୭ ବର୍ଷରେ ୨,୨୯୩ ଶିଶୁ ମୃତ

ଢେଙ୍କାନାଳ ଅଫିସ, ୪।୫: ଢେଙ୍କାନାଳ ଜିଲାରେ ଗତ ୭ ବର୍ଷରେ ୨,୨୯୩ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି। ସୂଚନା ଅଧିକାର ଆଇନ ବଳରେ ହସ୍ତଗତ ହୋଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଶିଶୁ ଓ ମାତୃ ମୃତ୍ୟୁହାର ରୋକିବା ଲାଗି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଥିବା କହୁଥିବାବେଳେ ଶିଳ୍ପ ଜିଲାରେ ଶିଶୁ ମୃତ୍ୟୁର ଏଭଳି ସଙ୍ଗିନ ଚିତ୍ର ବାସ୍ତବତାକୁ ପଦାରେ ପକାଇଛି। ଏଥିଲାଗି ସ୍ବାସ୍ଥ୍ୟ ବିଭାଗରେ କର୍ମଚାରୀ ମରୁଡ଼ି, ଉପଯୁକ୍ତ ଚିକିତ୍ସା ଏବଂ ଭିତ୍ତିଭୂମି ଅଭାବକୁ ଦାୟୀ କରିଛନ୍ତି ପୂର୍ବତନ ବିଧାୟକ ତଥା ଭାରତ ରାଷ୍ଟ୍ରୀୟ ସମିତି (ବିଆର୍‌ଏସ୍‌) ନେତା ନବୀନ ନନ୍ଦ।
ଆର୍‌ଟିଆଇରେ ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ, ଜିଲାରେ ୨୦୧୬-୧୭ରେ ୩୯୮, ୨୦୧୭-୧୮ରେ ୨୭୩, ୨୦୧୮-୧୯ରେ ୨୯୫, ୨୦୧୯-୨୦ରେ ୪୦୬, ୨୦୨୦-୨୧ରେ ୩୭୨, ୨୦୨୧-୨୨ରେ ୩୧୭, ୨୦୨୨-୨୩ ଜାନୁୟାରୀ ୨୩ ସୁଦ୍ଧା ୨୩୨ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଭଳି ଶିଶୁମୃତ୍ୟୁ ଜିଲାର ଚିକିତ୍ସା ସେବାରେ ରହିଥିବା ଦୁର୍ବଳତାକୁ ପଦାରେ ପକାଇଦେଇଛି। ରାଜ୍ୟରେ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇ ଦିଆଯାଉଥିବା ନେଇ ସରକାର ଯେଉଁ ଦାବି କରୁଛନ୍ତି, ତାହା ବାସ୍ତବତାଠାରୁ ଯୋଜନ ଯୋଜନ ଦୂରରେ ବୋଲି ପୂର୍ବତନ ବିଧାୟକ ନନ୍ଦ ଅଭିଯୋଗ କରିଛନ୍ତି।
ଜିଲାରେ ସୁରକ୍ଷିତ ପ୍ରସବ, ମାତୃ ଓ ଶିଶୁ ମୃତ୍ୟୁହାର ରୋକିବା ଲାଗି ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ, ଜନନୀ ସୁରକ୍ଷା ଯୋଜନା, ସୁରକ୍ଷିତ ମାତୃତ୍ୱ ଲାଗି ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ୨୦୧୫-୧୬ରୁ ‘ସମ୍ପୂର୍ଣ୍ଣା ଯୋଜନା’ କାର୍ଯ୍ୟକାରୀ ହେଉଥିବାବେଳେ ଏହା ଅଧୀନରେ ବର୍ଷତମାମ ସଚେତନତାଧର୍ମୀ କାର୍ଯ୍ୟକ୍ରମ ଜାରି ରହିଥିବା କୁହାଯାଉଛି। ଜିଲା ଚିକିତ୍ସାଳୟରେ ସ୍ପେଶାଲ ନ୍ୟୁବର୍ନ ବେବି କେୟାର ୟୁନିଟ୍‌ (ଏସ୍‌ଏନ୍‌ସିୟୁ) ରହିଛି। ଏହାକୁ ବାଦ୍‌ଦେଲେ ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମିତ ଶିଶୁ ତଥା କମ୍‌ ଓଜନର ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଓ ପରାମର୍ଶ ଯୋଗାଇ ଦେବାକୁ କାମାକ୍ଷାନଗର ଏବଂ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ନ୍ୟୁଟ୍ରିସିୟନ ରିହାବିଲେଟେଶନ ସେଣ୍ଟର (ଏନ୍‌ଆର୍‌ସି) କାର୍ଯ୍ୟକ୍ଷମ ହୋଇଛି। ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ୨୦୧୬ରୁ ୨୦୨୩ ମଧ୍ୟରେ ଏ ବାବଦରେ ୩୩ ଲକ୍ଷ ୬୯ ହଜାର ୨୮୬ ଟଙ୍କା, କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ସମାନ ସମୟରେ ୩୧ ଲକ୍ଷ ୪୪ ହଜାର ୮୧୨ ଟଙ୍କା ଖର୍ଚ୍ଚ କରାଯାଇଥିବା ତଥ୍ୟ କହୁଛି। ତଥାପି ଶିଶୁ ମୃତ୍ୟୁହାରର ଏଭଳି ଚିନ୍ତାଜନକ ଚିତ୍ର ଯୋଜନାର ଠିକ୍‌ କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଢେଙ୍କାନାଳ ଜିଲାବାସୀଙ୍କୁ ଗୁଣାତ୍ମକ ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିବା, ଖାଲି ପଡ଼ିଥିବା ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ ସହ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ କରିବା ପାଇଁ ପୂର୍ବତନ ବିଧାୟକ ନନ୍ଦ ଦାବି କରିଛନ୍ତି।
ଅନ୍ୟପଟେ ପୂର୍ବତନ ବିଧାୟକଙ୍କ ଏଭଳି ଅଭିଯୋଗକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଡ. ଅଶୋକ କୁମାର ଦାସ ଖଣ୍ଡନ କରିଛନ୍ତି। ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି, ଜିଲାରେ ଶିଶୁ ମୃତ୍ୟୁହାର ବଢ଼ିନାହିଁ। ଆସୁଥିବା ସରକାରୀ ଅନୁଦାନ ଠିକ୍‌ ଭାବେ ଖର୍ଚ୍ଚ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତରେ ଅସୁସ୍ଥ ହେଲେଣି ୭୧ଜଣ, ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri