ଆମ ଜିଲା ଖବର

ଟାଟା ପାୱାର କର୍ମଚାରୀଙ୍କ ଆତ୍ମହତ୍ୟା

କେନ୍ଦୁଝର,୧୫।୬(ସ୍ବ.ପ୍ର): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପର୍ଜନପୁର ପଞ୍ଚାୟତ କଶିରା ଗ୍ରାମରେ ଟାଟା ପାୱାର ସଂସ୍ଥାରେ କାମ କରୁଥିବା ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ ଫାସିଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ଯୁବକ ଜଣଙ୍କ ହେଲେ ନବିନ କୁମାର ଦେଓଙ୍କ ପୁଅ…

ଅଘୋଷିତ ବିଦ୍ୟୁତ୍‌ କାଟ୍‌ ପ୍ରତିବାଦରେ ଭାଜପାର ଧାରଣା

ନୀଳଗିରି,୧୫ା୬(ପ୍ରଶାନ୍ତ କୁମାର ବିଶ୍ୱାଳ): ଅଘୋଷିତ ବିଦ୍ୟୁତ କାଟ୍‌ ପ୍ରତିବାଦରେ ଗୁରୁବାର ନୀଳଗିରି ଟି.ପି.ଏନ.ଓ.ଡି.ଏଲ୍‌ ନୀଳଗିରି ଷ୍ଟ୍ରକଚର ସମ୍ମୁଖରେ ଭାଜପା ପକ୍ଷରୁ ଧାରଣା ଦିଆଯାଇଛି। ଖରାଦିନରେ ବିଜୁଳି କାଟ୍‌ ଲୋକମାନଙ୍କୁ ବହୁ ବାଧୁଛି। ହେଲେ ଏହାର କିଛି ସମାଧାନ ନାହିଁ। ଯେତେ ଯାହା…

ବାଇକ୍‌ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଦୁଇ ଗୁରୁତର

ଜମନକିରା,୧୫ା୬(ରବୀନ୍ଦ୍ର ପ୍ରସାଦ ଦାନୀ): ଜମନକିରା ଥାନା ଅନ୍ତର୍ଗତ ରାଜରାସ୍ତା ୫୩ ପିଠାମାରେନ ପୋଲ ନିକଟରେ ହୋଇଥିବା ବାଇକ୍‌ ଦୁର୍ଘଟଣାରେ ଦୁଇ ଗୁରୁତରଙ୍କ ବୁଧବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ମଙ୍ଗଳବାର ଅପରାହ୍ନରେ ଜମନକିରା ବ୍ଲକ…

ପେସା ହଜାଇ ଦେଇନି ନିଶା

ଛତ୍ରପୁର, ୧୫।୬(ସନ୍ତୋଷ ପାଢ଼ୀ): ବୟସ ୫୦ ଛଇଁଲାଣି। ତଥାପି ନାଚିବା ଓ ନାଚ ଶିଖିବା ନିଶା ଛାଡ଼ିନି। ଏହି ବୟସରେ ଠୁମକା ଲଗାଇବା ସହ ଏବଂ ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତରେ ତାଳ ଦେଇ ନାଚୁଛନ୍ତି ଗଞ୍ଜାମ ଜିଲା ଛତ୍ରପୁରର ରାମେଶ୍ୱର ପଣ୍ଡା।…

ଉପାନ୍ତ ଇଲାକା ପାଇଁ ପକ୍କା ରାସ୍ତା ସ୍ବପ୍ନ

ଭବାନୀପାଟଣା, ୧୫।୬(ଉତ୍ତମ କୁମାର ଦାଶ) ଗାଁକୁ ବିକାଶ ଦିଗରେ ନେବା ପାଇଁ ସରକାର ଅନେକ ଯୋଜନା କରିଛନ୍ତି। ଗାଁକୁ ଚାଲ ଗାଁକୁ ଗଢ ଏଭଳି କିଛି ସ୍ଲୋଗାନ ନେଇ ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟରେ କୋଟି କୋଟି…

ନଦୀ ଶୁଖିଲା,୧୫ଦିନ ଜଳଯୋଗାଣ ଠପ

ସମ୍ବଲପୁର, ୧୫।୬ (ଶୁଭାଶିଷ ପାଢୀ) ଘରେ ଘରେ ଜଳ ପହଞ୍ଚାଇବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ସମ୍ବଲପୁର ମହାନଗର ନିଗମ ୪୦ ନମ୍ବର ୱାର୍ଡ ମାନେଶ୍ୱର ବାସୀଙ୍କ ପାଇଁ ଅପହଞ୍ଚ ହୋଇରହିଛି। ପ୍ରାୟ ୧୫ବର୍ଷ ଧରି ମାନେଶ୍ୱର ମାଳତୀ…

କେନାଲ କାମ ବନ୍ଦ କଲା ଏମ୍‌ଆଇ ବିଭାଗ

ସମ୍ବଲପୁର, ୧୫।୬(ଶୁଭାଶିଷ ପାଢୀ) ଯୁଯୁମୁରା ବ୍ଲକରେ କ୍ଷୁଦ୍ରଜଳସେଚନ ବିଭାଗ ପକ୍ଷରୁ ପ୍ରାୟ ୮୦ ଲକ୍ଷ ଟଙ୍କାରେ କେନାଲ ନିର୍ମାଣ ଚାଲିଥିଲା। ଚାଷୀଙ୍କ ଅଭିଯୋଗ ଆଧାରରେ ଧରିତ୍ରୀରେ ଜୁନ ୭ ତାରିଖରେ ଖବର ପ୍ରକାଶ ପାଇଥିଲା। ଏହା ପରେ ବିଭାଗୀୟ ତପ୍ତରତା ଦେଖାଦେଇଥିଲା।…

ଗଛ ତଳେ ପଲିଥିନ ବାନ୍ଧି କଟୁଛି ଜୀବନ

ରାଉରକେଲା, ୧୫।୬ (ଦିନେଶ ମିଶ୍ର) ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗରିବ ବାସହୀନ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏଥିପାଇଁ ସରକାରୀ ପାଣ୍ଠିରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ରାଉରକେଲା ସ୍ମାର୍ଟସିଟିରେ ଏଭଳି ଏକ…

୮୨ ଗୋଷ୍ଠୀରୁ କାହାକୁ ମିଳୁନି ଚାଷଋଣ

ଚନ୍ଦାହାଣ୍ଡି, ୧୫।୬ (ଦିଲୀପ ଦାସ ) ଭୂମିହୀନ ଚାଷୀଙ୍କୁ ଚାଷ କାର୍ଯ୍ୟ ପ୍ରତି ଆର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାର ବଳରାମ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଯେଉଁ ଚାଷୀମାନଙ୍କ ଜମିପଟ୍ଟା ଓ ଆନୁସାଙ୍ଗିକ କାଗଜପତ୍ର ନ…

ଉମରକୋଟରେ ଦେଶରେ ପ୍ରଥମ ପାଇରଲସିସ୍‌ ପ୍ଲାଣ୍ଟ

ଉମରକୋଟ, ୧୫।୬(ସନ୍ତୋଷ ଶତପଥୀ) ନବରଙ୍ଗପୁର ଜିଲା ପ୍ରଶାସନ ଉଦ୍ୟମରେ ଉମରକୋଟଠାରେ ଥିବା କୃଷି ବିଭାଗ ଫାର୍ମରେ ବୁଧବାର ଭାରତରେ ସର୍ବ ପ୍ରଥମ ପାଇରଲସିସ୍‌ ପ୍ଲାଣ୍ଟ ସ୍ଥାପନ ହୋଇଛି । ମିଶନ ନବରଙ୍ଗପୁର ନାମରେ ଆରମ୍ଭ ହେଇଥିବା ପାଇଲଟ ପ୍ରକଳ୍ପ ରାଷ୍ଟ୍ରୀୟ କୃଷି…

ଦିନେ ଗୌରବ ଆଣୁଥିଲେ, ଏବେ ବାଲି ବୋହୁଛନ୍ତି

ନନ୍ଦପୁର, ୧୫।୬ (ଶଙ୍କର ପୂଜାରୀ) ଉଚ୍ଚଶିକ୍ଷିତ ତଥା ଅନ୍ତଃରାଷ୍ଟ୍ରୀୟ ଦୃଷ୍ଟିହୀନ କ୍ରିକେଟ ଖେଳରେ କୋରାପୁଟ ଜିଲା ତଥା ଓଡ଼ିଶାର ପ୍ରତିନିଧିତ୍ୱ କରି ଗୋଲୁର ପଞ୍ଚାୟତ ପୋଡ଼େଇସିଂ ଗ୍ରାମର ଯୁବକ ରଘୁରାମ ନାୟକ ଦିନେ ନନ୍ଦପୁର ବ୍ଲକ ପାଇଁ ଆଣିଥିଲେ ଗୌରବ। ଏବେ…

ବୁଣାକାରଙ୍କ ସମସ୍ୟା ଦୂର ହେବ

ରସୁଲପୁର, ୧୫।୬(ରଞ୍ଜିତ ରାଉତ): ଯାଜପୁର ଜିଲା ରସୁଲପୁର ବ୍ଲକରେ ଟସରବସ୍ତ୍ରର ଏନ୍ତୁଡ଼ି ଶାଳ ଭାବେ ପ୍ରସିଦ୍ଧି ଲାଭ କରିଥିବା ପ୍ରଥମାଖଣ୍ଡି ପଞ୍ଚାୟତର ଗୋପାଳପୁର ଗାଁରେ ବୁଧବାର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ପହଞ୍ଚତ୍ ବୁଣାବୁଣିର ବିଭିନ୍ନ ସ୍ଥିତି ଅନୁଧ୍ୟାନ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?