ଗୁଣିଗାରେଡ଼ିକୁ ନେଇ ହତ୍ୟା: ମୁଖ୍ୟ ଅଭିଯୁକ୍ତ ପୁତୁରା ଗିରଫ

ଭବାନୀପାଟଣା/ଜୁନାଗଡ଼,୫।୧୦(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଧୀନ ଶଙ୍କରପଲା ଗ୍ରାମରେ ଗତ ରବିବାର ଘଟିଥିବା ଟ୍ରିପଲ ମର୍ଡର ଘଟଣାର ଫର୍ଦ୍ଦାଫାଶ କରିଛି ଜୁନାଗଡ଼ ପୋଲିସ। ଗୁଣି ଗାରେଡିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗ୍ରାମର ମହେନ୍ଦ୍ର ମାଝି (୩୦)ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ଗୁରୁବାର ଅପରାହ୍ନରେ ଜୁନାଗଡ଼ ଥାନା କାର୍ଯ୍ୟାଳୟରେ ଆୟୋଜିିତ ଏକ ଖବରଦାତା ସମ୍ମିଳନୀରେ ଧର୍ମଗଡ଼ ଏସ୍‌ଡିପିଓ ଧିରଜ କୁମାର ଚୋପଦାର, ଜୁନାଗଡ଼ ଆଇଆଇସି ଶେଷଦେବ ବେହେରା ଏହି ସୂଚନା ଦେଇଛନ୍ତି। ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ମହେନ୍ଦ୍ର ଭାବୁଥିଲେ ଯେ, ଗୁଣିଗାରେଡି ଯୋଗୁ ତାଙ୍କ ଦେହ ଅସୁସ୍ଥ ହେବା ସହ ତାଙ୍କ ଘରେ ପିଲା ଛୁଆ ହେଉ ନ ଥିଲା। ଏଥିରେ ମୃତ ରାଏମତି ଓ ମହେନ୍ଦ୍ର କୁମାରଙ୍କ ହାତ ରହିଥିବା ସେ ସନ୍ଦେହ କରୁଥିଲେ। ଅଭିଯୁକ୍ତ ମହେନ୍ଦ୍ର ରାଏମତିଙ୍କ ପୁତୁରା ହୋଇଥିବା ବେଳେ ଗୁଣି ଗାରେଡି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା। ଫଳରେ ରାଗ ରଖି ରାଏମତି ଓ ମହେନ୍ଦ୍ରଙ୍କୁ ମାରଣାସ୍ତ୍ରରେ ବେକ କାଟି ସେ ହତ୍ୟା କରିଥିଲେ। ଏହି ସମୟରେ ରାଏମତିଙ୍କ ୨ ବର୍ଷର ପୁଅ ଶିବଶକ୍ତିକୁ ମଧ୍ୟ ହତ୍ୟା କରିବାକୁ ପଛେଇ ନ ଥିଲେ ଅଭିଯୁକ୍ତ ମହେନ୍ଦ୍ର। ମୃତ ବୃଦ୍ଧ ମହେନ୍ଦ୍ର କୁମାରଙ୍କ ସ୍ତ୍ରୀ ମୂଳା କୁମାରଙ୍କ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ଡଗ ସ୍କ୍ବାଡ ଓ ସାଇଣ୍ଟିଫିକ ଟିମ ସହିତ ତଦନ୍ତ ଆରମ୍ଭ କରିଥିଲେ। ଏ ନେଇ ଜୁନାଗଡ଼ ଥାନାରେ ଏକ ମାମଲା (ନଂ.୩୬୫/୨୩)ରୁଜୁ ହୋଇଥିଲା। ତଦନ୍ତ ପରେ ଅଭିଯୁକ୍ତ ମହେନ୍ଦ୍ରଙ୍କୁ ପୋଲିସ ଗିରଫ କରିଥିଲା। ତେବେ ସଚେତନତା ଅଭାବରୁ ଲୋକେ ଅନ୍ଧବିଶ୍ୱାସକୁ ଆପଣାଇ ଏଭଳି ଜଘନ୍ୟ ଘଟଣା ଘଟାଉଥିବା ଏସ୍‌ଡିପିଓ ଚୋପଦାର ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri