ସମଲେଇ ଯୋଜନା ଡିସେମ୍ବର ସୁଦ୍ଧା ଲୋକାର୍ପଣ

ସମ୍ବଲପୁର,୧୬।୭ (ଶୁଭାଶିଷ ପାଢ଼ୀ)୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ଙ୍କ ୨ଦିନିଆ ସମ୍ବଲପୁର ଗସ୍ତର ଶନିବାର ପ୍ରଥମ ଦିନରେ କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁରର ଏକାଧିକ ସ୍ଥାନରେ କାର୍ଯ୍ୟକ୍ରମ ହୋଇଥିଲା। ଏହି ଗସ୍ତ ସମୟରେ ସଚିବ ଲୋକଙ୍କଠାରୁ ସିଧାସଳଖ ଅଭିଯୋଗ ଶୁଣିଥିଲେ। ସେ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ଅଭିଯୋଗ ଶୁଣିବାକୁ ପଠାଇଛନ୍ତି। ଆପଣଙ୍କ ସମସ୍ତ ଦାବି ଅନୁଯାୟୀ ପ୍ରସ୍ତାବିତ ପ୍ରକଳ୍ପ ଏକ ସପ୍ତାହ ଭିତରେ ମଞ୍ଜୁର ହୋଇ ଅନୁଦାନ ଆସିବ। ହେଲେ ସ୍ବଚ୍ଛତା ଓ ସମୟସୀମା ଭିତରେ ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ। ଠିକ୍‌ ଭାବେ କାମ ହେଲେ ପୁଣି ଦ୍ୱିତୀୟ କିସ୍ତି ମୁଖ୍ୟମନ୍ତ୍ରୀ ମଞ୍ଜୁର କରିବେ ବୋଲି ସେ କହିଥିଲେ। ସେହିପରି ସମଲେଇ ଯୋଜନାରେ ଚାଲିଥିବା ପ୍ରକଳ୍ପ କାମ ଡିସେମ୍ବର ସୁଦ୍ଧା ଲୋକାର୍ପଣ ହେବ ବୋଲି ସେ ସୂଚନା ଦେଇଥିଲେ।
ସମ୍ବଲପୁର ମଣ୍ଡଲିଆ ଖେଳପଡ଼ିଆଠାରେ ଆୟୋଜିତ ସମାବେଶରେ ଯୋଗଦେଇ ସଚିବ ପାଣ୍ଡିଆନ୍‌ କହିଥିଲେ, କୃଷିକ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ କରାଯାଇଥିବା ଯୋଜନା ଉପରେ ଗୁରୁତ୍ୱ ଦିଆଯାଉଛି। ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ, ଗୁରୁଦ୍ୱାରା ଭଳି ଧାର୍ମିକ ଅନୁଷ୍ଠାନ, କ୍ଲବ, କମ୍ୟୁନିଟି ସେଣ୍ଟର, ପାର୍କ ଭଳି ପ୍ରକଳ୍ପ କାମ ଶୀଘ୍ର ହୋଇଯିବ। ସହରାଞ୍ଚଳରେ ମୁକ୍ତା ଯୋଜନା ଓ ଗ୍ରାମାଞ୍ଚଳରେ ବିକାଶ ନେଇ ବଡ଼ ଯୋଜନା ରହିଛି। ମହିଳାମାନଙ୍କୁ ସଶକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ଯୋଜନା କରିଛନ୍ତି। ଏହି ଯୋଜନାରେ ତାଲିମ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ପ୍ରତିବର୍ଷ ୧୨ଶହ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଉଛି। ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଚାଷ, ବ୍ୟବସାୟ, ଉଦ୍ୟୋଗ, ଏପରିକି ଉନ୍ନୟନ କାମରେ ମଧ୍ୟ ନିଯୁକ୍ତି ଦିଆଯାଉଛି। ମହିଳାଙ୍କ ଆର୍ଥତ୍କ, ସାମାଜିକ କ୍ଷେତ୍ରରେ ଉନ୍ନତି ଆସିଲେ ରାଜ୍ୟ ଆଗକୁ ବଢିବ, ଆହୁରି ଶସକ୍ତ ହେବ। କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀମାନେ ବିଭିନ୍ନ ଦାବି କରିଆସୁଛନ୍ତି। ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ଅନେକ ଯୋଜନା କରିଛନ୍ତି। ଖୁବ୍‌ଶୀଘ୍ର ଏକ ବଡ଼ ପ୍ୟାକେଜ ଘୋଷଣା କରିବେ। ସମ୍ବଲପୁରକୁ ଗୋଟିଏ ବର୍ଷରେ ୬୬ କୋଟି ଟଙ୍କା ଅନୁଦାନ ଦିଆଯାଇଛି। ରେଙ୍ଗାଲିରେ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଖିଣ୍ଡାକୁ ଯାଇଥିଲେ। ସେଠାରେ ଲୋକମାନଙ୍କ ସହ ଆଲୋଚନାକରି ମୁଖ୍ୟମନ୍ତ୍ରୀଙ୍କ ସହ ଫୋନରେ କଥା ହୋଇଥିଲେ। ପର୍ଯ୍ୟଟନସ୍ଥଳ ଭାବେ ଗଢିତୋଳିବା ପାଇଁ ଦାବି ହେଉଥିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ। କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ଏଥିପାଇଁ ୬ କୋଟି ୪୧ ଲକ୍ଷ ଟଙ୍କା ମଞ୍ଜୁର କରିଥିବା ଘୋଷଣା କରିଥିଲେ। ଏହି ଅର୍ଥରେ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠର ବିକାଶ ହେବ। ୧.୯୪୫ ଏକର ଜମିରେ ସଂଗ୍ରହାଳୟ ଓ ପାଠାଗାରର ପୁନରୁଦ୍ଧାର କରାଯିବ। ସେହିପରି ସମଲେଇ ଯୋଜନାର ପ୍ରଥମ ପର୍ଯ୍ୟାୟରେ ଚାଲିଥିବା କାମ ଡିସେମ୍ବର ସୁଦ୍ଧା ଶେଷ ହୋଇଯିବ। ଏକ ସମୟରେ ଲକ୍ଷାଧିକ ଭକ୍ତ ଦର୍ଶନ କରିବାର ସୁବିଧା କରାଯାଇଛି। ପୁରୀ ଜଗନ୍ନାଥ ପ୍ରକଳ୍ପ ପରେ ସମଲେଇ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଗୁରୁତର ସହ ନେଇଛନ୍ତି ବୋଲି କହିଥିଲେ। ପରେ ଧନକଉଡ଼ା ସ୍କୁଲ ପଡ଼ିଆରେ ବିଭିନ୍ନ କଲେଜର ଛାତ୍ରୀଛାତ୍ରଙ୍କ ସହ କଥା ହୋଇଥିଲେ। ସେମାନଙ୍କୁ ଶାରୀରିକ, ମାନସିକ ସ୍ତରରେ ନିଜକୁ ତିଆରି କରିବାକୁ କହିଥିଲେ। ଆତ୍ମବିଶ୍ୱାସ, ପରିଶ୍ରମ ଲକ୍ଷ୍ୟ ପୂରା କରିଥାଏ। ଗୁରୁଜନ, ସାଙ୍ଗ, ପରିବାର ଲୋକଙ୍କ ପରାମର୍ଶ ନେଇ ଜଣେ ଉତ୍ତମ ନାଗରିକ ହେବାକୁ କହିଥିଲେ। ଏହି ଗସ୍ତ ସମୟରେ ତାଙ୍କ ସହ ପ୍ରଶାସନ ଓ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?