ଆମ ଜିଲା ଖବର

ଦିବ୍ୟାଙ୍ଗ ଯୁବକଙ୍କୁ ମାଡ଼ ମାରି ଲହୁଲୁହାଣ କଲା ପୋଲିସ, ଭାଇରାଲ ହେଉଛି ଫଟୋ

ଛତ୍ରପୁର,୪ା୧୧(ଦିଲ୍ଲୀପ ସାମଲ): ପୋଲିସର ବର୍ବରତା। ମାନବିକତାର ସୀମା ଟପିଛି ପୋଲିସ। ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ ମାଡ଼ ମାରି ଲହୁଲୁହାଣ କରିଛି ପୋଲିସ। ଏମିତି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁରରେ। ଦୀପାବଳି ପାଇଁ ପ୍ରତ୍ୟେକ...

ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ଅନ୍ତସତ୍ତ୍ୱା କରିଥିଲେ ଯୁବକ: ଏବେ ୨୦ ବର୍ଷ ଭୋଗିବେ ଜେଲ୍‌ଦଣ୍ଡ

କେନ୍ଦୁଝର,୪ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ୍‌ଟ୍ରାକ୍‌ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ଶନିବାର ଜଣେ ନାବାଳିକା ବଳାତ୍କାରୀଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ତାଙ୍କୁ ୨୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ...

୧୨ ପଞ୍ଚାୟତରେ ୧୧୯ ପ୍ରକଳ୍ପ ପାଇଁ ୬ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

କୋରୁକୋଣ୍ଡା,୪ା୧୧(ଅବିନାଶ ବେହେରା): ମାଲକାନଗରି ଜିଲା କୋରୁକୋଣ୍ଡା ବ୍ଲକ ସଦର ଖେଳପଡ଼ିଆଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଚିନ୍ତାଧାରାକୁ ନେଇ ଶନିବାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ୧୨ଟି ପଞ୍ଚାୟତକୁ ନେଇ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଗାଁରେ ପହଞ୍ଚିଲା ଲୋପାମୁଦ୍ରାଙ୍କ ମୃତଦେହ 

ବରୀ,୪।୧୧(ମହେନ୍ଦ୍ର ସ୍ବାଇଁ): ଗତ ମଙ୍ଗଳବାର ରାଜଧାନୀରେ ଦାମୀ ଗାଡ଼ି ଧକ୍କାରେ ଜଣେ ଯୁବତୀ ଗୁରୁତର ହୋଇଥିଲେ। ପରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସୂଚନାଯୋଗ୍ୟ ମୃତ ଯୁବତୀ ଜଣଙ୍କ ଯାଜପୁର ଜିଲା ବରୀ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ନବୀନ ଓଡ଼ିଶା, ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ

ଭୁବନେଶ୍ବର,୪।୧୧: ନବୀନ ଓଡ଼ିଶା ଏବଂ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଶନିବାର ଭୋରରେ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ପରିକ୍ରମା ପ୍ରକଳ୍ପ କାମ ତ୍ୱରାନିତ କରି ୨୦୨୩ ଡିସେମ୍ବର ୧୫ ସୁଦ୍ଧା କାମ...

ପାଇଖାନା ଘରେ ଚାଲିଛି ମଧ୍ୟାହ୍ନଭୋଜନ ରୋଷେଇ

ନୂଆଗାଁ, ୪।୧୧ (ଧନେଶ୍ୱର ସାହୁ): ସରକାର ଲକ୍ଷାଧିକ ଟଙ୍କା ବ୍ୟୟ କରି ଶିକ୍ଷାନୁଷ୍ଠାନର ସମସ୍ୟା ଦୂର କରିବା ସହ ଛାତ୍ରୀଛାତ୍ରୀଙ୍କୁ ସ୍କୁଲ ପ୍ରତି ଆକୃଷ୍ଠ କରିବା ଉଦ୍ଦେଶ୍ୟରେ ବିକାଶ କରୁଥିବା କହୁଛନ୍ତି। କିନ୍ତୁ ସରକାରଙ୍କ ଶିକ୍ଷାନୁଷ୍ଠାନ ବିକାଶର ଚିତ୍ର ଦେଖିବାକୁ...

ଗଛ କଟାକୁ ନେଇ ଉଦ୍‌ବେଗ

ଖଣ୍ଡପଡା,୪ା୧୧(ଅଜୟ କୁମାର ମହାରଣା): ରାତି ପାହିଲା ମାତ୍ରେ ଜଣେ ବ୍ୟକ୍ତି ନିଜର ଏକ ସାଇକେଲରେ ବିଭିନ୍ନ ଚାରା, ଡାଳ, ବାଉଁଶ, ଶାବଳ ଆଦି ଧରି ପୋଖରୀ ହୁଡା, ରାସ୍ତାକଡ ଅବା ମାଳବନ୍ଧଗୁଡିକରେ ବିଭିନ୍ନ ଗଛର ସୁରକ୍ଷା ଦେଉଥିବା ବେଳେ ଗଛ...

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର: ଏବେ ୩ ମାସର ଗର୍ଭବତୀ

ଫୁଲବାଣୀ, ୪ା୧୧(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଗଡ ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ (ମାନସିକ ବିକାରଗ୍ରସ୍ତ) ଯୁବତୀଙ୍କୁ ଅଞ୍ଚଳର ଜଣେ ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ଏବେ ୩ ମାସର ଗର୍ଭବତୀ । ଏ...

୧୨ ବର୍ଷ ହେବ ଶଯ୍ୟାରେ କଟୁଛି ଜୟପ୍ରଦାଙ୍କ ଜୀବନ

ଆଳି,୪ା୧୧(ବନମାଳୀ ସେନାପତି): ଦୀର୍ଘ ୧୨ ବର୍ଷ ହେବ ଝିଅ ରୋଗ ବିଛଣାରେ ପଡ଼ିଥିବା ବେଳେ ଦିନରାତି ଏକ କରି ସେବାରେ ଲାଗିଛି ମା’। ଝିଅର ଅବସ୍ଥାକୁ ଦେଖି ମା’ ଆଖିରୁ ଲୁହ ଶୁଖୁ ନ ଥିବା ବେଳେ ବଢ଼ିଲା ଝିଅର...

କାନପୁର ଡ୍ୟାମ୍‌ ପାଣିରେ ଚାଲିବ ସ୍ଲରି

ଯାଜପୁର,୪ା୧୧(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ବିଭିନ୍ନ ନଦୀଗର୍ଭରୁ ସ୍ଲରି ପାଇପ୍‌ ଲାଇନ୍‌ ଯୋଗେ ଖଣିଜ ପଦାର୍ଥ ପରିବହନ ପାଇଁ ୧୨ଟି ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ଏଥିରେ ବୈତରଣୀ ନଦୀରୁ ୫ଟି ସ୍ଲରି ପାଇପ୍‌ ଲାଇନ ପ୍ରକଳ୍ପ ରହିଛି। ସେଥିମଧ୍ୟରୁ ଜେଏସ୍‌ଡବ୍ଲ୍ୟୁ ଉତ୍କଳ...

ଅବ୍ୟବସ୍ଥାରେ ଗୋପୀନାଥ ଜୀଉ ଉପ୍ରା ବିଦ୍ୟାଳୟ

ବ୍ରହ୍ମବରଦା,୪ା୧୧(ଯଯାତି କେଶରୀ ବେହେରା): ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ବାଲିପାଟଣା ପଞ୍ଚାୟତରେ ଥିବା ବାଲିପାଟଣା ଗୋପୀନାଥ ଜୀଉ ନୋଡାଲ ଉପ୍ରା ବିଦ୍ୟାଳୟଟି ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ୧୯୬୨ରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ାଯାଉଛି।...

ତାମ୍ପରାରେ ଡଙ୍ଗା ବୁଡ଼ି: ମହିଳା ମୃତ

ଛତ୍ରପୁର,୪।୧୧(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ତାମ୍ପରା ହ୍ରଦରେ ଶୁକ୍ରବାର ଅପରାହ୍ନରେ ଏକ ଅଘଟଣ ଘଟିଛି। ଦେଶୀ ଡଙ୍ଗାରେ କାଠ ସଂଗ୍ରହ କରି ଫେରୁଥିବା ବେଳେ ଡଙ୍ଗା ଓଲଟି ଭାଉଜଙ୍କ ମୃତ୍ୟୁ ଘଟିଥିବା ବେଳେ ନଣନ୍ଦଙ୍କୁ ସୁରକ୍ଷିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri