ଆମ ଜିଲା ଖବର

ସ୍କୁଟିରେ ନାବାଳକ ପୁଅକୁ ନେଇ ଗାଁକୁ ଆସୁଥିଲେ, ବାଟରେ ଘଟିଲା ବଡ଼ ଅଘଟଣ; ଚାଲିଗଲା ମା’ଙ୍କ ଜୀବନ

ସୋହେଲା ୩।୬( ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଲେଖାପଥର ଛକଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପିଙ୍କି ମହାପାତ୍ର (୪୫) ଙ୍କ ମୃତ୍ୟ ହୋଇଯାଇଛି। ପିଙ୍କିଙ୍କ ପୁଅ ୧୫ ବର୍ଷୀୟ ନାବାଳକ ପୁଅ ଏହି ଦୁର୍ଘଟଣାରେ ବର୍ତ୍ତିିଯାଇଛନ୍ତି…

ଶୌଚ ହେବାକୁ ଯାଇଥିଲେ ଲବ, ମାଡ଼ିଆସିଲା ହାତୀ: ଆଉ ତା’ପରେ ଘଟିଲା…

ସମ୍ବଲପୁର,୩।୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ବ୍ଲକ ବୀରସିଂଗଡ ପଞ୍ଚାୟତ ଅନ୍ତର୍ଗତ କୁମେର ଗାଁରେ ବୁଧବାର ସକାଳୁ ଏକ ବାଣୁଆ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ଶୋଚନୀୟ ମୁତ୍ୟୁ ଘଟିଛି। ସେ ହେଉଛନ୍ତି କୁମେର ଗ୍ରାମର ଲବ ଭୋଇ(୨୪)। ସୂଚନା ଅନୁଯାୟୀ,…

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭାଇଙ୍କ ଆକସ୍ମିକ ମୃତ୍ୟୁ, ସରକାରୀ ବାସଭନରେ ଥିବାବେଳେ ହଠାତ୍‌ ବିଳମ୍ବିତ ରାତିରେ…

କେନ୍ଦୁଝର,୩।୬(ନରେଶ ପଟ୍ଟନାୟକ): ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ (ବଡ଼ବାପାଙ୍କ ପୁଅ) ଭାଇ ଦୀନବନ୍ଧୁ ମାଝୀ ଦୀନବନ୍ଧୁ ଲୋୟର ପିଏମଜିରେ ଥିବା ସରକାରୀ ବାସଭନରେ ରହୁଥିଲେ। ବିଳମ୍ବିତ ରାତିରେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା।…

ଥମୁନି ଧାନ ବିକ୍ରି ଟୋକନ ତାତି: ଚୋରି ଅଭିଯୋଗ ଆଣିଲେ ଚାଷୀ

ବରଗଡ଼,୩।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ୩ ସପ୍ତାହ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ଧାନ କିଣାବିକା ସମସ୍ୟା ଲାଗି ରହିଛି। ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ଚାଷୀଙ୍କ ଟୋକନ ଚିନ୍ତା ବଢ଼ିଯାଇଛି। ଜିଲାର ଅନେକ ଚାଷୀଙ୍କ ଧାନବିକ୍ରି ଟୋକନକୁ ବ୍ଲକ୍‌…

ଶିକ୍ଷକ ସମସ୍ୟା, ପାଠପଢ଼ା ବ୍ୟାହତ: ଲାଗି ରହିଛି ସମସ୍ୟା

ଲୋଇସିଂହା,୩।୬(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ କନ୍ଦାଜୁରୀ ବ୍ଲକ୍‌ ଗ୍ରାଣ୍ଟ ହାଇସ୍କୁଲରେ ଶିକ୍ଷକ ସମସ୍ୟା ଲାଗି ରହିଛି। ଗତ ମେ ୩୧ରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅବସର ଗ୍ରହଣ କରିଛନ୍ତି। ବର୍ତ୍ତମାନ ବିଦ୍ୟାଳୟରେ ମାତ୍ର ୨ ଜଣ ଗଣିତ…

ଘର ବାରଣ୍ଡାରେ ଶୋଇଥିବାବେଳେ ମୋହନଙ୍କୁ କାମୁଡିଲା ସାପ, ଅବସ୍ଥା ସଙ୍କଟାପନ୍ନ ପରେ…

ପାଟଣା,୩।୬(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଏରେଇଣ୍ଡେଇ ପଞ୍ଚାୟତ ଅନ୍ତର୍ଗତ ଗିଲିରିଦୁମା ଗ୍ରାମର ଜଣେ ୨୫ବର୍ଷୀୟ ଯୁବକଙ୍କ ମଙ୍ଗଳବାର ସାପ କାମୁଡାରେ ଚିକିତ୍ସାଧୀନ ଅବସ୍ଥାରେ କେନ୍ଦୁଝର ଧରଣୀଧର ମେଡିକାଲ କଲେଜରେ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ସାଂଘାଇ…

ରବି ଧାନ ଉଠାଣକୁ ନେଇ ବିବାଦ: ଜିଲାପାଳ-ଏମ୍‌ପିଙ୍କୁ ରାଇସ୍ ମିଲର୍ସ ଆସୋସିଏସନର ଦାବି, ୪ରୁ ଅନିର୍ଦ୍ଦିଷ୍ଟ କାଳ ଯାଏ ଧର୍ମଘଟ

କେସିଙ୍ଗା, ୨।୫(ତୁମେଶ୍ୱର ସାହୁ): ରବି ଧାନ ଉଠାଣ ଏବଂ ସିଏମ୍‌ଆର୍ ବିତରଣକୁ ନେଇ ଓଡ଼ିଶାରେ ଏକ ବଡ଼ ସଙ୍କଟ ସୃଷ୍ଟି ହେବାକୁ ଯାଉଛି। ନିଜର ୯ ଦଫା ଦାବି ପୂରଣ ନେଇ ସରକାରୀ ସ୍ତରରେ କୌଣସି ସକରାତ୍ମକ ପଦକ୍ଷେପ ନିଆଯାଉ ନଥିବାରୁ…

ଛତ୍ରପୁର ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ପପୁ ପମପମଙ୍କ କମେଡି-ମଣ୍ଟୁ ଛୁରିଆଙ୍କ ଗୀତରେ ଝୁମିଲେ ଦର୍ଶକ

ଛତ୍ରପୁର, ୨।୫:(ଦିଲ୍ଲୀପ ସାମଲ): ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଅବସରରେ ମହାଆଡମ୍ବରରେ ଚାଲିଛି ‘ଛତ୍ରପୁର ମହୋତ୍ସବ’। ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାର ଗରିମାମୟ ଐତିହ୍ୟକୁ ଉଦ୍‌ଜୀବିତ କରିବା ଲକ୍ଷ୍ୟ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ…

ଘୋଷଣା ହେଲା କେନ୍ଦୁଝର ଜିଲା ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ଟିମ୍‌: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ?

କେନ୍ଦୁଝର, ୨।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଭାରତୀୟ ଜନତା ପାର୍ଟି (ଭାଜପା) ସଂଖ୍ୟାଲଘୁ ମୋର୍ଚ୍ଚାକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ନୂତନ ଜିଲା କମିଟି ଘୋଷଣା କରାଯାଇଛି। ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ଭାଜପା…

ସ୍ବାସ୍ଥ୍ୟସେବାର ବିକଳ ଚିତ୍ର: ସାଇଁକୁଳ ମେଡିକାଲ ବେଡ୍‌ରେ ଏକାକାର ରୋଗୀ-ବୁଲା କୁକୁର…

ଆନନ୍ଦପୁର, ୧।୬(ସୁଶାନ୍ତ କୁମାର ସାହୁ): ରାଜ୍ୟ ସ୍ବାସ୍ଥ୍ୟସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି, ତାହା ପୁଣି ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲା କେନ୍ଦୁଝରରୁ। ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସାଇଁକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (CHC) ଏବେ ବୁଲା କୁକୁରଙ୍କ ଚରାଭୂଇଁ ପାଲଟିଛି।…

କମରାଘାଟ ଗ୍ରାମରେ ମନରେଗା ଦୁର୍ନୀତି: ରାସ୍ତା କାମ ଶୂନ, କାଗଜପତ୍ରରେ ବିଲ୍ ପାସ୍‌; ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍‌ !

ଥୁଆମୂଳ ରାମପୁର, ୨ା୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବାଗଡ଼ିଆଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ କମରାଘାଟ ଗ୍ରାମରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କାର୍ଯ୍ୟାନ୍ୱୟନରେ ବ୍ୟାପକ ଅନିୟମିତତା ହୋଇଥିବା ଖବର ସାମ୍ନାକୁ ଆସିଛି। ସମ୍ପୃକ୍ତ…

ଦିଗପହଣ୍ଡିରେ ୭,୧୩୫ ହିତାଧିକାରୀଙ୍କୁ ମିଳୁନି ଭତ୍ତା: ପ୍ରତିବାଦରେ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ସରପଞ୍ଚଙ୍କ ଧାରଣା

ଦିଗପହଣ୍ଡ,୨।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅଧୀନସ୍ଥ ୨୫ ଟି ପଞ୍ଚାୟତରେ ଦେଖାଦେଇଛି ଭତ୍ତା ସମସ୍ୟା। ଇନ୍ଦିରାଗାନ୍ଧୀ ଜାତୀୟ ପେନସନ ଯୋଜନାରେ ପଞ୍ଜୀକୃତ ହୋଇଥିବା ପ୍ରାୟ ୭ ହଜାରରୁ ଊଦ୍ଧର୍‌ବ ଦିବ୍ୟାଙ୍ଗ, ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?