ନିଷ୍ପତ୍ତିକୁ ଅଣଦେଖା କରୁଛି ଏନ୍‌ଏଚ୍‌ଏଆଇ

ଢେଙ୍କାନାଳ, ୨୬।୭(ରତନ ନାୟାର): ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ପ୍ରଶାସନର ନିଷ୍ପତ୍ତିକୁ ଅଣଦେଖା କରିଚାଲିଛନ୍ତି। ଫଳରେ ମରଣଯନ୍ତା ପାଲଟିଥିବା ଢେଙ୍କାନାଳ ଜିଲାର ୫୫ ଏବଂ ୫୩ନଂ. ଜାତୀୟ ରାଜପଥରେ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଗତ ୬ ମାସ ମଧ୍ୟରେ ୧୦୩ ଜଣଙ୍କ ଜୀବନ ଗଲାଣି। ଏହାକୁ ନେଇ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ଜିଲା ସଡ଼କ ସୁରକ୍ଷା କମିଟି ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଛି। ଦୁର୍ଘଟଣା ରୋକିବା ନିମନ୍ତେ ପୂର୍ବ ବୈଠକରେ ହୋଇଥିବା ନିଷ୍ପତ୍ତିକୁ ପାଳନ କରିବା ପାଇଁ ଜିଲାପାଳ ସରୋଜ କୁମାର ସେଠୀ ଏନ୍‌ଏଚ୍‌ଏଆଇ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
୨୦୨୨ ଜାନୁୟାରୀରୁ ଜୁନ୍‌ ମଧ୍ୟରେ ଜିଲାରେ ସଡ଼କ ଦୁର୍ଘଟଣାରେ ୧୦୧ ଜୀବନ ଯାଇଥିଲା। ୨୦୨୩ ବର୍ଷରେ ସମାନ ସମୟରେ ଏହି ସଂଖ୍ୟା ୧୦୩ରେ ପହଞ୍ଚତ୍ଲାଣି। ଓଭରଲୋଡିଂ, ଦ୍ରୁତ ଗାଡ଼ିଚାଳନା, ନିଶାସକ୍ତ ହୋଇ ଯାନବାହନ ଚଳାଇବା, ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିବା, କ୍ଷମତାଠାରୁ ଅଧିକ ଯାତ୍ରୀ ପରିବହନ, ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର ଦୁର୍ଘଟଣାର ପ୍ରମୁଖ କାରଣ ବୋଲି କୁହାଯାଇଛି। ଅନ୍ୟପଟେ ଏଭଳି ଟ୍ରାଫିକ୍‌ ନିୟମ ଭଙ୍ଗ କରୁଥିବା ୧୮୨୭ ବେପରୁଆ ଗାଡ଼ିଚାଳକଙ୍କ ଲାଇସେନ୍ସ ୩ ମାସ ପାଇଁ ରଦ୍ଦ କରାଯାଇଛି। ୨୬ ଜଣ ନାବାଳକ ଗାଡ଼ିଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜାତୀୟ ରାଜପଥ ଆଡ଼କୁ ମୁହଁ କରିଥିବା ଶିକ୍ଷାନୁଷ୍ଠାନ ଆଖପାଖ ଅଞ୍ଚଳରେ ଦୁର୍ଘଟଣା ଏଡ଼ାଇବାକୁ ସ୍କୁଲର ପ୍ରବେଶ ପଥ ପରିବର୍ତ୍ତନ ହେବ। ଏ ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଥିବା ଜିଲା ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀ ପ୍ରଣୟ କୁମାର ମିଶ୍ର ସୂଚନା ଦେଇଛନ୍ତି।
୫୫ନଂ. ଜାତୀୟ ରାଜପଥର କାମ ଚାଲିଥିବା ସ୍ଥାନ, ଦୁର୍ଘଟଣାପ୍ରବଣ ଅଞ୍ଚଳ, ପ୍ରମୁଖ ଛକ, ପୂର୍ତ୍ତ ବିଭାଗ ରାସ୍ତାକୁ ସଂଯୋଗ କରୁଥିବା ଛକରେ ଗାଡ଼ି ଚାଳକଙ୍କୁ ସଚେତନ କରାଇବା ପାଇଁ ସାଇନେଜ୍‌ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିରେ ବିଫଳ ହୋଇଥିବାରୁ ଏନ୍‌ଏଚ୍‌ଏଆଇ ଅଧିକାରୀଙ୍କୁ ଜିଲାପାଳ ତାଗିଦା କରିଛନ୍ତି। ଏଥିସହ ଅଧାପନ୍ତରିଆ ଅବସ୍ଥାରେ ଥିବା ୫୫ନଂ. ଏନ୍‌ଏଚ୍‌ରେ ବ୍ରିଜ୍‌, ଫ୍ଲାଏଓଭର ନିର୍ମାଣ ଶୀଘ୍ର ସାରିବା ଲାଗି ପରାମର୍ଶ ଦିଆଯାଇଛି। ତେବେ ଏଭଳି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନ୍‌ଏଚ୍‌ଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ଉପସ୍ଥିତ ରହୁ ନ ଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା। ବୈଠକରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଜୟନ୍ତ ନାୟକ, ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀ, ଇଞ୍ଜିନିୟର ଏବଂ ସଡ଼କ ସୁରକ୍ଷା କମିଟି ସଭ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?