ଆମ ଜିଲା ଖବର

ସମୁଦ୍ର ଲଙ୍ଘି ଜମିରେ ଲୁଣିପାଣି ମାଡ଼ିଲା

ମହାକାଳପଡ଼ା,୧୭ା୫(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ମୋଚା ବାତ୍ୟା ପ୍ରଭାବରେ ସମୁଦ୍ର ପତ୍ତନ ବଢ଼ିଛି। ଫଳରେ ସମୁଦ୍ର ଲୁଣିପାଣି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ପାଣିଖିଆ ସାନ୍ତାଳି ଗଁା (ପଡ଼ା)ରେ ମଙ୍ଗଳବାର ଭୋରରୁ ମାଡ଼ିଯାଇଛି। ଏହି ପଡ଼ାରେ…

ବାଲି ଚୋରାଚାଲାଣରେ ଅଙ୍କୁଶ ନାହିଁ

ଜଗତ୍‌ସିଂହପୁର ଅଫିସ, ୧୭ା୫: ଜଗତ୍‌ସିଂହପୁର ଜିଲାରେ ବେଧଡ଼କ ଚାଲିଛି ବାଲି ଚୋରାଚାଲାଣ। ଏହା ଉପରେ ଅଙ୍କୁଶ ରହୁନି। ପ୍ରବଳ ଗ୍ରୀଷ୍ମରେ ସାରା ଜିଲାବାସୀ ଆଉଟୁପାଉଟୁ ହେଉଥିବାବେଳେ ରାସ୍ତାରେ ଅବାଧରେ ଦିନରାତି ଓଭରଲୋଡିଂ ବାଲି ଚୋରାଚାଲାଣ ଚିନ୍ତାର କାରଣ ପାଲଟିଛି। ଏ ସମ୍ପର୍କରେ…

କେନାଲ, ବନ୍ଧ ରାସ୍ତା ଜଙ୍ଗଲରେ ପରିପୂର୍ଣ୍ଣ

ରଘୁନାଥପୁର,୧୭।୫(ଡି.ଏନ୍‌.ଏ.): ରଘୁନାଥପୁର ବ୍ଲକ ଛପଡା ପଞ୍ଚାୟତ ଦେଇ ଯାଇଥିବା ଜଇପୁର- ନୂଆପଡ଼ା ୧୧ ନଂ. କେନାଲର ରକ୍ଷଣାବେକ୍ଷଣ ହେଉନାହିଁ। ଏହାର ନୂଆପଡା ୮ ନଂ.ୱାର୍ଡ ଓମ୍‌ଫେଡ ପ୍ଲାଣ୍ଟ ନିକଟରୁ ପଶ୍ଚିମକୁ ଏକ କି.ମି. ପର୍ଯ୍ୟନ୍ତ ଜଙ୍ଗଲରେ ପରିପୂର୍ଣ୍ଣ ହୋଇଯାଇଛି। ଏହି କେନାଲର…

୬ମାସ ହେବ ଘରକୁ ଫେରିପାରୁନାହାନ୍ତି ବାଂଲାଦେଶୀ ଧୀବର

ପାରାଦୀପ, ୧୭।୫(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପର ଅଠରବାଙ୍କୀ ଆଶ୍ରୟ କେନ୍ଦ୍ରରେ ଅଛନ୍ତି ୩ ଜଣ ବାଂଲାଦେଶୀ ଧୀବର। ୨୦୨୨ ଅକ୍ଟୋବର ୨୮ରୁ ସେମାନେ ଏଠାରେ ରହୁଛନ୍ତି। ପୋଲିସ ସେମାନଙ୍କୁ ଜଗୁଥିବାବେଳେ ଜିଲା ପ୍ରଶାସନ ପକ୍ଷରୁ ଖାଦ୍ୟ,ପୋଷାକ, ଔଷଧ ଠାରୁ ଆରମ୍ଭ କରି…

ଅସ୍ତିତ୍ୱ ହରାଉଛି କେନ୍ଦ୍ରାପଡ଼ା କେନାଲ

ଜଗନ୍ନାଥ ଧଳ କେନ୍ଦ୍ରାପଡ଼ା ଅଫିସ, ୧୭ା୫: ୧୮୬୬-୬୭ ମସିହାର ନଅଙ୍କ ଦୁର୍ଭିକ୍ଷର ପ୍ରତିକାର ପାଇଁ କେନ୍ଦ୍ରାପଡ଼ା କେନାଲ ଖୋଳାଯାଇଥିଲା। କ୍ଷେତକୁ ପାଣି ସହିତ ପଣ୍ୟ ପରିବହନ ଓ ସ୍ଥାନୀୟ ଅଞ୍ଚଳର ଦୈନନ୍ଦିନ ଆବଶ୍ୟକତା ପୂରଣ କରୁଥିଲା। ରାଜ୍ୟର ଏହି ପୁରାତନ କେନାଲ…

ମରଣଯନ୍ତା ପାଲଟିଛି ନୂଆ ଜଗନ୍ନାଥ ସଡକ

ନିରାକାରପୁର,୧୬।୫: ପୁରୀ-ବଲାଙ୍ଗୀର ନୂଆ ଜଗନ୍ନାଥ ସଡକ ଏବେ ମରଣଯନ୍ତା ପାଲଟିଛି। ଲୋକ ଏବେ ଏହି ବାଟ ଦେଇ ଯିବା ପାଇଁ ବି ଡରିଲେଣି। ଦୈନିକ ହଜାର ହଜାର ପର୍ଯ୍ୟଟକ ଦକ୍ଷିଣ ତଥା ପଶ୍ଚିମ ଭାରତରୁ ଆସି ରାମେଶ୍ୱର ଛକରୁ ନୂଆ ଜଗନ୍ନାଥ…

କେନ୍ଦୁଝରରେ ଆରମ୍ଭ ହେଲା ଆମ୍ବ ମହୋତ୍ସବ

କେନ୍ଦୁଝର,୧୬।୫(ସ୍ବ.ପ୍ର):କେନ୍ଦୁଝରରେ ମଙ୍ଗଳବାର ପୂର୍ବାହ୍ନରେ ଆମ୍ବ ମହୋତ୍ସବରେ ଗାଁ ଆମ୍ବ ପସରା ଷ୍ଟଲ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଉଦ୍‌ଘାଟିତ ହୋଇଯାଇଛି। ମିଶନ ଶକ୍ତି ଏବଂ ଓରମାସ ସହଯୋଗୀତାରେ ଏହି ଷ୍ଟଲ ଖୋଲିଥିବାବେଳେ ଷ୍ଟଲରେ ତେଲକୋଇ, ଘଟଗାଁ, ବଂଶପାଳ ଏବଂ…

ଜିଲାପରିଷଦ ପ୍ରାର୍ଥୀଙ୍କ ନାଁରେ ଠକେଇ ଅଭିଯୋଗ

ଗଞ୍ଜାମ, ୧୬।୫(ଡିଏନଏ ): ଗତ ପଞ୍ଚାୟତ ନିର୍ବାଚନରେ ୧୫ ନମ୍ବର ଜୋନ ପାଇଁ ଜିଲାପରିଷଦ ସଭ୍ୟ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ସୁମନ୍ତ ଦାସଙ୍କ ବିରୁଦ୍ଧରେ ରମ୍ଭା ଥାନାରେ ଠକେଇ ଅଭିଯୋଗ ହୋଇଛି। ଗଞ୍ଜାମ ବ୍ଲକର ଝାରେଡି ରାଧା ଗୋବିନ୍ଦ ପୁର…

ଓଇଏସ ପାଇଲେ କୋକସରା ଜବାହର ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ

କୋକସରା,୧୬।୫(ଡି.ଏନ.ଏ) ଓଡିଶା ଏଜୁକେସନ ସର୍ଭିସରେ କୃତକାର୍ଯ୍ୟ ହୋଇଛନ୍ତି ମଧୁସ୍ମିତା ନାଏକ । ସେ ବର୍ତ୍ତମାନ କୋକସରା ଜବାହର ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ଜୁନାଗଡ଼ ବ୍ଲକ ମହିଚଳା ପଞ୍ଚାୟତ ଚକୁଳି ଗ୍ରାମର ସ୍ବର୍ଗତ ଅନାମ ନାଏକଙ୍କ ଝିଅ…

ତଣ୍ଟିରେ କୋଳି ଲାଗି ଚାଲିଗଲା ଶିଶୁର ଜୀବନ

ଆନନ୍ଦପୁର,୧୬।୫(ସ୍ବ.ପ୍ର.): ଅଙ୍ଗନବାଡି କେନ୍ଦ୍ରକୁ ଆସିଥିବା ଶିଶୁଟିଏ କୋଳି ଖାଇବା ସମୟରେ ତଣ୍ଟିରେ କୋଳିମଞ୍ଜି ଲାଗିଯିବାରୁ ଶ୍ୱାସରୁଦ୍ଧ ହୋଇ ଜୀବନ ଚାଲିଯିବା ଭଳି ଘଟଣା ହୃଦବିଦାରକ ହୋଇଛି। ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ତିଗିରିଆ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।…

ବାଇକ୍‌ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାଶ: ୨ ଗିରଫ, ୬ ଗାଡି ଜବତ

କୋରାପୁଟ,୧୬।୫(ସ୍ବପ୍ର ): କୋରାପୁଟ ସହରରୁ ୨ ଜଣିଆ ଆନ୍ତଃଜିଲା ଚୋରି ବାଇକ୍‌ ରାକେଟ୍‌ର ପର୍ଦ୍ଦାଫାଶ କରିଛି କୋରାପୁଟ ପୋଲିସ। ଅଭିଯୁକ୍ତଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଛି କୋରାପୁଟ ଟାଉନ ପୋଲିସ। ସହରର ଜନଗହଳି ପୂର୍ଣ୍ଣ ଅଞ୍ଚଳରୁ ବାଇକ୍‌ ଚୋରି କରୁଥିବା ୨…

ମହାବଳ ବାଘର ନୀରକ୍ଷଣ ପାଇଁ ଲାଗିଥିବା ୨ଟି ଟ୍ରାପ କ୍ୟାମେରା ଚୋରି

କେନ୍ଦୁଝର, ୧୬ା୫ (ସ୍ବ.ପ୍ର.): ଘଟଗାଁ ରେଞ୍ଜ ଅନ୍ତର୍ଗତ ଅଟେଇ ସଂରକ୍ଷିତ ଜଙ୍ଗଲରେ ପୁଣି ୨ ଟି ଟ୍ରାପ କ୍ୟାମେରା ଚୋରି ହୋଇଛି। ଏନେଇ ଘଟଗାଁ ଥାନାରେ ରିପୋର୍ଟ ହୋଇଛି। ଘଟଗାଁ ଫରେଷ୍ଟର ଜତିନ୍ଦ୍ର ସାହୁ ଘଟଣାର ତଦନ୍ତ ପାଇଁ ଘଟଗାଁ ଥାନାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri