ଅଟେଇ ସଂରକ୍ଷିତ ଜଙ୍ଗଲରୁ ୨ ଟ୍ରାପ୍‌ କ୍ୟାମେରା ଚୋରି

କେନ୍ଦୁଝର,୧୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗଁା ରେଞ୍ଜ ଅନ୍ତର୍ଗତ ଅଟେଇ ସଂରକ୍ଷିତ ଜଙ୍ଗଲରୁ ପୁଣି ୨ଟି ଟ୍ରାପ୍‌ କ୍ୟାମେରା ଚୋରି ହୋଇଥିବା ନେଇ ଘଟଗଁା ଫରେଷ୍ଟର ଜତିନ୍ଦ୍ର ସାହୁ ଥାନାରେ ଏତଲା ଦେଇଛନ୍ତି। ଜଙ୍ଗଲର କାଦବାହାଳି ଉତ୍ତର ବିଟ୍‌ ଅଞ୍ଚଳରୁ ଏହି ଚୋରି ହୋଇଛି।
ସୂଚନା ଅନୁଯାୟୀ, ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘର ଗତିବିଧି ଜାଣିବା ପାଇଁ ମୋଟ ୫୫ଟି ଟ୍ରାପ୍‌ କ୍ୟାମେରା ଲାଗିଛି । ପ୍ରତି ୧୫ ଦିନରେ ଥରେ କ୍ୟାମେରା ଖୋଲି ଯାଞ୍ଚ କରାଯାଉଛି। ତେବେ ଯାଞ୍ଚ ସମୟରେ ୨ଟି କ୍ୟାମେରା ନ ଥିବା ଜଣାପଡିଛି। ଏଥିପୂର୍ବରୁ ମାର୍ଚ୍ଚ ମାସ ୯ ତାରିଖରେ ପାଟଣା ରେଞ୍ଜ ତଣ୍ଡୋ ବିଟ୍‌ ଅଟେଇ ସଂରକ୍ଷିତ ଜଙ୍ଗଲରେ ବାଘର ଗତିବିଧି ଜାଣିବା ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ୧୦ଟି ଟ୍ରାପ୍‌ କ୍ୟାମେରା ଲଗାଯାଇଥିଲା। ଭୁବନେଶ୍ୱରରୁ ଏକ ସ୍ବତନ୍ତ୍ର ଟିମ୍‌ ଆସି ଏହି କ୍ୟାମେରା ଲଗାଇଥିଲେ। ଏହି ୧୦ଟି କ୍ୟାମେରା ମଧ୍ୟରୁ ପାଟଣା ରେଞ୍ଜର ଅଟେଇ ସଂରକ୍ଷିତ ଜଙ୍ଗଲରେ ୨ଟି ଚୋରି ହୋଇଥିବା ବନ ବିଭାଗ ନଜରକୁ ଆସିବା ପରେ ପାଟଣା ଫରେଷ୍ଟର ଚିତ୍ତରଞ୍ଜନ ପରିଡା ଘଟଗଁା ଥାନାରେ ଏତଲା ଦେଇଥିଲେ। ଅଟେଇ ସଂରକ୍ଷିତ ଜଙ୍ଗଲର ରୋହିଣୀଦୁମା ଏବଂ ବଡପିଛୁଳାରେ ୨ଟି ଟ୍ରାପ କ୍ୟାମେରା ଚୋରି ହୋଇଥିବା ବନ ବିଭାଗ ଜାଣିବା ପରେ ଏତଲା ଦିଆଯାଇଥିଲେ ମଧ୍ୟ ଅଦ୍ୟାବଧି ଚୋରଙ୍କୁ ଠାବ କରିବାରେ ପୋଲିସ ଏବଂ ବନ ବିଭାଗ ସଫଳ ହୋଇନାହିଁ। ଏହାପରେ ପୁଣି ଏକ ଟ୍ରାପ କ୍ୟାମେରା ଚୋରି ହୋଇଥିବା ନେଇ ଥାନାରେ ରିପୋର୍ଟ ହୋଇଛି । ଘଟଗାଁ ରେଞ୍ଜ ଦେଓବନ୍ଧ ସେକ୍ସନ ବାରବାଙ୍କ ସଂରକ୍ଷିତ କୁଆଝରଣ ଘାଟି ଅଣ୍ଡରପାସ ନିକଟରେ ଗତ ୮ତାରଖରେ ଗୋଟିଏ ଟ୍ରାପ କ୍ୟାମେରାକୁ କେହି ଭାଙ୍ଗି ଦେଇଥିବା ଜଣାପଡିଛି। ଭାଙ୍ଗି ଯାଇଥିବା ଟ୍ରାପ କ୍ୟାମେରା ବନ ବିଭାଗ ଉଦ୍ଧାର କରିଛି। ତେବେ କିଏ ଏବଂ କାହିଁକି ଜଙ୍ଗଲ ଭିତରେ ପଶି ଟ୍ରାପ କ୍ୟାମେରା ଚୋରି କରିଛି ସେ ଦିଗରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଅଟେଇ ସଂରକ୍ଷିତ ଜଙ୍ଗଲରେ ଏକ ମହାବଳ ସହ କଲାରାପତରିଆ ବାଘ ରହିଥିବାବେଳେ ଏହି ଘଟଣା ପରେ ବାଘର ସୁରକ୍ଷା ନେଇ ପରିବେଶବିତମାନେ ଚିନ୍ତାପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri