ଦଶମନ୍ତପୁର,୧୬।୭ (ଅରବିନ୍ଦ ନାୟକ )୨ ବର୍ଷ ୩ ମାସ ହେଲା ନିଖୋଜ ଥିବା ଜଣେ ମହିଳାଙ୍କ ମୃତଦେହକୁ ପୋଲିସ କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଚଣାବାଡ ପଞ୍ଚାୟତର କଟ୍ରାଆମ୍ବ ଗ୍ରାମ ନିକଟରୁ ଜବତ କରିଛି। ମୃତକ ହେଲେ କଡ୍ରୁ ମୁଦୁଲିଙ୍କ ଝିଅ କୁନି (୨୩)।
ଖବରରୁ ଜଣାପଡିଛି, ୨୦୨୧ରେ କୁନିଙ୍କର ଉକ୍ତ ପଞ୍ଚାୟତର ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଯୁବକ ଜଣକ ଅନ୍ୟ ସମ୍ପ୍ରଦାୟର ଓ ପୂର୍ବରୁ ବିବାହିତ ହୋଇଥିବାରୁ ଏନେଇ ପରିବାର ଲୋକେ ପ୍ରତିବାଦ କରି ଦଶମନ୍ତପୁର ଥାନାରେ ଏତଲା ଦେଇଥିଲେ। ପୋଲିସ ସେତେବେଳେ ଉଭୟଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ଯୁବକ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା। ଝିଅକୁ ନେବାକୁ ପରିବାର ଲୋକେ ରାଜି ନ ହେବାରୁ ତତ୍କାଳୀନ ଥାନା ଅଧିକାରୀ ତାଙ୍କୁ ଜିଲା ମହିଳା ସୁରକ୍ଷା କେନ୍ଦ୍ରକୁ ପଠାଇଥିଲେ। କିଛି ଦିନ ପରେ କୁନି ସେଠାରୁ ଫେରାର ହୋଇଯାଇଥିଲେ। ଏନେଇ ଦଶମନ୍ତପୁର ସଦର ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ଏହାପରଠାରୁ କୁନି କେଉଁଠି କାହା ସହ ରହୁଥିଲେ ତାହା ଜଣାପଡି ନ ଥିଲା। ତେବେ ଗାଁ ଆମ୍ବଗଛ ରାସ୍ତା ଦେଇ କେତେଜଣ ଚାଷୀ ଶନିବାର ସକାଳୁ ଚାଷ କରିବାକୁ ଯାଉଥିବା ବେଳେ ଏକ ପଥର ଉପରେ ଜଣେ ମହିଳା ପାଟିରୁ ଫେଣ ବାହାରୁଥିବା ଅବସ୍ଥାରେ ପଡିଥିବା ଦେଖିବାକୁ ପାଇ ଏ ସମ୍ପର୍କରେ ସେମାନେ ଚଣାବାଡ ସରପଞ୍ଚ ରାଜଲକ୍ଷ୍ମୀ ମାଝି ଏବଂ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚତ୍ ତାଙ୍କୁ କଡ୍ରୁଙ୍କ ଝିଅ କୁନି ବୋଲି ଚିହ୍ନଟ କରିଥିଲେ। ମୃତଦେହ ପଡିଥିବା ଖବର ପାଇ ଥାନା ଅଧିକାରୀ ଚନ୍ଦ୍ରଭାନୁ ମହାନ୍ତି, ସେକେଣ୍ଡ ଅଫିସର ନିର୍ମଳା ଲିମା ଗ୍ରାମରେ ପହଞ୍ଚତ୍ଥିଲେ। କୁନିଙ୍କ ମୃତଦେହ ନିକଟରୁ ଗୋଟିଏ ହାତ ବ୍ୟାଗ୍, ଗୋଟିଏ ଝୁଲା ବ୍ୟାଗ୍ ଏବଂ ଫ୍ଲିପ୍କାର୍ଟ ଦ୍ବାରା ଅର୍ଡର କରାଯାଇଥିବା ମହିଳାଙ୍କ ବ୍ୟବହାରଯୋଗ୍ୟ କିଛି ସାମଗ୍ରୀ ମିଳିଥିଲା। ମୃତଦେହ ଜବତ ପରେ ଏହାକୁ ବ୍ୟବଚ୍ଛେଦ ଲାଗି କୋରାପୁଟ ପଠାଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଏ ସମ୍ପର୍କରେ କୁନିଙ୍କ ବାପା କଡ୍ରୁ କହିଛନ୍ତି, ତାଙ୍କ ଝିଅ ଦୀର୍ଘ ୨ ବର୍ଷ ୩ ମାସ ହେଲା ନିଖୋଜ ହୋଇଯାଇଥିଲା। ତେବେ ଗ୍ରାମ ମୁଣ୍ଡକୁ ତା’ମୃତଦେହ କିପରି ଆସିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେସ୍ ନଂ. ୧୬/୨୩ରେ ଏକ ଅପମତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ମହାନ୍ତି କହିଛନ୍ତି। ଏପରି ରହସ୍ୟଜନକ ଘଟଣାର ଉଚିତ ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
Posted inHome, Home Left, ଆମ ଜିଲା ଖବର, କୋରାପୁଟ View All
ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ
ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…
ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ
ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…
ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!
ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…
ବେଲଗୁଣ୍ଠା ଏନ୍ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…
ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…
କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ
ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…
ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ
ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…
ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ
ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…
ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…
ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

