ଆମ ଜିଲା ଖବର

ଦ୍ରୁତ ଗତିରେ ଯାଉଥିଲା କାର, ସନ୍ଦେହରେ ମାଡ଼ିବସିଲା ପୋଲିସ: ମାଡିବସିଲା ୨୦ ଲକ୍ଷ ଟଙ୍କାର ଗଞ୍ଜେଇ…

ମୋହନା, ୨।୬(ମନ୍ମଥ ମିଶ୍ର): ଅଡବା ପୋଲିସକୁ ବଡ଼ ସଫଳତା । ସୋମବାର ଅଡବାରୁ ରାଇପଙ୍କାକୁ ପେଟ୍ରୋଲିଂ କରୁଥିବା ସମୟରେ ରାଇପଙ୍କା ଗାଁ ନିକଟରେ ଏକ ଦାମୀ କାର ଦ୍ରୁତ ଗତିରେ ଯାଉଥିବା ଦେଖି ପୋଲିସ ସନ୍ଦେହ କରି କାରକୁ ଅଟକାଇ ଯାଞ୍ଚ…

ରାୟଗଡ଼ାରେ ବେଦାନ୍ତ ଓ ଅଦାନୀଙ୍କ ମେଗା ଆଲୁମିନା ପ୍ରକଳ୍ପ: ବକ୍ସାଇଟ୍ ବ୍ଲକ୍ ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ 

ଥୁଆମୂଳ ରାମପୁର, ୨।୬ (ଦୁର୍ଗା କୀର୍ତ୍ତି): ରାଜ୍ୟ ସରକାରଙ୍କ ଖଣି ବିଭାଗ ପକ୍ଷରୁ କଳାହାଣ୍ଡିର କାର୍ଲାପାଟ ବକ୍ସାଇଟ୍ ବ୍ଲକ୍ ସମେତ ବିଭିନ୍ନ ଖଣିଜ ଅଞ୍ଚଳର ଇ-ନିଲାମ ପ୍ରକ୍ରିୟା ଜୁନ୍ ୧ରୁ ଆରମ୍ଭ ହୋଇଛି। ଏଥିସହ ବେଦାନ୍ତର ସିଜିମାଲି ଓ ଅଦାନୀ ଗ୍ରୁପ୍‌ର…

ବିଭିନ୍ନ ଜିଲାର ମହିଳା ସେଲ ସଭାନେତ୍ରୀଙ୍କ ନାମ ଘୋଷଣା କଲା କଂଗ୍ରେସ: ପ୍ରଗତି ନାୟକ କଳାହାଣ୍ଡି କଂଗ୍ରେସ ମହିଳା ସଭାନେତ୍ରୀ

ଭବାନୀପାଟଣା,୨।୬(ଉତ୍ତମ କୁମାର ଦାଶ): ଓଡ଼ିଶା ପ୍ରଦେଶ କଂଗ୍ରେସ ମହିଳା ସଭାନେତ୍ରୀ ମିନାକ୍ଷୀ ବାହିନୀପତି ରାଜ୍ୟର ବିଭିନ୍ନ ଜିଲାର ମହିଳା ସେଲ ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ କଳାହାଣ୍ଡି ଜିଲା ପାଇଁ କଂଗ୍ରେସ ମହିଳା ସେଲ ସଭାନେତ୍ରୀ ଭାବେ ପ୍ରଗତି…

୩୦ ଦିନରେ ପହଞ୍ଚିଲା ଠାକୁରାଣୀ ଯାତ୍ରା: ବିରାଟ ପଟୁଆରେ ସହର ପରିକ୍ରମା

ଛତ୍ରପୁର, ୨।୬ (ଦିଲ୍ଲୀପ ସାମଲ): ଛତ୍ରପୁରର ଆରାଧ୍ୟା ଦେବୀ ମା’ ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରାକୁ ନେଇ ସାରା ସହର ଉତ୍ସବମୁଖର ହୋଇଉଠିଛି। ମଙ୍ଗଳବାର ଯାତ୍ରାର ୩୦ତମ ଦିନ ଅବସରରେ ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ପ୍ରଭାକର ପଟ୍ଟନାୟକଙ୍କ ବଡ଼ପୁଅ ଯୁବ ସମାଜସେବୀ ସୁଧୀର…

ମହିଳାଙ୍କୁ ବଳାତ୍କାର ପରେ ହତ୍ୟା ସନ୍ଦେହ

ଝାରସୁଗୁଡ଼ା,୨ା୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରସ୍ଥିତ ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରୁ ମଙ୍ଗଳବାର ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ପୋଲିସ ଜବତ କରିଛି। ତାଙ୍କ ଘର ଛତିଶଗଡ଼ ହୋଇଥିବା ବେଳେ ସେ ସ୍ବାମୀଙ୍କ ସହ ଝାରସୁଗୁଡ଼ା ରେଳଷ୍ଟେଶନ ଅଞ୍ଚଳରେ ରହି ଶ୍ରମିକ ଭାବେ…

ଓସିଏସ୍‌ ପରୀକ୍ଷା: ୬୬ତମ ର଼୍ୟାଙ୍କରେ ରଶ୍ମିରଞ୍ଜନ

ମହାକାଳପଡ଼ା,୨ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାରଡାଙ୍ଗ ପଞ୍ଚାୟତ ମଳାଢ଼ି ଗ୍ରାମର ତପନ ସ୍ବାଇଁ ଓ ନିର୍ମଳା ସ୍ବାଇଁଙ୍କ ବଡ଼ ପୁଅ ରଶ୍ମିରଞ୍ଜନ ସ୍ବାଇଁ ଚଳିତ ବର୍ଷ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ୬୬ତମ ର଼୍ୟାଙ୍କ ଅଧିକାର କରିଛନ୍ତି।…

ଗୌରାଙ୍ଗଙ୍କୁ ଆକ୍ରମଣ, ଅପହରଣ ଘଟଣାରେ ପୋଲିସର ହାତ ଖାଲି: ଗାଁରେ ପହଞ୍ଚିଲା ସାଇଣ୍ଟିଫିକ୍‌ ଟିମ୍‌

ଆଳି ମହାଦେଇପାଟଣା ଗ୍ରାମରେ ପହଁଚି ସାଇଣ୍ଟିଫିକ ଓ ଏସ ପି ଙ୍କ ତଦନ୍ତ ଆଳି, ୨।୬ (ବନମାଳୀ ସେନାପତି ): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ମହାଦେଇପାଟଣା ଗ୍ରାମର ଗୌରାଙ୍ଗ ସେଠୀଙ୍କୁ ଆକ୍ରମଣ ସହିତ ଅପହରଣ ଘଟଣାରେ ୬ ଦିନ…

ଚୋରା ମଦ ଭାଟି ଉପରେ ଅଚାନକ ଚଢ଼ାଉ କଲା ଅବକାରୀ ବିଭାଗ: ମିଳିଲା ଏତେ ଟଙ୍କାର…

ଗୁଣପୁର, ୨।୬(ସଂକେତ ପାତ୍ର): ରାୟଗଡ଼ା ଜିଲାର ମାରିଗୁଡ଼ା ଗ୍ରାମରେ ଚାଲିଥିବା ଚୋରା ରନ୍ଧା ମଦ କାରବାର ଉପରେ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇ ୮ ଜଣଙ୍କୁ ଗିରଫ କରାଯାଇଛି। ଏହି ଅଭିଯାନରେ ମୋଟ ୧୦ଟି ମାମଲା ରୁଜୁ କରାଯାଇଥିବା…

ହାତୀକୁ ଫାର୍ମହାଉସରେ ପୋତିଥିଲେ: ପଡ଼ିଗଲେଧରା, ଗଲେ ଜେଲ୍

ଢେଙ୍କାନାଳ,୨।୬(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ଅଞ୍ଚଳରେ ଏକ ହାତୀ ମୃତଦେହକୁ ଫାର୍ମହାଉସ ଭିତରେ ପୋତିଦେଇଥିବା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରି ଜେଲ୍‌ ପଠାଇଛି। ଏହି ଘଟଣା ପ୍ରକାଶ ପାଇବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଗିରଫ…

ଏମିତି ବି ଆସେ ମୃତ୍ୟୁ : ବସୁବସୁ ଚାଲିଗଲା ୨ ସାଙ୍ଗଙ୍କ ଜୀବନ

ବଲାଙ୍ଗୀର,୨।୬ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥରେ ଥିବା ଏକ ବ୍ରିଜ ନିକଟରେ ରାସ୍ତା କଡ଼ରେ ବସିଥିବା ଚାରି ଯୁବକଙ୍କ ଉପରେ ଏକ କାର ଚଢ଼ିଯାଇଥିବାରୁ…

ଖରା ଛୁଟିରେ ଅଜାଘରକୁ ବୁଲିବାକୁ ଆସିଥିଲେ ବାଦଲ, ଦୋକାନରେ ବସିଥିବାବେଳେ ଫାଟିଲା ଗ୍ୟାସ ସିଲିଣ୍ଡର, ଘଟଣାସ୍ଥଳରେ…

ଭଞ୍ଜନଗର,୨/୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ା ଥାନା ଅନ୍ତର୍ଗତ ସାମନ୍ତରା ଘାଇ ଛକ ନିକଟରେ ଥିବା ତେଜରାତି ଦୋକାନରେ ମଙ୍ଗଳବାର ଅପରାହ୍ନରେ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗିଯାଇଥିଲା। ଏହାପରେ ଗ୍ୟାସ ସିଲିଣ୍ଡର ଫାଟି ଯିବାରୁ ଜଣେ ନାବାଳକଙ୍କର…

ରାଇରଙ୍ଗପୁର ସଭାରେ ଯୋଗଦେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୨ା୬(ସୁନିତ୍‌ ମିଶ୍ର): ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୨୦ତାରିଖରେ ମୟୂରଭଞ୍ଜ ଜିଲା ରାଇରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବା ନେଇ ସ୍ବୀକୃତି ଦେଇଛନ୍ତି। କାର୍ଯ୍ୟକ୍ରମର ସଫଳ ରୂପାୟନ ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?