କେସିଙ୍ଗା, ୧୬।୭(ତୁମେଶ୍ୱର ସାହୁ): ଭୁବନେଶ୍ୱରରୁ କେସିଙ୍ଗା ଦେଇ ଭବାନୀପାଟଣା ଅଭିମୁଖେ ଯାଉଥିବା ସରକାରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁବାର ସକାଳେ ବସ୍ଟି ପ୍ରବଳ ବର୍ଷାରେ ଭାରସାମ୍ୟ ହରାଇ ଗାଈଗା ନିକଟସ୍ଥ ଜାତୀୟ ରାଜପଥ ୨୬ ପାର୍ଶ୍ୱରେ ଏହି ଦୁର୍ଘଟଣା ଘଟିଛି। ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ଜାତୀୟ ରାଜପଥର ଏକ ପାର୍ଶ୍ୱରେ ରହିଯାଇଥିଲା। ନ ହେଲେ ଚାଷ ଜମିରେ ପଡି ଅନେକ ଯାତ୍ରୀଙ୍କ କ୍ଷତି ହୋଇଥାନ୍ତା। ଭଗବାନଙ୍କ ଦୟାରୁ କୌଣସି ଯାତ୍ରୀଙ୍କ ସମେତ ସରକାରୀ ବସ୍ର ମଧ୍ୟ କିଛି କ୍ଷତି ହୋଇ ନ ଥିବା ଜଣାପଡିଛି।

