ଆମ ଜିଲା ଖବର

୬ ଭରି ଓଜନର ମଙ୍ଗଳସୂତ୍ର ଝାମ୍ପିନେଲେ ଦୁର୍ବୃତ୍ତ

ରାୟଗଡ଼ା,୧୫।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ପ୍ରତିଦିନ କେଉଁଠି ନା କେଉଁ ଚୋରି, ରାହାଜାନି ହେଉଥିବା ଖବର ମିଳୁଥିଲେ ମଧ୍ୟ ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହେଉଛି। ଗୁରୁବାର…

୯୨ କଇଁଛ ଉଦ୍ଧାର: ବନ୍ଧା ହେଲେ ୨ ଅଭିଯୁକ୍ତ 

ପାପଡାହାଣ୍ଡି,୧୫।୬(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଥାନା ପୋଲିସ ୯୨ କଇଁଛ ଉଦ୍ଧାର କରିଛି। ଏହି ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ୨ଟି ବାଇକ୍‌ ଜବତ କରାଯାଇଥିବା ମଇଦଲପୁର ଥାନା ପରିସରରେ ଏକ…

ଗ୍ରାମ୍ୟ କୃଷି କର୍ମଚାରୀ ନିଲମ୍ବିତ

ବରଗଡ଼ ଅଫିସ୍‌,୧୫।୬(ପ୍ରେମାନନ୍ଦ ଖମାରୀ): ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ବଳରାମ ଯୋଜନାରେ ଅନ୍ତର୍ଭୁକ୍ତ କରାଇଦେବାକୁ କହି ଚଷୀଙ୍କୁ ଟଙ୍କା ଦାବି କରିବା ଜଣେ ଗ୍ରାମ୍ୟ କୃଷି କର୍ମଚାରୀ(ଭିଏଡବ୍ଲୁ)ଙ୍କୁ ମହଙ୍ଗା ପଡ଼ିଛି। ଅଭିଯୋଗ ପରେ ବରଗଡ଼ ଜିଲା ସୋହେଲା ବ୍ଲକ ଝର ପଞ୍ଚାୟତ ଅଞ୍ଚଳରେ…

ଚକୁଳି ପିଠା, ଆମ୍ବ ଖାଇ ୧୦ ଅସୁସ୍ଥ

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): ଚକୁଳି ପିଠା ଏବଂ ଆମ୍ବ ଖାଇବା ପରେ ଫୁଡ୍‌ ପଏଜନ ହୋଇ କଳାହାଣ୍ଡି ଜିଲା କୋକସରା ବ୍ଲକ ଡହଗାଁ ପଞ୍ଚାୟତ ଡହଗାଁ କଲୋନୀପଡ଼ାର ୧୦ଜଣ ମହିଳା, ପୁରୁଷ ଏବଂ ଶିଶୁ ବାନ୍ତିରେ ଅସୁସ୍ଥ ହୋଇ କୋକସରା ଡାକ୍ତରଖାନାରେ…

ସୁରଟରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ

ଚିକିଟି,୧୫ା୬(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ୍‌ କଳବାଡ଼ ପଞ୍ଚାୟତ ଅଧୀନ ପାରସମା ଗ୍ରାମ କୁମ୍ଭାର ସାହିର ଜଣେ ଶ୍ରମିକଙ୍କ ଗୁଜରାଟ ସୁରଟରେ ମୃତ୍ୟୁ ଘଟିଛି। ସେ ହେଲେ ସନ୍ତୋଷ କୁମାର ବେହେରା(୪୨)। ସନ୍ତୋଷ ୮ ବର୍ଷ ହେଲା ସୁରଟର…

ଅଘୋଷିତ ବିଦ୍ୟୁତ୍‌ କାଟ ପ୍ରତିବାଦରେ ତେଜିଲା ଭାଜପା

ବଡବିଲ,୧୫।୦୬(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲରେ ଅଘୋଷିତ ବିଦ୍ୟୁତ୍‌ କାଟ ପ୍ରତିବାଦରେ ଭାଜପା ପକ୍ଷରୁ ବଡବିଲ ସ୍ଥିତ ଟିପିଏନ୍‌ଓଡିଏଲ୍‌ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସୂଚନା ଅନୁଯାୟୀ, ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ମଧ୍ୟ…

ବିଦ୍ୟୁତ୍‌ ବିଭ୍ରାଟ ପ୍ରତିବାଦରେ ଆନ୍ଦୋଳନ ତେଜିଲା

ବରଗଡ଼,୧୫ା୬(ପ୍ରେମାନନ୍ଦ ଖମାରୀ): ଗୋଟିଏ ପଟେ ତାତି ଥମୁନି, ଅନ୍ୟପଟେ ଅଘୋଷିତ ବିଦ୍ୟୁତ୍‌ କାଟ। ଏଭଳି ସ୍ଥିତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ମଧ୍ୟ ବଢ଼ି ଚାଲିଛି। ଏନେଇ ଗୁରୁବାର ବରଗଡ଼ ଗାନ୍ଧିଛକରେ ଭାଜପା ଧାରଣା ଦେଇ ପ୍ରତିବାଦ…

ଆନ୍ତଃରାଜ୍ୟ ଲୁଟେରାଙ୍କୁ ଧରିଲା ପୋଲିସ, ନଗଦ ୯୨ ହଜାର ଟଙ୍କା ଜବତ

ଗଞ୍ଜାମ,୧୫ା୬(ବିଦ୍ୟାଧର ସାହୁ): ରମ୍ଭା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ରାଜ୍ୟ ତଥା ଆନ୍ଧ୍ର ଓ ଓଡ଼ିଶାର ବିଭିନ୍ନ ଜିଲାରେ ଏଟିଏମ୍‌ଗୁଡିକରୁ ଲୁଟୁଥିଲେ। ବୁଧବାର ରମ୍ଭା ଥାନା ପୋଲିସ ଦୁଇ ଆନ୍ତଃ ରାଜ୍ୟ ଏଟିଏମ୍‌ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ନଗଦ…

ବିଦ୍ୟୁତ୍‌ କାଟ୍‌ ନେଇ ଏସ୍‌.ଡି.ଓଙ୍କ କାର୍ଯ୍ୟାଳୟ ଘେରାଉ କଲେ ଅଧିବାସୀ

କେସିଙ୍ଗା,୧୫।୬(ତୁମେଶ୍ୱର ସାହୁ) ବାରମ୍ବାର ବିଦ୍ୟୁତ୍‌ କାଟ୍‌କୁ ନେଇ କଳାହାଣ୍ଡି ଜଲା କେସିଙ୍ଗା ସହରରେ ଅବସ୍ଥିତ ଏସ୍‌.ଡି.ଓ (ବିଦ୍ୟୁତ)ଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି। କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ନେତୃତ୍ୱରେ ଗୁରୁବାର ଘେରାଉ କରାଯାଇ ଥିଲା। ବ୍ଲକର ସମଗ୍ର ୨୬ଟି ଗ୍ରାମ…

ଦ୍ୱିତୀୟ ଦିନରେ ନଛିପୁରରେ ଧୂମଧାମ୍‌ରେ ଚାଲିଛି ରଜପର୍ବ

ନୟାଗଡ଼,୧୫ା୬(ଲୋକନାଥ ମିଶ୍ର): ଓଡ଼ିଶାର ଲୋକ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାର ନିଚ୍ଛକ ପ୍ରୟାସ ସ୍ବରୂପ ନୟାଗଡ଼ ଜିଲା, ଇକିରି ପଞ୍ଚାୟତର ନଛିପୁରରେ ପ୍ରତିବର୍ଷ ବେଶ୍‌ ଧୁମ୍‌ଧାମ୍‌ରେ ପାଳିତ ହେଉଛି ରଜପର୍ବ। ଚଳିତ ବର୍ଷ ମଧ୍ୟ ରଜ ମଉଜ ଆରମ୍ଭ ହୋଇଯାଇଛି।…

ହାତୀ ଚଳପ୍ରଚଳ ଅଞ୍ଚଳରେ ପଡ଼ିଛି ପାଇପ୍‌

କେନ୍ଦୁଝର,୧୫ା୬(ନରେଶ ପଟ୍ଟନାୟକ): କେନ୍ଦୁଝର ଜିଲାରେ ବାସହରା ହୋଇ ହାତୀମାନେ ଏଣେ ତେଣେ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ଆଶ୍ରୟ ନେବା ପାଇଁ ଧାଉଁଛନ୍ତି। ହାତୀମାନେ ଯାତାୟାତ କରିବା ବେଳେ ପ୍ରସସ୍ଥ ରାସ୍ତାଘାଟ ପାର ହୋଇଯିବାକୁ ପଡୁଛି। ବିଶେଷକରି ଜିଲାର ଏନ୍‌ଏଚ୍‌ ୨୦,…

ବିଜେଡିରେ ସାମିଲ ହେଲେ ଭାଜପା କର୍ମୀ

କେସିଙ୍ଗା,୧୫.୬(ତୁମେଶ୍ୱର ସାହୁ): ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଦର ବ୍ଲକର କେନ୍ଦୁପାଟୀ, ବୋର୍ଡା, ଗୁର୍ଜୁଙ୍ଗ ପଞ୍ଚାୟତକୁ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ ଏବଂ କଳାହାଣ୍ଡି ବିଜେଡି ଜିଲା ସଭାନେତ୍ରୀ ଲଳିତା ନାଏକ ଗସ୍ତ କରି ପଞ୍ଚାୟତ ବାସୀଙ୍କୁ ଏକତ୍ରିତ କରି ଅଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?