ଆମ ଜିଲା ଖବର

ସ୍ବାଭିମାନ ଅଞ୍ଚଳରେ ଲଗାଣ ବର୍ଷାରେ ଅମୃତ ସରୋବର ହିଡ଼ ଭାଙ୍ଗିବା ଘଟଣା: ଜମି ମରାମତି ପାଇଁ ବ୍ଳକ ପ୍ରଶାସନ ତରଫରୁ ଚାରି ଲକ୍ଷ ଦିଆଯିବ

ଚିତ୍ରକୋଣ୍ଡା,୨୫।୭(କ୍ଷିରୋଦ କୁମାର ବେହେରା): ଆଦିବାସୀ ଅଧୁଷିତ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ପାପରମେଟେଲା ପଞ୍ଚାୟତ କଦଳୀବନ୍ଧା ଗାଁରେ ଚଳିତ ବର୍ଷ ଚିତ୍ରକୋଣ୍ଡା ବ୍ଳକ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକ୍ରମ ମାଧ୍ୟମରେ ଅମୃତ ସରୋବର ନିର୍ମାଣ…

ସାପ କାମୁଡାରେ ୨ ଭାଇ ମୃତ

ଦେବଗଡ଼,୨୫।୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡରେ ସାପ କାମୁଡାରେ ୨ ଭାଇଙ୍କର ମୃତ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମଙ୍ଗଳବାର ସକାଳେ ଦେବଗଡ ପୌରାଞ୍ଚଳର ୱାର୍ଡ ନମ୍ବର-୯ ରେ ଥିବା ଜାଙ୍ଗିଲିକୁଦର ଠାରେ । ମୃତ ୨ ନାବାଳକ ହେଲେ…

ଗୁଣି ଗାରେଡି ସନ୍ଦେହରେ ହତ୍ୟା ଅଭିଯୋଗ

କେନ୍ଦ୍ରପଡା,୨୫।୭(ଜଗନ୍ନାଥ ଧଳ): ଇଣ୍ଟରନେଟ ଯୁଗରେ ବିଜ୍ଞାନର ପ୍ରଗତି ସତ୍ତ୍ୱେ ଏବେ ବି କିଛି ଲୋକ କୁସଂସ୍କାର ଅନ୍ଧବିଶ୍ୱାସକୁ ଜାବୁଡି ଧରିଛନ୍ତି । ସେମାନେ ଅନ୍ଧବିଶ୍ୱାସର କବଳରେ ପଡି ନରହତ୍ୟା ପରି ବିଭିତ୍ସକାଣ୍ଡ ଘଟାଇବାକୁ ଟିକିଏ ବି ପଛାଉନାହଁାନ୍ତି । ଗୁଣିଗାରେଡି ସଂନ୍ଦେହରେ…

ଟ୍ରକ୍‌ ପଛରେ ପିଟିହେଲା ସ୍କୁଟି: ଚାଲିଗଲା ଚାଳକଙ୍କ ଜୀବନ

ନାଚୁଣୀ, ୨୫।୭(ଦିଲୀପ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲା ନାଚୁଣୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ହରିପୁର ଛକ ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ସ୍କୁଟି ଚାଳକ ପ୍ରାଣ ହରାଇଛନ୍ତି।…

ବିଦ୍ୟୁତ୍‌ କରେଣ୍ଟ ଲାଗି ଚାଲିଗଲା ଯୁବକଙ୍କ ଜୀବନ

ରାଇରଙ୍ଗପୁର,୨୫।୭(ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ବାଦାମ ପାହାଡ଼ ଥାନା ସୁଲେଇପାଟ ଫାଣ୍ଡି ଅଧୀନ ବଣକାଟି ଗ୍ରାମରେ ଏକ ଅଘଟଣ ଘଟିଛି। ପାଣି ପମ୍ପ ଚଳାଉଥିବା ବେଳେ ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜହରଲାଲ ମହାନ୍ତଙ୍କ ପୁତ୍ର…

କଳାହାଣ୍ଡିରେ ପୁଣି ଲାଗିଲା ମାଓବାଦୀଙ୍କ ପୋଷ୍ଟର

ଭବାନୀପାଟଣା,୨୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ଲାଲବାହିନୀ ପୁଣି ନିଜର ସ୍ଥିତି ଜାହିର କରିଛନ୍ତି । ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶଗଡ଼ା ପଞ୍ଚାୟତ କାର୍ଯ୍ୟାଳୟ ଓ ମାର୍କେଟ କମପ୍ଲେକ୍ସରେ ସୋମବାର ସକାଳୁ ମାଓାବାଦୀଙ୍କ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଏଥିରେ ମାଓବାଦୀ…

ସାପ କାମୁଡ଼ାରେ ଆଖି ବୁଜିଲା ପୁଅ, ମା’ ଗୁରତର

ବାରିପଦା,୨୫।୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସାପ କାମୁଡାରେ ଶିଶୁ ପୁତ୍ରର ଜୀବନ ଯାଇଥିବା ବେଳେ ମା’ ଗୁରୁତର ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଶରତ ଥାନା କଟୁରିଆ ଗ୍ରାମରେ । ଗ୍ରାମର ମିନତୀ ମହାକୁଡ ନିଜର ଶିଶୁପୁତ୍ର…

ଖୋଲିଲା ହୀରାକୁଦର ୪ଟି ଡ୍ୟାମ୍‌

ସମ୍ବଲପୁର ୨୫। ୭: ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍‌ ମଙ୍ଗଳବାର ଖୋଲାଯାଇଛି। ବାମ ପାର୍ଶ୍ୱରେ ୮ଟି ଏବଂ ଡାହାଣ ପାର୍ଶ୍ୱରେ ୪ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି । ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୪.୦୪ ଫୁଟ…

୪ ବର୍ଷ ପରେ ଧରା ପଡ଼ିଲେ ଫେରାର ମହେଶ୍ୱର

କେନ୍ଦ୍ରାପଡ଼ା, ୨୫ା୭ (ଜଗନ୍ନାଥ ଧଳ): ୨୦୧୯ରେ କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅଞ୍ଚଳର ଜଣେ ମହିଳା ଗଣ ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ମହେଶ୍ୱର ସାହୁ ରବିବାର ଧରାପଡ଼ିଛନ୍ତି। ସୋମବାର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ପରେ ତାଙ୍କର ଜାମିନ ନାମଞ୍ଜୁର ହେବାରୁ…

ଶିଳ୍ପର ନିଆଁ, ଧୂଆଁ: ଲୁଣା ହେନ୍ତାଳ ଜଙ୍ଗଲ ପ୍ରତି ବିପଦ

ମହାକାଳପଡ଼ା, ୨୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ପରିବେଶ ସୁରକ୍ଷା ପ୍ରତି ବିପଦ ସୃଷ୍ଟିହେବାରେ ଲାଗିଛି। ଏହି ଅଞ୍ଚଳ ଅପରପାର୍ଶ୍ୱରେ ପାରାଦୀପ ଶିଳ୍ପ କାରଖାନାରୁ ନିର୍ଗତ ଶିଳ୍ପର ନିଆଁ, ଧୂଆଁ ଲୁଣା ହେନ୍ତାଳ ଜଙ୍ଗଲ ପ୍ରତି ବିପଦ,…

ପଛ ଚକା ଫାଟି ଓଲଟିପଡ଼ିଲା ଟାଟାଏସି: ୧୦ ଗୁରୁତର, ୨ ଜଣଙ୍କ  ଜୀବନ ସଙ୍କଟାପର୍ଣ୍ଣ

ଜଳେଶର,୨୫।୭: ବାଲେଶ୍ୱର ଜିଲା ୬୦ନଂ ଜାତୀୟ ରାଜପଥ ଉପରେ ମଙ୍ଗଳବାର ଦୁର୍ଘଟଣା ଘଟିଛି। ପଛ ଚକ ଫାଟଯିବାରୁ ଶ୍ରମିକ ନେଇ ଆସୁଥିବା ଟାଟାଏସ ଗାଡ଼ିି ଓଲଟିପଡ଼ିଥିଲା। ଏଥିରେ ୧୦ରୁ ଅଧିକ ଶ୍ରମିକ ଗୁରତର ଥିବାବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି।…

ଡିଏମ୍‌ଏଫ୍‌ ପାଣ୍ଠିର ହରିଲୁଟ ଅଭିଯୋଗ

ଯାଜପୁର,୨୫ା୭(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ଖଣି ଖାଦାନ ଭରା ଅଞ୍ଚଳର ବିକାଶ ପାଇଁ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ଗଠିତ ହୋଇଛି। ବିଶେଷକରି ଖଣି ଖାଦାନ ଦ୍ୱାରା ପ୍ରଭାବିତ ସୁକିନ୍ଦା ଅଞ୍ଚଳର ଆଦିବାସୀମାନଙ୍କ ବିକାଶ ପାଇଁ ଡିଏମ୍‌ଏଫ୍‌ ପାଣ୍ଠିର ବିନିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?