ବର୍ଷା ସତ୍ତ୍ୱେ ଜନଜାତି ଗାଁରେ ନିଆରା ଢଙ୍ଗରେ ପାଳନ ହେଉଛି ରଥଯାତ୍ରା: ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼

ଦାରିଙ୍ଗବାଡି, ୧୬।୭ (ଅରୁଣ ସାହୁ):ଲଘୁଚାପ ପ୍ରଭାବରେ ବୁଧବାର ବିଳମ୍ବିତ ରାତ୍ର ଠାରୁ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି । ତେବେ ଆଜି ରଥଯାତ୍ରା ରହିଥିବା ବେଳେ ବ୍ଲକ ଅଞ୍ଚଳର ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ, ଗଦାପୁର, ଦାରିଙ୍ଗବାଡି ଥାନା ସିମନବାଡି, ଶ୍ରାନିକେତା ପଞ୍ଚାୟତ ଟକରମାଲା ଏବଂ ସିମନବାଡି ପଞ୍ଚାୟତର ଦୁର୍ଗମ ଅନୁସୂଚିତ ଜନଜାତି ଅଧ୍ୟୁଷିତ ଗବାଟବାଡ଼ି ଗ୍ରାମରେ ଏହିଯାତ୍ରା ବଡ଼ ଧୂମଧାମରେ ପାଳନ କରାଯାଉଛି । ଏହି ସବୁ ରଥଯାତ୍ରାରେ ବର୍ଷା କୌଣସି ଶ୍ରଦ୍ଧାଳୁଙ୍କୁ ପ୍ରଭାବିତ କରିପାରିନି ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ଗବାଟବାଡ଼ି ଗ୍ରାମରେ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଛେରା ପହଁରା କରିବା ଓ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିବା କାର୍ଯ୍ୟକ୍ରମ ରହିଥିବା ବେଳେ ଗାଁରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଗୋଟିଏ ପଟେ ବର୍ଷା ଲାଗି ରହିଥିବା ବେଳେ ଗାଁରେ ବର୍ଷାକୁ ଖାତିର୍‌ ନକରି ସଂକୀର୍ତ୍ତନ ଦଳ ଗାଁ ପରିକ୍ରମା କରିବା ସହ ଉତ୍ସାହର ସହ ଯାତ୍ରା ପାଳନ କରୁଛନ୍ତି। ଏମ୍‌ପିଙ୍କ ସହ କନ୍ଧମାଳ ନିର୍ବାଚନମଣ୍ଡଳୀର ପ୍ରତିନିଧି ଦୁର୍ଗା ଆଚାର୍ଯ୍ୟ, ବିଡ଼ିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି ।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିଜ ଦରମାରୁ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଦେଲେ ସମିତି ସଭ୍ୟ ଧ୍ରୁବ, ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା

ଗଞ୍ଜାମ,୧୬।୭ (ବିଦ୍ୟାଧର ସାହୁ ): ଝିଅ ବିବାହ ଏବଂ ମୃତ ବ୍ୟକ୍ତିଙ୍କ ପରିବାରକୁ ଆର୍ଥିକ ସହାୟତା କରି ଚର୍ଚ୍ଚାରେ ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ। ଗଞ୍ଜାମ…

ଜାରି ରହିଛି ଲଗାଣ ବର୍ଷା: କୁଲାଡ ରଥଯାତ୍ରା ବର୍ଷା ପାଇଁ ନାହିଁ ଶ୍ରଦ୍ଧାଳୁଙ୍କ ଭିଡ଼

ଭଞ୍ଜନଗର,୧୬।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବୁଧବାର ରାତିରୁ ଗୁରୁବାର ଖବର ଲେଖା ହେବା ପର୍ଯ୍ୟନ୍ତ ଲଗାଣ ବର୍ଷା ଲାଗି ରହିଛି। ଏହାଦ୍ୱାରା ଜନଜୀବନ ଅସ୍ତବ୍ୟସ୍ତ…

ବିଦ୍ୟୁତ ବୋର୍ଡ ମରାମତି କରୁଥିବା ବେଳେ ମାରିଲା କରେଣ୍ଟ, ତାପରେ….

ପାଟଣା,୧୬ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ବଡ଼ବିଲ ପଞ୍ଚାୟତ ଅନ୍ତର୍ଗତ ବାର ତୁଣିଆ ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ବିପଦପୂର୍ଣ୍ଣ ଅବସ୍ଥାରେ ବୃଦ୍ଧାଙ୍କ ଘର: ସହାୟତାର ହାତ ବଢ଼ାଇଲେ ସମାଜସେବୀ

କର୍ଲାମୁଣ୍ଡା:୧୬।୭(ପ୍ରଦୀପ କୁମାର ସାହୁ)କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ଗ୍ରାମ ପଞ୍ଚାୟତ କୁଶୁର୍ଲା ହଜାରିପଡ଼ାର ଜଣେ ଅସହାୟ ବୃଦ୍ଧା ଫୁଲତୁଲା ସାହୁ( ୭୫)ଙ୍କ ଘର ଲଗାତାର ବର୍ଷା…

ରଣ୍ଢାରେ ବଡ଼ ସଡ଼କ ଦୁର୍ଘଟଣା; ଔଷଧ କିଣିବାକୁ ଯାଉଥିବା ବେଳେ କାର-ଟ୍ରକ ଧକ୍କାରେ ଦମ୍ପତି ମୃତ, କ୍ଷତିପୂରଣ ଦାବିରେ ୧୬ ନଂ ଜାତୀୟ ରାଜପଥ ଅବରୋଧ

ଗୋପାଳପୁର,୧୬ା୭(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନଂ ଜାତୀୟ ରାଜପଥ ଗୋଳନ୍ଥରା ଅଧିନସ୍ଥ ରଣ୍ଢାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଗୁରୁବାର ଦିନ ରାସ୍ତା…

ପୋଲିସ ଷ୍ଟେଶନରେ ଭୟଙ୍କର ବିସ୍ଫୋରଣ,୧୪ ଜଣଙ୍କ ମୃତ୍ୟୁ

ଇସଲାମବାଦ୍,୧୬ା୭: ପାକିସ୍ତାନର ପଖତୁନଖ୍ୱା ପ୍ରଦେଶ ପୁଣିଥରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣରେ ଥରି ଉଠିଛି ।ଆତଙ୍କବାଦୀମାନେ ବାନୁ ଜିଲାର ମିରିଆନ୍ ପୋଲିସ ଷ୍ଟେଶନକୁ ଟାର୍ଗେଟ କରି ବିସ୍ଫୋରକ…

କବାଟ ବନ୍ଦ କରି ୪ ବର୍ଷର ପୁଅକୁ ହତ୍ୟା କଲେ ବାପା, ମା’ ଆଖିରୁ ଶୁଖୁନି ଲୁହ, କହିଲେ ତାଙ୍କ ସ୍ବାମୀ…

ଉଦଳା,୧୬ା୭(ସନ୍ତୋଷ କୁମାର ବାଛିନି): ବାପା ସାଜିଲେ ଜହ୍ଲାଦ। ଦୁନିଆ କ’ଣ ଜାଣି ନ ଥିବା ୪ ବର୍ଷର ଜନ୍ମ କଲା ପୁଅକୁ କଟୁରିରେ ହାଣି ହତ୍ୟା କଲେ…

ଶାଳୀଙ୍କୁ ନେଇ ଫେରାର ହୋଇଯାଉଥିଲେ ଭିଣୋଇ: ବାଟରେ ଘଟିଲା…

ଭୋପାଳ,୧୬।୭:ମଧ୍ୟପ୍ରଦେଶର ମୋରେନା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକଙ୍କୁ ପ୍ରେମ ସମ୍ପର୍କ ଯୋଗୁ ସର୍ବସାଧାରଣରେ ନିର୍ମମ ଦଣ୍ଡ ଦିଆଯାଇଥିଲା। ଜିଲାର କିଚୋଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri