ଛାତ୍ରଙ୍କୁ ମାଡ଼ ମାରିବା ପଡିଲା ମହଙ୍ଗା, ଶ୍ରେଣୀ ଗୃହ ଭିତରେ ଶିକ୍ଷକଙ୍କୁ ତାଲା ପକାଇଦେଲେ…

ଲୋଇସିଂହା, ୧୪।୭ (ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଉପରବାହାଲ ଉଚ୍ଚ ବିଦ୍ୟାଳୟରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ଜଣେ ଶିକ୍ଷକ କୌଣସି କାରଣରୁ ମାଡ଼ ମାରିଥିବା ଅଭିଯୋଗକୁ ନେଇ ବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାପରେ ଅଭିଭାବକ ଓ ଗ୍ରାମବାସୀ ପ୍ରତିବାଦ ସ୍ବରୂପ ସମ୍ପୃକ୍ତ ଶିକ୍ଷକଙ୍କୁ ପ୍ରାୟ ୩ଘଣ୍ଟାରୁ ଊଦ୍ଧର୍‌ବ ସମୟ ଧରି ବିଦ୍ୟାଳୟର ଗୋଟିଏ ଶ୍ରେଣୀରେ ତାଲା ପକାଇ ଦେଇଥିଲେ। ଖବରପାଇ ବଲାଙ୍ଗୀର ସଦର ପୋଲିସ ସ୍କୁଲରେ ପହଞ୍ଚି ସାରେ ଉଦ୍ଧାର କରିଥିବା ଜଣାପଡ଼ିଛି। ଅଭିଯୋଗରୁ ପ୍ରକାଶ, ଉପରବାହାଲ ଉଚ୍ଚ ବିଦ୍ୟାଳୟର ସମ୍ପୃକ୍ତ ଛାତ୍ରଙ୍କୁ ଅପରାହ୍ନ ସମୟରେ ଶୌଚ ହେବାକୁ ବିଦ୍ୟାଳୟ ଶୌଚାଳୟକୁ ଯାଇଥିଲେ। କିନ୍ତୁ ସେତିକି ବେଳେ ଶୌଚାଳୟରେ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ ନାଗ ଥିଲେ। ଶୌଚାଳୟରେ ଶିକ୍ଷକଙ୍କୁ ଦେଖି ଛାତ୍ର ଜଣଙ୍କ ଫେରି ଆସିଥିଲେ। ଶୌଚାଳୟରୁ ବାହାରି ଶିକ୍ଷକ ନାଗ ସମ୍ପୃକ୍ତଛାତ୍ରଙ୍କୁ ଚାପୁଡ଼ା, ଗୋଇଠା ଓ ଲାତ ମାରିଥିଲେ। ଛୁଟି ପରେ ଛାତ୍ର ଘରକୁ ଫେରି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ଅଭିଭାବକ ଓ ଗ୍ରାମବାସୀ ବିଦ୍ୟାଳୟରେ ପହଞ୍ଚି ଥିଲେ। ଏତିକି ବେଳେ ବିଦ୍ୟାଳୟ ପରିଚାଳନା କମିଟି ଗଠନ ବୈଠକ ବସିଥିଲା। ସମ୍ପୃକ୍ତ ଛାତ୍ର ଏବଂ ଅଭିଭାବକଙ୍କ ଠାରୁ ଅଭିଯୋଗ ଶୁଣିଲା ପରେ ବୈଠକରେ ଉପସ୍ଥିତ ଅଭିଭାବକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିସ୍ଥିତି ଜଟିଳ ହୋଇ ପଡ଼ିଥିଲା। ପ୍ରତିବାଦ ସ୍ବରୂପ ଉତ୍ତେଜିତ ଅଭିଭାବକମାନେ ସମ୍ପୃକ୍ତ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ଦାବି କରିବା ସହ ଏକ ଶ୍ରେଣୀରେ ତାଲା ପକାଇ ଦେଇଥିଲେ। ଏ ସମ୍ପର୍କରେ ବିଇଓ ନାରାୟଣ ଭୂଏଙ୍କୁ ପଚାରିବାରୁ ଘଟଣା ସତ। କ’ଣ ପାଇଁ ଏପରି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ତାର ପ୍ରକୃତ କାରଣ ଜଣା ପଡ଼ିନାହିଁ। କିନ୍ତୁ ପ୍ରଧାନ ଶିକ୍ଷୟିତ୍ରୀଙ୍କଠାରୁ ପୋଲିସ ସୂଚନା ପାଇବା ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ଉତ୍ତେଜିତ ଲୋକଙ୍କ କବଳରୁ ଉଦ୍ଧାର କରିଥିଲେ ବୋଲି ସେ କହିଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନରେ ଚତୁର୍ଥୀ ପରେ ଏବେ ରୁଦ୍ରାଭିଷେକ, ଭାଇରାଲ ହୋଇଛି ଭିଡିଓ

ନୂଆଦିଲ୍ଲୀ,୧୪ା୭: ନିକଟରେ, ଏକ ଟ୍ରେନରେ ଫୁଲ ସଜା ହୋଇ ଚତୁର୍ଥୀ ରାତି ପାଇଁ ଆୟୋଜନ ହୋଇଥିବା ଭିଡିଓ ଭାଇରାଲ ହୋଇଥିଲା । ବର୍ତ୍ତମାନ ଚଳନ୍ତା ଟ୍ରେନରେ ପୂଜା…

ଶାବର ଶ୍ରୀକ୍ଷେତ୍ରରେ ନବଯୌବନ ବେଶରେ ମହାପ୍ରଭୁ: ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ସମାଗମ

କୋରାପୁଟ, ୧୪।୭ (ଅମିତାଭ ବେହେରା): ପବିତ୍ର ନେତ୍ର ଉତ୍ସବ ଅବସରରେ ମଙ୍ଗଳବାର କୋରାପୁଟସ୍ଥିତ ଶାବର ଶ୍ରୀକ୍ଷେତ୍ରରେ ନବଯୌବନ ବେଶରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସକାଳଠାରୁ ଭକ୍ତଙ୍କ ପ୍ରବଳ…

ଜାତିସଂଘ ସୁରକ୍ଷା ପରିଷଦରେ ସଦସ୍ୟତା ପାଇଁ ଅଣ୍ଟା ଭିଡ଼ିଲା ଭାରତ

ନୂଆଦିଲ୍ଲୀ,୧୪।୭:ଭାରତ ୨୦୨୮-୨୯ କାର୍ଯ୍ୟକାଳ ପାଇଁ ଜାତିସଂଘ ସୁରକ୍ଷା ପରିଷଦ (UNSC)ର ଅସ୍ଥାୟୀ ସଦସ୍ୟ ହେବା ପାଇଁ ନିର୍ବାଚନ ଅଭିଯାନ ଆରମ୍ଭ କରିଛି। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର…

ନା ଘର ନା ଗାଡ଼ି…, ଭାଜପା ପ୍ରାର୍ଥୀ ନୀରଜ ସିହ୍ନାଙ୍କ ସମ୍ପତ୍ତି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ପାଟନା,୧୪।୭: ବାଙ୍କିପୁର ବିଧାନସଭା ଉପନିର୍ବାଚନ ପାଇଁ ସୋମବାର (ଜୁଲାଇ ୧୩) ଭାଜପା ପ୍ରାର୍ଥୀ ନୀରଜ ସିହ୍ନା ତାଙ୍କର ନାମାଙ୍କନ ଦାଖଲ କରିଥିଲେ। ତାଙ୍କ ଶପଥପତ୍ରରୁ କିଛି ବିବରଣୀ…

ଶେଷ ପର୍ଯ୍ୟାୟରେ ରଥଯାତ୍ରା ପ୍ରସ୍ତୁତି: ଯୋଗ ଦେବେ କନ୍ଧମାଳ ଏମ୍‌ପି

ରାଇକିଆ, ୧୪।୭(ପ୍ରଦିପ ବେହେରା): କନ୍ଧମାଳ ଜିଲା ରାଇକିଆ ଜଗନ୍ନାଥ ମନ୍ଦିରରେ ମଙ୍ଗଳବାର ନେତ୍ରୋତ୍ସବ ଅନୁଷ୍ଠିତ ହେବା ସହ ମହାପ୍ରଭୁ ଜଗନ୍ନାଥ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି ।…

୧ ବିଲିୟନ ଡଲାର କ୍ଲବରେ ‘ମାଇକେଲ୍‌’

ଲସ୍‌ ଆଞ୍ଜେଲସ୍‌, ୧୪।୭: କିଙ୍ଗ୍‌ ଅଫ୍‌ ପପ୍‌ ଭାବେ ପରିଚିତ ମାଇକେଲ୍‌ ଜ୍ୟାକସନ୍‌ଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମାଇକେଲ୍‌’ ବିଶ୍ୱ ବକ୍ସ ଅଫିସରେ ନୂଆ ରେକର୍ଡ…

ଗୌରୀଙ୍କ ସହ ବିବାହର ୧୦ ଦିନ ଭିତରେ ଗୁଡ୍‌ନ୍ୟୁଜ୍‌ ଦେଲେ ଆମିର, ଖବର ଶୁଣି ସମସ୍ତେ ଚକିତ

ମୁମ୍ବାଇ: ବଲିଉଡ ଅଭିନେତା ଆମିର ଖାନ ଗତ ଜୁଲାଇ ୫ ତାରିଖରେ ନିଜ ଗର୍ଲଫ୍ରେଣ୍ଡ ଗୌରୀ ସ୍ପ୍ରାଟ୍‌ଙ୍କୁ ବିବାହ କରିଛନ୍ତି। ବିବାହ ପରେ ଏହି ନବଦମ୍ପତି ନିଜ…

ଖେଳ ପଡ଼ିଆରେ ଲିଭିଗଲା ଜୀବନ ଦୀପ, ୨୨ ବର୍ଷୀୟ କ୍ରିକେଟରଙ୍କ ମୃତ୍ୟୁ

ଶ୍ରୀନଗର,୧୪।୭: ଜମ୍ମୁ କଶ୍ମୀରର ଡୋଡା ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଭାଦେରୱା ଅଞ୍ଚଳର ୨୨ ବର୍ଷୀୟ କ୍ରିକେଟର ସୁହେଲ ଅହମ୍ମଦ ଜୁଲାଇ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri