ଆମ ଜିଲା ଖବର

ଲିଫ୍ଟ ମାଗି ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଦାରିଙ୍ଗବାଡ଼ି,୯ା୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବାଇକ୍‌ରେ ଲିଫ୍ଟ ମାଗି ମରଣାନ୍ତକ ଆକ୍ରମଣ କରିବାରୁ କୋଟଗଡ଼ ବ୍ଲକ ରାଣିପାଙ୍ଗା ବିଦ୍ୟାଳୟର ଶିକ୍ଷକ ନହୁ ପ୍ରଧାନ ଆହତ ହୋଇଛନ୍ତି। ତାଙ୍କ ନିଜ ଗ୍ରାମ ଦାରିଙ୍ଗବାଡି…

ଜଳୁଛି ଲକ୍ଷ୍ମୀ ମାର୍କେଟ୍‌ କମ୍ପ୍ଲେକ୍ସ: ନିଆଁ ଲିଭାଇବାକୁ ନାକେଦମ୍‌ ହେଲେଣି ୧୨ ଅଗ୍ନିଶମ ଟିମ୍‌

ପୁରୀ ଅଫିସ,୯ା୩: ଶ୍ରୀମନ୍ଦିରଠାରୁ ପ୍ରାୟ ପାଞ୍ଚଶହ ମିଟର ଦୂର ମରିଚିକୋଟ ଛକ ନିକଟସ୍ଥ ବଡ଼ଦାଣ୍ଡରେ ଥିବା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ବୁଧବାର ରାତିରୁ ଏହି ନିଆଁ ଲାଗିଥିବା ବେଳେ ଗୁରୁବାର ଅପରାହ୍ନ ସୁଦ୍ଧା ଲିଭିନାହିଁ। ଏକ ଲୁଗା ଦୋନାନରେ…

ଶୁକ୍ରବାରଠୁ ଆରମ୍ଭ ମାଟ୍ରିକ ପରୀକ୍ଷା: ଘଣ୍ଟାଏ ପୂର୍ବରୁ ପହଞ୍ଚିବ ପ୍ରଶ୍ନପତ୍ର

କଟକ ଅଫିସ,୯।୩: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଶୁକ୍ରବାରଠୁ ଆରମ୍ଭ ହେଉଛି। ଏହା ମାର୍ଚ୍ଚ ୧୦ ଅର୍ଥାତ୍‌ ଶୁକ୍ରବାରଠୁ ଆରମ୍ଭ ହୋଇ ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ତେବେ ପରୀକ୍ଷାର ଘଣ୍ଟାଏ ପୂର୍ବରୁ ପ୍ରଶ୍ନପତ୍ର କେନ୍ଦ୍ରରେ ପହଞ୍ଚିବ। ପ୍ରଶ୍ନପତ୍ର…

ଚାବ୍ରିପାଲିରେ ଚାଞ୍ଚଲ୍ୟ: ଜ୍ୱାଇଁଙ୍କୁ ହତ୍ୟା ପରେ ମୃତଦେହ ଫିଙ୍ଗିବା ଉଦ୍ୟମ ବିଫଳ, ୫ ଅଟକ

ବଲାଙ୍ଗୀର ଅଫିସ/ଖପ୍ରାଖୋଲ,୯ା୩(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଚାବ୍ରିପାଲି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ବୁଧବାର ବିଳମ୍ବିତ ରାତିରେ ଖପ୍ରାଖୋଲ ପୋଲିସ ଏକ ଭ୍ୟାନ ଭିତରୁ ବସ୍ତାରେ ଭର୍ତ୍ତି ହୋଇଥିବା ମୃତଦେହ ଉଦ୍ଧାର କରିଛି। ଏହି ଘଟଣାରେ ୫…

ହୋଟେଲରେ ଲାଗିଲା ନିଆଁ, ୧୨ ଘଣ୍ଟା ପରେ ବି ଲିଭୁନି

ପୁରୀ ଅଫିସ୍‌,୯।୩: ପୁରୀ ବଡ଼ଦାଣ୍ଡରେ ଅଭାବନୀୟ ଘଟଣା। ବଡଦାଣ୍ଡସ୍ଥିତ ମର୍ଚିକୋଟ ଛକରେ ଥିବା ହୋଟେଲ ସମ୍ରାଟରେ ନିଆଁ ଲାଗିଯାଇଛି। ନିଆଁ ଲିଭେଇବାରେ ପ୍ରାୟ ୧୨ଟି ଦମକଳ ବାହିନୀ ନିୟୋଜିତ ଅଛନ୍ତି। ବୁଧବାର ରାତି ୮ରୁ ଲାଗିଥିବା ନିଆଁକୁ ଏପର୍ଯ୍ୟନ୍ତ ଆୟତ୍ତ କରାଯାଇପାରିନାହିଁ।…

ସନ୍ଦିଗ୍ଧ ଅବସ୍ଥାରେ ପଡ଼ିଛି ମୃତଦେହ, ପାଖରେ ରହିଛି ପ୍ଲାଷ୍ଟିକ୍‌ ବାଲ୍‌ଟି

କୋରାପୁଟ,୮ା୩(ସ୍ବ.ପ୍ର.): କୋରାପୁଟସ୍ଥିତ ଚନ୍ଦନ ପୋଖରୀ ନିକଟରେ ବୁଧବାର ଏକ ପରିବା ବିକାଳିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ମୃତକ ଜଣଙ୍କ ହେଉଛନ୍ତି କୋରାପୁଟ ଜିଲା ଲମତାପୁଟ ବ୍ଲକର ମେଡିପୁଟ ଗ୍ରାମର ଅର୍ଜୁନ ଖିଲ (୪୫)। ସଦିଗ୍ଧ ଅବସ୍ଥାରେ ମୃତଦେହ ପଡ଼ିଥିବାରୁ ପରିବାର…

ହୋଲି ଖେଳିବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ, ଦୁଇ ଗୁରୁତର

ପ୍ରୀତିପୁର,୮ା୩(ଡି.ଏନ୍‌.ଏ.): ବୁଧବାର ସାଙ୍ଗମାନଙ୍କ ସହ ମିଶି ହୋଲି ଖେଳିବା ନିମନ୍ତେ ବାଇକ୍‌ ଯୋଗେ ଯାଉଥିବା ସମୟରେ ଗଛରେ ପିଟି ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ, ଆଜି ହୋଲି ଖେଳିବା ପାଇଁ ୩ ଯୁବକ ସାଥି…

ହୁତ୍‌ହୁତ୍‌ ହୋଇ ଜଳିଗଲା ୬ ଗାଡ଼ି

କୋରାପୁଟ,୮ା୩(ସ୍ବ.ପ୍ର.): କୋରାପୁଟସ୍ଥିତ ହକି ପଡ଼ିଆରେ ବୁଧବାର ନିଆଁଲାଗି ୬ଟି ଗାଡି ପୋଡ଼ି ଯାଇଥିବା ଜଣାପଡ଼ିଛି। ପୋଲିସ ଜବତ କରି ସେଠାରେ ଦୀର୍ଘଦିନ ଧରି ରଖିଥିବା ୪ଟି କାର୍‌ ଓ ୨ଟି ଅଟୋ ଏଥିରେ ପୋଡ଼ିହୋଇ ଯାଇଥିବା ଜଣାପଡ଼ିଛି। ଏହି ନିଆଁ ଲାଗିବା…

ହୋଲିରେ ଅଘଟଣ: ପାଣିରେ ବୁଡ଼ି ଦୁଇଭାଇଙ୍କ ଜୀବନ ଗଲା

କେନ୍ଦ୍ରାପଡ଼ା ଅଫିସ,୮ା୩: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ହୋଲିରେ ଏକ ଅଘଟଣ ଘଟିଛି। ରଙ୍ଗ ଖେଳି ସାରି ବ୍ରାହ୍ମଣୀ ନଦୀକୁ ଦୁଇ ଭାଇ ଗାଧୋଇବାକୁ ଯାଇ ବୁଡ଼ି ଯାଇଛନ୍ତି। କେଶପୁର ପଞ୍ଚାୟତ ମୂଷାଡିଆ ଗାଁର ୪୩ ବର୍ଷୀୟ ସୁଜିତ ଦାସ,…

ଜାଲ ଟଣାକୁ କେନ୍ଦ୍ର କରି ୨ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ: ୧୪ରୁ ଊର୍ଦ୍ଧ୍ୱ ଆହତ, ଉଭୟ ପକ୍ଷରୁ ଥାନାରେ ଏତଲା

ନିରାକାରପୁର,୮।୩(ଡି.ଏନ୍‌.ଏ.): ସାରା ଦେଶରେ ବୁଧବାର ବହୁ ଧୁମ୍‌ଧାମ୍‌ରେ ହୋଲି ପର୍ବ ପାଳନ କରାଯାଇଥିବା ବେଳେ ଖୋର୍ଦ୍ଧା ଜିଲାରେ ଏକ ଅଘଟଣ ଘଟିଛି। ମାଛ ଧରା ଜାଲକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଉଭୟ ପକ୍ଷରୁ ୧୪ରୁ…

ହୋଲି ଖେଳି ସାରି ନଦୀକୁ ଗାଧୋଇବାକୁ ଯାଇ ୨ ଯୁବକ ନିଖୋଜ

କଟକ ଅଫିସ,୮ା୩: ହୋଲି ଖେଳି ସାରି ସାଙ୍ଗମାନଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ୨ ଯୁବକ ନିଖୋଜ ହୋଇଯାଇଛନ୍ତି। କଟକ ଜିଲା ସାଲେପୁର ବୁହାଳ ଗାଁ ନାଗାମଠ ନିକଟ ଚିତ୍ରୋତ୍ପଳା ନଦୀରେ ଭାସିଯାଇ ଏହି ଦୁଇ ଯୁବକ ନିଖୋଜ ହୋଇଯାଇଛନ୍ତି।…

ବିପୁଳ ପରିମାଣରେ ଚୋରା ମଦ ଜବତ: ୬ଗିରଫ

ନିରାକାରପୁର,୮।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ପୋଲିସ ବୁଧବାର ଗୋଡିପଡା, ଛଣାଗିରି ଓ ବଳପୁର ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣରେ ମଦ ଜବତ କରିଛି। ଏଥିସହ ଏହି ଘଟଣାରେ ପୋଲିସ ୬ଜଣଙ୍କୁ ଗିରଫ କରିଛି। ତେବେ ହୋଲି ପାଇଁ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?