ପୋଲିସକୁ ଚକ୍‌ମା ଦେଇ ବାବା ବେଶରେ ରହୁଥିଲେ

କଟକ ଅଫିସ,୧୦ା୪: ପୋଲିସ ଆଖିରେ ଧୂଳି ଦେଇ ଖସି ବୁଲୁଥିଲେ ହତ୍ୟା ଅଭିଯୁକ୍ତ। ଗିରଫଦାରିରୁ ବର୍ତ୍ତିବା ପାଇଁ ବାବା ବେଶରେ ରହୁଥିଲେ। ଦାଢ଼ି ରଖୁଥିଲେ ଆଉ ଗେରୁଆ ବସ୍ତ୍ର ପିନ୍ଧୁଥିଲେ। ନିଜକୁ ମହିମା ଅଲେଖ ଧାର୍ମିକ ଅନୁଷ୍ଠାନର ଜଣେ ସନ୍ଥ ଭାବେ ଲୋକଙ୍କୁ ପରିଚୟ ଦେଉଥିଲେ। ଏଭଳି ଜଣେ ବାବା ବେଶଧାରୀ ହତ୍ୟା ଅଭିଯୁକ୍ତଙ୍କୁ ବିଡ଼ାନାସୀ ପୋଲିସ ଢେଙ୍କାନାଳ ହିନ୍ଦୋଳ ଥାନା ଅଞ୍ଚଳରୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ସେ ହେଲେ ବିଡ଼ାନାସୀ ଥାନା ଅନ୍ତର୍ଗତ ଶିବାଜୀ ନଗରର ଦୀପକ ମଲ୍ଲିକ (୪୦)।
ପୋଲିସ ସୂଚନା ଅନୁଯାୟୀ, ଲାଲବାଗ ଥାନା ଅନ୍ତର୍ଗତ ଅଲିଶାବଜାର ଭୂତିଆସାହିର ହାଡ଼ିଆ ଓରଫ ପ୍ରକାଶ ବେହେରାଙ୍କୁ ୨୦୨୦ ସେପ୍ଟେମ୍ବର ୨ ତାରିଖରେ ହତ୍ୟା କରାଯାଇଥିବା ନେଇ ତାଙ୍କ ସ୍ତ୍ରୀ ପୁଷ୍ପଲତା ବିଡ଼ାନାସୀ ଥାନାରେ ଅଭିଯୋଗ କରିଥିଲେ। ସେ ଏତଲାରେ ଦର୍ଶାଇଥିଲେ, ତାଙ୍କର ଜଣେ କର୍ମଚାରୀ ମୁକେଶ ଆହତ ହୋଇ ସେହି ରାତିରେ ତାଙ୍କ ଘରେ ପହଞ୍ଚତ୍ଥିଲେ। ପୁଷ୍ପଲତାଙ୍କ ସ୍ବାମୀଙ୍କୁ ତାଙ୍କ ସାହିର ଦୀପକ ଓ ଶାନ୍ତନୁ ଅନ୍ୟ ୧୦ ଜଣ ସହଯୋଗୀଙ୍କ ଦ୍ୱାରା ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ମୁକେଶ ସେମାନଙ୍କୁ ବାଧା ଦେବାରୁ ସେମାନେ ତାଙ୍କୁ ବି ଆକ୍ରମଣ କରିଥିଲେ। ଏଭଳି କଥା ଶୁଣିବା ପରେ ପୁଷ୍ପଲତା ନିଜ ସମ୍ପର୍କୀୟଙ୍କୁ ସାଙ୍ଗରେ ନେଇ ସ୍ବାମୀଙ୍କୁ ଖୋଜିବାକୁ ଯାଇଥିଲେ। ତାଙ୍କ ସ୍ବାମୀ ଇପ୍‌ସାର କଲେଜ ଗଡ଼ା ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପୁଷ୍ପଲତା ବିଡ଼ାନାସୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା (ନଂ.୧୮୯/୨୦) ରୁଜୁ କରିଥିଲା। ଏହି ଘଟଣାରେ ଶିବାଜୀ ନଗରର ଶାନ୍ତନୁ ଓରଫ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କୁ ୨୦୨୧ ଫେବୃୟାରୀ ୨୪ରେ ଗିରଫ କରାଯାଇଥିଲା। ମାମଲାର ଚାର୍ଜଶିଟ୍‌ ୨୦୨୧ ଜୁନ୍‌ ୨୨ରେ କୋର୍ଟରେ ଦାଖଲ ହୋଇଥିବାବେଳେ ଅଭିଯୁକ୍ତ ଦୀପକ ଫେରାର ଥିଲେ। ପରେ ପୋଲିସ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରି ଦୀପକଙ୍କୁ ଶନିବାର ଗିରଫ କରିଥିଲା। ପୂର୍ବରୁ ତାଙ୍କ ନଁାରେ ବିଡ଼ାନାସୀ ଓ ମର୍କତନଗର ଥାନାରେ ୫ଟି ମାମଲା ରହିଥିବା ତଦନ୍ତବେଳେ ପୋଲିସ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ଶୌଚାଳୟରେ କର୍କଟ ରୋଗୀଙ୍କ ଆତ୍ମହତ୍ୟା

କଟକ,୧୬ା୪ (କାର୍ତ୍ତିକ ସାହୁ) ଆଚାର୍ଯ୍ୟ ହରିହରି ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳା କର୍କଟ ରୋଗର ଯନ୍ତ୍ରଣା ସହି ନ...

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ଓଭରବ୍ରିଜ୍‌ରୁ ବସ୍‌ ଖସି ଦୁର୍ଘଟଣା: ମୃତକଙ୍କୁ ୩୦ ଲକ୍ଷ କ୍ଷତିପୂରଣ ପ୍ରଦାନ ଦାବି

କଟକ,୧୬ା୪ (କାର୍ତ୍ତିକ ସାହୁ) ଯାଜପୁର ଜିଲା ବାରବାଟୀ ନିକଟରେ ସୋମବାର ରାତିରେ ଓଭରବ୍ରିଜରୁ ପ୍ରାୟ ୩୦ ଫୁଟ ତଳକୁ ଯାତ୍ରୀବାହୀ ବସ୍‌ ଖସି ଦୁର୍ଘଟଣା ଘଟିବାକୁ...

ଫୁଲ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ) ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ ଆଜି ଶଙ୍ଖ ଛାଡ଼ି ଫୁଲ ଧରିଛନ୍ତି। ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ ତାଙ୍କ...

ବଜ୍ରପାତରେ ୩ ମୃତ

କେନ୍ଦ୍ରାପଡ଼ା,୧୬।୪: କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଜୋରରେ ପବନ ହୋଇଛି। ତେବେ ବଜ୍ରପାତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପାଟକୁରା କୁଦାନଗରୀ ବଙ୍ଗାରିରେ ଜଣେ, କୁଣ୍ଡିଲୋରେ...

ମା’ ଧାମୁରାଇଙ୍କୁ ପୂଜା କରି ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ

ଚାନ୍ଦବାଲି,୧୬।୪(କିଷାନ ପାତ୍ର)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ କଂଗ୍ରେସ କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ର ମଙ୍ଗଳବାର ଧାମରାଠାରେ ମା’ଧାମୁରାଇଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ...

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ଅଭିଯୁକ୍ତ

ଝାରସୁଗୁଡ଼ା,୧୬।୪: ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ମଙ୍ଗଳବାର ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri