ଭିତରକନିକାରେ ୩୦ ହଜାର ଦେଶୀୟ ପକ୍ଷୀଙ୍କ ଭିଡ଼

ରାଜନଗର,୨୬।୭(ଭାସ୍କର ରାଉତରାୟ): ବର୍ଷାଋତୁ ଆରମ୍ଭ ହେବା ପରେ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗହଳି ଲାଗିଛି। ଭିତରକନିକା ଏବେ ଦେଶୀୟ ପକ୍ଷୀଙ୍କ କାକଳିରେ କୋଳାହଳମୟ ହୋଇଉଠିଛି। ଭିତରକନିକାର ମଠଆଡ଼ିଆ, ଦୁର୍ଗାପ୍ରସାଦଡ଼ିଆ ଓ ଲକ୍ଷ୍ମୀପ୍ରସାଦଡ଼ିଆରେ ଏବେ ପ୍ରାୟ ୩୦ ହଜାରରୁ ଅଧିକ ପକ୍ଷୀ ଭିଡ଼ ଜମାଇ ସାରିଲେଣି। ଆଉ ୫ଦିନ ପରେ ଭିତରକନିକା ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଥିବା ବେଳେ ଦେଶୀୟ ପକ୍ଷୀଙ୍କ ଭିଡ ଭିତରକନିକାର ଶୋଭାକୁ ଦ୍ୱିଗୁଣିତ କରିଛି।
ବର୍ଷାଋତୁ ଆସିଲେ ଭିତରକନିକାକୁ ଦେଶୀୟ ପକ୍ଷୀମାନଙ୍କର ଆଗମନ ହୋଇଥାଏ। ମା’ପକ୍ଷୀମାନେ ବସା ନିର୍ମାଣ କରି ବସାରେ ଅଣ୍ଡା ଦେଇ ଛୁଆ ଫୁଟାଇବା ପରେ ଛୁଆମାନଙ୍କୁ ସାଙ୍ଗରେ ଧରି ଶୀତଋତୁ ଆରମ୍ଭରେ ଫେରି ଯାଇଥାନ୍ତି। ମୌସୁମୀର ଆଗମନରେ ଖାଦ୍ୟ ସଂଗ୍ରହ, ବଂଶ ବିସ୍ତାର ଓ ଭିତରକନିକାରେ ରହିଯାଇଥିବା ବିଦେଶାଗତ ପକ୍ଷୀମାନଙ୍କ ସହ ବନ୍ଧୁତ୍ୱ ସ୍ଥାପନ ପାଇଁ ଦେଶୀୟ ପକ୍ଷୀମାନେ ଏଠାକୁ ଛୁଟି ଆସନ୍ତି। ଭିତରକନିକାର ମଠଆଡ଼ିଆ, ଦୁର୍ଗାପ୍ରସାଦଡ଼ିଆ ଓ ଲକ୍ଷ୍ମୀପ୍ରସାଦଡ଼ିଆରେ ଗେଣ୍ଡାଳିଆ, ପାଣିକୁଆ, ଖଇରା, ଅଞ୍ଜନା, ରାଣୀବଗ, ମଝିଆବଗ, ବଡ଼ବଗ, କାପରଖାଇ, ଅନ୍ଧାରିଆବଗ, ମାଛରଙ୍କା ପ୍ରଭୃତି ୧୦ ପ୍ରକାରର ଦେଶୀୟ ପକ୍ଷୀ ଭିଡ଼ ଜମାଇଛନ୍ତି। ଏହି ଦେଶୀୟ ପକ୍ଷୀ ବନୀ, ଗୁଅଁା, ସିଙ୍ଗଡା, ରାଇ, ସିନ୍ଦୁକା, କେରୁଅଁା ଆଦି ଗଛରେ ବସା ବାନ୍ଧୁଥିବାର ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି। ମଠଆଡ଼ିଆରେ ଅଧିକ ସଂଖ୍ୟାରେ ଗେଣ୍ଡାଳିଆ ବସା କରିଥିବା ବେଳେ ଦୁର୍ଗାପ୍ରସାଦଡ଼ିଆରେ ବଗ ଓ ପାଣିକୁଆ ଅଧିକ ସଂଖ୍ୟାରେ ବସା ବାନ୍ଧିଛନ୍ତି। ଲକ୍ଷ୍ମୀପ୍ରସାଦଡ଼ିଆରେ ସବୁ ପ୍ରଜାତିର ପକ୍ଷୀ ବସା ବାନ୍ଧିଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଦେଶୀୟ ପକ୍ଷୀ ବଗଗହନରେ ଭିଡ଼ ଜମାଉ ଥିଲେ। ସେହି ସ୍ଥାନରେ ପର୍ଯ୍ୟଟକମାନେ ଦେଶୀୟ ପକ୍ଷୀଙ୍କୁ ଦେଖିବାକୁ ୱାଚଟାୱାର ମଧ୍ୟ ନିର୍ମାଣ କରାଯାଇଥିଲା। ମାତ୍ର ଲଗାତର ୬ ବର୍ଷ ହେଲା ବଗଗହନରେ ଗୋଟିଏ ବି ପକ୍ଷୀ ବସା ବାନ୍ଧୁନାହାନ୍ତି କିମ୍ବା ଭିଡ଼ ଜମାଉନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

 କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି

ନୂଆଦିଲୀ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଧୀନତା ଦିବସ ଭାଷଣରେ ଉଲ୍ଲେଖ କରାଯାଇଥିବା ଏକ ଉଲ୍ଲେଖର ପ୍ରତିକ୍ରିୟାରେ ସୋସିଆଲ ମିଡିଆରେ ‘ଦିମାଗି ନକ୍ସଲ ପାର୍ଟି’ (ବୌଦ୍ଧିକ ନକ୍ସଲ ପାର୍ଟି)…

ଗାଁକୁ ଫେରିବା ବାଟରେ ବନ୍ୟାପାଣିରେ ଭାସିଗଲେ କୁଶାସନ, ତାପରେ….

ରାଜନଗର,୧୮।୮(ଭାସ୍କର ରାଉତରାୟ ): ବ୍ରାହ୍ମଣୀରେ ଦ୍ୱିତୀୟ ବନ୍ୟା ଆସିବା ଫଳରେ ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଓ ରାଜନଗର ଅଂଚଳରରେ ଲୋକଙ୍କ ମନରେ ଭୟର ବାତାବାରଣ…

ବାନ୍ଦା ଘାଟିରେ ଫସିଲେ ପର୍ଯ୍ୟଟକ: ରାସ୍ତା ଅବସ୍ଥା ଶୋଚନୀୟ

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତର ବାନ୍ଦା ଘାଟିରେ ପର୍ଯ୍ୟଟକଙ୍କ କାର ଫସିଯାଇଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଏବେ ଉକ୍ତ ଘାଟି…

ଉଚ୍ଚସ୍ଥ ଗୁରୁ-ବକ୍ରୀ ଶନିଙ୍କ ଚମତ୍କାର ସଂଯୋଗ: ଦୀପାବଳି ପର୍ଯ୍ୟନ୍ତ ଏହି ୩ ରାଶିକୁ ମିଳିବ ପ୍ରଚୁର ଧନଲାଭ, କ୍ୟାରିୟରରେ…

ଗୁରୁ ଗ୍ରହ ଜୁନ ୨ ତାରିଖରେ କର୍କଟ ରାଶିରେ ଗୋଚର କରିଥିଲେ। ଏବେ ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬ରେ ସିଂହ ରାଶିରେ ଗୋଚର କରିବେ। ଶନି…

ଘର ବାହାରେ ଖେଳୁଥିବା ବେଳେ ଶିଶୁକନ୍ୟାଙ୍କୁ ଟେକି ନେଇଗଲା ବାଘ, ତାପରେ…

ମାଲକାନଗିରି,୧୮।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ ଇନ୍ଦ୍ରାଗୁଡ଼ା ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଘର ବାରଣ୍ଡାରେ ଶିଶୁକନ୍ୟା ଜଣକ ଖେଳୁଥିବା ବେଳେ ହଠାତ୍…

ମହିଳାଙ୍କ ଖାତାକୁ ଆସିବ ୩ହଜାର ଟଙ୍କା, ହେଲେ ସରକାର କାହିଁକି ଦେଉଛନ୍ତି ଏହି ଟଙ୍କା? ଜାଣନ୍ତୁ ଏହା ପଛର ରହସ୍ୟ

କୋଲକାତା,୧୮।୮: ପଶ୍ଚିମବଙ୍ଗ ସରକାରଙ୍କ ଅନ୍ନପୂର୍ଣ୍ଣା ଯୋଜନାରେ ହିତାଧିକାରୀ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପାଣ୍ଠି ସ୍ଥାନାନ୍ତର ପ୍ରକ୍ରିୟା ସୋମବାର (ଅଗଷ୍ଟ ୧୭, ୨୦୨୬) ଠାରୁ ଆରମ୍ଭ ହୋଇଛି। ରାଜ୍ୟ…

ଜନସାଧାରଣଙ୍କ ପାଇଁ ଚିନ୍ତାଜନକ ଖବର: ପେଟ୍ରୋଲ-ଡିଜେଲ ଦାମ୍‌…

ନୂଆଦିଲ୍ଲୀ, ୧୮।୮: ଜନସାଧାରଣଙ୍କ ପାଇଁ ଅନ୍ତର୍ଜାତୀୟ ବଜାରରୁ ଏକ ନୂଆ ଚିନ୍ତାଜନକ ଖବର ଆସୁଛି। Crude Oil ଦରରେ ଲଗାତାର ତୃତୀୟ ଦିନ ପାଇଁ ବୃଦ୍ଧି ଦେଖିବାକୁ…

ବିଧାୟକଙ୍କ ଜନଶୁଣାଣି ଶିବିରରେ ଅଭାବନୀୟ ଘଟଣା, ବାର୍ଦ୍ଧକ୍ୟ ଭତ୍ତା ନ ମିଳିବାରୁ ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ ସଦର,୧୮ା୮(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ୪୨ ମୌଜା ଅନ୍ତର୍ଗତ କଳପଡାଠାରେ ସୋମବାର ଅନୁଷ୍ଠିତ କଟକ ସଦର ବିଧାୟକଙ୍କ ଜନଶୁଣାଣି ଶିବିରରେ ଏକ ଅଭାବନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri