ଆମ ଜିଲା ଖବର

ଭଗବାନଙ୍କ କୃପାରୁ ସୁରକ୍ଷିତ ଫେରିଲୁ

ବ୍ରହ୍ମପୁର ଅଫିସ,୬ା୬: ବାହାନଗା ନିକଟରେ ଟ୍ରେନ ଦୁର୍ଘଟଣା କଥା ଭାବିବା ବେଳକୁ ଲୁହ ଆସିଯାଉଛି। ମୁ ଓ ମୋ ପରିବାର ଭଗବାନଙ୍କ କୃପାରୁ ସେଠାରୁ ସୁରକ୍ଷିତ ଫେରିଛୁ ବୋଲି ଦୁର୍ଘଟଣାରୁ ବର୍ତ୍ତିଥିତ୍ବା ବ୍ରହ୍ମପୁର ଗୋସାଇଁ ନୂଆଗାଁ ଅଞ୍ଚଳର ଇଜିକେୟଲ ଦାସ କହିଛନ୍ତି।…

ନିର୍ମାଣ ହେଉନି ଗୋପାଳପୁର-ରାୟଗଡ଼ା ରେଳପଥ

ବ୍ରହ୍ମପୁର ଅଫିସ,୬ା୬: ଭାଜପା ନେତୃତ୍ୱାଧିନ କେନ୍ଦ୍ର ଏନ୍‌ଡିଏ ଶାସନରେ ଦକ୍ଷିଣାଞ୍ଚଳ ପ୍ରତି ରେଳ ମନ୍ତ୍ରଣାଳୟର ଅବହେଳା ଅବ୍ୟାହତ ରହିଛି। ୧୫ ବର୍ଷ ତଳୁ ସର୍ଭେ ସରିଥିବା ଗଞ୍ଜାମ ଜିଲାର ବେଳାଭୂମି ସହର ଗୋପାଳପୁର ଠାରୁ ଦକ୍ଷିଣାଞ୍ଚଳର ଶିଳ୍ପ ସହର ରାୟଗଡ଼ା ପର୍ଯ୍ୟନ୍ତ…

ଘନ ଘନ ବିଜୁଳି କାଟ ଜନ ଜୀବନ ଅସ୍ତବ୍ୟସ୍ତ

କେନ୍ଦୁଝର, ୬।୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଏବେ ଚାଲିଛି ଅଘୋଷିତ ବିଦ୍ୟୁତ୍‌ କାଟ୍‌ ଚାଲିଛି॥ ଦିନ ରାତି ଯେତେବେଳେ ଇଚ୍ଛା ବିଜୁଳି ଚାଲି ଯାଉଛି। ବର୍ଷା ଆସିବା ପୂର୍ବରୁ ଓ ପରେ ଘଣ୍ଟା ଘଣ୍ଟା ବିଜୁଳି ଯୋଗାଣ ବିଚ୍ଛିନ୍ନ ହେଉଛି। ଟାଟା ପାୱାର…

ଅଲାରନାଥ ପୀଠରେ ଅନବସର ଦର୍ଶନ

ବ୍ରହ୍ମଗିରି,୬ା୬(ଡି.ଏନ୍‌.ଏ): ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହ ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରାରେ ସ୍ନାନ କରି ଜ୍ୱରରେ ପଡ଼ିଛନ୍ତି। ଫଳରେ ମହାପ୍ରଭୁ ଏବେ ଅଣସରରେ ୧୪ଦିନ ରହିବେ। ଏହି ସମୟରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ ନାହିଁ। ତେବେ ଅଗଣିତ ଶ୍ରଦ୍ଧାଳୁଙ୍କ ଭକ୍ତିକୁ ଦେଖି ମହାପ୍ରଭୁ…

ପୋଖରୀ, ନଳକୂଅ ଖୋଳାକୁ ନେଇ ଗୋଷ୍ଠୀ ସଂଘର୍ଷ

ଆଠଗଡ଼,୬।୬(ସ୍ବ.ପ୍ର.): ଆଠଗଡ଼ ଥାନା କୁଲାଇଲୋ ପଞ୍ଚାୟତ ଅନ୍ତର୍ଗତ ତଳଗଡ ଗ୍ରାମରେ ରବିବାର ପୋଖରୀ ଓ ନଳକୂପ ଖୋଳାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ହୋଇଛି। ଏହି ସମୟରେ ଜଣେ ପୋଲିସ କର୍ମଚାରୀ ଗୁରୁତର ହୋଇଥିବାବେଳେ ଆଉ କେତେଜଣ ଆହତ ହୋଇଛନ୍ତି। ତଳଗ୍ରାମରେ…

ଡକାୟତି ଯୋଜନାବେଳେ ୪ ଧରାପଡ଼ିଲେ

ସାକ୍ଷୀଗୋପାଳ,୬।୬(ସ୍ବ.ପ୍ର./ଡି.ଏନ୍‌.ଏ.): ସତ୍ୟବାଦୀ ଥାନା ପୋଲିସ ରବିବାର ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ଏକ ବଡ଼ଧରଣର ଡକାୟତି ପାଇଁ ଯୋଜନା କରୁଥିବା ୫ଜଣରୁ ୪ଜଣ ଦୁର୍ବୃତ୍ତଙ୍କୁ ଧରିବାରେ ସଫଳ ହୋଇଛି। ସେମାନେ ହେଲେ ଉକ୍ତ ଥାନା ଅନ୍ତର୍ଗତ ବାରଘରିଆ ସାହିର ଲଷ୍ମୀଧର ପ୍ରଧାନ…

୩ରଥରେ ସଂଯୋଗ ହେଲା ତୃତୀୟ ଭୂଇଁ

ପୁରୀ ଅଫିସ, ୬ା୬: ଦାରୁୁଦେବତାଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରୀନଅରସ୍ଥିତ ଅସ୍ଥାୟୀ ରଥଖଳାରେ ତିନି ରଥର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ସ୍ନାନପୂର୍ଣ୍ଣିମା ତିଥିରେ ତିନିରଥରେ ‘ଚଉଦ ନାହାକା’ ଖମ୍ବୀ ପ୍ରତି ରଥର ଚାରି ନାହାକାଠାରୁ ଅଢେଇ ଫୁଟ ବ୍ୟବଧାନରେ ବୁଲିବା…

ବାହାନଗାରେ ସିବିଆଇ ଟିମ୍‌: ଅପରାଧିକ ଷଡ଼ଯନ୍ତ୍ର ନେଇ ଖୋଳତାଡ଼

ବାଲେଶ୍ୱର ଅଫିସ,୬।୬: ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍‌ ଦୁର୍ଘଟଣାସ୍ଥଳରେ ସିବାଇ ଟିମ୍‌ ପହଞ୍ଚିଛନ୍ତି। ସେଠାରେ ସେମାନେ ପହଞ୍ଚି ସ୍ଥିତି ଅନୁଧାନ କରୁଛନ୍ତି। ସିବିଆଇର ଏହି ସ୍ବତନ୍ତ୍ର ଟିମ କେମିତି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ସେ ନେଇ ତଦନ୍ତ କରୁଛନ୍ତି।…

ରୂପଦେଈପୁରରେ ନାଗାଯାତ୍ରା ଆରମ୍ଭ

ପିପିଲି,୬।୬(ଡି.ଏନ୍‌.ଏ.): ପିପିଲି ବ୍ଲକ ଅଧୀନ ରୂପଦେଇପୁରରେ ଓଡ଼ିଶା ପ୍ରସିଦ୍ଧ ନାଗାଯାତ୍ରା ସୋମବାର ଉଦ୍‌ଘାଟିତ ହୋଇଯାଇଛି। ଏହି ଯାତ୍ରା ୨ ଦିନ ଧରି ଚାଲିବ। ଏହି ପାରମ୍ପରିକ ଯାତ୍ରାରେ ମହୁରି, ନାଗରା ବୀରବାଦ୍ୟରେ ନାଗାଧାରୀମାନେ ନାଗାନୃତ୍ୟ ପରିବେଷଣ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ହଜାର…

ଘରକୁ ଫେରିଲେ ୨୫ ଯାତ୍ରୀ

ଭଦ୍ରକ ଅଫିସ, ୬।୬: ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପରେ ୨୫ ଯାତ୍ରୀ ସୋମବାର ଡିସ୍‌ଚାର୍ଜ ହୋଇ ଘରକୁ ଫେରିଛନ୍ତି। ଜିଲା ପ୍ରଶାସନ ଝାଡ଼ଖଣ୍ଡ ଓ ବିହାରକୁ ୨, ପଶ୍ଚିମବଙ୍ଗକୁ ୨ ମୋଟ…

ଆରଡିସିଙ୍କ ନିର୍ଦ୍ଦେଶ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

ବାରିପଦା ଅଫିସ,୬ା୬: ମୟୂରଭଞ୍ଜ ଜିଲା ବେତନଟୀ ତହସିଲରେ ସିଲିଂ ଉଦବୃତ୍ତ ଜମିର ବ୍ୟାପକ ଦୁର୍ନୀତି ଘଟଣାରେ ୮ ମାସ ହେଲା ତଦନ୍ତ ସରୁନାହିଁ। ଆରଡିସିଙ୍କ ତଦନ୍ତ ନିର୍ଦ୍ଦେଶ ପରେ ବି ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନାହିଁ। ଏ ନେଇ…

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ: ଏକକାଳୀନ ୭ଟି ସ୍ଥାନରେ ଚଢାଉ

ସୁନ୍ଦରଗଡ଼/ଭଦ୍ରକ,୬।୬(ଡି.ଏନ୍‌.ଏ.): ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲା ଗ୍ରାମୀଣ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରାଙ୍କ ଘର ସମେତ ସୁନ୍ଦରଗଡ଼ ଏବଂ ଭଦ୍ରକ ଜିଲାର ୭ଟି ସ୍ଥାନରେ ମଙ୍ଗଳାବର ଭିଜିଲାନ୍ସ ଚଢାଉ କରାଯାଇଛି। ଏହି ଚଢାଉରେ ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?