କମ୍ପ୍ୟୁଟରଜନିତ ତ୍ରୁଟି ଯୋଗୁ ଭିନ୍ନକ୍ଷମ ପରୀକ୍ଷାର୍ଥୀ ହଟହଟା

କଟକ,୧୬।୭ (କାର୍ତ୍ତିକ ସାହୁ)ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍‌)ରେ ଜଣେ ଭିନ୍ନକ୍ଷମ ଛାତ୍ରଙ୍କୁ କମ୍‌ ମାର୍କ ମିଳିଛି। ସେ ଓଏମ୍‌ଆର୍‌ ସିଟ୍‌ରେ ଯେତିକି ଠିକ୍‌ ଉତ୍ତର ଦେଇଛନ୍ତି ତାଙ୍କୁ ସେତିକି ମାର୍କ ମିଳିନାହିଁ। କମ୍ପ୍ୟୁଟରରେ ମୂଲ୍ୟାୟନଜନିତ ତ୍ରୁଟି ପାଇଁ ତାଙ୍କର ନମ୍ବର କମ୍‌ ହୋଇଛି। ଯାହାଦ୍ୱାରା ସେ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ହେବାକୁ ଥିବା କାଉନ୍‌ସେଲିଂ ପ୍ରକ୍ରିୟାରେ ଭାଗ ନେବାରୁ ବଞ୍ଚତ୍ତ ହେବେ। ଏହାକୁ ନେଇ ଆବେଦନକାରୀ ରିଶିରାଜ ଦାଶଙ୍କ ପକ୍ଷରୁ ହାଇକୋର୍ଟରେ ଆଗତ ମାମଲାର ଶୁଣାଣି ଶୁକ୍ରବାର ହୋଇଛି। ବିଚାରପତି ଡ. ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ମାମଲାର ଶୁଣାଣି କରି ପରୀକ୍ଷା ପରିଚାଳନା କରୁଥିବା ନୂଆଦିଲ୍ଲୀସ୍ଥିତ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)ର ଚେୟାରପର୍ସନ୍‌ଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ଆବେଦନକାରୀ ରିଶିରାଜ ଜଣେ ଭିନ୍ନକ୍ଷମ ପରୀକ୍ଷାର୍ଥୀ। ୨୦୨୩ ମେ’ ୭ରେ ନିଟ୍‌ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଜୁନ୍‌ ୧୩ରେ ଫଳ ପ୍ରକାଶନ ପରେ ରିଶିରାଜଙ୍କୁ ୭୬ ମାର୍କ ମିଳିଥିବା ସେ ଜାଣିବାକୁ ପାଇଥିଲେ। ଏଥିରେ ଅସନ୍ତୁଷ୍ଟ ହୋଇ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ତାଙ୍କୁ ଓଏମ୍‌ଆର୍‌ ସିଟ୍‌ର ନକଲ ସହିତ ରିଚେକିଂ କରି ତଥ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କୁ ଏନ୍‌ଟିଏ ପକ୍ଷରୁ ଓଏମ୍‌ଆର୍‌ ସିଟ୍‌ର ନକଲ ଇ-ମେଲ ଜରିଆରେ ଯୋଗାଇ ଦିଆଯାଇଥିଲା। ଏନ୍‌ଟିଏ ପକ୍ଷରୁ ତାଙ୍କୁ ସୂଚିତ କରାଯାଇଥିଲା ଯେ, ସେ ୧୭୯ଟି ପ୍ରଶ୍ନର ଉତ୍ତର ଦେଇଛନ୍ତି। ତନ୍ମଧ୍ୟରୁ ୫୧ଟି ଉତ୍ତର ଠିକ୍‌ ହୋଇଥିବାବେଳେ ୧୨୮ଟି ଉତ୍ତର ଭୁଲ୍‌ ରହିଛି ଏବଂ ସେ ମୋଟ ୭୬ ନମ୍ବର ପାଇଛନ୍ତି। ହେଲେ ଏନ୍‌ଟିଏ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ଆନ୍ସର କି’ ସହିତ ଇ-ମେଲ୍‌ ଯୋଗେ ପାଇଥିବା ଓଏମ୍‌ଆର୍‌ ସିଟ୍‌ରେ ଦେଇଥିବା ଉତ୍ତରଗୁଡ଼ିକୁ ରିଶିରାଜ ମିଳାଇଥିଲେ। ଏଥିରେ ସେ ୧୭୪ଟି ଉତ୍ତର ଠିକ୍‌ ଦେଇଥିବା ଅବଗତ ହୋଇଥିଲେ। କମ୍ପ୍ୟୁଟରରେ ଓଏମ୍‌ଆର୍‌ ସିଟ୍‌ଗୁଡ଼ିକୁ ମୂଲ୍ୟାୟନବେଳେ ତ୍ରୁଟି ପାଇଁ ରିଶିରାଜ ଏଭଳି ପରିସ୍ଥିତିରେ ପଡ଼ିଥିବା ସ୍ପଷ୍ଟ ହୋଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରାଜୀବ ରଥ ମାମଲା ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?