କାଶିନିପଦର: ହିତାଧିକାରୀଙ୍କ ଚାଉଳ ଲୁଟ୍‌ ଅଭିଯୋଗ

ଫୁଲବାଣୀ ଅଫିସ, ୧୭।୫: କନ୍ଧମାଳ ଜିଲାରେ ହିତାଧିକାରୀଙ୍କ ଚାଉଳ ହେରଫେର ହେଉଥିବା ଅଭିଯୋଗ ହୋଇଛି। ବିଗତ ଦିନରେ କୁଟିଆ କନ୍ଧଙ୍କ ଚାଉଳ ହରିଲୁଟକୁ ନେଇ ଜିଲାରେ ଚର୍ଚ୍ଚା ଜୋର ଧରିଥିଲା। ଘଟଣାକୁ ଚପାଇ ଦେବାକୁ ସେତେବେଳେ ବେଶ ଉଦ୍ୟମ କରାଯାଇଥିଲା। ଆଜି ପର୍ଯ୍ୟନ୍ତ ସେହି ଘଟଣାର ତଦନ୍ତ ଶେଷ ହେଉନି। ସେହିଭଳି ଆଉ ଏକ ଖବର ଜିଲାର ଫିରିଙ୍ଗିଆ ବ୍ଲକ କାଶିନିପଦର ପଞ୍ଚାୟତରେ ଦେଖିବାକୁ ମିଳିଛି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଜଣେ ହିତାଧିକାରୀଙ୍କୁ ମିଳୁଥିବା ୫ କେଜି ଚାଉଳ ପରିବର୍ତ୍ତେ ୩ କେଜି ଚାଉଳ ଦିଆଯାଉଛି। ଏତେ କମ ଚାଉଳ କାହିଁକି ଦିଆଯାଉଛି ପଚାରିଲେ ଚାଉଳ କମ ଆସୁଛି ବୋଲି ଉତ୍ତର ଦିଆଯାଉଛି, ଯାହାକୁ ନେଇ ପଞ୍ଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପାଖାପାଖି ଏ ପର୍ଯ୍ୟନ୍ତ ୭୨ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଚାଉଳ ହେରଫେର ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି, ଯାହାର ଆନୁମାନିକ ମୂଲ୍ୟ ବଜାରରେ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ହେବ।
ପଞ୍ଚାୟତରେ ଚାଉଳ ବାଣ୍ଟିବା ଦାୟିତ୍ୱରେ ଯୋଗାଣ ସହାୟକ ଅଛନ୍ତି। ଲୋକେ ତାଙ୍କୁ ଅଭିଯୋଗ କରିବାରୁ ସରକାର ୭୧ କୁଇଣ୍ଟାଲ ଚାଉଳ କାଟି କରି ଦେଇଥିବା କହୁଛନ୍ତି ା କାହିଁକିି କଟାଯାଇିଛି କହିଲେ କିଛି ଉତ୍ତର ରଖୁନଥିଲେ ା ସରକାରଙ୍କ କ’ଣ ନିର୍ଦ୍ଦେଶ ରହିିଛି ଚାଉଳ କାଟିବାକୁୁ ନେଇ ବାରମ୍ବାର ଲୋକେ ପଚାରିବାରୁ ସେ ଏକ ଚିଠି ଦେଖାଉଛନ୍ତି ା ଯେଉଁଥିରେ ପଞ୍ଚାୟତରେ ପୂର୍ବରୁ ୭୧ କୁଇଣ୍ଟାଲ ଚାଉଳ ଷ୍ଟକ ଥିବା ଦର୍ଶାଯାଇଛି ା ଯଦି ପୂବର୍ର୍ରୁ ଷ୍ଟକ ଥିଲା, ତାହାଲେ ସେ ଚାଉଳ କୁଆଡେ ଗଲା ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ପୂବର୍ର୍ରୁ ଚାଉଳ ଠିକ୍‌ ଦିଆ ଯାଉଥିଲା ା ଆଜକୁ ୩ ମାସ ହେଲା ଚାଉଳ କାଟି ଦିଆଯାଉଛି। ପଚାରିଲେ ସରକାର କାଟିଛନ୍ତି ବୋଲି କୁହାଗଲା। ପରେ ଆମେ ଜାଣିବାକୁ ପାଇଲୁ କି ମାର୍ଚ୍ଚ ମାସ ସୁଦ୍ଧା ପଞ୍ଚାୟତରେ ପାଖାପାଖି ୭୨ କୁଇଣ୍ଟାଲ ଚାଉଳ ଷ୍ଟକ ଥିଲା। ସେଥିପାଇଁ ମାଚ୍ଚଁ ପରଠାରୁ ପଞ୍ଚାୟତକୁ ଯେତିକିି ଚାଉଳ ଆସିବା କଥା ସେଥିରୁ ୭୨ କୁଇଣ୍ଟାଲ ଚାଉଳ କାଟି କରି ମିଳିଲା। ତେଣୁ ଏହି ଚାଉଳକୁ ଆତ୍ମସାତ କରଯାଇଛି। ଲୋକଙ୍କୁ ଭୁଆଁ ବନାଇବାକୁ ଚେଷ୍ଟା କରାଯାଇ ଚାଉଳ କାଟି ଦିଆଯାଉଛି। ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସାମାଜିକ କର୍ମୀ କେଶବ ଦିଗାଲ ପ୍ରକାଶ କରିଛନ୍ତି। ଯୋଗାଣ ସହାୟକ ଭୋଳାନାଥ ପ୍ରଧାନଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇନାହାନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri