ଆମ ଜିଲା ଖବର

କଳାକାରଙ୍କ ଅଡିଶନ ଆରମ୍ଭ

ବରଗଡ଼ ଅଫିସ୍‌,୮।୧୧: ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୨୭ରୁ ଆରମ୍ଭ ହେବ। ଅନ୍ୟବର୍ଷ ଅପେକ୍ଷା ଏଥର ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ କମିଟି ନିଷ୍ପତ୍ତି ନେଇଛି। ଏହି କ୍ରମରେ ଚଳିତବର୍ଷ ଧନୁଯାତ୍ରା କଳାକାର ଚୟନ…

୧୭ରୁ ଆଞ୍ଚଳିକ କଳିଙ୍ଗ ହର୍ବାଲ୍‌ ମେଳା

ରାଉରକେଲା ଅଫିସ,୮ା୧୧: ଆସନ୍ତା ୧୭ ତାରିଖରୁ ସେକ୍ଟର-୫ ସ୍ଥିତ ଭଞ୍ଜଭବନ ପଡିଆରେ ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା ଅନୁଷ୍ଠିତ ହେବ। ଏହି ମେଳା ରାଉରକେଲା ବନଖଣ୍ଡ ଓ ରାଜ୍ୟ ଔଷଧୀୟ ବୃକ୍ଷ ପରିଷଦ ପକ୍ଷରୁ ମିଳିତ ଭାବେ ଆୟୋଜିତ ହେବ ବୋଲି…

କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ନିର୍ମାଣ କଳା ପ୍ରତିଯୋଗିତା

ବଡ଼ବିଲ,୮।୧୧(ସ୍ବ.ପ୍ର.): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କେନ୍ଦୁଝର ଜିଲା ବଡ଼ବିଲସ୍ଥିତ କାରୁବାକୀଠାରେ ବୋଇତ ନିର୍ମାଣ କଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏହି ପ୍ରତିଯୋଗିତାରେ ଆକର୍ଷଣୀୟ ବୋଇତ ନିର୍ମାଣ କରି ଅର୍ପିତା ନାଏକ ପ୍ରଥମ, ଋତୁପର୍ଣ୍ଣା ମହାନ୍ତି ଦ୍ୱିତୀୟ ଏବଂ ତନିଷା ପତି…

ଠିକ୍‌ ସମୟରେ ଆସୁନାହାନ୍ତି କର୍ମଚାରୀ

କାମାକ୍ଷାନଗର,୮।୧୧(ଡି.ଏନ.ଏ.): ଢେଙ୍କାନାଳ ଜିଲାର ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକ କାର୍ଯ୍ୟାଳୟକୁ ଠିକ୍‌ ସମୟରେ ଅଧିକାରୀ, କର୍ମଚାରୀମାନେ ଆସୁ ନ ଥିବା ଅଭିଯୋଗ ହେଉଛି। ଅଧିକାରୀ ଓ କର୍ମଚାରୀମାନଙ୍କ ଏପରି ମନମୁଖୀ କାର୍ଯ୍ୟ ପାଇଁ ଦୂରଦୂରାନ୍ତରୁ ବିଭିନ୍ନ ସମସ୍ୟା ନେଇ ଆସୁଥିବା ଲୋକେ…

ଗଡ଼ସନ୍ତ୍ରୀ, ତୁଳସୀପାଳ ଉତ୍ସବମୁଖର

ବଅଁରପାଳ,୭।୧୧(ଡି.ଏନ.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ତୁଳସୀପାଳ ଓ ଗଡସନ୍ତ୍ରୀ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଲୋଭୀ ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ସୋମବାରଠାରୁ ଆରମ୍ଭ ହୋଇଛି। ଏହି ଯାତ୍ରା ପାଇଁ ଉଭୟ ଗ୍ରାମ ବେଶ ଉତ୍ସବ ମୁଖର ହୋଇପଡ଼ିଛି। ପ୍ରତ୍ୟେକ ଘରେ…

ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ

ପଟ୍ଟାଙ୍ଗି,୮ା୧୧(ଡି.ଏନ.ଏ.):ଜାତୀୟ ରାଜପଥ ବିଭାଗର ଖାମଖିଆଲ ଯୋଗୁ ବିଭାଗର ରାଜପଥଗୁଡ଼ିକ ମରଣଯନ୍ତାରେ ପରିଣତ ହୋଇଛି। କୋରାପୁଟ ଜିଲା ଅନ୍ତର୍ଗତ ରାଲେଗଡା ପଞ୍ଚାୟତ ସଦର ମହକୁମାଠାରୁ ଆରମ୍ଭ କରି ସୁଙ୍କି ପର୍ଯ୍ୟନ୍ତ ଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ପଟ୍ଟାଙ୍ଗି ବ୍ଲକ ସଦର ମହକୁମା…

ଅବହେଳା ଯୋଗୁ ଅସୁରକ୍ଷିତ

ବଇଣ୍ଡା,୮ା୧୧ (ପରିକ୍ଷିତ ସାହୁ): ବଢ଼ିଚାଲିଛି ବନ୍ୟସମ୍ପଦ ଲୁଟ୍‌ପାଟ। ନିୟମିତ ଗଛ କାଟୁଛନ୍ତି କାଠ ମାଫିଆ। ଚୋରି ହେଉଛି ଲଘୁ ଖଣିଜ ଦ୍ରବ୍ୟ। ଶିକାର ହେଉଛନ୍ତି ବନ୍ୟଜନ୍ତୁ। ଜଙ୍ଗଲ ମଧ୍ୟରେ ଏପରି ଅବାଧ ପ୍ରବେଶ, ଚୋରି ଓ ଶିକାର ଘଟଣାକୁ ରୋକିପାରୁନି ଦାୟିତ୍ୱରେ…

କଳିଙ୍ଗ ନୌବାଣିଜ୍ୟର ସ୍ମାରକୀ ଗୋପାଳପୁର ବନ୍ଦର

ବ୍ରହ୍ମପୁର ଅଫିସ,୮ା୧୧(ନରସିଂହ ସାହୁ): କଳିଙ୍ଗ ନୌବାଣିଜ୍ୟର ପ୍ରତୀକ ବା ସ୍ମାରକୀ ଗୋପାଳପୁର ବନ୍ଦର। ଶତାଧିକ ବର୍ଷର ଇତିହାସ ଅନୁସାରେ ଦକ୍ଷିଣ ଓଡ଼ିଶାର ସାଧବ ପୁଅମାନେ ବେପାର ବଣିଜ ପାଇଁ ଇଣ୍ଡୋନେସିଆ, ଶ୍ରୀଲଙ୍କା ଓ ରେଙ୍ଗୁନ ଆଦି ସ୍ଥାନକୁ ଜାହାଜରେ ଯାଇ ପ୍ରଚୁର…

ଧାନ ଅମଳ ପୂର୍ବରୁ ରୋଗପୋକ ଆତଙ୍କ

ପାରଳାଖେମୁଣ୍ଡି,୮ା୧୧(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଉପଲଡ଼ା ଅଞ୍ଚଳର ଏକର ଏକର ଜମିରେ ଦେଖାଦେଇଛି ଭିନ୍ନ ଏକ ପ୍ରଜାତିର ପୋକ ବ୍ଲାଷ୍ଟ। ଧାନ ଗଛକୁ ପାଳକୁଟାରେ ପରିଣତ କରୁଛି ଏହି ପୋକ। ଚଳିତ ଖରିଫ ଋତୁର ଧାନଚାଷରେ ଦେଖାଦେଇଛି ସଙ୍କଟ।…

ବିଦ୍ୟାଳୟରୁ ଦଶମ ଶ୍ରେଣୀ ଛାତ୍ର ନିଖୋଜ

ପାପଡାହାଣ୍ଡି,୮।୧୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମାନିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଜଣେ ଅନ୍ତେବାସୀ ଛାତ୍ର ନିଖୋଜ ହୋଇଯାଇଛନ୍ତି। ଏ ନେଇ ସୋମବାର ସ୍କୁଲ କର୍ତ୍ତୃପକ୍ଷ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତିି। ଉତ ଛାତ୍ରଙ୍କ ଘର ମେଦନା ଗ୍ରାମର ବୋଲି ଜଣାପଡିଛି।…

ତଥ୍ୟ ପ୍ରଦାନରେ ଚଞ୍ଚକତା

ନବରଙ୍ଗପୁର,୮।୧୧(ବି.ପ୍ର.):ନବରଙ୍ଗପୁର ଜିଲାରେ ଅନେକ ଶିକ୍ଷକ ନକଲି ସାର୍ଟିଫିକେଟ ଦେଇ ଚାକିରି କରୁଛନ୍ତି। କେତେଜଣ ଶିକ୍ଷକ ଲମ୍ବା ଛୁଟିରେ ଅଛନ୍ତି। ଯାଞ୍ଚ ପରେ ଧରାପଡିଲେ ପରବର୍ତ୍ତୀ ସମୟରେ ଚାକିରିରୁ ବହଷ୍କୃତ କରାଯାଉଛି। କେତେକ ସ୍ଥାନରେ ନକଲିି ଶିକ୍ଷକଙ୍କୁ ଆଗୁଆ ଜଣାଇଦେବା ଓ ପରେ…

ବିଦ୍ୟୁତ୍‌ ତାର ନେଲା ଜୀବନ

ଦେବଗଡ଼/ରିଆମାଲ,୮।୧୧(ଡି.ଏନ୍‌.ଏ.): ଦେବଗଡ଼ ଜିଲା ରିଆମାଳ ଥାନା ତାରଙ୍ଗ ପଞ୍ଚାୟତ ଅଧୀନ ନିଶାବିରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗ୍ରାମର ପତ୍ରାଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମଙ୍ଗଳବାର ମୃତ୍ୟୁ ଘଟିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri