କୋର୍ଟ କର୍ମଚାରୀଙ୍କ ଘରୁ ଚୋରି: ଅଭିଯୁକ୍ତ ଗିରଫ

ବଡ଼ବିଲ,୯।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ କୋର୍ଟର କର୍ମଚାରୀ ଗୀତାଞ୍ଜଳୀ କିଷାନଙ୍କ ଘର ତାଲା ଭାଙ୍ଗି ଲାପଟପ୍‌ ଓ ଟାବ୍ଲେଟ୍‌ ଚୋରି ଅଭିଯୋଗରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ସୁନ୍ଦରାବସ୍ତି ଅଞ୍ଚଳର ରାମ ଚାମ୍ପିଆ ଓରଫ କେଲା।

ସୂଚନା ଅନୁଯାୟୀ, ବଡ଼ବିଲ କୋର୍ଟରେ କନିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଗୀତାଞ୍ଜଳୀ ବଡ଼ବିଲ ସୁନ୍ଦରାବସ୍ତିରେ ଏକ ଭଡା ଘରେ ରୁହନ୍ତି। ମଙ୍ଗଳବାର ଗୀତାଞ୍ଜଳୀ କୋର୍ଟ କାର୍ଯ୍ୟ ସାରି ରାତିରେ ସେ ରହୁଥିବା ଭଡା ଘରେ ପହଞ୍ଚିଥିଲେ। ଘର ତାଲା ଭଙ୍ଗାଯାଇଥିବା ଦେଖିବାକୁ ପାଇବା ସହ ଘର ଭିତରେ ଥିବା ଲାପଟପ ଓ ଟାବ୍ଲେଟ୍‌ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ ଗୀତାଞ୍ଜଳୀ। ଏ ନେଇ ଗୀତାଞ୍ଜଳୀ ତୁରନ୍ତ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ବଡ଼ବିଲ ଥାନା କେଶ ନଂ ୩୪/୨୦୨୩ରେ ଏକ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ନିକଟରେ ଥିବା ସିସି କ୍ୟାମେରାରେ କଏଦ ହୋଇଥିବା ଚିତ୍ରରୁ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ସକ୍ଷମ ହୋଇଥିଲା। ଏହାପରେ ଅଭିଯୁକ୍ତଙ୍କୁ ବୁଧବାର ହୋଟେଲ ଲକି ଇଣ୍ଡିଆ ନିକଟରୁ ଗିରଫ କରିଥିଲା। ପଚରାଉଚରାରୁ ଅଭିଯୁକ୍ତ ଚୋରି କରିଥିବା ସ୍ବୀକାର କରିଥିବା ଜଣାପଡ଼ଥିଲା। ଏହାପରେ ପୋଲିସ ଅଭିଯୁକ୍ତ ରାମଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ନିର୍ବାଚନ ପ୍ରକ୍ରିୟାକୁ ତାରିଫ କଲେ ଟ୍ରମ୍ପ, ଜ୍ଞାନେଶ କୁମାରଙ୍କ ନାମ ନେଇ ବଡ଼ କଥା କହିଲେ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ନିର୍ବାଚନ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ଆମେରିକାରେ କଠୋର ଭୋଟିଂ ନିୟମ ଏବଂ ‘ସେଭ ଆମେରିକା ଆକ୍ଟ’ କାର୍ଯ୍ୟକାରୀ କରିବାକୁ…

ମାସକ ମଧ୍ୟରେ କେସିଙ୍ଗାରୁ ୩ ଅଜଗର ଉଦ୍ଧାର, ବଜ୍ରଗଡ଼ ଜଙ୍ଗଲରେ…

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ମାସକ ମଧ୍ୟରେ ୩ ଟି ଆଜଗର ଉଦ୍ଧାର କରାଯାଇଛି । ନୂନ ମାଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାସ…

ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ; ଘରଭଡା ଦେଲେ ପୋଲିସକୁ ତଥ୍ୟ ଦେବେ ମାଲିକ, ବାହାର ରାଜ୍ୟର ଲୋକ ଥାନାରୁ…

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ମାସ ମଧ୍ୟରେ ୫ରୁ ଅଧିକ ଲୁଟ୍ ହୋଇଛି । ଏହି ଘଟଣାରେ କନ୍ଧମାଳ ଏସପି ବଡ଼…

ବନ୍ୟାଜଳରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଯାଜପୁର/ଦଶରଥପୁର,୧୮।୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ) : ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗିନ ହୋଇପଡିଛି ।…

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri