ନକଲି ଟିକଟରେ ମୁଣ୍ଡନ ବାବଦ ଲକ୍ଷାଧିକ ଟଙ୍କା ହଡ଼ପ

ରାୟଗଡ଼ା,୧୦ା୪(ସ୍ବ.ପ୍ର.): ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣିଙ୍କ ମନ୍ଦିର ରସିଦ୍‌ ବହିରେ ଜାଲିଆତି କରାଯାଇଛି। ମନ୍ଦିରର କେତେଜଣ ଅସାଧୁ କର୍ମଚାରୀ ମା’ଙ୍କ ନିକଟକୁ ମୁଣ୍ଡନ ପାଇଁ ଆସୁଥିବା ମାନସିକଧାରୀଙ୍କୁ ନକଲି ଟିକେଟ ଦେଇ ଲକ୍ଷାଧିକ ଟଙ୍କା ଲୁଟ୍‌ କରିଛନ୍ତି। ମନ୍ଦିର ଟ୍ରଷ୍ଟ ଦ୍ୱାରା ନିୟୋଜିତ କର୍ମଚାରୀ ଏହି ଜାଲିଆତି କରିଥିବା ଅଭିଯୋଗ ହୋଇଛି।
ମା’ ମଝିଘରିଆଣିଙ୍କ ମନ୍ଦିରରେ ପ୍ରତିଦିନ ମାନସିକଧାରୀମାନେ ମୁଣ୍ଡନ କରିଥାଆନ୍ତି। ମୁଣ୍ଡନ ପାଇଁ ମନ୍ଦିର ତରଫରୁ ଜଣ ପିଛା ୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ମୁଖ୍ୟତଃ ମଙ୍ଗଳବାର, ବୁଧବାର, ଶୁକ୍ରବାର ଓ ରବିବାର ମୁଣ୍ଡନ ପାଇଁ ବହୁ ଶ୍ରଦ୍ଧାଳୁ ଆସିଥାଆନ୍ତି। ଏସବୁ ବାରରେ ୩୦୦ରୁ ଅଧିକ ଶ୍ରଦ୍ଧାଳୁ ମୁଣ୍ଡନ ହେଉଛନ୍ତି। ଏହାର ସୁଯୋଗ ନେଇ ମନ୍ଦିରର କେତେଜଣ କର୍ମଚାରୀ ନକଲି ରସିଦ୍‌ ବହି ମୁଦ୍ରଣ କରି ଟିକେଟ ଦେଉଛନ୍ତି। ଗତ କିଛି ଦିନ ହେବ ମୁଣ୍ଡନ ଶ୍ରଦ୍ଧାଳୁଙ୍କ ସଂଖ୍ୟା କମ ରହିବାରୁ ସନ୍ଦେହ ଉପୁଜିଥିଲା। ମୁଣ୍ଡନ ବାବଦ ଅର୍ଥ ଆଦାୟ କେଉଁ କାରଣରୁ କମୁଛି ଜାଣିବା ପାଇଁ ମନ୍ଦିର ପରିଚାଳନା କମିଟି ଗୁପ୍ତ ଭାବେ ତଦନ୍ତ କରିଥିଲା। ଚଳିତଥର ଚୈତ୍ର ପର୍ବରେ ମା’ଙ୍କ ନିକଟରେ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ମୁଣ୍ଡନ ହୋଇଥିଲେ ମଧ୍ୟ ଟଙ୍କା ବୃଦ୍ଧି ଘଟି ନଥିବାରୁ ଜାଳିଆତି ସ୍ପଷ୍ଟ ହୋଇଛି। ୯୪ ନମ୍ବର ବହିର ୧୪୩୬୧ ନଂ ରସିଦ୍‌ରେ ଦୁଇ ଜଣଙ୍କୁ ଟିକେଟ ଦିଆଯାଇଛି। କେବଳ ଏହି ଗୋଟିଏ ଘଟଣା ନୁହେଁ କିଛି ମାସ ପୂର୍ବରୁ ମନ୍ଦିର ପରିସରରୁ ମୁଣ୍ଡନ ଚୁଟି ମଧ୍ୟ ଚୋରି ହୋଇଥିଲା। ଯାହାର ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ହେବ। ହେଲେ ମନ୍ଦିର ତରଫରୁ ଏ ନେଇ କୌଣସି କାର୍ଯ୍ୟାଷ୍ଠାନ ଗ୍ରହଣ କରାଗଲାନାହିଁ। ଦେବୋତ୍ତର ବିଭାଗ ଏସବୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ଜରୁରୀ ହୋଇପଡିଛି। ଘଟଣା ସମ୍ପର୍କରେ ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟି ରାଇସିଂ ବିଡିକା କହିଛନ୍ତି, ଗଣମାଧ୍ୟମରୁ ଏହି ଘଟଣା ଜାଣିବାକୁ ପାଇଲି। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri