ପରୀକ୍ଷା ଚାଲୁଥିବା ବେଳେ ଖସିଗଲା ସିଲିଂ ଫ୍ୟାନ୍: ୨ ଛାତ୍ର ଆହତ
ଆଠଗଡ଼,୧୮।୪ (ଡି.ଏନ୍.ଏ): କଟକ ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ମଙ୍ଗଳବାର ଏକ ଅଭାବନୀୟ ଘଟଣାଘଟିଛି। ପରୀକ୍ଷା ଚାଲୁଥିବା ସମୟରେ ବୁଲୁଥିବା ସିଲିଂ ଫ୍ୟାନ ଖସି ପଡି ୨ ଛାତ୍ର ଆହତ ହୋଇଛନ୍ତି। ସେମାନେ ହେଲେ ସମୀର ସେଠୀ ଓ ତାପସ ଜେନା।…
ବୀଭତ୍ସ ହତ୍ୟା: ଘରୁ ମିଳିଲା ୩ ଜଣଙ୍କ ରକ୍ତ ଜୁଡ଼ୁଜୁଡ଼ୁ ମୃତଦେହ
ବରଗଡ଼ ଅଫିସ, ୧୮।୪: ବରଗଡ଼ ଜିଲା ଭେଡେନ୍ ଥାନା ନଧୀନ ଆଖିଫୁଟା ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଘରୁ ୩ ଜଣଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ହେଲେ, ଉକ୍ତ ଗ୍ରାମର ଟଙ୍କଧର ସାହୁ(୭୦), ପ୍ରଥମ ପତ୍ନୀ ଦ୍ରୌପଦୀ…
ବର୍ଷେ ପରେ ବି ହୋଇପାରିଲାନି ଜମି ଚିହ୍ନଟ
କେସିଙ୍ଗା,୧୮।୪(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ଫଟକାମାଲ ପଞ୍ଚାୟତରେ ସରକାରୀ ଗୋଚରଜମି ଉଚ୍ଛେଦ ପାଇଁ ମଙ୍ଗଳବାର ତହସିଲଦାର କାର୍ଯ୍ୟାଳୟ ଘେରାଉ କରାଯାଇଛି। ଏହା ସହ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲା ସରପଞ୍ଚ ସଙ୍ଘର ସଭାପତି ସୁବୋଧ ରଣାଙ୍କ ନେତୃତ୍ୱରେ…
ଝାରସୁଗୁଡ଼ା ଉପନିର୍ବାଚନ: ନାମାଙ୍କନ ଦାଖଲ କଲେ ଦୀପାଳି
ଝାରସୁଗୁଡ଼ା,୧୮।୪ : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଦୀପାଳି ସମର୍ଥକମାନଙ୍କ ସହିତ ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଛନ୍ତି। ଏହି ଅବସରରେ ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ…
ପାଣି ପାଇଁ ହଇରାଣ ଅନ୍ତେବାସୀ
ଲାଠୋର, ୧୮ା୪(ଡ଼ି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ କରୁଆଝର ପଞ୍ଚାୟତ ଅନ୍ତର୍ଗତ ସାନଗୁର୍ଜିଭଟା ସରକାରୀ ନୂତନ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରହିଥିବା ଋତୁକାଳୀନ ଆବାସିକ ପ୍ରଯତ୍ନ କେନ୍ଦ୍ରରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଫଳରେ ଏଠାରେ ଥିବା ଛାତ୍ରୀଛାତ୍ର ପାଣି…
ଡୋକରୀଚଞ୍ଚରା, ବୁଢ଼ାରଜା ମନ୍ଦିର ସ୍ଥିତି ଅନୁଧ୍ୟାନ
କୋକସରା,୧୮।୪(ଡି.ଏନ.ଏ)-ସୋମବାର କଳାହାଣ୍ଡି ଜିଲାର ପ୍ରଶାସନିକ ଅଧିକାରୀଙ୍କ ମିଳିତ ଟିମ୍ କୋକସରା ବ୍ଲକର ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରିଚଞ୍ଚରା ଓ ଆମପାଣି ବୁଢ଼ାରଜା ମନ୍ଦିର ପରିଦର୍ଶନ କରିଛନ୍ତି। କଳାହାଣ୍ଡି ଜିଲାପାଳ ପି. ଅନ୍ବେଷା ରେଡ୍ଡି, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପାୱାର…
ଶୁଣିଲାନି ପ୍ରଶାସନ, ଶ୍ରମଦାନ କରି କୂଅ ଖୋଳିଲେ ଗ୍ରାମବାସୀ
ଦଶମନ୍ତପୁର,୧୮ା୪( ଡି.ଏନ.ଏ. ): ପାନୀୟ ଜଳ ସମସ୍ୟା ନେଇ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେଲାନାହିଁ। ଜନ ପ୍ରତିନିଧିଙ୍କୁ କହି କିଛି ସୁଫଳ ମିଳିଲାନି। ଶେଷରେ ନିଜ ପାଇଁ ନିଜେ ଅଣ୍ଟା ଭିଡିଲେ ଗ୍ରାମବାସୀ। ଗ୍ରାମରେ ଚାନ୍ଦା…
ପଦା ହେଉଛି ସୁଲିଆ ସଂରକ୍ଷିତ ଜଙ୍ଗଲ
ଭବାନୀପାଟଣା,୧୮।୪(ସ୍ବ.ପ୍ର): ପରିବେଶ ସୁରକ୍ଷାରେ ଜଙ୍ଗଲର ଭୂମିକା ଅତୁଳନୀୟ। ଜଙ୍ଗଲ ଆର୍ଥିକ, ସାମାଜିକ, ଔଦ୍ୟୋଗିକ ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। କିନ୍ତୁ ଦିନକୁ ଦିନ କ୍ଷୟ ହେବାରେ ଲାଗିଛି ଜଙ୍ଗଲ ସମ୍ପଦ। କେଉଁଠି ଜଙ୍ଗରେ ନିଆଁ ବଡ ବଡ ଗଛ…
୧୯ରେ ବରଗଡ଼ ଜିଲା ବନ୍ଦ
ବରଗଡ଼ ଅଫିସ୍,୧୮।୪: ହନୁମାନ ଜୟନ୍ତୀ ପାଳନ ଶୋଭାଯାତ୍ରା ସମୟରେ ସମ୍ବଲପୁରରେ ହୋଇଥିବା ହିଂସାକୁ ନେଇ ବିଶ୍ୱ ହିନ୍ଦୁ ପରିଷଦ ଆସନ୍ତା ୧୯ତାରିଖରେ ବରଗଡ଼ ଜିଲା ବନ୍ଦ ଡାକରା ଦେଇଛି। ଏହି ପରିପ୍ରେକ୍ଷୀରେ ସୋମବାର ବରଗଡ଼ ମାରୱାଡ଼ି ଧର୍ମଶାଳାରେ ଏକ ବୈଠକ ହୋଇଥିଲା।…
୩ ମହିଳାଙ୍କ ଜଣେ ସ୍ବାମୀ
ଭବାନୀପାଟଣା,୧୮।୪(ସ୍ବ.ପ୍ର): ସ୍ବାମୀ ଜଣେ, ସ୍ତ୍ରୀ ତିନୋଟି। ଫିଲ୍ମ ଷ୍ଟାଇଲରେ ପ୍ରେମ। କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଏପରି ଏକ ଘଟଣା ସାମ୍ନାକୁ ଆସିଛି କଳାହାଣ୍ଡି ଜିଲା ଭବାନୀପାଟଣାରେ। ଏଠିକାର ଜଣେ ବ୍ୟକ୍ତି ୩ ମହିଳାଙ୍କୁ ଠକି ବିବାହ କରିଥିବା ଅଭିଯୋଗ…
ପ୍ରାର୍ଥନା କ୍ଲାସରେ ଅସୁସ୍ଥ ହୋଇପଡ଼ିଲେ ଛାତ୍ର
ପାଟଣା,୧୮।୪(ସ୍ବ. ପ୍ର.): କେନ୍ଦୁଝର ଜିଲାରେ ଦିନ ୧୦ଟା ବାଜିଲେ ପ୍ରବଳ ଖରା ଅନୁଭୂତ ହେଉଛି। ଖରାରେ ଲୋକେ ଆଉଟୁ ପାଉଟୁ ହେଉଥିବା ବେଳେ କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟରେ ମଙ୍ଗଳବାର ପୂର୍ବାହ୍ନରେ ତାପମାତ୍ରା ୩୮ ଡିଗ୍ରୀ ଉପରେ ପହଞ୍ଚିଛି। ଏଭଳିସ୍ଥିତିରେ ସ୍କୁଲ,…
ବେପରୁଆ ଗାଡ଼ି ଚାଳନା, ବଢୁଛି ଦୁର୍ଘଟଣା
କଟକ ସଦର,୧୮ା୪(ଡି.ଏନ୍.ଏ.): କଟକ ସଦର ବ୍ଲକ ଅନ୍ତର୍ଗତ ୪୨ ମୌଜା ମୁଖ୍ୟ ରାସ୍ତାର ଝିଙ୍କିରିଆଠାରୁ ଚାନ୍ଦୁଲି ପର୍ଯ୍ୟନ୍ତ ୧୬ କିମି ଅଂଶରେ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଗତ ଜାନୁୟାରୀରୁ ଏପ୍ରିଲ ମଧ୍ୟରେ ଅଧିକାଂଶ ଦିନ ଦୁର୍ଘଟଣା ଘଟିଛି। ଇତିମଧ୍ୟରେ ୪…

