କଫ ସିରପ୍‌ର ହବ୍‌ ପାଲଟିଛି ବରଗଡ଼: ରାଜଧାନୀକୁ ଚେର

ବରଗଡ଼,୧୫।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ନିଶା କାରବାରର ହବ ପାଲଟିଛି। ଏଠାରେ କଫ୍‌ ସିରପଠାରୁ ଆରମ୍ଭ କରି ଗଞ୍ଜେଇ, ବ୍ରାଉନସୁଗାର ଆଦି ନିଶା କାରବାର ଚାଲିଛି। ପୋଲିସ ଥରକୁଥର ଚଢ଼ାଉ କରି ସେଭଳି ନିଶାଦ୍ରବ୍ୟ ଜବତ କରୁଛି। ଅଭିଯୁକ୍ତମାନେ ମଧ୍ୟ ଗିରଫ ହେଉଛନ୍ତି। ମାତ୍ର ଦୀର୍ଘଦିନରୁ ଚାଲି ଆସୁଥିବା ଏହି କାରବାର ଉପରେ ସମ୍ପୁର୍ଣ୍ଣ ଅଙ୍କୁଶ ଲାଗି ପାରୁ ନାହିଁ। ରାଜଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି କଟକ ଆଦି ଅଞ୍ଚଳରୁ ବରଗଡ଼କୁ କଫ୍‌ ସିରପ୍‌ ଚାଲାଣ ହେଉଛି। ସେହିପରି ବୌଦ୍ଧ, କନ୍ଧମାଳ, ସୋନପୁର ଦେଇ ବରଗଡ଼କୁ ଗଞ୍ଜେଇ ଆସୁଥିବାବେଳେ ପଡ଼ୋଶୀ ଛତିଶଗଡ଼ ରାଜ୍ୟକୁ ମଧ୍ୟ ଏହି ବାଟରେ ଗଞ୍ଜେଇ ଚାଲାଣ ହେଉଛି। କିଛି ବଡ଼ବଡ଼ିଆଙ୍କ ଛତ୍ରଛାୟା ତଳେ ଏଭଳି ବେଆଇନ କାରବାର ଚାଲି ଆସୁଥିବାରୁ ଜିଲାରେ ସେଭଳି ନିଶା କାରବାରକୁ ଦମନ କରାଯାଇ ପାରୁ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍‌ ଧରୁଛି। ଅନ୍ୟପଟେ ଅପରାଧରେ ଛୋଟ କିମ୍ବା ବଡ଼ବଡ଼ିଆ ମଧ୍ୟରେ ପ୍ରଭେଦ ନାହିଁ, ଯେ କେହି ବି ସମ୍ପୃକ୍ତ ଅଛନ୍ତି, ସେମାନଙ୍କୁ ଗିରଫ କରାଯାଉଛି ଏବଂ ଆଗକୁ ମଧ୍ୟ ସମ୍ପୃକ୍ତି ଜଣାପଡ଼ିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବରଗଡ଼ ଏସ୍‌ପି ରବୀନ୍ଦ୍ରନାଥ ଶତପଥୀ କହିଛନ୍ତି। ମଙ୍ଗଳବାର ଅପରାହ୍ନ ପ୍ରାୟ ୨ଟା ୩୦ମିନିଟ୍‌ ସମୟରେ ବରଗଡ଼ ଟାଉନ ଥାନା ପୋଲିସ ସହର ମଧ୍ୟରୁ ବିପୁଳ ପରିମାଣରେ କଫ୍‌ ସିରପ ଜବତ କରିଛି। ସ୍ଥାନୀୟ ଏକ ହୋଟେଲ ପଛପଟେ କଫ୍‌ ସିରପ କାରବାର ଚାଲୁଥିବାବେଳେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନଂ-୫ ବିଶିପଡ଼ାର ଅର୍ଜୁନ ନାୟକ(୨୫), ୱାର୍ଡ଼ ନଂ-୧୯ ରେଳ ଷ୍ଟେଶନ ରାସ୍ତାର ଚନ୍ଦନ ଚକ୍ରବର୍ତ୍ତୀ(୪୦), ୱାର୍ଡ଼ ନଂ-୨ ନଦୀପଡ଼ାର ସୁଶାନ୍ତ ନାଗ(୩୨) ଏବଂ ୱାର୍ଡ଼ ନଂ-୧୧ ବାଞ୍ଜିପଡ଼ାର ବିଜୟ ନାଗ(୪୨)ଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ୭୨୦ବୋତଲ କଫ୍‌ ସିରପ, ନଗଦ ୫୧୦୦ ଟଙ୍କା, ଏକ ହୋଣ୍ଡା ଆକ୍ଟିଭା ଗାଡ଼ି(ନଂ-ଓଡ଼ି୧୭ଏସି ୫୫୮୦), ସୁଜୁକି ଏକ୍ସେସ୍‌ ୧୨୫ ଗାଡ଼ି(ଓଡ଼ି୧୭ଏଡ଼ି ୬୮୬୯) ଏବଂ ୨ଟି ମୋବାଇଲ ଜବତ ହୋଇଛି। ଏ ନେଇ ବରଗଡ଼ ଟାଉନ ଥାନାରେ ଏକ ମାମଲା(ନଂ-୪୦୦/୨୬) ରୁଜୁ ହୋଇଛି।
ଏ ସମ୍ପର୍କରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇ ଏସ୍‌ପି ଶତପଥୀ କହିଥିଲେ, ଜବତ ହୋଇଥିବା କଫ୍‌ ସିରପ୍‌ ଭୁବନେଶ୍ୱରରୁ ଏଠାକୁ ଆସିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି କାରବାରର କିଙ୍ଗପିନ୍‌ ଚିହ୍ନଟ ହୋଇ ସାରିଛନ୍ତି ଏବଂ ତାଙ୍କୁ ମଧ୍ୟ ଗିରଫ କରାଯିବ। ପୂର୍ବରୁ ଧରାପଡ଼ିଥିବା କଫ୍‌ ସିରପ୍‌ ଓ ଗଞ୍ଜେଇ କାରବାରର କିଙ୍ଗପିନ୍‌ମାନେ ଏସଟିଏଫ୍‌ ଜାଲରେ ପଡ଼ି ଏବେ ଜେଲ୍‌ରେ ଥିବା ଏସ୍‌ପି ଶତପଥୀ କହିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ପଦବୀ? BCCI ବଡ଼ ନିଷ୍ପତ୍ତି ନେବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ,୧।୯: ଅଜିତ ଆଗରକର ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଭାବରେ ରହିବେ କି ନାହିଁ ସେ ବିଷୟରେ BCCI ଖୁବ ଶୀଘ୍ର ଏକ ବଡ଼ ନିଷ୍ପତ୍ତି ନେବାକୁ…

ରାହୁଲ ହେବେ ପ୍ରଧାନମନ୍ତ୍ରୀ! ହେଲେ କିଏ ବାଛିଲା ତାଙ୍କୁ? ଜାଣନ୍ତୁ କଂଗ୍ରେସର ଏହି ଦାବି ସମ୍ପର୍କରେ

ନୂଆଦିଲ୍ଲୀ,୧।୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ମେଣ୍ଟର ପ୍ରାର୍ଥୀ ଘୋଷଣା କରାଯାଇଛି। ତାମିଲନାଡୁ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ (ସିଏଲପି)ର ନେତା…

ଭେନେଜୁଏଲା ତୈଳ

ଭନେଜୁଏଲାର ତତ୍କାଳୀନ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ସ୍ତ୍ରୀଙ୍କୁ ୮ ମାସ ତଳେ ଆମେରିକା ସେନା ଉଠାଇ ନେଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶ…

ଗ୍ରେଟର ହାଇଦ୍ରାବାଦ୍‌ ଭଳି ଗ୍ରେଟର ଭୁବନେଶ୍ୱର ଆଶା ପୂରଣ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୯(ରବିନାରାୟଣ ଜେନା): ପୌର ସଂସ୍ଥାକୁ ବିଭିନ୍ନ କାର୍ଯ୍ୟ ନେଇ ଆସୁଥିବା ନାଗରିକମାନଙ୍କୁ ସମ୍ମାନର ସହ ସେବା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୌର ପ୍ରଶାସନକୁୁ ନିର୍ଦ୍ଦେଶ…

‘କମିବ ତେଲ ଦର’, ଏମିତି ଘୋଷଣା କରି ଚମକାଇ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୧।୯: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଜୋର ଦେଇ କହିଥିଲେ ଯେ ଭେନେଜୁଏଲା ସହିତ ତାଙ୍କର ତୈଳ ଚୁକ୍ତି ଯୋଗୁ ଗ୍ୟାସ ମୂଲ୍ୟରେ ଦ୍ରୁତ ହ୍ରାସ ଘଟିବ,…

ପାଣିପାଗ ବିଭାଗର ବଡ଼ ସୂଚନା, ଆଜି ୧୮ ଜିଲାରେ ଝଡ଼ବର୍ଷା

ଭୁବନେଶ୍ୱର,୧ା୯(ବନ୍ଦନା ସେଠୀ): ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଉତ୍ତର ଉପକୂଳ ଓଡ଼ିଶା ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳ ଉପରେ ଥିବା ସ୍ପଷ୍ଟ ଭାବେ ଚିହ୍ନିତ ଲଘୁଚାପ କ୍ଷେତ୍ରଟି…

୩ରେ ରାଜ୍ୟ କ୍ୟାବିନେଟ୍, ୯ରୁ ଊର୍ଦ୍ଧ୍ୱ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୧ା୯(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର ୩ରେ ରାଜ୍ୟ କ୍ୟାବିନେଟ୍‌ ଅନୁଷ୍ଠିତ ହେବ । ଲୋକସେବା ଭବନର ତୃତୀୟ ମହଲାରେ ସନ୍ଧ୍ୟା…

ମାସ ଆରମ୍ଭରୁ ଗ୍ରାହକଙ୍କୁ ଲାଗିଲା ବଡ଼ ଝଟକା, ବଢିଲା ଗ୍ୟାସ ଦର

ନୂଆଦିଲ୍ଲୀ,୧।୯: ସେପ୍ଟେମ୍ବର ଆରମ୍ଭରୁ ଏଲପିଜି ଗ୍ରାହକମାନେ ଏକ ବଡ଼ ଝଟକା ପାଇଛନ୍ତି। ସେପ୍ଟେମ୍ବର ୧ ରେ ଜାରି ହୋଇଥିବା ନୂତନ ଦର ଅନୁସାରେ, 19 କିଲୋଗ୍ରାମ ବାଣିଜ୍ୟିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri