ପୋଲିସକୁ ଚକ୍‌ମା ଦେଇ ବାବା ବେଶରେ ରହୁଥିଲେ

କଟକ ଅଫିସ,୧୦ା୪: ପୋଲିସ ଆଖିରେ ଧୂଳି ଦେଇ ଖସି ବୁଲୁଥିଲେ ହତ୍ୟା ଅଭିଯୁକ୍ତ। ଗିରଫଦାରିରୁ ବର୍ତ୍ତିବା ପାଇଁ ବାବା ବେଶରେ ରହୁଥିଲେ। ଦାଢ଼ି ରଖୁଥିଲେ ଆଉ ଗେରୁଆ ବସ୍ତ୍ର ପିନ୍ଧୁଥିଲେ। ନିଜକୁ ମହିମା ଅଲେଖ ଧାର୍ମିକ ଅନୁଷ୍ଠାନର ଜଣେ ସନ୍ଥ ଭାବେ ଲୋକଙ୍କୁ ପରିଚୟ ଦେଉଥିଲେ। ଏଭଳି ଜଣେ ବାବା ବେଶଧାରୀ ହତ୍ୟା ଅଭିଯୁକ୍ତଙ୍କୁ ବିଡ଼ାନାସୀ ପୋଲିସ ଢେଙ୍କାନାଳ ହିନ୍ଦୋଳ ଥାନା ଅଞ୍ଚଳରୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ସେ ହେଲେ ବିଡ଼ାନାସୀ ଥାନା ଅନ୍ତର୍ଗତ ଶିବାଜୀ ନଗରର ଦୀପକ ମଲ୍ଲିକ (୪୦)।
ପୋଲିସ ସୂଚନା ଅନୁଯାୟୀ, ଲାଲବାଗ ଥାନା ଅନ୍ତର୍ଗତ ଅଲିଶାବଜାର ଭୂତିଆସାହିର ହାଡ଼ିଆ ଓରଫ ପ୍ରକାଶ ବେହେରାଙ୍କୁ ୨୦୨୦ ସେପ୍ଟେମ୍ବର ୨ ତାରିଖରେ ହତ୍ୟା କରାଯାଇଥିବା ନେଇ ତାଙ୍କ ସ୍ତ୍ରୀ ପୁଷ୍ପଲତା ବିଡ଼ାନାସୀ ଥାନାରେ ଅଭିଯୋଗ କରିଥିଲେ। ସେ ଏତଲାରେ ଦର୍ଶାଇଥିଲେ, ତାଙ୍କର ଜଣେ କର୍ମଚାରୀ ମୁକେଶ ଆହତ ହୋଇ ସେହି ରାତିରେ ତାଙ୍କ ଘରେ ପହଞ୍ଚତ୍ଥିଲେ। ପୁଷ୍ପଲତାଙ୍କ ସ୍ବାମୀଙ୍କୁ ତାଙ୍କ ସାହିର ଦୀପକ ଓ ଶାନ୍ତନୁ ଅନ୍ୟ ୧୦ ଜଣ ସହଯୋଗୀଙ୍କ ଦ୍ୱାରା ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ମୁକେଶ ସେମାନଙ୍କୁ ବାଧା ଦେବାରୁ ସେମାନେ ତାଙ୍କୁ ବି ଆକ୍ରମଣ କରିଥିଲେ। ଏଭଳି କଥା ଶୁଣିବା ପରେ ପୁଷ୍ପଲତା ନିଜ ସମ୍ପର୍କୀୟଙ୍କୁ ସାଙ୍ଗରେ ନେଇ ସ୍ବାମୀଙ୍କୁ ଖୋଜିବାକୁ ଯାଇଥିଲେ। ତାଙ୍କ ସ୍ବାମୀ ଇପ୍‌ସାର କଲେଜ ଗଡ଼ା ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପୁଷ୍ପଲତା ବିଡ଼ାନାସୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା (ନଂ.୧୮୯/୨୦) ରୁଜୁ କରିଥିଲା। ଏହି ଘଟଣାରେ ଶିବାଜୀ ନଗରର ଶାନ୍ତନୁ ଓରଫ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କୁ ୨୦୨୧ ଫେବୃୟାରୀ ୨୪ରେ ଗିରଫ କରାଯାଇଥିଲା। ମାମଲାର ଚାର୍ଜଶିଟ୍‌ ୨୦୨୧ ଜୁନ୍‌ ୨୨ରେ କୋର୍ଟରେ ଦାଖଲ ହୋଇଥିବାବେଳେ ଅଭିଯୁକ୍ତ ଦୀପକ ଫେରାର ଥିଲେ। ପରେ ପୋଲିସ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରି ଦୀପକଙ୍କୁ ଶନିବାର ଗିରଫ କରିଥିଲା। ପୂର୍ବରୁ ତାଙ୍କ ନଁାରେ ବିଡ଼ାନାସୀ ଓ ମର୍କତନଗର ଥାନାରେ ୫ଟି ମାମଲା ରହିଥିବା ତଦନ୍ତବେଳେ ପୋଲିସ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ସଙ୍କଟକୁ ନେଇ ଚିନ୍ତା ପ୍ରକଟ କଲେ ଧମେନ୍ଦ୍ର ପ୍ରଧାନ, ସମ୍ବଲପୁରବାସୀଙ୍କୁ…

ଭୁବନେଶ୍ୱର,୩୧।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଓଡ଼ିଶାର ୬ ଜିଲାରେ ବନ୍ୟା ସଙ୍କଟ ସୃଷ୍ଟି କରିଥିବାବେଳେ ୯ ଜିଲାରେ ବିଶେଷ ପ୍ରଭାବ ପକାଇଛି।…

ମୋଦି-ଶାହାଙ୍କୁ ରାହୁଲଙ୍କ କଡ଼ା ବାର୍ତ୍ତା, Gen Zଙ୍କୁ ନେଇ କହିଦେଲେ ଏମିତି

ନୂଆଦିଲ୍ଲୀ,୩୧।୭: ଲୋକସଭାର ବିରୋଧୀ ଦଳନେତା ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଶୁକ୍ରବାର ସେ…

ବର୍ଷାରେ ଭାଙ୍ଗିଲା ଝାଟିମାଟି ଘର: ସାହାରା ଖୋଜୁଛନ୍ତି ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ସନ୍ତୋଷ

ନୂଆପଡା,୩୧ା୭ (ମକାରୁ ବେମାଲ): କୋମନା ବ୍ଲକ ଅନ୍ତର୍ଗତ ଜଡାମୁଣ୍ଡା ଗଁାର ସନ୍ତୋଷ ପ୍ରଧାନୀ (୬୮) ବର୍ଷ ବର୍ଷ ଧରି ଏକ ଝାଟିମାଟି ବାଉଁଶ ଓ ପଲିଥିନରେ ତିଆରି…

ଶ୍ରୀଲଙ୍କା ଗସ୍ତରେ ଏହି ୩ ଷ୍ଟାର ଖେଳାଳିଙ୍କ ପାଇଁ କର ବା ମର ପରିସ୍ଥିତି, ବିଫଳ ହେଲେ ଟିମ ଇଣ୍ଡିଆରୁ ବିଦାୟ!

ନୂଆଦିଲ୍ଲୀ, ୩୧।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଅଗଷ୍ଟ ୧୫ରୁ ଦୁଇଟି ଟେଷ୍ଟ ମ୍ୟାଚର ସିରିଜ ଆରମ୍ଭ ହେଉଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଦୃଷ୍ଟିରୁ ଏହି ସିରିଜ…

ଭତ୍ତାରୁ ବଞ୍ଚିତ ହେଉଛନ୍ତି ୭୫% ଭିନ୍ନକ୍ଷମ ଛାତ୍ରୀ, ଗୁହାରି କରିବା ପରେ ବି…

ମୋହନା,୩୧।୭(ମନ୍ମଥ ମିଶ୍ର): ସରକାରୀ ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ଛାତ୍ରୀ । ୭୫% ଭିନ୍ନକ୍ଷମ ହୋଇ ମଧ୍ୟ ଭିନ୍ନକ୍ଷମ ଭତ୍ତାରୁ ଦୀର୍ଘ ବର୍ଷ ହେବ ବଞ୍ଚିତ ଅଛନ୍ତି ।…

ରାହାଣେଙ୍କ ଅବସର ପରେ କୋହଲିଙ୍କ ଭାବବିହ୍ବଳ ବାର୍ତ୍ତା, ପଢ଼ନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ, ୩୧।୭: କ୍ରିକେଟର ଅନୁଭବୀ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ତାଙ୍କୁ କ୍ରମାଗତ ଭାବେ ଦିଗ୍ଗଜ ଖେଳାଳିମାନଙ୍କର ଶୁଭେଚ୍ଛା ମିଳୁଛି। ଏହି…

ନିଶା କାରବାରୀଙ୍କୁ ଝଟକା: ୨୭ କେଜି ଗଞ୍ଜେଇ ସହ ଜଣଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର, ୩୧୭(ବାବୁଲା ପ୍ରଧାନ):ନିଶା କାରବାର ବିରୋଧରେ ଗଞ୍ଜାମ ପୋଲିସର କଡ଼ା ଅଭିଯାନ ଜାରି ରହିଥିବାବେଳେ ଭଞ୍ଜନଗର ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ବେଆଇନ ଗଞ୍ଜେଇ ଚାଲାଣ…

ମୋଦିଙ୍କ ତ୍ୱଚା ଦେଶର ଭବିଷ୍ୟତ ଅପେକ୍ଷା ଅଧିକ ଉଜ୍ଜ୍ୱଳ: ଏମିତି କାହିଁକି କହିଲେ ଅଭିଜିତ୍‌ ଦୀପକେ

ନୂଆଦିଲ୍ଲୀ,୩୧।୭: ଲୋକ ସଭା ପରେ, ରାଜ୍ୟ ସଭା ଏବେ ପେପର ଲିକ ବିରୋଧୀ ସଂଶୋଧନ ବିଲ,୨୦୨୬କୁ ମଧ୍ୟ ଅନୁମୋଦନ କରିଛି। ରାଷ୍ଟ୍ରପତିଙ୍କ ସମ୍ମତି ପାଇବା ପରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri