ଆମ ଜିଲା ଖବର

ବ୍ରୋଞ୍ଜ, ରୌପ୍ୟ ଜିତିଲେ ସୁବ୍ରତ

ଗଞ୍ଜାମ,୬ା୧୧(ବିଦ୍ୟାଧର ସାହୁ): ବ୍ରହ୍ମପୁର ଡ଼ିଏଭି ସ୍କୁଲରେ ଅନୁଷ୍ଠିତ ଜିଲାସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଗଞ୍ଜାମର ସୁବ୍ରତ କୁମାର ପାଢ଼ୀ ୧୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ଏବଂ ଲଙ୍ଗଜମ୍ପରେ (୪.୨୦ମିଟର ) ରୌପ୍ୟ ପଦକ ହାସଲ କରିଛନ୍ତି। ୧୪ରୁ ୧୭ବର୍ଷ ବାଳକ ବିଭାଗରେ...

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ସରପଞ୍ଚଙ୍କ ବର୍ଜନ

ଦାରିଙ୍ଗବାଡି,୬।୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ସୋମବାର ଆୟୋଜିତ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ବର୍ଜନ କରିଛନ୍ତି। ଏହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ୨୫ ପଞ୍ଚାୟତ ପାଇଁ ରାଜ୍ୟ...

କୁଆପଥର ବର୍ଷାରେ ଧାନ, କପା ଚାଷ ନଷ୍ଟ

ଗୋଲାମୁଣ୍ଡା,୬।୧୧(ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକର ୩ଟି ଗ୍ରାମପଞ୍ଚାୟତରେ ଶନିବାର ରାତିରେ ପ୍ରବଳ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଛି। ଏଥିଯୋଗୁ ଧାନ, କପା, ଆଖୁ, ବିଭିନ୍ନ ପନିପରିବା ଚାଷ ଓ ଡାଲି ଜାତୀୟ ଫସଲ ନଷ୍ଟ ହେବା...

କମୁନି ଦାଦନ ଶ୍ରମିକ ଚାଲାଣ

କଣ୍ଟାବାଞ୍ଜି/ଖପ୍ରାଖୋଲ,୬ା୧୧ (ଗୁରୁଦୟାଲ ହଂସ/ଅଭୟ ତ୍ରିପାଠୀ): ସମସ୍ତ ପ୍ରକାର କର୍ମାଭିମୁଖୀ ଯୋଜନା ଓ ସଚେତନତା ସତ୍ତ୍ୱେ ବଲାଙ୍ଗୀର ଜିଲାରୁ ଦାଦାନ ଶ୍ରମିକ ଚାଲାଣ ଚାଲୁ ରହିଛି। ଶନିବାର ବିଳମ୍ବିତ ରାତିରେ କଣ୍ଟାବାଞ୍ଜି ଓ ଖପ୍ରାଖୋଲ ଥାନା ଅଞ୍ଚଳରେ ପୋଲିସ ବାହାର ରାଜ୍ୟକୁ...

ଦାରିଙ୍ଗବାଡ଼ିରେ ପର୍ଯ୍ୟଟନର ବିକାଶ ପାଇଁ ୧୭ କୋଟି ୧୦ ଲକ୍ଷ ଟଙ୍କା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଦାରିଙ୍ଗବାଡ଼ି,୬ା୧୧(ଅରୁଣ ସାହୁ): କନ୍ଧମାଳ ଜିଲାର ସମସ୍ତ ୧୨ଟି ବ୍ଲକରେ ସୋମବାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଦାରିଙ୍ଗବାଡ଼ି ବ୍ଲକର ମିନି ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ବିଡିଓ ଗଦାଧର ପାତ୍ର ପରିଚାଳନା କରିଥିବା ବେଳେ ବ୍ଲକ ଅଧ୍ୟକ୍ଷ...

ସମ୍ବଲପୁରବାସୀ ଅବସର ବିନୋଦନରୁ ବଞ୍ଚିତ

ସମ୍ବଲପୁର,୬।୧୧(ଭବାନୀ ଶଙ୍କର ଭୋଇ): ବଡ଼ବଜାର ନିକଟରେ ରିଙ୍ଗ ରୋଡ଼ କଡ଼ରେ ରହିଛି ସମ୍ବଲପୁର ଉନ୍ନୟନ ପ୍ରାଧିକରଣ (ଏସ୍‌ଡିଏ)ର ଗୌରୀ ଶଙ୍କର ପାର୍କ। ଏଠାରେ ଦୀର୍ଘଦିନ ହେବ ଷ୍ଟ୍ରିଟ ଲାଇଟ ଜଳୁ ନ ଥିବା ସହ ପାର୍କରେ ରହିଥିବା ଖେଳଣା ଏବଂ...

କମୁଛି ମାଟି ଦୀପ ଚାହିଦା, ଚିନ୍ତାରେ କୁମ୍ଭକାର

ତେନ୍ତୁଳିଖୁଣ୍ଟି,୬।୧୧(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ା ଗ୍ରାମରେ ନବେରୁ ଊର୍ଦ୍ଧ୍ୱ କୁମ୍ଭକାର ପରିବାର ବାସ କରନ୍ତି। ସେଥିମଧ୍ୟରୁ ପ୍ରାୟତଃ ଅଧାରୁ ଅଧିକ କୌଳିକ ବୃତ୍ତିକୁ ମାଟି ନିର୍ମିତ ସାମଗ୍ରୀର ବଜାର ଚାହିଦା ନ ଥିବାରୁ ନିଜ ପରିବାର...

ଆୟୋସ ମାଲେଟ ମାଛ ଉପରେ ଗବେଷଣା

ବ୍ରହ୍ମପୁର,୬ା୧୧(ତନୁଶ୍ରୀ ନାହାକ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗ ପକ୍ଷରୁ ଚିହ୍ନଟ କରାଯାଇଥିବା ନୂତନ ପ୍ରଜାତିର ଆୟୋସ ମାଲେଟ୍‌ ମାଛ ଉପରେ ଗବେଷଣା ଜାରି ରହିଛି। ପଶ୍ଚିମ ଓଡ଼ିଶାର ସୋନପୁରଠାରେ ପ୍ରବାହିତ ମହାନଦୀରେ ଏହି ମାଛ ଠାବ କରାଯାଇଥିବା ବିଭାଗର ଅଧ୍ୟାପକ...

ଏ ସ୍ମଲ ଷ୍ଟେପ୍‌’ ଡକ୍ୟୁମେଣ୍ଟାରି ଜାତୀୟ ପୁରସ୍କାର ପାଇଁ ମନୋନୀତ

କୋରାପୁଟ,୬ା୧୧(ଅମିତାଭ ବେହେରା): ଜାତୀୟତୀୟ ସ୍ତରରେ ଏକ ପ୍ରତିଷ୍ଠିତ ଅନୁଷ୍ଠାନ ଦ୍ୱାରା ‘କମ୍ୟୁନିଟି ମିଡିଆ ଚାଲେଞ୍ଜ-୨୦୨୩’ ଶୀର୍ଷକରେ ଆୟୋଜିତ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ପ୍ରତିଯୋଗିତାରେ ଓଡିଆ ଝିଅ ଝରଣା କାଦ୍ରାକା ଅଂଶଗ୍ରହଣ କରି ଜାତୀୟ ସ୍ତରୀୟ ଦ୍ୱିତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।...

ସେତୁ ନିର୍ମାଣ କାର୍ଯ୍ୟ ନିମ୍ନମାନର: ସ୍ଥାୟିତ୍ୱ ନେଇ ସନ୍ଦେହ

ନିିଶ୍ଚିନ୍ତକୋଇଲି,୬।୧୧(ଅଶୋକ କୁମାର ମହାପାତ୍ର): ନିଶ୍ଚିନ୍ତକୋଇଲି ବ୍ଲକ ୮ ନମ୍ବର କେନାଲ ଉପରେ ନିର୍ମାଣାଧୀନ ସେତୁ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ଫଳରେ ସେତୁର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେନ୍ଦୁପାଟଣା ଜଳ ସମ୍ପଦ ବିଭାଗ ସହକାରୀ ନିର୍ବାହୀ...

କାମରେ ଆସୁନି ସୌରଚାଳିତ ଆଲୋକୀକରଣ

ନିରାକାରପୁର,୬ା୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ୍‌ ଅନ୍ତର୍ଗତ ସାନରାଉତପଡ଼ା ପଞ୍ଚାୟତ ମୂଳୀଝରଗଡ଼ ଠାରେ ରହିଛି ମା’ଉଗ୍ରତାରାଙ୍କ ପୀଠ। ଏହି ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ସବୁ ସମୟରେ ଭକ୍ତମାନେ ଆସିବା ସହ ଗହଳି ଲାଗି ରହିଥାଏ।...

ବଢ଼ିଚାଲିଛି ପିଆଜ ଦର

ପାରଳାଖେମୁଣ୍ଡି,୬ା୧୧ (ଗିରିଧାରୀ ପରିଛା): ଗଜପତି ଜିଲାରେ କନ୍ଦାଉଛି ପିଆଜ, ଲଗାତାର ବଢି ଚାଲିଛି ଦର। ଗତ କିଛି ଦିନ ତଳେ ପିଆଜ କିଲୋ ୨୦ ଟଙ୍କାରେ ମିଳୁଥିବା ବେଳେ ଏବେ ୮୦ ଟଙ୍କାରେ ପହଁଚିଲାଣି। ନାସିକରେ ପିଆଜ ମହଙ୍ଗା କାରଣରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri