ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ମାମଲା: ୬ କେଜି ସୁନା, ୪ ଲକ୍ଷ ଟଙ୍କା ଜବତ

ଢେଙ୍କାନାଳ ଅଫିସ,୯।୨: ମହାବିରୋଡ଼ ଗ୍ରାମ୍ୟ ବ୍ୟାଙ୍କ ସମେତ ପରଜଙ୍ଗ ଥାନା ଅଞ୍ଚଳରୁ ୩ଟି ଲୁଟ୍‌ ଘଟଣାର ଗୁରୁବାର ପର୍ଦ୍ଦାଫାସ କରିଛି ଢେଙ୍କାନାଳ ପୋଲିସ। ଜିଲା ପୋଲିସ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଉତ୍ତର- କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ୩ଟି ଲୁଟ୍‌ ଘଟଣା ସମ୍ପର୍କରେ ସୂଚନା ଦେଇ ଘଟଣାର ପର୍ଦ୍ଦାଫାଶ କରିଛନ୍ତି। ଡିିଆଇଜି କହିଛନ୍ତି, ଗତ ୩ ତାରିଖ ଅପରାହ୍ନରେ କିଛି ଦୁର୍ବୃତ୍ତ ମହାବିରୋଡ ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ୯ କେଜିର ସୁନା ଗହଣା, ନଗଦ ଛଅ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ସେହିପରି ଗତ ଜାନୁୟାରୀ ୯ ଏବଂ ଅକ୍ଟୋବର ୭ ତାରିଖରେ ପରଜଙ୍ଗ ଥାନା ଅଞ୍ଚଳରୁ ୨ଟି ଟଙ୍କା ଲୁଟ୍‌ ହୋଇଥିଲା । ଏହି ୩ଟି ଘଟଣା ର ତଦନ୍ତ ପାଇଁ ଜିଲା ପୋଲିସ ପକ୍ଷରୁ ୫ଟି ଟିମ୍‌ରେ ୫୦ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ବିଭିନ୍ନ ଜାଗାରେ ଚଢାଉ ଜାରି ରହିଥିଲା । ତେବେ ଗୁରୁବାର ପୋଲିସ ୬ କେଜି ୧୨୦ ଗ୍ରାମ ସୁନା ଓ ୪ ଲକ୍ଷ ୩୨ ହଜାର ନଗଦ ଟଙ୍କା ଜବତ କରିଛି। ଏହି ଘଟଣାରେ ଅନୁଗୋଳ, ଢ଼େଙ୍କାନାଳ ଓ ମୟୂରଭଞ୍ଜ ଜିଲାର ୯ ଜଣ ଡକାୟତଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛ। ସେମାନଙ୍କଠାରୁ ୪ଟି ବାଇକ୍‌, ୩ଟି ଦେଶୀ ପିସ୍ତଲ, ୧୧ ଟି ଜିବନ୍ତ ଗୁଳି, ୩ଟି କଟୁରି ଓ ଭୁଜାଲି, ଗୋଟିଏ ପନଚିଙ୍ଗ ମେଶିନ୍‌ ଓ ୨୬ ଟି ମୋବାଇଲ ଜବତ ହୋଇଛ। ଘଟଣାର ତଦନ୍ତ ଜାରି ରହିଛ। ଆବଶ୍ୟକ ପଡିଲେ ଗିରଫ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନିଆଯିବ ବୋଲି ଡିଆଇଜି କହିଛନ୍ତି। ଏସ୍‌ପିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ କାମାକ୍ଷାନଗର ଏସଡିପିଓଙ୍କ ନେତୃତ୍ୟରେ ଡକାୟତଙ୍କୁ ଧରିବା ପାଇଁ ଚଢ଼ାଉ ହୋଇଥିଲା। ଏଥିରେ ଅନୁଗୋଳ ଜିଲା ବଅଁରପାଳ ଥାନା ଓ ବିକ୍ରମପୁର ଥାନା ପୋଲିସ ମଧ୍ୟ ସହାୟତା କରିଥିଲେ। ସେହିପରି ଜାନୁୟାରୀ ୮ ତାରିଖରେ ସଦର ଥାନା ଅଞ୍ଚଳରୁ ୨୦ ଗ୍ରାମ ବ୍ରାଉନ ସୁଗାର ଜବତ ଘଟଣାରେ ଜଣେ ନାବାଳକଙ୍କ ସମେତ ୨ ଜଣ ଧରାପଡ଼ିଛନ୍ତି। ସେମାନଙ୍କ ଠାରୁ ପୋଲିସ ଗୋଟିଏ ପିସ୍ତଲ, ଗୋଟିଏ ଲାଇଟର ଗନ, ଓ ଗୋଟିଏ ବାଇକ୍‌ ଜବତ କରାଯାଇଛି । ଏହି ଘଟଣାରେ ଗିରଫ ଅଭିଯୁକ୍ତ କୁନା ପ୍ରଧାନଙ୍କ ନାମରେ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ବିଭିନ୍ନ ଥାନାରେ ୩୨ ଟି ଅପରାଧୀକ ମାମଲା ରହିଛି ବୋଲି ଡିିଆଇଜି ସୂଚନା ଦେଇଛନ୍ତି । ଏହି ଖବରଦାତା ସମ୍ମିଳନୀରେ ଏସ୍‌ପି ଜ୍ଞାନ ରଞ୍ଜନ ମହାପାତ୍ର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri