରେ ପ୍ରଜନନ କରିଥାନ୍ତି। ମାଈ କଙ୍କଡା ଥରକେ ଶହେରୁ ଅଧିକ ଶାବକ ଜନ୍ମ ଦେଇଥାନ୍ତି। ପରେ ମା’ କଙ୍କଡ଼ା ସହ ସମୁଦ୍ର ବେଳାଭୂମି ଓ ସମୁଦ୍ର ଜଳରେ ବିଚରଣ କରିଥାନ୍ତି। ଏହି କଙ୍କଡାମାନଙ୍କ ଲମ୍ବ ୨ ଇଞ୍ଚ ହୋଇଥିବା ବେଳେ ୨ ବର୍ଷ ପର୍ଯ୍ୟନ୍ତ ବଞ୍ଚତ୍ଥାନ୍ତି। ଏମାନେ ସଂଘବଦ୍ଧ ଭାବେ ବସବାସ କରିବାକୁ ପସନ୍ଦ କରିଥାନ୍ତି। ପ୍ରାକୃତିକ ବିପର୍ଯ୍ୟୟ ଆସିବାର ଢେର୍‌ ପୂର୍ବରୁ ଏମାନେ ଆଗୁଆ ସୂଚନା ପାଇ ସ୍ଥାନ ପରିବର୍ତ୍ତନ କରିଥାନ୍ତି। ଶତ୍ରୁକୁ ଦେଖିବା ମାତ୍ରେ ନିଜ ଗାତ କିମ୍ବା ସମୁଦ୍ର ଜଳକୁ ଚାଲି ଯାଇଥାନ୍ତି।
ନବେ ଦଶକରେ ଏମାନଙ୍କ ସଂଖ୍ୟା ଢେର ଅଧିକ ଥିଲା। ଜଳବାୟୁ ପରିବର୍ତ୍ତନ, ସାମୁଦ୍ରିକ ଝଡ଼ ଓ ଅସନ୍ତୁଳିତ ପରିବେଶ, ଶିଳ୍ପ, କାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ସମୁଦ୍ର ଜଳରେ ମିଶିବା ଦ୍ୱାରା ଏମାନଙ୍କ ବଞ୍ଚତ୍ବା ଜୀବନ ଶୈଳୀ ବାଧକ ସାଜିଛି। ତଟକ୍ଷୟ ଓ ପ୍ଲାଷ୍ଟିକଜାତ ସାମଗ୍ରୀ ସମୁଦ୍ର ଜଳରେ ଭାସି ଆସି ବେଳାଭୂମିରେ କୁଢ଼ କୁଢ଼ ଜମିବା ଦ୍ୱାରା ଏମାନଙ୍କ ଚଳ ପ୍ରଚଳରେ ବାଧା ସୃଷ୍ଟି ହେଉଥିବାରୁ ପରିବେଶବିତ ଚିନ୍ତା ପ୍ରକଟ କଲେଣି। ସମୁଦ୍ର ବେଳାଭୂମିରେ ଏମାନେ ବିଚରଣ କରୁଥିବା ବେଳେ ଚିଲ, କୁଆ ଓ ଜଙ୍ଗଲି ଜନ୍ତୁମାନଙ୍କ ଦ୍ୱାରା ବେଳେ ବେଳେ ଶିକାର ହୋଇଥାନ୍ତି। ପରିବେଶବିତ୍‌ ସମରେନ୍ଦ୍ର ମାହାଳି କୁହନ୍ତି, ପରିବେଶ ସନ୍ତୁଳନ ରକ୍ଷାରେ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସମୁଦ୍ରର ଆବର୍ଜନାକୁ ଏମାନେ ଖାଇବା ଦ୍ୱାରା ପରିବେଶ ପରିଚ୍ଛନ୍ନ ରହିଥାଏ। ଏମାନଙ୍କ ସୁରକ୍ଷା ଓ ସଂରକ୍ଷଣ ଆବଶ୍ୟକତା ରହିଛି। ବୁଦ୍ଧିଜୀବୀ ସୁବାସ ସ୍ବାଇଁ କହିଛନ୍ତି, ଦିନ ଥିଲା ଆମ ଅଞ୍ଚଳରେ ଏମାନଙ୍କ ସଂଖ୍ୟା ଅଧିକ ଥିଲା। ବିଭିନ୍ନ କାରଣରୁ ସଂଖ୍ୟା ହ୍ରାସ ପାଇ ଚାଲିଛି। ଲାଲ କଙ୍କଡ଼ାଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସ୍ଥାନୀୟ ବନ ବିଭାଗ, ପର୍ଯ୍ୟଟକ ଆଗେଇ ଆସିଲେ ଏମାନଙ୍କ ବଂଶ ବିସ୍ତାର ହୋଇପାରିବ। ନଚେତ ଭବିଷ୍ୟତ ପିଢ଼ିମାନେ କେବଳ ଛବିରେ ଦେଖିବା ସାର୍‌ ହେବ ବୋଲି ସେ କହିଛନ୍ତି। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଭାରପ୍ରାପ୍ତ ରେଞ୍ଜ ଅଧିକାରୀ ମାନସ ଦାସଙ୍କ ପଚାରିବାରେ ଲାଲ୍‌ ରଙ୍ଗର କଙ୍କଡା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମୁଦ୍ର ବେଳାଭୂମି ବାଲୁକା ଶଯ୍ୟାରେ ଦେଖିବାକୁ ମିଳନ୍ତି। ସମୁଦ୍ର ବେଳାଭୂମି ଓ ସମୁଦ୍ର ନୀଳ ଜଳରାଶି ଢେଉରେ ଏମାନେ ବିଚରଣ କରୁଥିବା ବେଳେ ସମସ୍ତଙ୍କୁ ଖୁବ୍‌ ଆକର୍ଷଣ କରେ। ବିଭାଗ ଏହି ଲାଲ୍‌ ରଙ୍ଗର କଙ୍କଡା ପ୍ରତି ଯତ୍ନବାନ ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?