ରୋଗ କରିଛି ଗାଁରୁ ବାସନ୍ଦ

ଝରିଗାଁ,୧୦ା୪(ସ୍ବ.ପ୍ର.): ସଚେତନତା ପରେ ମଧ୍ୟ ଅନ୍ଧବିଶ୍ୱାସ ପିଛା ଛାଡ଼ୁନି । କୁଷ୍ଠ ରୋଗ ଯୋଗୁ ଦୀର୍ଘ ୬ ବର୍ଷ ଧରି ଗାଁରୁ ବାସନ୍ଦ ହୋଇ ଜଙ୍ଗଲ ପାହାଡ଼ଘେରା ଖୋଲା ଆକାଶ ତଳେ ଫଟା ପଲିଥିନ ମଞ୍ଚାରେ ଆଶ୍ରୟ ନେଉଛନ୍ତି ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତ କେବିଡ଼ି ଗ୍ରାମର ସୁନାଧର ଜାନୀ(୬୫)। ପରିବାର କହିଲେ ସ୍ତ୍ରୀ ମାନ୍ଦାଇ ଜାନୀ,୨ ପୁଅ ଏବଂ ଗୋଟିଏ ଝିଅ। ସୁନାଧର ରୋଗଗ୍ରସ୍ତ ହେବା ପରେ ପରିବାର ସହ ଗାଁ ଲୋକେ ତାଙ୍କୁ ଘୃଣା କରିଥିଲେ। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଶେଷରେ ସୁନାଧରଙ୍କୁ ଗାଁରୁ ବାସନ୍ଦ କରାଯାଇଥିଲା। ତେଣୁ ଗାଁଠାରୁ ପ୍ରାୟ ୧କି.ମି. ଦୂରରେ ଥିବା ପାହାଡ଼ ନିକଟରେ ସେ ଏକ ମଞ୍ଚା କରି ରହି ଆସୁଛନ୍ତି। ଦିନ ଥିଲା ସୁନାଧରଙ୍କ ରୋଜଗାରରେ ପରିବାର ଚଳୁଥିଲା, କିନ୍ତୁ ଏବେ ସମାଜରୁ ବାସନ୍ଦ ହୋଇ ଆର୍ଥତ୍କ ଅନଟନରେ ଜୀବନ ଅତିବାହିତ କରୁଛନ୍ତି। ପ୍ରାୟ ଅଧ କିଲୋମିଟର ଦୂରରେ ଥିବା ଏକ ନାଳରୁ ପାଣି ଆଣି ବ୍ୟବହାର କରୁଛନ୍ତି। ସେହିପରି ବେନ୍ଦ୍ରାପାଣି ଜଙ୍ଗଲକୁ ଯାଇ ମହୁଲ, ଚାହଁର କୋଳି ଗୋଟାଇ ତାକୁ ଶୁଖାଇ ଅନ୍ୟ ଲୋକଙ୍କ ସହାୟତାରେ ବିକ୍ରି କରି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି। ପାହାଡ଼ିଆ ଆବଡ଼ା ଖାବଡ଼ା ରାସ୍ତାରେ ନାଳକୁ ଏବଂ ଜଙ୍ଗଲକୁ ଯିବା ସମୟରେ ରୋଗରେ କ୍ଷତ ହୋଇଥିବା ଦୁଇ ଗୋଡ଼ରେ ଗୋଡ଼ି ପଥର ବାଜି ଅଧିକ ଯନ୍ତ୍ରଣା ଦେଉଛି। ଝରିଗାଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨୦୧୭-୧୮ରେ ସୁନାଧରଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ତାଙ୍କ ଦ୍ୱାରା କେହି ସଂକ୍ରମିତ ହେବେ ନାହିଁ ବୋଲି ସ୍ବାସ୍ଥ୍ୟକେନ୍ଦ୍ରର ଡ. ପ୍ରକାଶ ଚନ୍ଦ୍ର ନାୟକ କହିଥିଲେ। ସୁନାଧର ଭତ୍ତା ପାଇପାରୁ ନ ଥିବାରୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପାର୍ଥଜିତ୍‌ ମଣ୍ଡଳଙ୍କୁ ଯୋଗାଯୋଗ କରିଥିଲୁ। ଅତିଶୀଘ୍ର ତାଙ୍କ ଆଧାର କାର୍ଡ ସହ ମେଡିକାଲ ସାର୍ଟିଫିକେଟ୍‌ ପ୍ରସ୍ତୁତ କରାଯାଇ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ଦେବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ଘଟଣା ସମ୍ପର୍କରେ ବିଡିଓ ସତ୍ୟନାରାୟଣ ମେହେରଙ୍କୁ ଅବଗତ କରାଯାଇଥିଲା। ତୁରନ୍ତ ସୁନାଧରଙ୍କ ଥଇଥାନ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ତେଲକୋଇରୁ ଫକୀରମୋହନ, ଚମ୍ପୁଆରୁ ଲଢ଼ିବେ ମୁରଲୀ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ଘୋଷଣା ହୋଇ ପାରୁ ନ ଥିବା ଚମ୍ପୁଆ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ଶନିବାର ତା’ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri