ବର୍ଷାପାଣିରେ ଧୋଇଗଲା ରାସ୍ତା: ଯାତାୟାତରେ ବାଧକ

ନୂଆପଡ଼ା,୧୪ା୭ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଦର୍ଲିପଡା ପଞ୍ଚାୟତ ହାତୀସରା ଗଁା ଧାମନଡୋଙ୍ଗିଆ ପଡା ରାସ୍ତା ପୋଲ ବର୍ଷାପାଣିରେ ଧୋଇଯାଇ ଯାତାୟାତରେ ବାଧକ ସାଜିଛି। ସୂଚନା ଅନୁଯାୟୀ, ହାତୀସରା ଗଁାଠାରୁ ଏହି ରାସ୍ତା ଲରିଆପଡା ଦେଇ ଧାମନଡୋଙ୍ଗିଆ ପଡାକୁ ସଂଯୋଗ କରୁଛି। ଏହି ରାସ୍ତାରେ ଅନେକ ପୋଲ ରହିଛି। ମରାମତି ଅଭାବରୁ ପୋଲ ଭିତରେ ଅଳିଆ ଅବର୍ଜନା ଭର୍ତ୍ତି ହୋଇଯାଇଥିଲା। ଲଘୁଚାପଜନିତ ଲଗାଣ ବର୍ଷାରେ ପୋଲ ଭିତରେ ପାଣି ଯାଇ ନ ପାରି ଉପର ମାଟି ଧୋଇ ହୋଇ ବଡ ଘାଇ ସୃଷ୍ଟି ହୋଇଛି। ଫଳରେ ଯାତାୟାତ ବେଳେ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବିଶେଷ କରି ଅଙ୍ଗନୱାଡି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ପିଲାଙ୍କ ଯିବାଆସିବା ବନ୍ଦ ହୋଇଯାଇଛି। ପଡାର କେତେଜଣ ଯୁବକ ଜେସିବି ଲଗାଇ ଘାଇର ଉଭୟ ପାର୍ଶ୍ୱକୁ ମାଟି ପୋତିଥିଲେ ମଧ୍ୟ ଯାତାୟାତ କରି ହେଉନାହିଁ। ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ରାସ୍ତା ମରାମତି କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସେକ୍ଟର ମିଟିଂ ଚାଲିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ବଜ୍ରପାତ, ୯ କର୍ମୀ…

ପାଟଣା,୩୦ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲିପୋଷି ଅଙ୍ଗନୱାଡ଼ି କେନ୍ଦ୍ରରେ ବୈଠକ ଚାଲିଥିବା ବେଳେ ବଜ୍ରପାତ ହୋଇଛି । ଶନିବାର ୨୩ ଜଣ ଅଙ୍ଗନୱାଡ଼ି…

ପୂର୍ବତନ ମନ୍ତ୍ରୀଙ୍କ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା

ନବରଙ୍ଗପୁର,୩୦ା୮(ସଦାଶିବ ପ୍ରହରାଜ): ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝୀ (୮୭)ଙ୍କ ରବିବାର ସକାଳ ପ୍ରାୟ ୫ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ…

ଧରିତ୍ରୀ ପ୍ରଭାବ: ଲକ୍ଷ୍ମୀପୁର ଗ୍ରାମରେ ଜଳିଲା ଷ୍ଟ୍ରିଟ୍ ଲାଇଟ୍

ଗଞ୍ଜାମ, ୩୦।୮ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମରେ ଦୀର୍ଘଦିନ ଧରି ଷ୍ଟ୍ରିଟ୍ ଲାଇଟ୍ ଜଳୁ ନ ଥିବା ନେଇ ଦୁଇଦିନ…

ଚୋରା ମଦ ବିକ୍ରିକୁ ବିରୋଧ କରି ତାତିଲେ ମହିଳା, ୨ ଘଣ୍ଟା ଧରି ପୋଲିସ ନାକେଦମ

ବନ୍ତ, ୩୦।୮ (ହରି ନାରାୟଣ ମହାନ୍ତି/ କିଶୋର କୁମାର ସେଠୀ): ଶନିବାର ରାତିରେ ଭଦ୍ରକ ଜିଲା ବନ୍ତ ଥାନା ନୀଳୋକ ପଞ୍ଚାୟତ ଅଧୀନ ବେଗନା (ବୁଡ଼ଗଢ଼ିଆ) ଗ୍ରାମରେ…

ହାତୀପଲକୁ ଘଉଡ଼ାଇବା ପାଇଁ ଯାଇ ଆଉ ଫେରିଲେନି , ଚାଲିଗଲା ଜୀବନ

ପାଟଣା, ୩।୮ (ବୀର କିଶୋର ଦାଶ): ହାତୀ ଘଉଡ଼ାଇବାକୁ ଯାଇ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ…

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri