ଜରାଜୀର୍ଣ୍ଣ ଘରେ ଜୀବନ କାଟୁଛନ୍ତି ତ୍ରିପୁରା: ସରକାରୀ ସହାୟତା ଅପେକ୍ଷାରେ …

ଲୋଇସିଂହା,୧୫।୭(ସୁଶାନ୍ତ ବାରିକ):ବୟସର ଅପରାହ୍ନରେ ଜୀବନ ସହ ଲଢେଇ କରୁଛନ୍ତି ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଲତରପାଲି ଗ୍ରାମର ୭୭ ବର୍ଷୀୟା ଅସହାୟ ବୃଦ୍ଧା ତ୍ରିପୁରା ମହାନନ୍ଦ। ସ୍ବାମୀ କିମ୍ବା ସନ୍ତାନ କେହି ନଥିବାରୁ ଏକାକୀ ଜୀବନ ବିତାଉଛନ୍ତି। ଭାଗ୍ୟକୁ ଆଦରି ଏକ ଜରାଜୀର୍ଣ୍ଣ ଚାଳ ଘରେ ଦୁର୍ବିଶହ ଜୀବନ କାଟୁଛନ୍ତି ତ୍ରିପୁରା।
ପ୍ରକାଶ ଯେ, ତ୍ରିପୁରା ପ୍ରଥମେ ମେଣ୍ଡା ଅଞ୍ଚଳରେ ବିବାହ କରିଥିଲେ। ତାଙ୍କର ଗୋଟିଏ ଝିଅ ଜନ୍ମ ହୋଇଥିଲା। କିନ୍ତୁ କିଛି ମାସ ପରେ ଝିଅର ମୃତ୍ୟୁ ହୋଇଥିଲା। ଏହାପରେ ସ୍ବାମୀଙ୍କୁ ମଧ୍ୟ ହରାଇଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ବାପ ଘରକୁ ଚାଲି ଆସିଥିଲେ। ଆଗଲପୁର ବ୍ଲକ ବକଟି ପଞ୍ଚାୟତ ଖଲିଆପାଲି ଗ୍ରାମର ଗରିବ ମହାନନ୍ଦଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଭାଗ୍ୟର ନିଷ୍ଠୁରତା ଦ୍ୱିତୀୟ ସ୍ବାମୀଙ୍କୁ ମଧ୍ୟ ପ୍ରାୟ ୧୫ ବର୍ଷ ପୂର୍ବେ ସେ ହରାଇଥିଲେ। ସନ୍ତାନସନ୍ତତି ନଥିବାରୁ ସଲତରପାଲି ବାପ ଗରକୁ ଫେରି ଆସି ରହୁଛନ୍ତି। ଏକ ଜରାଜୀର୍ଣ୍ଣ ଚାଳ କୁଡ଼ିଆରେ ସେ ରହୁଛନ୍ତି। ବର୍ଷା ଦିନରେ କୁଡ଼ିଆରେ ପାଣି ଗଳୁଛି ା ଫଳରେ ଘରେ କାଦୁଅ ପଚପଚରେ ରହୁଛନ୍ତି। ତ୍ରିପୁରାଙ୍କୁ ସରକାରଙ୍କ ପକ୍ଷରୁ ପ୍ରତିମାସ ୫ କେଜି ପିଡିଏସ୍‌ ଚାଉଳ ଓ ୧ ହଜାର ଟଙ୍କା ଭତ୍ତା ବବଦକୁ ପାଉଛନ୍ତି। କିନ୍ତୁ ସେଥିରେ ମାସଟିଏ ଚଳିବା ତାଙ୍କ ପକ୍ଷେ କଷ୍ଟକର ବୋଲି ସେ କହିଛନ୍ତି। ତାଙ୍କ କହିବା ଅନୁସାରେ ଉଚ୍ଚରକ୍ତ ଚାପ ଆଉ କେତେକ ରୋଗରେ ଶଢୁଛନ୍ତି। ବୟସାଧିକ ଯୋଗୁ କାମ ଧନ୍ଦା କରି ପାରୁନାହାନ୍ତି। ଗୋଟିଏ ଦିନ ଭାତ ରାନ୍ଧି ତାହାକୁ ତିନିଦିନଧରି ଖାଉବାକୁ ପଡୁଛି। ରାତି ବେଳେ ଅନ୍ଧକାରରେ ଚାଳ ଘରେ ରହୁଥିବାରୁ ମସା ଉପଦ୍ରବ ଯୋଗୁ ଅତିଷ୍ଠ ହୋଇ ପଡୁଛନ୍ତି। ଦୀର୍ଘ ଦିନଧରି ଅଭାବ ଓ ଅସହାୟତାରେ ଜୀବନ ବିତାଉଥିଲେ ମଧ୍ୟ ତାଙ୍କ ପ୍ରତି ପଞ୍ଚାୟତ ଓ ବ୍ଲକ ପ୍ରଶାସନର ଶୁଭଦୃଷ୍ଟି ପଡିନଥିବା ଅଭିଯୋଗ କରିଛନ୍ତି ତ୍ରିପୁରା। ବୃଦ୍ଧା ତ୍ରିପୁରାଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ଓ ଅନ୍ୟାନ୍ୟ ସରକାରୀ ସୁବିଧା ଯୋଗଇ ଦେବାକୁ ସାଧାରଣରେ ଦାବି ହେଉଛି। ଜିଲାପାଳ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀ ପଧାନଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ତାଙ୍କ ନଜରକୁ ଆସିନାହିଁ ା ଯଦି ସେପରି କେହି ଅଛନ୍ତି ତେବେ ଅନ୍ତୋଦାୟ ଯୋଜାନରେ ୩୫ କେଜି ପିଡିଏସ ଓ ପକ୍କା ଘର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟ ଖୋଜି ଗାଁରେ ଭାଲୁ! ରାତି ଅଧରେ ମନ୍ଦିରରେ ପଶି ନେଇଗଲା ଘିଅ ଡବା, ଭୟରେ ଗ୍ରାମବାସୀ

ନବରଙ୍ଗପୁର,୧।୯(ସଦାଶିବ ପ୍ରହରାଜ): ଭାଲୁ ଖୋଜୁଛି ଖାଦ୍ୟ ଠିକଣା । ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ଛାଡି ଜନ ବସତି ମୁହାଁ ଭାଲୁ । ନବରଙ୍ଗପୁର ଜିଲା ତେନ୍ତୁଳୀଖୁଣ୍ଟି ବ୍ଲକ୍‌…

ଟିଟିଲାଗଡ଼ ସହରରେ ହାତୀ ଆତଙ୍କ: ରେଳ ଧାରଣା ନିକଟରେ ଥିବା ବୁଦାମୂଳ ଭିତରକୁ ପଶି…

ଟିଟିଲାଗଡ଼, ୧/୯ (ସଞ୍ଜୟ କୁମାର ବେହେରା): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ହାତୀ ଆତଙ୍କ ଦେଖାଦେଇଛି। ସୋମବାର ସକାଳୁ ଟିଟିଲାଗଡ଼ ସହରର ମାଳଗୋଦାମପଡ଼ା ନିକଟସ୍ଥ ରେଳ ଲାଇନ…

ରୁହନ୍ତୁ ସତର୍କ! ନୂଆ ମାସ ଆରମ୍ଭରୁ ୩ ରାଶିଙ୍କ ପଛା ଛାଡିବନି ସମସ୍ୟା, ଶୁକ୍ର-ଶନିଙ୍କ ଷଡ଼ାଷ୍ଟକ ଯୋଗ ପଡିବ ଭାରି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଦୁଇ ଗ୍ରହଙ୍କ ମଧ୍ୟରେ ଗଠିତ ହେଉଥିବା ଏକ ବିଶେଷ ଯୋଗର ପ୍ରଭାବ କିଛି ରାଶିଙ୍କ ଜୀବନରେ ନକାରାତ୍ମକ ଭାବେ ପଡ଼ିପାରେ। ଏହି ସମୟରେ…

ନେପାଳ ବନ୍ୟା: ହଜାରେ ଟପିଲା ମୃତ୍ୟୁ ସଂଖ୍ୟା, ଏବେବି ନିଖୋଜ ଅଛନ୍ତି…

କାଠମାଣ୍ଡୁ,୧।୯: ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ଧ୍ୱଂସର ଚିତ୍ର ଦିନକୁ ଦିନ ସାମ୍ନାକୁ ଆସୁଛି। ବନ୍ୟାରେ ଏପର୍ଯ୍ୟନ୍ତ ୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ…

ଦୁବାଇ ଯିବେ ମୁଖ୍ୟମନ୍ତ୍ରୀ: ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୧।୯: ଓଡ଼ିଶାକୁ ଅଧିକରୁ ଅଧିକ ବିଦେଶୀ ନିବେଶ ଆଣିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ୟୁଏଇ ଗସ୍ତ କରିବ। ସେପ୍ଟେମ୍ବର…

ଏହି କ୍ରିକେଟର୍‌ଙ୍କ ହାତରେ ଅଛି ଚୁମ୍ବକ! ଏମିତି କ୍ୟାଚ୍‌ ଧରିଲେ, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ, ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧।୯: ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଗ୍ଲେନ ଫିଲିପ୍ସଙ୍କ କ୍ୟାଚ୍‌କୁ ନେଇ କ୍ରିକେଟ୍‌ ଜଗତରେ ଚହଳ ପଡ଼ିଛି। କାରିବିଆନ ପ୍ରିମିୟର ଲିଗ୍‌ରେ ସେ ଏମିତି ଏକ କ୍ୟାଚ ନେଇଛନ୍ତି, ଯାହା…

କଳ୍ପନା, ଲକ୍ଷ୍ମୀସାଗର ଅଞ୍ଚଳରେ ପୋଲିସର ଜୋରଦାର ଚଢ଼ାଉ

ଭୁବନେଶ୍ୱର,୧।୯: ରାଜଧାନୀ ଭୁବନେଶ୍ୱରର କଳ୍ପନା ଓ ଲକ୍ଷ୍ମୀସାଗର ଅଞ୍ଚଳରେ କମିଶନରେଟ୍‌ ପୋଲିସର ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ ପକ୍ଷରୁ ଜୋରଦାର ଚଢ଼ାଉ କରାଯାଇଛି। ଗଞ୍ଜେଇ, ଗୁଟ୍‌ଖା ଓ ପାନ…

ସରକାରଙ୍କ ବଡ଼ ନିଷ୍ପତ୍ତି: ଆୟୁଷ୍ମାନରେ ମିଶିବନି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା

ଭୁବନେଶ୍ୱର,୧।୯: ସାମ୍ବାଦିକମାନଙ୍କ ପାଇଁ ପ୍ରଚଳିତ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନାରେ ମିଶ୍ରଣ କରାଯିବ ନାହିଁ। ପୂର୍ବପରି ସାମ୍ବାଦିକମାନେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri