କୋର୍ଟ କର୍ମଚାରୀଙ୍କ ଘରୁ ଚୋରି: ଅଭିଯୁକ୍ତ ଗିରଫ

ବଡ଼ବିଲ,୯।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ କୋର୍ଟର କର୍ମଚାରୀ ଗୀତାଞ୍ଜଳୀ କିଷାନଙ୍କ ଘର ତାଲା ଭାଙ୍ଗି ଲାପଟପ୍‌ ଓ ଟାବ୍ଲେଟ୍‌ ଚୋରି ଅଭିଯୋଗରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ସୁନ୍ଦରାବସ୍ତି ଅଞ୍ଚଳର ରାମ ଚାମ୍ପିଆ ଓରଫ କେଲା।

ସୂଚନା ଅନୁଯାୟୀ, ବଡ଼ବିଲ କୋର୍ଟରେ କନିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଗୀତାଞ୍ଜଳୀ ବଡ଼ବିଲ ସୁନ୍ଦରାବସ୍ତିରେ ଏକ ଭଡା ଘରେ ରୁହନ୍ତି। ମଙ୍ଗଳବାର ଗୀତାଞ୍ଜଳୀ କୋର୍ଟ କାର୍ଯ୍ୟ ସାରି ରାତିରେ ସେ ରହୁଥିବା ଭଡା ଘରେ ପହଞ୍ଚିଥିଲେ। ଘର ତାଲା ଭଙ୍ଗାଯାଇଥିବା ଦେଖିବାକୁ ପାଇବା ସହ ଘର ଭିତରେ ଥିବା ଲାପଟପ ଓ ଟାବ୍ଲେଟ୍‌ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ ଗୀତାଞ୍ଜଳୀ। ଏ ନେଇ ଗୀତାଞ୍ଜଳୀ ତୁରନ୍ତ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ବଡ଼ବିଲ ଥାନା କେଶ ନଂ ୩୪/୨୦୨୩ରେ ଏକ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ନିକଟରେ ଥିବା ସିସି କ୍ୟାମେରାରେ କଏଦ ହୋଇଥିବା ଚିତ୍ରରୁ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ସକ୍ଷମ ହୋଇଥିଲା। ଏହାପରେ ଅଭିଯୁକ୍ତଙ୍କୁ ବୁଧବାର ହୋଟେଲ ଲକି ଇଣ୍ଡିଆ ନିକଟରୁ ଗିରଫ କରିଥିଲା। ପଚରାଉଚରାରୁ ଅଭିଯୁକ୍ତ ଚୋରି କରିଥିବା ସ୍ବୀକାର କରିଥିବା ଜଣାପଡ଼ଥିଲା। ଏହାପରେ ପୋଲିସ ଅଭିଯୁକ୍ତ ରାମଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନାବାଗ ୭୨ଘଣ୍ଟା ଲାଗି ନିଷିଦ୍ଧାଞ୍ଚଳ

ଖୋର୍ଦ୍ଧା ଅଫିସ,୧୦ା୭: ଖୋର୍ଦ୍ଧା ଉପଖଣ୍ଡରେ ବୁଧବାର ୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ବାଲୁଗାଁରୁ ୫, ଟାଙ୍ଗି ଓ ବାଲିପାଟଣାରୁ ଜଣେ ଲେଖାଏଁ ଚିହ୍ନଟ...

ଫେରିଯିବ ସୁନ୍ଦରୀ

ଅନୁଗୋଳ ଅଫିସ,୨୧।୩: ଆଜି ମଧ୍ୟପ୍ରଦେଶ ଫେରିଯିବ ସୁନ୍ଦରୀ। ଏଥିପାଇଁ ୬ ଜଣିଆ ବିଶେଷଜ୍ଞ ଦଳ ସାତକୋଶିଆ ଅଭିମୁଖେ ଆସୁଛନ୍ତି। ଅପରାହ୍ନ ସୁଦ୍ଧା ଏହି ଦଳ ଅନୁଗୋଳରେ...

ବ୍ରିଜ୍‌ରୁ ଖସି ଜଳିଗଲା ମାଛ ବୋଝେଇ ଟ୍ରକ୍‌

ଖଲ୍ଲିକୋଟ,୨୨।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ହରିଡାମୂଳ ବ୍ରିଜ୍‌ରେ ବୁଧବାର ସକାଳେ ଦୁର୍ଘଟଣା ଘଟିଛି। ଆନ୍ଧ୍ରରୁ କଲିକତା ଅଭିମୁଖେ ଯାଉଥିବା ଏକ ମାଛ ବୋଝେଇ...

ପ୍ରତାରଣା କରିଚାଲିଛି ଧାମରା ବନ୍ଦର କମ୍ପାନୀ

ଚାନ୍ଦବାଲି,୪।୬(ଡି.ଏନ.ଏ.) ଭଦ୍ରକ ଜିଲା ଧାମରା ବନ୍ଦର କମ୍ପାନୀ ପକ୍ଷରୁ ନିଯୁକ୍ତି ସୁଯୋଗଠାରୁ ଆରମ୍ଭ କରି ପାରିପାର୍ଶ୍ୱିକ ବିକାଶ ପାଇଁ ଗତ ୧୪ ବର୍ଷ ମଧ୍ୟରେ ଦିଆଯାଇଥିବା...

ଗଞ୍ଜାମରେ ଆଉ ଜଣେ କରୋନା ଆକ୍ରାନ୍ତ ମୃତ: ୫ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଛତ୍ରପୁର,୧୨।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଆଉ ଜଣେ ୫୫ ବର୍ଷୀୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏ ସମ୍ପର୍କରେ ଶୁକ୍ରବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...

ଦାରିଙ୍ଗବାଡ଼ିରେ ଦାୟିତ୍ୱ ନେଲେ ନୂତନ ବିଡିଓ

ଦାରିଙ୍ଗବାଡ଼ି,୨୩।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟରେ ନୂତନ ବିଡିଓ ଭାବେ ସୋମବାର ଡ.ଜଗଦୀଶ ଷଡ଼ଙ୍ଗୀ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେ ପ୍ରଥମେ କରୋନା ପ୍ରତିହତ...

ନାଳରେ ଭାସି ଯାଇଥିଲେ, ଆଜି ଉଦ୍ଧାର ହେଲା ମୃତଦେହ

କୋରୁକୋଣ୍ଡା,୧୩ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ପଞ୍ଚାୟତ ଏମ୍‌ଭି-୩୧ ନିକଟ ନାଳରେ ଗତକାଲି ଭାସିଯାଇଥିବା ବ୍ୟକ୍ତିଙ୍କ ମୃତଦେହ ବୁଧବାର କୋରୁକୋଣ୍ଡା ଅଗ୍ନିଶମ ବିଭାଗ ଦ୍ୱାରା...

ଆଜି ଶହୀଦ ସ୍ମୃତି ଦିବସ: ବଦଳୁଛି ଶହୀଦ ସ୍ମୃତିପୀଠର ଭିତ୍ତିଭୂମି

ବାସୁଦେବପୁର,୨୮।୯(ଡି.ଏନ.ଏ.)-ଭଦ୍ରକ ଜିଲାର ବାସୁଦେବପୁର ହେଉଛି ସଂଗ୍ରାମର ମାଟି। ୧୯୪୨ ଭାରତଛାଡ଼ ଆନ୍ଦୋଳନ ସମୟରେ ବାସୁଦେବପୁର, ଇରମ ଓ ନଦୀଘେରଦ ଅଞ୍ଚଳର ସଂଗ୍ରାମୀମାନେ ନେତୃତ୍ୱ ନେଇଥିଲେ। ଇଂରେଜ...

Advertisement
Archives

Model This Week