କବି ବିନୋଦ ଚନ୍ଦ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଅନୁମତିରେ ବିଳମ୍ବ
ସୁନ୍ଦରଗଡ,୨୧ା୮(ଜୟ ନାରାୟଣ ମେଣ୍ଡୁଳି): ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରସିଦ୍ଧ କାବ୍ୟ ସ୍ରଷ୍ଟା ତଥା କାଳଜୟୀ ଗ୍ରାମପଥ ଓ ସରୀସୃପ କବିତାର କବି ବିନୋଦ ଚନ୍ଦ୍ର ନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନେଇ ଶିକ୍ଷା ବିଭାଗର ଅନୁମତି ପ୍ରଦାନରେ ଅହେତୁକ ବିଳମ୍ବ ଯୋଗୁ ସାହିତ୍ୟ…
ଭଙ୍ଗାଘରେ ୭ ପ୍ରାଣୀ କୁଟୁମ୍ବ
ସମ୍ବଲପୁର,୨୧ା୮(ବି.ଶଙ୍କର): ଲଗାତର ବର୍ଷା ଯୋଗୁ ସମ୍ବଲପୁର ମହନଗର ନିଗମ ଅନ୍ତର୍ଗତ ବଡବଜାର ସାହେବ ବଙ୍ଗଲାର ଏକ ଘର ଶନିବାର ପୂର୍ବାହ୍ନ ୯ ଟା ସମୟରେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଉକ୍ତ ଘରେ ଫକୀର ମୋହନ ମିଶ୍ର, ପୁଅ, ସ୍ତ୍ରୀ, ବିଧବା ଝିଅ ଉମା…
ସଶସ୍ତ୍ର ଡକାୟତି: ୨୫ ଭରି ସୁନା ଅଳଙ୍କାର ଲୁଟ୍
ଭବାନୀପାଟଣା/କୋକସରା,୨୨।୮(ଉତ୍ତମ କୁମାର ଦାଶ/ ଦୁଷ୍ମନ୍ତ ପଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଓଲମା ଗାଁରେ ସଶସ୍ତ୍ର ଡକାୟତି ହୋଇଛି। ରବିବାର ବିଳମ୍ବିତ ରାତିରେ ଗ୍ରାମର ଧନଞ୍ଜୟ ସାହୁଙ୍କ ଘରେ ଏକ ଡକାୟତି ଦଳ ପଶି ୨୫ ଭରି ସୁନା ଅଳଙ୍କାର ଲୁଟି…
ସହରାଞ୍ଚଳ ବସ୍ତି ସମସ୍ୟାକୁ ଅଣଦେଖା
ରାଉରକେଲା,୨୧ା୮(ଦିନେଶ ମିଶ୍ର): ସ୍ମାର୍ଟସିଟି ରାଉରକେଲାରେ ଯେପରି ଦିନକୁ ଦିନ ବିକାଶମୂଳକ କାମ ଆଗେଇ ଚାଲିଛି ସେହି ପରିମାଣରେ ସହରାଞ୍ଚଳ ବସ୍ତି ଅଞ୍ଚଳରେ ହେଉନାହିଁ। ରାଉରକେଲା ସହର ଆଖାପାଖରେ ୧୮୦ରୁ ଊର୍ଦ୍ଧ୍ୱ ବସ୍ତି ଗଢ଼ି ଉଠିଥିବାବେଳେ ବାସନ୍ତୀ କଲୋନୀ ଖଟାଲ ବସ୍ତି ସମସ୍ୟାକୁ…
ପୂଜା ସାମଗ୍ରୀ ଗୋଦାମରେ ଅଗ୍ନିକାଣ୍ଡ: ଜଳିଗଲା ୧୦ ଲକ୍ଷ ଟଙ୍କାର ସାମଗ୍ରୀ
ବ୍ରହ୍ମପୁର,୨୧ା୮(ସୁବାସ ଚନ୍ଦ୍ର ପାଢ଼ୀ): ବଡ଼ବଜାର ଥାନା ଅନ୍ତର୍ଗତ ବଡ଼ବଜାର ଛକରେ ଥିବା ଦେବ ଦର୍ଶନ ପୂଜା ଭଣ୍ଡାର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ପୂଜା ସାମଗ୍ରୀ ପୋଡ଼ି ଜଳିଯାଇଛି। ଖବର ପାଇ ବ୍ରହ୍ମପୁର…
ଏବେ ବି ରହିଛି ବ୍ରିଟିଶ୍ ସମୟର ସିମିଳି ଗଛ ଫାଶୀଖୁଣ୍ଟ
ଏମ୍ଭି-୭୯, ୨୧ା୮ (ଭିକି ବାରିକ):ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନନ୍ତପାଲ୍ଲୀ ଗ୍ରାମକୁ ପୂର୍ବରୁ ଦଣ୍ଡକାରଣ୍ୟ ଅଞ୍ଚଳ କୁହାଯାଉଥିଲା l ଏହି ଗଁାରେ ହନ୍ତାଳ, ମାଦିରି, ୱାଡେଙ୍ଗୀ ଓ ବେଟି ପରିବାର ବାସ କରୁଥିଲେ। ପରବର୍ତ୍ତୀ ସମୟରେ ସମୟାନୁକ୍ରମେ ବିଭିନ୍ନ ଅଞ୍ଚଳର ଲୋକମାନେ…
୫ ବର୍ଷ ବିତିଲା ଯାଞ୍ଚ ହେଲାନି ଶିକ୍ଷକଙ୍କ ପ୍ରମାଣପତ୍ର
ନବରଙ୍ଗପୁର,୨୧ା୮(ସଦାଶିବ ପ୍ରହରଜ):ନବରଙ୍ଗପୁର ଜିଲାରେ ଜାଲ ଶିକ୍ଷାଗତ ପ୍ରମାଣପତ୍ର ଦେଇ ଶିକ୍ଷକ ନିଯୁକ୍ତି ମାମଲାରେ ପ୍ରାଥମିକ ଶିକ୍ଷକଙ୍କ ପ୍ରମାଣ ପତ୍ର ୫ ବର୍ଷ ବିତିଥିଲେ ମଧ୍ୟ ଯାଞ୍ଚ ହୋଇପାରି ନାହିଁ। କେତେକ ଶିକ୍ଷକ ଜାଲ ଶିକ୍ଷାଗତ ଯୋଗ୍ୟତା ଏବଂ ନକଲି ବିଏଡ୍ ସିର୍ଟିଫିକେଟ୍ରେ…
ବିପଦପୂର୍ଣ୍ଣ ଭାବେ ଭରାନଦୀରେ ଯାଉଛନ୍ତି ୧୮ ଗାଁ ଲୋକେ
ରାୟଗଡ଼ା,୨୧।୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସଦର ବ୍ଲକ ଅନ୍ତର୍ଗତ ୧୮ ଖଣ୍ଡ ଗ୍ରାମର ଗ୍ରାମବାସୀଙ୍କ ମୁଖ୍ୟରାସ୍ତା ପାଲଟିଛି ନାଗାବଳୀ ନଦୀ। ଗ୍ରାମବାସୀ ନଦୀ ଅପରପାର୍ଶ୍ୱରେ ବସବାସ କରୁଥିବାରୁ ଯାତାୟାତରେ ସୁବିଧା ପାଇଁ ନଦୀ ଉପରେ ବିଜୁ ସେତୁ ନିର୍ମାଣ କାର୍ଯ୍ୟ…
ଡାକ୍ତରଙ୍କ କ୍ଲିନିକ୍ ପ୍ରୀତି, ରୋଗୀ ହନ୍ତସନ୍ତ
ବ୍ରହ୍ମପୁର,୨୧ା୮(ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍କେସିଜି) ମେଡିକାଲ ଓ ହସ୍ପିଟାଲର ଡାକ୍ତରଙ୍କ ଘରୋଇ କ୍ଲିନିକ ପ୍ରୀତି ରୋଗୀଙ୍କୁ ସମସ୍ୟାରେ ପକାଉଛି। ଡ୍ୟୁଟି ସମୟରେ ଡାକ୍ତର ଘରୋଇ କ୍ଲିନିକ୍ ଯାଇପାରିବେ ନାହିଁ ବୋଲି ସରକାର କଡ଼ା ନିୟମ କରଛନ୍ତି। କିନ୍ତୁ ଏହି…
ରାସ୍ତା ମରାମତି କଲେ ଉପର ଡାଙ୍ଗଣାମାବାସୀ
ଫିରିଙ୍ଗିଆ,୨୧ା୮(ବିକ୍ରମ ଦିଗାଲ):କନ୍ଧମାଳ ଜିଲାର ଅଧିକାଂଶ ଗ୍ରାମକୁ ସବୁଦିନିଆ ରାସ୍ତା ନ ଥିବା ବେଳେ ଅନେକ ନଦୀନାଳ ଉପରେ ପୋଲ ମଧ୍ୟ ନିର୍ମାଣ ହୋଇପାରିନାହିଁ। ଫଳରେ ଯାତାୟାତ ପାଇଁ ଲୋକମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ବର୍ଷା ଦିନରେ ଏହି ସମସ୍ୟା…
ଘାଗରା ନଦୀ ବଡ଼ ପୋଲ ଅଧାପନ୍ତରିଆ
ନୀଳଗିରି,୨୧ା୮(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ସେରଗଡ଼, ନୀଳଗିରି, ଝରଣଘାଟି ୧୯ନଂ. ରାଜ୍ୟ ରାଜପଥର ଘାଗରା ନଦୀ ଉପରେ ନିର୍ମାଣାଧୀନ ବଡ଼ ପୋଲ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଶିଳାନ୍ୟାସକୁ ୪ ବର୍ଷ ବିତିଥିଲେ ମଧ୍ୟ ସଂଯୋଗୀକରଣ ରାସ୍ତା ହୋଇପାରୁନି। ଏଠାରେ ଥିବା ପୁୁରୁଣା ପୋଲଟି…
ରାସ୍ତାରେ ବିପଦପୂର୍ଣ୍ଣ ରାତ୍ରିଯାପନ
କେନ୍ଦୁଝର,୨୧ା୮(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ମୁଖ୍ୟାଳୟରେ ନିରାଶ୍ରିତଙ୍କ ପାଇଁ କୌଣସି ସୁବିଧା ନ ଥିବାରୁ ରାତିରେ ଯିବା ଆସିବା କରୁଥିବା ବା ବସକୁ ଅପେକ୍ଷା କରୁଥିବା ଲୋକେ ରାସ୍ତାକଡ଼ରେ ଶୋଉଛନ୍ତି। ବର୍ଷା, ଶୀତ କାକରରେ ବିପଦପୂର୍ଣ୍ଣ ଭାବେ ରାତି କାଟିବାକୁ ପଡୁଛି।…

