ଶ୍ରୀଲୋକନାଥଙ୍କ ଜାଗର ଯାତ୍ରା: ରାତି ୩ରେ ଉଠିବ ମହାଦୀପ

ପୁରୀ ଅଫିସ,୬ା୨:ଫାଲୁଗୁନ ମାସ କୃଷ୍ଣପକ୍ଷ ଏକାଦଶୀ ଅବସରରେ ବିଭିନ୍ନ ଶୈବପୀଠରେ ପଙ୍କୋଦ୍ଧାର ଏକଦଶୀ ନୀତି ପାଳନ କରାଯିବ। ସେହିପରି ଚତୁର୍ଦ୍ଦଶୀରେ ମହାଶିବରାତ୍ରୀ ବା ଜାଗର ଯାତ୍ରା ପାଳନ ହେବ। ତିଥି ଅନୁଯାୟୀ, ଚଳିତ ମାସ ୧୬ ତାରିଖରେ ପଙ୍କୋଦ୍ଧାର ଏକାଦଶୀ ଓ ୧୮ ତାରିଖରେ ମହାଶିବରାତ୍ରୀ ବା ଜାଗର ପଡୁଛି। ଏଥିପାଇଁ ଶ୍ରୀଲୋକନାଥ ଦେବଙ୍କ ପଙ୍କୋଦ୍ଧାର ଏକାଦଶୀ ଏବଂ ମହାଶିବରାତ୍ରୀର ନୀତି ନିିର୍ଘଣ୍ଟ ହୋଇଛି। ଏ ନେଇ ଉପଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ନୀତି ନିର୍ଘଣ୍ଟ ଅନୁଯାୟୀ, ପଙ୍କୋଦ୍ଧାର ଏକାଦଶୀ ପୂର୍ବଦିନ ଅର୍ଥାତ ୧୫ ତାରିଖ ରାତି ୨ଟାରେ ପହୁଡ଼ ଦ୍ୱାର ଖୋଲାଯିବ। ରାତ୍ର ୩ଟାରେ ମଙ୍ଗଳ ଆଳତି, ଅବକାଶ ଇତ୍ୟାଦି ନୀତି ସମ୍ପନ୍ନ କରାଯିବ। ଭୋର ୪ଟାରୁ ସକାଳ ୬ଟା ମଧ୍ୟରେ ଶ୍ରୀଲୋକନାଥ ଦେବଙ୍କ ସକାଳ ଧୂପ, ୭ଟା ମଧ୍ୟରେ ମଧ୍ୟାହ୍ନ ଧୂପ, ୭ଟାରୁ ୮ଟା ମଧ୍ୟରେ ଏକାଦଶୀ ଦର୍ଶନ ଏବଂ ୮ଟାରୁ ପଙ୍କୋଦ୍ଧାର କାର୍ଯ୍ୟକ୍ରମ କରାଯାଇ ମାଘସ୍ନାନ ନୀତି ଅନୁଷ୍ଠିତ ହେବ। ନୀତି ପରଠାରୁ ରାତ୍ର ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ହେବ। ରାତ୍ର ୯ଟାରୁ ୧୧ଟା ମଧ୍ୟରେ ଧୂପ, ଅନ୍ୟାନ୍ୟ ନୀତି ଓ ବଡ଼ସିଂହାର ନୀତି ହୋଇ ରାତ୍ର ପହୁଡ଼ କରାଯିବ। ସେହିପରି ଜାଗର ଯାତ୍ରାର କାର୍ଯ୍ୟସୂଚୀ ଅନୁଯାୟୀ, ରାତ୍ର ୧୨ଟା ୩୦ରେ ପହୁଡ଼ ଦ୍ୱାର ଖୋଲାଯିବ। ରାତ୍ର ୧ଟାରୁ ଭୋର ୪ଟା ମଧ୍ୟରେ ମଙ୍ଗଳ ଆଳତି, ଅବକାଶ ଓ ସୂର୍ଯ୍ୟପୂଜା ଇତ୍ୟାଦି ସମ୍ପନ୍ନ ହେବ। ଭୋର ୪ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ହେବ। ଶ୍ରୀଲୋକନାଥ ଦେବଙ୍କ ଚଳନ୍ତି ପ୍ରତିମା ଶ୍ରୀଜଗନ୍ନାଥ ମନ୍ଦିରରୁ ବାହାରି ସହରର ବିଭିନ୍ନ ସ୍ଥାନରେ ପନ୍ତିଭୋଗ ସମ୍ପାଦନ କରି ରାତ୍ର ୧୧ଟା ୩୦ରେ ଶ୍ରୀଲୋକନାଥ ମନ୍ଦିରରେ ପହଞ୍ଚିବେ। ରାତ୍ରି ୧୦ଟାରୁ ରାତ୍ର ୨ଟା ମଧ୍ୟରେ ଲୋକନାଥଙ୍କ ବିଭିନ୍ନ ନୀତି ହେବ। ରାତ୍ର ୨ଟାରୁ ୩ଟା ପର୍ଯ୍ୟନ୍ତ ହରିହର ପୂଜା ଭୋଗ ସମ୍ପନ୍ନ, ଚତୁର୍ଦ୍ଦଶୀ ଭୋଗ, ବଡ଼ ସିଂହାର ବେଶ କରାଯାଇ ରାତି ୩ଟାରେ ମହାଦୀପ ପ୍ରଜ୍ଜଳନ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରଦ୍ଧାଳୁମାନେ ବ୍ୟାରିକେଡ୍‌ ଦେଇ ଭିତରେ ପ୍ରବେଶ କରିବେ। ଠାକୁରଙ୍କୁ ଦର୍ଶନ ପରେ ଅନ୍ୟ ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଭକ୍ତଙ୍କ ସୁରକ୍ଷା, ପାନୀୟ ଜଳ, ଆଲୋକ, ପରିମଳ, ଶୌଚାଳୟ ଏବଂ ବ୍ୟାରିକେଡ ବ୍ୟବସ୍ଥା କରାଯିବ। ଗମ୍ଭୀରା ଭିତରେ ଦୀପ ଜାଳିବା ପାଇଁ ଭକ୍ତଙ୍କୁ ଅନୁମତି ଦିଆଯିବ ନାହିଁ। ଜାଗର ପଡ଼ିଆରେ ପୋଲିସ ନିୟନ୍ତ୍ରଣ କକ୍ଷ, ଆଶୁ ଚିକିତ୍ସା ଶିବିର, ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରଦର୍ଶନୀ, ପୌରସଂସ୍ଥା ଶିବିର, ଜଳ ଯୋଗାଣ କେନ୍ଦ୍ର, ଅଗ୍ନିଶମ ନିୟନ୍ତ୍ରଣ କେନ୍ଦ୍ର ଖୋଲାଯିବ। ଗହଳି ନିୟନ୍ତ୍ରଣ ପାଇଁ ବ୍ୟାପକ ପ୍ଲାଟୁନ ପୋଲିସ ସହ ଅଧିକାରୀମାନେ ମୁତୟନ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri