ଆମ ଜିଲା ଖବର

ସାଇବର ଅପରାଧ ରୋକିବାକୁ ପ୍ରୟାସ

ଛତ୍ରପୁର,୨ା୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ସାମ୍ପ୍ରତିକ ସମୟରେ ସାଇବର ଅପରାଧ ବଢ଼ିବାରେ ଲାଗିଛି। ଗଞ୍ଜାମ ପୋଲିସ ଜିଲାରେ ଗତବର୍ଷ ୬୫ଟି ସାଇବର ଅପରାଧ ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଥିବା ବେଳେ ଚଳିତବର୍ଷ ଅଗଷ୍ଟ ୩୧ ସୁଦ୍ଧା ୯୭ଟି ସାଇବର ଅପରାଧ...

ହାଇଓ୍ବା-ବାଇକ୍‌ ଧକ୍କା, ଚାଲିଗଲା ଦୁଇ ଜୀବନ

ହାଟଡିହୀ,୨ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ଥାନାଠାରୁ ମାତ୍ର ୫୦୦ମିଟର ଦୂରରେ ଏକ ଦୁର୍ଘଟଣା ଘଟି ୨ ଜଣଙ୍କ ଜୀବନ ଯାଇଛି। ତେବେ ସେମାନଙ୍କ ପରିଚୟ ମିଳି ପାରିନାହିଁ। ପୋଲିସ ଦୁର୍ଘଟଣା ସ୍ଥଳିରୁ ଦୁଇ ଆହତଙ୍କୁ ଉଦ୍ଧାର କରି ଆନନ୍ଦପୁର...

ବାଲୁକା କଳାରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି

କର୍ଲାମୁଣ୍ଡା,୨ା୧୦(ପ୍ରଦୀପ କୁମାର ସାହୁ): ସାରା ଦେଶରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ସୋମବାର ପାଳିତ ହେଉଛି। ଏହି ଅବସରରେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଡଙ୍ଗରମୁଣ୍ଡା ଗ୍ରାମର ବାଲୁକା ଶିଳ୍ପୀ ଓମ୍‌ ପ୍ରକାଶ ସାହୁ ତାଙ୍କ ବାଲୁକା କଳା...

ଗଡ଼ିଲା ସାଇବର ସୁରକ୍ଷା ସଚେତନତା ରଥ

ଢେଙ୍କାନାଳ,୨ା୧୦(ରତନ ନାୟାର): ଢେଙ୍କାନାଳ ଜିଲା ପୋଲିସ ପକ୍ଷରୁ ସୋମବାର ଗାନ୍ଧୀ ଜୟନ୍ତୀ ଅବସରରେ ସାଇବର ଅପରାଧ ସଚେତନ ଅଭିଯାନ ଆରମ୍ଭ ହୋଇଛି। ଏହି ଉପଲକ୍ଷେ ସ୍ଥାନୀୟ ମିନି ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ସାଇବର ସୁରକ୍ଷା ସଚେତନତା ରଥ ପରିକ୍ରମା ଶୁଭାରମ୍ଭ...

‘ଗାନ୍ଧିଜୀଙ୍କ ଅହିଂସା ଆନ୍ଦୋଳନ ଏକ ଅମୋଘ ଅସ୍ତ୍ର ଥିଲା’

ଛତ୍ରପୁର,୨ା୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମରେ ଜିଲାସ୍ତରୀୟ ୧୫୪ ତମ ଜାତିରଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ୍‌ ବାହାଦୂରଶାସ୍ତ୍ରୀଙ୍କ ୧୧୯ତମ ଜୟନ୍ତୀ ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଛତ୍ରପୁର ମିଳିତ ଆନୁକୂଲ୍ୟରେ...

ଘାଟିରେ ଓଲଟିଲା ବସ୍‌

ମୋହନା,୨ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ କୁଡିକିମା ଗାଁ ନିକଟସ୍ଥ ଇନ୍ଦ୍ରପୁର ଘାଟିରେ ସୋମବାର ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୫ ଜଣ ଆହତ ହୋଇଛନ୍ତି। ତେବେ ୭ଜଣ ଅବସ୍ଥା ଗୁରୁତର ରହିଛି।...

ଜୁନାଗଡ଼ରେ ଟ୍ରିପଲ୍‌ ମର୍ଡର: କାରଣ ଖୋଜୁଛି ପୋଲିସ

ଭବାନୀପାଟଣା/ଜୁନାଗଡ଼,୨ା୧୦(ଉତ୍ତମ କୁମାର ଦାଶ/ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଶଙ୍କରପଲା ଗ୍ରାମରେ ରବିବାର ଟ୍ରିପଲ ମର୍ଡର ହୋଇଥିବା ସୂଚନା ମିଳିଛି। କେହି ଦୁର୍ବୃତ୍ତ ୩ଜଣଙ୍କୁ ଗଳାକାଟି ହତ୍ୟା କରି ଫେରାର ହୋଇଯାଇଛି। ମୃତକମାନେ ହେଲେ ଶଙ୍କରପଲା ଗ୍ରାମର...

ନିଖୋଜର ୮ ଦିନ ପରେ ବୈତରଣୀରୁ ମିଳିଲା ବୃଦ୍ଧଙ୍କ ମୃତଦେହ

ପାଟଣା,୨ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଡ଼ାଳପକା ଗାଁ ବୈତରଣୀ ନଦୀର ଘୁର୍ଣ୍ଣିଦର ଘାଟରୁ ସୋମବାର ଜଣେ ବୃଦ୍ଧଙ୍କ ଗଳିତ ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ସାହାରପଡ଼ା ବ୍ଲକ କପୁଣ୍ଡି ପଞ୍ଚାୟତ ଧାନ...

ଡଙ୍ଗରିଆ ସମ୍ପ୍ରଦାୟର ଭୋଟ ବର୍ଜନ ନିଷ୍ପତ୍ତି

ରାୟଗଡ଼ା,୨।୧୦ (ଆଶିଷ ରଞ୍ଜନ ପଣ୍ଡା):ରାୟଗଡ଼ା ଜିଲାର ନିୟମଗିରି, ସିଜିମାଳି, କୁଟ୍ରୁମାଳି, ମାଜିଙ୍ଗମାଳି, ମାଳି ପର୍ବତ, କୋଡ଼ିଙ୍ଗମାଳି ଆଦି ଅଞ୍ଚଳର ଖଣିକୁ ଘରୋଇ କମ୍ପାନୀକୁ ଲିଜ୍‌ରେ ଦିଆଯାଇଛି। ଅଞ୍ଚଳର ସୁରକ୍ଷା ପାଇଁ ମୂଳନିବାସୀ ବିରୋଧ କଲେ ସେମାନଙ୍କ ଉପରେ ପୋଲିସ ଜୁଲମ...

ଗଞ୍ଜାମରେ ଶାସକ, ବିରୋଧୀଙ୍କ ନିର୍ବାଚନୀ ପ୍ରସ୍ତୁତି

ବ୍ରହ୍ମପୁର,୨ା୧୦(ନରସିଂହ ସାହୁ):ସାଧାରଣ ନିର୍ବାଚନ ପାଇଁ ଏବେଠୁ ଗଞ୍ଜାମ ଜିଲାରେ ରାଜନୈତିକ ଉଷ୍ମତା ଦେଖାଦେଇଛି। ଶାସକ ବିଜେଡି ସଙ୍ଗଠନକୁ ଆହୁରି ଅଧିକ ଶକ୍ତିଶାଳୀ କରିବା ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିଛି। ବିଜେଡିକୁ ଟକ୍କର ଦେବା ନିମନ୍ତେ ମୁଖ୍ୟ ବିରୋଧୀ ଦଳ ଭାଜପା...

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଘସିପୁରା,୨ l୧୦(ନିରଞ୍ଜନ ସାହୁ): କେନ୍ଦୁଝର ଜିଲା ଘସିପୁରା ଥାନା ବସନ୍ତପୁର ସ୍ଥିତ ବଳଦେବଜୀଉ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି l ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ପିଣ୍ଡିରେ ମହିଳାଙ୍କ ଝୁଲନ୍ତା ମୃତଦେହ ଦେଖି ସ୍ଥାନୀୟ...

ଭୋଗରାଇରେ ବଢୁଛି ଚୋରି, ଗୋ ଚାଲାଣ

ଭୋଗରାଇ,୨ା୧୦(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକରେ ଏବେ ଚୋରି, ରାହାଜାନି, ଛିନ୍‌ତାଇ ଓ ଗୋଚାଲାଣ ବୃଦ୍ଧି ପାଉଥିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ଆନ୍ତଃରାଜ୍ୟ ଚୋର ଦଳ ଗଁା ଗଣ୍ଡା ଓ ମନ୍ଦିରରେ ପଶି ସୁନାଗହଣା, ଟଙ୍କା ଲୁଟ୍‌ କରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri