ଆମ ଜିଲା ଖବର

ଘରେ ଥିଲାବେଳେ ଫାଟିଲା AC, ଆଉ ତାପରେ…

ବଲାଙ୍ଗୀର,୪।୬( ସୁନିଲ କୁମାର ମହାନ୍ତି): ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଳିଗଲା ଏସି ।ଏସିଟି ବ୍ଳାଷ୍ଟ ହେବା ପରେ ଉକ୍ତ ଘରେ ଥିବା ଏକ ଚାରିଚକିଆ ଗାଡି ଓ ଅନ୍ୟାନ୍ୟ ମୂଲ୍ୟବାନ ଅସବାବ ପତ୍ରରେ ନିଆଁ ଲାଗିଯାଇଛି । ସୂଚନା ମୁତାବକ…

ଜ୍ବର ହୋଇଥିବା ବ୍ୟକ୍ତିଙ୍କୁ କ୍ୱାକର ଦେଇଦେଲେ ଭୁଲ ଇଞ୍ଜେକ୍ସନ, ଚାଲିଗଲା ଜୀବନ

ବଲାଙ୍ଗୀର,୪।୬((ସୁନିଲ କୁମାର ମହାନ୍ତି): ଭୁଲ ଇଞ୍ଜେକ୍ସନ ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ଚର୍ଚ୍ଚାର ବିଷୟ ହୋଇଛି । ବଲାଙ୍ଗୀର ଜିଲା ମୁରିବାହାଲ ଥାନା ଅନ୍ତର୍ଗତ ଅଇଁଲାଭଟା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ବ୍ୟକ୍ତି ଜଣକ ହେଲେ…

ଜୟମଣି ମହାନ୍ତଙ୍କ ବାସଭବନରେ ଚଢ଼ାଉ କଲା କେନ୍ଦୁଝର ବନ ବିଭାଗ, ବେଆଇନ ଶାଳ କାଠ ନେଇ…

କେନ୍ଦୁଝର,୪।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନ ବିଭାଗ ଆଜି ପାଟଣା ରେଞ୍ଜର କର୍ମଚାରୀ ଏବଂ ମୋବାଇଲ୍ ଟିମ୍ ମିଳିତ ଭାବେ ଚଢ଼ାଉ କରିଥିଲେ । ନୂଆପଡ଼ା ଗ୍ରାମର ଚକ୍ରଧର ମହାନ୍ତଙ୍କ ପତ୍ନୀ ଜୟମଣି ମହାନ୍ତଙ୍କ ବାସଭବନରେ ଚଢାଉ କରି ବ୍ୟାପକ ବେଆଇନ…

ସିଲ୍‌ ହୋଇଥିଲା ଅଜିତଙ୍କ କାଜୁ ଫ୍ୟାକ୍ଟ୍ରି : ୧୮ ମାସ ପରେ ହାଇକୋର୍ଟ ଦେଲେ ଏମିତି ରାୟ, ଚାହିିଁକି ରହିଗଲେ ଜିଲାପାଳ

ଗଞ୍ଜାମ,୪।୬(ବିଦ୍ୟାଧର ସାହୁ ): ପରିବେଶ ପଦୂଷଣ ନେଇ ସ୍ଥାନୀୟ କିଛି ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ଗଡ଼ ହୁମାଠାରେ ଥିବା ଅଜିତ ପାତ୍ରଙ୍କ କାଜୁ ଫ୍ୟାକ୍ଟ୍ରି ୨୦୨୪ରେ ଜିଲା ପ୍ରଶାସନ ସିଲ୍‌ କରିଥିଲା। ଏହାକୁ ଚ୍ୟାଲେଞ୍ଜ କରି ପାତ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ…

ଜଙ୍ଗଲକୁ ଯାଇ ଘରକୁ ଫେରି ନ ଥିଲେ ଚାଷୀ, ଆଜି ମିଳିଲା ମୃତଦେହ

ରିଆମାଳ,୪ା୬(ବଦ୍ରୀ ନାରାୟଣ ଅଗ୍ରଓ୍ବାଲ): ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଚଢେଇମରା ଗ୍ରାମ ଜଙ୍ଗଲରୁ ଗୁରୁବାର ଜଣେ ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ଜବତ ହୋଇଛି। ମୃତବ୍ୟକ୍ତି ଜଣକ ଚଢେଇମରା ଗ୍ରାମର ଚାଷୀ ପ୍ରଫୁଲ୍ଲ ବେହେରା(୫୫) ବୋଲି ଜଣାପଡ଼ିଛି। ସେହିପରି ପାରିପାର୍ଶ୍ୱିକ…

ନବୀନଙ୍କୁ ବଡ଼ ଝଟକା: ଗୋଟିଏ ଦିନରେ ବିଜେଡି ଛାଡ଼ିଲେ ୩ ନେତା, ରାଜନୀତିରେ ହଇଚଇ

କଟକ,୪।୬(ଶିଳ୍ପା ପ୍ରିୟଦର୍ଶିନୀ): ୨୦୨୪ ମେ’ରୁ ୨୦୨୬ ମେ’ ମଧ୍ୟରେ ବିଜେଡିର ବହୁ ବରିଷ୍ଠ ନେତା ଦଳ ଛାଡ଼ିଛନ୍ତି। ଏଥିରେ କଟକର ବହୁ ପୁରୁଖା ନେତା ରହିଛନ୍ତି। ପୂର୍ବରୁ ଯୁବଛାତ୍ର ନେତାମାନେ ସମୂହ ଇସ୍ତଫା ଦେଇଥିବାବେଳ ନିକଟରେ ପୂର୍ବତନ ରାଜ୍ୟ ସଭା ସଦସ୍ୟ…

ଥାଇଲାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ, ଦରମା ଦେଉନି କମ୍ପାନୀ, ଭୋକ ଉପାସରେ ରହି…

ରାଜକନିକା,୪ା୬(ସଞ୍ଜୟ କୁମାର ଦାଶ): ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରକୁ ନୁହେଁ ଦେଶାନ୍ତର ହୋଇ ଦାଦନ ଖଟିବାକୁ ଯାଉଛନ୍ତି ଓଡିଆ ଶ୍ରମିକ। ବାହାର ଦେଶରେ ଶ୍ରମିକ ଭାବେ କାମକରି ଭଲ ଦି ପଇସା ଆଣିଲେ ପରିବାର ଭଲରେ ପ୍ରତିପୋଷଣ ହେବା ସହ…

ଭୋଟର କାର୍ଡ ସଂଶୋଧନ ପାଇଁ ଯାଇଥିବାବେଳେ ବିଏଲଓଙ୍କୁ ଠେଲାପେଲା କଲେ ଗାଁ ଲୋକେ, ତହସିଲଦାର ପହଞ୍ଚି….

ପାଟଣା,୪।୬(ବୀର କିଶୋର ଦାଶ ): କେନ୍ଦୁଝର ଜିଲା ପାଟଣା ଥାନା ବେଗନା ଗାଁରେ ଭୋଟର କାର୍ଡ ଠିକଣା ସଂଶୋଧନକୁ ନେଇ ଗୁରୁବାର ତିବ୍ର ଉତ୍ତେଜନା ଦେଖାଦେଇଛି । ଏସ୍‌ଆଇଆର୍ କାର୍ଯ୍ୟରେ ଯାଇଥିବା ବିଏଲ୍ଓ ସଦାଶିବ ସେଠୀଙ୍କୁ ଗ୍ରାମବାସୀମାନେ ଅଟକ ରଖିବା ସହ…

ପଡ଼ୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜେଲ୍‌ ଗଲେ ବାପ-ପୁଅ

ଦିଗପହଣ୍ଡି,୪ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମର କେ.ଜୟରାମ ଦୋରା ଏବଂ ରବୀନ୍ଦ୍ର ନାହାକ ଦୁଇ ପଡ଼ୋଶୀ। ଘର କାନ୍ଥରେ ଲୁଗା ଶୁଖାଇବାକୁ କେନ୍ଦ୍ରକରି ଉଭୟ ପରିବାର ମଧ୍ୟରେ ଦୀର୍ଘଦିନ ହେଲା ଶତ୍ରୁତା ଲାଗି ରହିଥିଲା। ବୁଧବାର…

ପ୍ଲାଷ୍ଟିକ୍‌ମୁକ୍ତ ହେବ ଦାରିଙ୍ଗବାଡ଼ି, ସ୍ବଚ୍ଛତା ପାଇଁ ଆଗେଇ ଆସିଲେ…

ଦାରିଙ୍ଗବାଡ଼ି,୪ା୬(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ି ପର୍ଯ୍ୟଟନକ୍ଷେତ୍ରକୁ ଏବେ ରାଜ୍ୟ ସରକାର ବିଶ୍ୱସ୍ତରୀୟ କରିବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ସାଂଜାସରୁ ଉନ୍ନୟନ ଟ୍ରଷ୍ଟର ଅଧ୍ୟକ୍ଷା ତଥା ବାଲିଗୁଡ଼ା ଉପଜିଲାପାଳ ଆଇଏଏସ୍‌ ଅଧିକାରୀ ପ୍ରଣୀତା ଦାସଙ୍କ ନିର୍ଦ୍ଦେଶ କ୍ରମେ ଦାରିଙ୍ଗବାଡ଼ି…

ବାହା ବେଦୀରେ ବଦଳିଗଲା ବରଙ୍କ ମନ, ଅଧା ବାହାଘରରୁ ପ୍ରେମିକାଙ୍କୁ ଛାଡ଼ି ଚାଲିଆସିଲେ…

ବାଲେଶ୍ୱର,୪ା୬(ବାଞ୍ଛାନିଧି ଦେ): ୪ ବର୍ଷର ପ୍ରେମ ସମ୍ପର୍କ। ପ୍ରଥମେ କୋର୍ଟ ମ୍ୟାରେଜ୍‌। ତା’ପରେ ଚାଲିଥିଲା ମନ୍ଦିରରେ ବାହାଘର। ହେଲେ ବାହାବେଦୀରେ ବଦଳିଗଲା ବରଙ୍କ ମନ। ଅଧା ବାହାଘରରୁ ପ୍ରେମିକାଙ୍କୁ ଛାଡ଼ି ପ୍ରେମିକ ପଳାଇ ଆସିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସ…

ବିଲରେ କାମ କରୁଥିବାବେଳେ ହେଲା ବଜ୍ରପାତ, ଟଳିପଡ଼ିଲେ ଚାଷୀ

ଗଜପତି,୪ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ରମ୍ପା ପଞ୍ଚୟତ ଆମ୍ବାଜେରି ଗ୍ରାମରେ ବଜ୍ରପାତରେ ଜଣେ ଚାଷୀଙ୍କ ଜୀବନ ଯାଇଛି। ମୃତ ଚାଷୀ ଜଣକ ହେଲେ ନାରାୟଣ ଶବର। ନିଜ ଚାଷ ଜମିରେ କାମ କରୁଥିବା ବେଳେ ବୁଧବାର ହଠାତ୍‌ ଘଡଘଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?