ଓଡ଼ିଆ ଯବାନ ଶହୀଦ

କାମାକ୍ଷାନଗର,୫ା୧୦(ସୁଧୀର କୁମାର ପରିଡ଼ା)- ଉତ୍ତର ସିକିମ୍‌ର ଲୋନାକ ଲେକ୍‌ ଅଞ୍ଚଳରେ ମଙ୍ଗଳବାର ରାତିରେ ହୋଇଥିବା ବାଦଲଫଟା ବର୍ଷା ପରେ ତିସ୍ତା ନଦୀ ଅବବାହିକାରେ ଆସିଥିବା ବନ୍ୟାରେ ଭାସିଯାଇ ନିଖୋଜ ହୋଇଯାଇଥିବା ଓଡ଼ିଆ ଯବାନ ସରୋଜ କୁମାର ଦାସ (୨୯) ଶହୀଦ ହୋଇଯାଇଛନ୍ତି। ଗୁରୁବାର ସେନା ପକ୍ଷରୁ ଏ ନେଇ ତାଙ୍କ ପରିବାରକୁ ଖବର ଦିଆଯିବା ପରେ ଢେଙ୍କାନାଳ ଜିଲା ଭୁବନ ବ୍ଲକ ଓ କାମାକ୍ଷାନଗର ଥାନା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁ ନ ଥିବାବେଳେ ପୂରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଖବରପାଇ ଜିଲାପାଳ ସରୋଜ କୁମାର ସେଠୀ ଶହୀଦ ସରୋଜଙ୍କ ଗଁା ଭୁବନ ବ୍ଲକ ତଥା କାମାକ୍ଷାନଗର ଥାନା ଅନ୍ତର୍ଗତ ଦିଘି ପଞ୍ଚାୟତ କେନ୍ଦୁଢିପ ଗ୍ରାମରେ ପହଞ୍ଚି ପରିବାର ସଦସ୍ୟ ଓ ସମ୍ପର୍କୀୟମାନଙ୍କୁ ସମବେଦନା ଜଣାଇଛନ୍ତି। ଶୁକ୍ରବାର ଶହୀଦଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, କେନ୍ଦୁଢ଼ିପ ଗ୍ରାମର ରାମଚନ୍ଦ୍ର ଦାସ ଓ ଶାନ୍ତିଲତା ଦାସଙ୍କ ପୁଅ ସରୋଜ ୨୦୧୨ ସେପ୍ଟେମ୍ବର ୨୧ରେ ସ୍ଥଳସେନାରେ ଇଏମ୍‌ଇ ଯବାନ ଭାବେ ଯୋଗଦେଇଥିଲେ। ଗତ ଫେବୃୟାରୀ ୧୧ରେ ଲୋପାମୁଦ୍ରା ଦାସଙ୍କ ସହ ତାଙ୍କର ବିବାହ ହୋଇଥିଲା। ୨ ମାସ ତଳେ ସେ ଘରୁ କାର୍ଯ୍ୟସ୍ଥଳ ସିକିମ୍‌କୁ ଯାଇଥିଲେ।ମଙ୍ଗଳବାର ସେ ନିଜ ୟୁନିଟ୍‌ର ଅନ୍ୟ ଯବାନଙ୍କ ସହ କାର୍ଯ୍ୟକ୍ଷେତ୍ରକୁ ଯାଇ ଫେରୁଥିବା ବେଳେ ବାଦଲ ଫଟା ବର୍ଷା ଯୋଗୁ ରାସ୍ତାରେ ଅଟକି ରହିଥିଲେ। ଗାଡ଼ି ଭିତରେ ବସିଥିବା ସମୟରେ ସେ ଫୋନ କରି ପରିବାର ଲୋକଙ୍କ ସହ କଥା ହୋଇଥିଲେ। ସେମାନଙ୍କ ଗାଡ଼ି ଆଗକୁ ବଢ଼ିପାରୁ ନ ଥିବା କହିଥିଲେ। ହେଲେ ବୁଧବାର ସକାଳୁ ତାଙ୍କ ସହ ଆଉ ପରିବାରର ଯୋଗାଯୋଗ ହୋଇପାରି ନ ଥିଲା। ଫୋନ ବନ୍ଦ ଥିଲା। ସେନାର ୨୩ ଯବାନ ନିଖୋଜ ହୋଇଯାଇଥିବା ଟିଭିରୁ ଜଣାପଡ଼ିବା ପରେ ପରିବାର ଲୋକେ ବ୍ୟସ୍ତ ହୋଇ ୟୁନିଟ୍‌ର ଅନ୍ୟ ଯବାନଙ୍କୁ ଫୋନ କରିଥିଲେ। ସେମାନଙ୍କଠାରୁ ସରୋଜଙ୍କ ନିଖୋଜ ସମ୍ପର୍କରେ ଜାଣିବା କ୍ଷଣି ପରିବାର ଉପରେ ଦୁଃଖର ପାହାଡ଼ ଯେପରି ଲଦି ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri