ଓଡ଼ିଆ ଯବାନ ଶହୀଦ

କାମାକ୍ଷାନଗର,୫ା୧୦(ସୁଧୀର କୁମାର ପରିଡ଼ା)- ଉତ୍ତର ସିକିମ୍‌ର ଲୋନାକ ଲେକ୍‌ ଅଞ୍ଚଳରେ ମଙ୍ଗଳବାର ରାତିରେ ହୋଇଥିବା ବାଦଲଫଟା ବର୍ଷା ପରେ ତିସ୍ତା ନଦୀ ଅବବାହିକାରେ ଆସିଥିବା ବନ୍ୟାରେ ଭାସିଯାଇ ନିଖୋଜ ହୋଇଯାଇଥିବା ଓଡ଼ିଆ ଯବାନ ସରୋଜ କୁମାର ଦାସ (୨୯) ଶହୀଦ ହୋଇଯାଇଛନ୍ତି। ଗୁରୁବାର ସେନା ପକ୍ଷରୁ ଏ ନେଇ ତାଙ୍କ ପରିବାରକୁ ଖବର ଦିଆଯିବା ପରେ ଢେଙ୍କାନାଳ ଜିଲା ଭୁବନ ବ୍ଲକ ଓ କାମାକ୍ଷାନଗର ଥାନା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁ ନ ଥିବାବେଳେ ପୂରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଖବରପାଇ ଜିଲାପାଳ ସରୋଜ କୁମାର ସେଠୀ ଶହୀଦ ସରୋଜଙ୍କ ଗଁା ଭୁବନ ବ୍ଲକ ତଥା କାମାକ୍ଷାନଗର ଥାନା ଅନ୍ତର୍ଗତ ଦିଘି ପଞ୍ଚାୟତ କେନ୍ଦୁଢିପ ଗ୍ରାମରେ ପହଞ୍ଚି ପରିବାର ସଦସ୍ୟ ଓ ସମ୍ପର୍କୀୟମାନଙ୍କୁ ସମବେଦନା ଜଣାଇଛନ୍ତି। ଶୁକ୍ରବାର ଶହୀଦଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, କେନ୍ଦୁଢ଼ିପ ଗ୍ରାମର ରାମଚନ୍ଦ୍ର ଦାସ ଓ ଶାନ୍ତିଲତା ଦାସଙ୍କ ପୁଅ ସରୋଜ ୨୦୧୨ ସେପ୍ଟେମ୍ବର ୨୧ରେ ସ୍ଥଳସେନାରେ ଇଏମ୍‌ଇ ଯବାନ ଭାବେ ଯୋଗଦେଇଥିଲେ। ଗତ ଫେବୃୟାରୀ ୧୧ରେ ଲୋପାମୁଦ୍ରା ଦାସଙ୍କ ସହ ତାଙ୍କର ବିବାହ ହୋଇଥିଲା। ୨ ମାସ ତଳେ ସେ ଘରୁ କାର୍ଯ୍ୟସ୍ଥଳ ସିକିମ୍‌କୁ ଯାଇଥିଲେ।ମଙ୍ଗଳବାର ସେ ନିଜ ୟୁନିଟ୍‌ର ଅନ୍ୟ ଯବାନଙ୍କ ସହ କାର୍ଯ୍ୟକ୍ଷେତ୍ରକୁ ଯାଇ ଫେରୁଥିବା ବେଳେ ବାଦଲ ଫଟା ବର୍ଷା ଯୋଗୁ ରାସ୍ତାରେ ଅଟକି ରହିଥିଲେ। ଗାଡ଼ି ଭିତରେ ବସିଥିବା ସମୟରେ ସେ ଫୋନ କରି ପରିବାର ଲୋକଙ୍କ ସହ କଥା ହୋଇଥିଲେ। ସେମାନଙ୍କ ଗାଡ଼ି ଆଗକୁ ବଢ଼ିପାରୁ ନ ଥିବା କହିଥିଲେ। ହେଲେ ବୁଧବାର ସକାଳୁ ତାଙ୍କ ସହ ଆଉ ପରିବାରର ଯୋଗାଯୋଗ ହୋଇପାରି ନ ଥିଲା। ଫୋନ ବନ୍ଦ ଥିଲା। ସେନାର ୨୩ ଯବାନ ନିଖୋଜ ହୋଇଯାଇଥିବା ଟିଭିରୁ ଜଣାପଡ଼ିବା ପରେ ପରିବାର ଲୋକେ ବ୍ୟସ୍ତ ହୋଇ ୟୁନିଟ୍‌ର ଅନ୍ୟ ଯବାନଙ୍କୁ ଫୋନ କରିଥିଲେ। ସେମାନଙ୍କଠାରୁ ସରୋଜଙ୍କ ନିଖୋଜ ସମ୍ପର୍କରେ ଜାଣିବା କ୍ଷଣି ପରିବାର ଉପରେ ଦୁଃଖର ପାହାଡ଼ ଯେପରି ଲଦି ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri