ଏ ସ୍ମଲ ଷ୍ଟେପ୍‌’ ଡକ୍ୟୁମେଣ୍ଟାରି ଜାତୀୟ ପୁରସ୍କାର ପାଇଁ ମନୋନୀତ

କୋରାପୁଟ,୬ା୧୧(ଅମିତାଭ ବେହେରା): ଜାତୀୟତୀୟ ସ୍ତରରେ ଏକ ପ୍ରତିଷ୍ଠିତ ଅନୁଷ୍ଠାନ ଦ୍ୱାରା ‘କମ୍ୟୁନିଟି ମିଡିଆ ଚାଲେଞ୍ଜ-୨୦୨୩’ ଶୀର୍ଷକରେ ଆୟୋଜିତ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ପ୍ରତିଯୋଗିତାରେ ଓଡିଆ ଝିଅ ଝରଣା କାଦ୍ରାକା ଅଂଶଗ୍ରହଣ କରି ଜାତୀୟ ସ୍ତରୀୟ ଦ୍ୱିତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଚଳିତ ମାସ ୨୪ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଝରଣାଙ୍କୁ ପୁରସ୍କୃତ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। କମନ ୱେଲଥ ଅଫ୍‌ ଏଡୁକେଶନାଲ ମିଡିଆ ସେଣ୍ଟର (ସିଇଏମସିଏ) ପକ୍ଷରୁ କମ୍ୟୁନିଟି ମିଡିଆ ଚାଲେଞ୍ଜ-୨୦୨୩ ଶୀର୍ଷକରେ ବିଭିନ୍ନ ସବଥିମରେ ଦେଶର ପ୍ରତିଯୋଗୀମାନଙ୍କଠାରୁ ଅଡିଓ ଓ ଭିଡିଓ ଫର୍ମାଟରେ ଏଣ୍ଟ୍ରି ଆହ୍ବାନ କରାଯାଇଥିଲା। ଏଥିରେ ସାରା ଦେଶରୁ ବିଭିନ୍ନ କାଟାଗୋରିରେ ମୋଟ ୪୫ଟି ଏଣ୍ଟ୍ରି ଆସିଥିଲା। ଝରଣା ମଧ୍ୟ ନିଜ ଡକ୍ୟୁମେଣ୍ଟାରି ‘ଏ ସ୍ମଲ ଷ୍ଟେପ’ ପଠାଇଥିଲେ। ଏବେ ତାହା ଦ୍ୱିତୀୟ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛି। କୋରାପୁଟ ଜିଲା ଦାମନଯୋଡି ଅଞ୍ଚଳର ମେଘନାଦ କାଦ୍ରାକାଙ୍କ ଝିଅ ଝରଣା କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଚକାରଝଲା ଗ୍ରାମର ଆଦିବାସୀ ଚାଷୀମାନଙ୍କୁ ନେଇ ଏହି ଭିଡିଓ ପ୍ରସ୍ତୁତ କରିଥିଲେ। ଯେଉଁଥିରେ ସେ ପଲିଥିନର ବହୁଳ ବ୍ୟବହାର କିପରି ଆମ ପରିବେଶକୁ ନଷ୍ଟ କରିବା ସହିତ ଚାଷ ଉପରେ କୁପ୍ରଭାବ ପକାଉଛି ତାହା ଦର୍ଶାଇଥିଲେ। ବିଚାରକଙ୍କ ଦ୍ୱାରା ଦ୍ୱିତୀୟ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଖବର ପାଇ ଝରଣା ଖୁସିବ୍ୟକ୍ତ କରିଛନ୍ତି। ଏହି ସଫଳତା ଆଗାମୀ ଦିନରେ ତାଙ୍କୁ ଆହୁରି ଅଧିକ ଭଲ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଝରଣା କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ବିଭାଗରେ ପାଠ ପଢା ପରେ ବର୍ତ୍ତମାନ ସେ ସିୱାଇଏସ୍‌ଡିର ଲାଇଭଉଡ୍‌ ପ୍ରକଳ୍ପରେ କାର୍ଯ୍ୟରତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକବଳ, ଧନବଳ ମଧ୍ୟରେ ଲଢ଼େଇ: ଧର୍ମେନ୍ଦ୍ର

ଢେଙ୍କାନାଳ,୪ା୫(ରତନ ନାୟାର): ଓଡ଼ିଶା ସରକାରଙ୍କ ବିରୋଧରେ ପ୍ରବଳ ଜନମତ ଦେଖାଦେଲାଣି। ଦୁର୍ନୀତିଗ୍ରସ୍ତଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଚଳିତ ନିର୍ବାଚନରେ ଧନବଳ ଓ ଲୋକବଳ ମଧ୍ୟରେ ଲଢ଼େଇ...

‘ଲାହୋର ୧୯୪୭’ରେ ସନ୍ନି ଦେଓଲ

ମୁମ୍ବାଇ: ‘ଗଦର ୨’ର ସଫଳତା ପରେ ସନ୍ନି ଦେଓଲ ଆଉ ଏକ ଦମଦାର ଚଳଚ୍ଚିତ୍ର ‘ଲାହୋର ୧୯୪୭’ସହିତ ପୁଣି ଥରେ ପରଦାକୁ ଆସୁଛନ୍ତି। ଏହା ସଂପୂର୍ଣ୍ଣ...

ଧର୍ମଶାଳା, ବରୀରେ ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ନଜର

ରସୁଲପୁର,୪ା୫(ରଂଜିତ ରାଉତ):  ଯାଜପୁର ସଂସଦୀୟ କ୍ଷେତ୍ର(ସଂ) ଅଧୀନ ବରୀ ଓ ଧର୍ମଶାଳା ବିଧାନସଭା ନିବର୍ର୍ାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଥିବା ଚର୍ଚ୍ଚା ହେଉଛିି।...

ନୀଳଗିରିରେ ସୁକାନ୍ତ-ସନ୍ତୋଷ ଲଢ଼େଇ

ନୀଳଗିରି, ୪।୫(ପ୍ରଶାନ୍ତ ବିଶ୍ୱାଳ): ଭାଜପାର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନୀଳଗିରିରୁ ଭାଜପାର ପ୍ରାର୍ଥୀ ହୋଇଛନ୍ତି ସନ୍ତୋଷ ଖଟୁଆ। ନୀଳଗିରିରୁ ବିଜେଡି ସୁକାନ୍ତ ନାୟକଙ୍କୁ ଟିକେଟ...

ବିକାଶ ବିରୋଧୀଙ୍କୁ ଓଡ଼ିଶାବାସୀ ଜବାବ ଦେବେ: ପାଣ୍ଡିଆନ

ଭଞ୍ଜନଗର/ବୁଗୁଡ଼ା/ପାଟପୁର, ୪।୫(ବାବୁଲା ପ୍ରଧାନ/କାଳିଚରଣ ଦାସ/ସୀମାଞ୍ଚଳ ସାହୁ): ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର ଗଞ୍ଜାମ ଜିଲାକୁ ତୋଫାନୀ ଗସ୍ତରେ ଆସି ଭଞ୍ଜନଗର, ବୁଗୁଡ଼ା, ସାନଖେମୁଣ୍ଡି...

ଅସହ୍ୟ ନିର୍ଯାତନା: ହାଇଦ୍ରାବାଦରୁ ଲୁଚିଆସିଲେ ୪ ଶ୍ରମିକ

ଭବାନୀପାଟଣା/ଜୁନାଗଡ଼,୪ା୫ (ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଥମୁନି ଦାଦନ ଦୁଃଖ। ହାଇଦ୍ରାବାଦ କାମ କରିବାକୁ ଯାଇ ଜୁନାଗଡ ସହରର ୪ଜଣ ଶ୍ରମିକ...

କାର୍‌ରୁ ୨୬ ଲକ୍ଷ ଜବତ

ବଡ଼ବିଲ/ନୂଆପଡ଼ା,୪ା୫ (ଦେବପ୍ରିୟ ରଣା/ମକାରୁ ବେମାଲ): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଏହିକ୍ରମରେ ଶୁକ୍ରବାର...

କଂଗ୍ରେସ ଜିତିଲେ ସମ୍ବିଧାନ ସୁରକ୍ଷିତ ରହିବ: ରାହୁଲ

ରାୟଗଡ଼ା,୪।୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାରେ କଂଗ୍ରେସ ସମାବେଶକୁ ଶୁକ୍ରବାର ଭର୍ଚୁଆଲ ମୋଡ୍‌ରେ ସମ୍ବୋଧନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହି ଜନସଭାରେ ସେ କଂଗ୍ରେସର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri