ଦାବି ପୂରଣ ନ ହେଲେ ଜୁନ ୧ରୁ ସମୂହ ଛୁଟି

ସୋନପୁର,୪l୫(ନି.ପ୍ର): ସୁବର୍ଣ୍ଣପୁର ଜିଲା ମିଳିତ ଅମଲା ମଞ୍ଚର ଜରୁରୀ ବୈଠକ ବୁଧବାର ସାରେ ସୋନପୁରରେ ଅନୁଷ୍ଠିତ ହୋଇଯାଇଛି। ମଞ୍ଚ ଅଧ୍ୟକ୍ଷ ଚିତ୍ତରଞ୍ଜନ ତରାସିଆ ଓ ଆବାହକ ଦିନେଶ ରଞ୍ଜନ ମିଶ୍ରଙ୍କ ମିଳିତ ଉଦ୍ୟମରେ ଅମଲା ମଞ୍ଚର ଏହି ବୈଠକ ହୋଇଥିଲା। ମଞ୍ଚର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ଜୁନ ୧ତାରିଖରୁ ସୁବର୍ଣ୍ଣପୁର ଜିଲାର ଅମଲାମାନେ ସମୂହ ଛୁଟିରେ ଯିବେ। ସୂଚନା ଅନୁଯାୟୀ, ରାଜ୍ୟ ମିଳିତ ଅମଲା ମଞ୍ଚର ନିଷ୍ପତ୍ତିକ୍ରମେ ଗତ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜିଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଦାବି ପତ୍ରରେ ଯଦି ସରକାର ଏପ୍ରିଲ ୩୦ ତାରିଖ ସୁଦ୍ଧାା ମଞ୍ଚର କର୍ମକର୍ତ୍ତାଙ୍କୁ ଆଲୋଚନାକୁ ନ ଡାକନ୍ତି ତାହେଲେ ଅମଲାମାନେ ଜୁନ ପହିଲାରୁ ସମୂହ ଛୁଟିରେ ଯିବେ l ରାଜ୍ୟ ମିଳିତ ଅମଲା ମଞ୍ଚ ଏହି ପରିପ୍ରେକ୍ଷୀରେ ଗତ ୧ ତାରିଖରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ଚରମ ପତ୍ର ପ୍ରଦାନ କରିଛନ୍ତି। ଜିଲାସ୍ତରୀୟ ଅମଲାମାନଙ୍କର ବେତନରେ ଥିବା ଅସଙ୍ଗତି ଦୂର କରିବାରେ ରାଜ୍ୟ ସରକାରଙ୍କ ଅବହେଳା ଓ ବୈମାତୃକ ମନୋଭାବ ଯୋଗୁ ସଂଘ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି । ରାଜ୍ୟ ସରକାର ୨୦୧୭ ମସିହାଠାରୁ ଜିଲାସ୍ତରୀୟ ଅମଲାମାନଙ୍କର ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହିତ କମ୍ପ୍ୟୁଟର ଜ୍ଞାନ କରିଥିଲେ ମଧ୍ୟ ବେତନରେ କୌଣସି ପ୍ରକାର ଅଭିବୃଦ୍ଧି କରିନାହାନ୍ତି l ଯଦି ମେ ୨୧ ତାରିଖ ସୁଦ୍ଧା ରାଜ୍ୟ ସରକାର ଜିଲାସ୍ତରୀୟ ଅମଲା ମାନଙ୍କର ଏକମାତ୍ର ଦାବି ପ୍ରବେଶିକା ସ୍ତରରେ କନିଷ୍ଠ ସହାୟକଙ୍କର ଦରମା ୯,୩୦୦ ଏବଂ ଗ୍ରେଡ ପେ ୪୨୦୦ ପୂରଣ ନକରନ୍ତି ତେବେ୨୨ ତାରିଖରୁ ରାଜ୍ୟର ସମସ୍ତ ଜିଲାସ୍ତରୀୟ ଅମଲାମାନେ କଳାବ୍ୟାଜ ପରିଧାନ କରି ପ୍ରତୀକାତ୍ମକ ଧର୍ମଘଟ କରିବେ। ଏହାସତ୍ତ୍ୱେ ଦାବି ପୂରଣ ନ ହେଲେ ଜୁନ ୧ ତାରିଖଠାରୁ ଅନର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟିରେ ଯିବାପାଇଁ ନିଷ୍ପତ୍ତି ନେଇଛନ୍ତି। ସେହିପରି ରାଜ୍ୟ ମିଳିତ ଅମଲା ମଞ୍ଚର ଆବାହକ ଚିତ୍ତ ରଞ୍ଜନ ତରାସିଆ ଗତ ୨୮ ଓ ୨୯ ତାରିଖରେ ଭୁବନେଶ୍ୱର ଇଞ୍ଜିନିୟର୍ସ ଭବନ ଠାରେ ଓଡିଶା ଅମଲା ସଂଘର ବାର୍ଷିକ ସମ୍ମିଳନୀରେ ଓଡିଶା ଅମଲା ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବାରୁ ସୁବର୍ଣ୍ଣପୁର ଜିଲା ଅମଲା ସଂଘ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହିତ ଏହା ସୁବର୍ଣ୍ଣପୁର ଜିଲାର ଗର୍ବ ଏବଂ ଗୌରବ ବୋଲି ମତପୋଷଣ କରିଥିଲେ। ଉକ୍ତ ବୈଠକରେ ଓଡିଶା ଅମଲା ସଂଘ ତଥା ମିଳିତ ଜିଲାସ୍ତରୀୟ ଅମଲା ସଂଘର ଆବାହକ ଓ ସମ୍ପାଦକ ଦିନେଶ ରଞ୍ଜନ ମିଶ୍ର, କାର୍ଯ୍ୟକାରୀ ସଭାପତି ଦିଲିପ କୁମାର ପାଣିଗ୍ରାହୀ, ସଭ୍ୟ ଶିବଦତ୍ତ ଦାଶ, ନାଗାର୍ଜୁନ ପାଣ୍ଡେ, ବ୍ରଜଗୋପାଳ ପୂଜହାରୀ, ମାନସୀ ଦାଶ, ମାନସୀ ଦୀପ ପ୍ରମୁଖ ଉପସ୍ଥିତ ଥିଲେ। ସୁବର୍ଣ୍ଣପୁର ଜିଲାରୁ ଦିନେଶ ରଞ୍ଜନ ମିଶ୍ର ଓଡିଶା ଅମଲା ସଂଘର ୯ଜଣ ସମ୍ପାଦକଙ୍କ ମଧ୍ୟରୁ ଜଣେ ସମ୍ପାଦକ ଭାବରେ ଓ ଦିଲ୍ଲୀପ କୁମାର ପାଣିଗ୍ରାହୀ ଜୋନାଲ ଭାଇସ ପ୍ରେସିଡେଣ୍ଟ ଭାବରେ ନିର୍ବାଚିତ ହୋଇ ଥିବାରୁ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ଭାରତରେ ନିଜ ଟଏଲଟ୍‌ ଧରି ବୁଲୁଛନ୍ତି ସି ଜିନପିଙ୍ଗ୍‌, କାରଣ ଜାଣିଲେ ହୋସ୍‌ ଉଡିବ

ନୂଆଦିଲ୍‌ଲୀ,୧୨।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯେତେବେଳେ କୌଣସି ବିଦେଶ ଗସ୍ତରେ ଯାଆନ୍ତି, ସେତେବେଳେ ତାଙ୍କର ସୁରକ୍ଷା ବ୍ୟବସ୍ଥା ତାଙ୍କ ଦୈନନ୍ଦିନ ଜୀବନର ସବୁଠାରୁ ବ୍ୟକ୍ତିଗତ ଦିଗ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

ସେପ୍ଟେମ୍ବର ୧୭ ପରେ ଏହି ୨ ରାଶିର ଭାଗ୍ୟ ଚମକାଇବେ ସୂର୍ଯ୍ୟ: ଚାକିରିରେ ପଦୋନ୍ନତି ସହ ହେବେ ମାଲାମାଲ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ନେତୃତ୍ୱ, ପଦ-ପ୍ରତିଷ୍ଠା ଓ କ୍ୟାରିୟରର ପ୍ରମୁଖ କାରକ ବୋଲି ମନେ କରାଯାଏ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ପ୍ରଭାବ ଅନେକ ରାଶିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?